ବିଧାୟଙ୍କ ବିରୁଦ୍ଧରେ ବିଜେଡି ପକ୍ଷରୁ ଯୁବଛାତ୍ରଙ୍କ ସମାବେଶ
ଏରସମା : ୧୧/୦୩ ବାଲିକୁଦା ଏରସମା ବିଜେଡି ପକ୍ଷରୁ ଯୁବ ଛାତ୍ର ସୋସିଆଲ ମିଡ଼ିଆର ସଦସ୍ୟ ମାନେ ପଦ୍ମପୁର ପଞ୍ଚାୟତ ସିଆଳି ବେଳା ଭୂମି ନିକଟରେ ବିଧାୟଙ୍କ ବିରୋଧ କରି ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ବାଲିକୁଦା ଏରସମା ଯୁବ ସଂଗଠକ ରଶ୍ମିରଂଜନ କୂଅଁର ଙ୍କ ନେତୃତ୍ୱରେ ୨୦୦ଶହରୁ ଉର୍ଦ୍ଧ ଯୁବ ବିଜେଡ଼ି ଛାତ୍ର ବିଜେଡ଼ି ସ୍ଥାନୀୟ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପକୁ ନେଇ ତ୍ରିବ ସମାଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ରାଉତ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଯୁବ ସଦସ୍ୟ ମାନେ କିଭଳି ଆଗାମୀ ଦିନରେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରଚାର ପ୍ରସାର ବହୁଳ ଭାବେ କରାଯିବ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ବର୍ତ୍ତମାନ ଯୁବ ପିଢିଙ୍କ ନିଶା ସୋସିଆଲ ମିଡିଆ ପାଲଟି ଥିବା ବେଳେ ରାଜ୍ୟ ସରକାର ଙ୍କ ଅନେକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର ଅଭାବ ହେତୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।ଫଳରେ ବିରୋଧୀ ଦଳର ସଦସ୍ୟ ମାନେ ଅନେକ ଅପପ୍ରଚାର କରିବା ସହ ଲୋକଙ୍କୁ ମିଥ୍ୟା ଖବର ସୋସିଆଲ ମିଡିଆ ଜରିଆରେ ପ୍ରଦାନ କରୁଛନ୍ତି।ଏଣୁ ବିରୋଧୀ ମାନଙ୍କୁ କଡା ଜବାବ ଦେବାକୁ ହେଲେ ଦଳର ସମସ୍ତ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଯୁବ ପିଢିଙ୍କୁ ଅବଗତ କରାଇବା ସହ ବିରୋଧୀଙ୍କୁ କଡା ଜବାବ ସୋସିଆଲ ମିଡିଆ ମାଧ୍ୟମରେ ଦିଆଯିବା ନେଇ ଶପଥ ହୋଇଥିଲା।ଆସନ୍ତା ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ଥିବାରୁ ବିଜେଡି ଦଳର ସମସ୍ତ୍ ଯୁବ ଓ ଛାତ୍ର ବନ୍ଧୁ ସେମାନଙ୍କ ମୂଲ୍ୟବାନ୍ ସମୟ ମଧ୍ୟରୁ କିଛି ମୁହୂର୍ତ୍ତ ଦଳର ପ୍ରଚାର ପ୍ରସାର ପାଇଁ ଦେବାକୁ ନିଷ୍ପତ୍ତି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଜେଡି ସୋସିଆଲ ମିଡ଼ିଆର ସକ୍ରିୟ ଯୁବ ସଦସ୍ୟ କାମାକ୍ଷ୍ୟା ପ୍ରସାଦ ନାୟକ,ନିରଞ୍ଜନ ନାୟକ,ଅବିନାଶ ସାହୁ,ଶିଶିର ପରିଡା,ଉପେନ୍ଦ୍ର ଓଝା,ରଶ୍ମି ରଂଜନ ଜେନା,ଜ୍ୟୋତି ପ୍ରକାଶ ମହାନ୍ତି,ବଳରାମ ଦାସ ,ରଶ୍ମିତା ନାୟକ,ଗଣେଶ ରାଉତ,ସାଗର ଶୁକ୍ଳା, କମଳ କିରଣ ବିଶ୍ୱାଳ,ବିଶ୍ୱଜିତ ସାମଲ, ତିରୁପତି କାନୁନଗୋ,ମନୋଜ ଖଣ୍ଡୁଆଳ,ପ୍ରଶାନ୍ତ କୁମାର ସ୍ୱାଇଁ,ହିମାଂଶୁ ଶେଖର ସ୍ୱାଇଁ,ବିଶ୍ୱଜିତ ସ୍ୱାଇଁ,ଦେବାଶିଷ ମହାନ୍ତି,ବିପିନ ଦଳାଇ,ବିକାଶ ସେନାପତି,ମହିମା ସ୍ୱାଇଁ,ସ୍ମୃତି ରଂଜନ ସାହୁ,ସନ୍ତୋଷ ବେହେରା,ଆଶିଷ ସସୀନ,ବାପିନା ମାହାଳି,ମନୋଜ ସେଠୀଙ୍କ ଙ୍କ ସହିତ ଶତାଧିକ ସୋସିଆଲ ମିଡିଆ କର୍ମୀ ସାମିଲ ହୋଇଥିଲେ।ଏହି ସମାବେଶରେ ସ୍ଥାନୀୟ ବିଧାୟକ ବାଲିକୁଦା ଏରସମାରେ ଦଳିୟ କର୍ମୀଙ୍କୁ ଅଣଦେଖା କରିଥିବାରୁ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜିଲ୍ଲା ସଭାପତି ତଥା ରାଜ୍ୟ ସଭାପତି ନିକଟରେ ଦାବି କରିଛନ୍ତି।ଏରସମା, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ