ପୋଡିହୋଇଯାଇଥିବା ବ୍ୟକ୍ତି ପ୍ରେମାନନ୍ଦ ରାଉଳଙ୍କୁ ଆର୍ଥିକ ସହାୟତା

କୁଜଙ୍ଗ ବ୍ଲକ ମଲ୍ହାସାହି ପଞ୍ଚାୟତ ଅନ୍ତର୍ଗତ ତାଳଦଣ୍ଡା ଗ୍ରାମର ପୋଡିହୋଇଯାଇଥିବା ବ୍ୟକ୍ତି ପ୍ରେମାନନ୍ଦ ରାଉଳଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ପ୍ରେମାନନ୍ଦଙ୍କ ଘରେ ନିଆଁ ଲାଗି ଯିବା ଫଳରେ ସେ ଏବଂ ତାଙ୍କ ପତ୍ନୀ ନିଆଁରେ ପୋଡି ହୋଇ ଯାଇଥିଲେ | 4-5 ଦିନ ଭିତରେ ପତ୍ନୀ ଆର ପାରିକୁ ଚାଲିଗଲେ | ପ୍ରେମାନନ୍ଦଙ୍କ ଶରୀରର ଶତକଡା 80 ରୁ 90 ଭାଗ ପୋଡି ହୋଇଯାଇଛି | ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବିଛଣାରେ ପଡି ରହି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଛୋଟ ଝିଅଟି ବି ଖାଇବାକୁ ଗଣ୍ଡାଏ ଠିକ ସେ ପାଉନି | ଯେଉଁଠି ମୁଠେ ଦାନା ମିଳିବା କଷ୍ଟକର ସେଠି ଚିକିସ୍ଥା ଲାଗି ଅର୍ଥ ବା କୁଆଡୁ ଆସିବ | ଚିକିସ୍ଥା ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ, ସବିତା କୁମାରୀ ମହାପାତ୍ର, ସଞ୍ଜୟ କୁମାର ବେହେରା, ସିଦ୍ଧାର୍ଥ ଶଙ୍କର ପ୍ରତିହାରୀ, ସୁଧାକର ମହାନ୍ତି ଏବଂ ରୁନିବାଳା ମଲ୍ଲିକ ପ୍ରମୁଖ ପ୍ରେମାନନ୍ଦଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ପ୍ରେମାନନ୍ଦ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |କୁଜଙ୍ଗ ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଅଜଣା ଗାଡ଼ି ଧକ୍କାରେ ବାପା ଓ ପୁଅ ମୃତ୍ୟୁ

ବଣାଇଁ:୦୯/୦୭ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦଲମକୁଚା ରାସ୍ତା ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାରୁ ବାଇକ ବସିଥିବା ବାପପୁଅକଂ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ରାଉରକେଲା ଯାଇ ନିଜ ଘର ଵରସୁଆଁ ନିଜ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ବେଳେ ଦଳମକୁଚା ଘାଟି ରାସ୍ତାରେ କୌଣସି ଏକ ଅଜଣା ଗାଡି ବାପା ଓ ପୁଅକୁ ଧକ୍କା ଦେବା ଫଳରେ ବାପା ମାତିୟାସ ଲାକ୍ରା (୫୬) ଓ ପୁଅ ରାଜୀବ ଲାକ୍ରା ବୟସ (୨୭)ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଅଜଣା ଗାଡି ଘଟଣାସ୍ଥଳରୁ ଫେରାର ହୋଇ ଥିବା ଜଣାପଡ଼ିଛି ।ଏହି ଦୁର୍ଘଟଣା ପରେ ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣା ତଦନ୍ତ ଚଲାଇଥିବା ଜଣାପଡ଼ିଛି

ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୋ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମିଲ କରିବାକୁ ଦାବୀ

ଏରସମା : ୨୫/୦୨ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କ ମୋ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମିଲ କରିବାକୁ ଏରସମାବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି l ଏରସମା ଅଞ୍ଚଳର ବୁଦ୍ଧିଜୀବୀ ତଥା ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ,ଜଗତସିଂହପୁର ଜିଲ୍ଲା ଏକ୍ସପୋର୍ଟ ମେମ୍ବର ତଥା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଯୁବ ନେତା ଶାରଦା ପ୍ରସନ୍ନ ଜେନା, ସିପିଆଇର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ବିଜେପି ନେତା ନିବାରଣ ନାୟକ,ଏରସମା ଗ୍ରାମ୍ୟ କମିଟି ସଭାପତି ଅମୁଲ୍ୟ ବିଶ୍ୱାଳ, ସିପିଆଇ ଏରସମା ଜୋନ ସମ୍ପାଦକ ସର୍ବେଶ୍ୱର ବେଉରା, ବୁଦ୍ଧିଜୀବୀ ଅମରେନ୍ଦ୍ର ଦାସ, ମଦନ ମୋହନ ମୁଦୁଲି, ସମୀର ଜେନା,ପ୍ରବୀର ପଣ୍ଡା, ଦୁର୍ଯ୍ୟୋଧନ ସେଠି, ସୁରେନ୍ଦ୍ର ସାମଲ,ଆଲୋକ ରାଉତ,ରାଜେନ୍ଦ୍ର ସ୍ୱାଇଁ, ରମେଶ ଖଟୁଆ, ଅକ୍ଷୟ ମୁଦୁଲି, ନୃସିଂହ ସ୍ୱାଇଁ, ଧ୍ରୁବ ଚରଣ ଲେଙ୍କା, ଶରତ ମଳିକ, କେଶପୁର ସମବାୟ ସଭାପତି ସମୀର ରଞ୍ଜନ ସ୍ଵାଇଁ ଓ ସମରେଶ ମୁଦୁଲି ପ୍ରମୁଖ ଏକ ଶୋଭାଯାତ୍ରା ରେ ଯାଇ ଏରସମା ମେଡିକାଲ ଅଫିସର ଅମୀୟ କୁମାର ସ୍ବାଇଁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ l ଉଲ୍ଲେଖଯୋଗ୍ୟ ଗତ ୨୩ ଫେବୃଆରୀ ଦିନ ରାଜ୍ୟ ସରକାର ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ମୋ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକାରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ l ଜଗତସିଂହପୁର ଜିଲ୍ଲାରେ ଏରସମା ବ୍ଲକ ସବୁଠାରୁ ଗରିବ ବ୍ଲକ ହୋଇଥିବାରୁ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ନିର୍ଭର କରୁଥିବା ଜିଲ୍ଲା ମେଡିକାଲର ଦୂରତା ସର୍ବନିମ୍ନ ୫୦ କିଲୋମିଟର ହୋଇଥିବାରୁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ପର୍ଯ୍ୟାୟ ମୋ ସ୍ୱାସ୍ଥ୍ୟକେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରାଯାଇଛି lଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ