ଅଖିଳ ଭାରତ କୃଷକ ସଭା ତରଫରୁ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ

ଅଖିଳ ଭାରତ କୃଷକ ସଭା ତରଫରୁ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ l ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୭ ଦଫା ଦାବିପତ୍ର ପ୍ରଦାନ ଦାବିପତ୍ର ରେ ଜନବସତୀ କୁ ବାଦ ଦେଇ ଈକୋ ସେନସିଟିଭ ଜୋନ କୁ କୁଳଡିହା ଅଭୟlରଣ୍ୟ ମଧ୍ୟରେ ସୀମିତ ରଖିବା, ଅଭୟlରଣ୍ୟ ର ପାଦ ଦେଶ କୁ ସୋଲାର ଫିକ୍ସଇଙ୍ଗ ପାଇଁ ମଂଜୁର ହୋଇଥିବା ରାଶି ରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେଉ ଏବଂ ଗତ ଆର୍ଥିକ ବର୍ଷ 2023 ମସିହା ରେ ମରୁଡି ଭାବେ ଘୋଷଣା ହୋଇଥିବା ପଞ୍ଚାୟତ ମାନଙ୍କ ରେ ତୁରନ୍ତ ଇନ୍ସୁରାନ୍ସ ଇନପୁଟ ସବସିଡି ଯୋଗାଇ ଦେବା ପାଇଁ ମୁଖ୍ୟ ଦାବି ହୋଇଛି l ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଖିଳ ଭାରତ କୃଷକ ସଭା ର ନୀଳଗିରି ଜୋନ ସମ୍ପାଦକ ନିହାର ରଞ୍ଜନ ଜେନା ଙ୍କ ନେତୃତ୍ୱ ରେ ଉପ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ l ନୀଳଗିରି ବାଇପାସ ଛକ ଠାରୁ କୃଷକ ସଭା ର କର୍ମୀ ମାନେ ଏକ ରାଲି ଯୋଗେ ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିବା ବେଳେ କୃଷକ ସଭା ର ସଭାପତି ପ୍ରଭାକର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିକ୍ଷୋଭ ସଭା ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସମ୍ପାଦକ ତଥା କେନ୍ଦ୍ର କୃଷକ ସଂଘ ଉପ ସଭାପତି ଆଶିଷ କାନୁନଗୋ, ବାଲେଶ୍ୱର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ କୁମାର ସ, ଜିଲ୍ଲା ଶହ ସମ୍ପାଦକ ଅନାମ ପ୍ରସାଦ ବାରିକ, ବରିଷ୍ଠ ନେତୃତ୍ୱ ସୀତାରାମ ଦାସ, ନାରୀ ନେତ୍ରୀ ଗାୟତ୍ରୀ ପଣ୍ଡା, ମହିଳା, ମଞ୍ଜୁଲତା ବେହେରା, ଆଦିବାସୀ ନେତା ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦେବlଙ୍ଗ ପ୍ରମୁଖ ନେତୃତ୍ୱ କlରି ସାଥି ମାନେ ଉପସ୍ଥିତ ଥିବା ବେଳେ ଆସନ୍ତୁ ଜାଣିବା ଏ ନେଇ ନେତୃତ୍ୱ ଙ୍କ କଣ ପ୍ରତିକ୍ରିୟା ମିଳିଛି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶାଢେଙ୍କାନାଳ ଲକ୍ଷ୍ମୀପୂଜାମହାବୀର କ୍ଲବ ପୂଜା ପେଣ୍ଡାଲର ୭୫ ବର୍ଷ ପୂର୍ତ୍ତି ଉତ୍ସବ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶାଢେଙ୍କାନାଳ ଲକ୍ଷ୍ମୀପୂଜାମହାବୀର କ୍ଲବ ପୂଜା ପେଣ୍ଡାଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟର ନିଦର୍ଶନ- ମୁଖ୍ୟମନ୍ତ୍ରୀ ଢେ଼ଙ୍କାନାଳ ଜିଲ୍ଲା ରେ ୪୦ ହଜାର କୋଟି ଟଙ୍କା ର ପୁଞ୍ଜି ନିବେଶ ହେବପ୍ରତ୍ୟେକ ଜିଲ୍ଲାର ବିକାଶରେ ଆମେ ବିକଶିତ ଓଡିଶା ଗଠନ କରିବୁ- ମୁଖ୍ୟମନ୍ତ୍ରୀଭୁବନେଶ୍ୱର21 ଅକ୍ଟୋବର ୨୦୨୪ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି। ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ମହାବୀର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପୁରାଣ ଓ ଶାସ୍ତ୍ର ମାନଙ୍କରେ ମହାଲକ୍ଷ୍ମୀଙ୍କ ମହାତ୍ମ୍ୟ ପର୍ଯ୍ୟାପ୍ତ ଭାବେ ବର୍ଣ୍ଣନା କରାଯାଇଛି। ଭାରତୀୟ ସଂସ୍କୃତି ଓ ଦର୍ଶନରେ ମହାଲକ୍ଷ୍ମୀ ହେଉଛନ୍ତି ଐଶ୍ବର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ। କେଉଁ ଆବହମାନ କାଳରୁ ମହାଲକ୍ଷ୍ମୀ ପୂଜା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ମହୋତ୍ସବର ମାନ୍ୟତା ଲାଭ କରିଛି। ଭୁବନେଶ୍ବର ସ୍ଥିତ ଉଦୟଗିରି ଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଚିତ୍ର ହେଉଛି ଓଡିଶାରେ ଲକ୍ଷ୍ମୀପୂଜାର ପ୍ରାଚୀନତମ ନିଦର୍ଶନ ବୋଲି ସେ କହିଥିଲେ। ଢେଙ୍କାନାଳରେ ଲକ୍ଷ୍ମୀ ପୂଜାର ଇତିହାସ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଂଶ ଶତାବ୍ଦୀରେ ଢେଙ୍କାନାଳର ରାଜା ସୁର ପ୍ରତାପଙ୍କ ଦ୍ବାରା ୧୯୧୬ ମସିହାରେ କୁଞ୍ଜକାନ୍ତ ମନ୍ଦିର ପ୍ରତିଷ୍ଠା ହୋଇ ବୈଷ୍ଣବଭାବ ଧାରାର ପ୍ରସାର ଘଟିବା ସହିତ ନୃତ୍ୟ, ଗୀତ, କଳା ଓ ଅଭିନୟରେ ଢେଙ୍କାନାଳ ବାସୀ ସୁଖ୍ୟାତି ଅର୍ଜନ କରିଥିଲେ। ବ୍ରଜ କିଶୋର ପଟ୍ଟନାୟକ ପ୍ରଥମେ ୧୯୨୩ ମସିହାରେ ଢେଙ୍କାନାଳରେ ମୃଣ୍ମୟୀ ମହାଲକ୍ଷ୍ମୀ ପୂଜାର ଆୟୋଜନ କରିଥିଲେ ଏବଂ ବୈଦିକ ବିଧିରେ ପୂଜାର୍ଚ୍ଚନା କରିବା ସହିତ ପ୍ରତି ରାତିରେ ରାସ ପରିବେଷଣ କରୁଥିଲେ। ଏହାପରେ ୧୯୨୫ ମସିହାରେ ବର୍ତ୍ତମାନର ମୀନା ବଜାର ଅଞ୍ଚଳରେ ଦ୍ବିତୀୟ ପୂଜା ଆରମ୍ଭ ହୋଇଥିଲା। ଏହିପରି ଭାବେ ୧୯୪୧ ମସିହା ବେଳକୁ ଢେଙ୍କାନାଳର ଅନେକ ଯାଗାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୧୯୪୩ ମସିହା ବେଳକୁ ଏହା ଏକ ସାର୍ବଜନୀନ ଏବଂ ଭାଇଚାରାର ପୂଜା ଭାବେ ମାନ୍ୟତା ଲାଭ କରିଥିଲା ବୋଲି ସେ କହିଥିଲେ। କଟକର ଦଶହରା, ଭଦ୍ରକର କାଳୀପୂଜା, ତାଳଚେର ଓ ଜଟଣୀର ଗଣେଶ ପୂଜା, ବ୍ରହ୍ମପୁରର ଠାକୁରାଣୀ ପୂଜାଭଳି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ମଧ୍ୟ ଖୁବ୍ ଆକର୍ଷଣୀୟ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଉତ୍ସବକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମନଭରି ଉପଭୋଗ କରିଥାନ୍ତି। ସେ କହିଥିଲେ ଯେ, ଶାନ୍ତି ଶୃଙ୍ଖଳା, ସଦ୍‌ଭାବ, ମୈତ୍ରୀ, ପ୍ରିତି, ଭାତୃତ୍ବ ଓ ସୌଜନ୍ୟର ମଧୁର ସମାବେଶରେ ଢେଙ୍କାନାଳର ଲକ୍ଷ୍ମୀ ପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଢେଙ୍କାନାଳର ସାଂସ୍କୃତିକ ଐତିହ୍ୟ ସହିତ ସ୍ୱାଧୀନତା ସଂଗ୍ରାମରେ ଢେଙ୍କାନାଳର ଅବଦାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ଶହୀଦ ବାଜି ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଯୋରନ୍ଦାର ମହୀମା ପୀଠର ଭୂମିକା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ଜିଲ୍ଲାର ସାରସ୍ବତ ସାଧକ ସ୍ବର୍ଗତ ବ୍ରଜନାଥ ବଡଜେନା, ରାଧାମୋହନ ଗଡନାୟକ, ସ୍ବର୍ଗତ ଅନ୍ନଦା ଶଙ୍କର ରାୟ, ଗୋଲକ ବିହାରୀ ଧଳ, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ଅବଦାନ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ଆଶ୍ଵିନ ମାସରେ ମା’ ଭଗବତୀ, କାର୍ତ୍ତିକ ମାସ ଆରମ୍ଭରେ ମା’ ଗଜଲକ୍ଷ୍ମୀ ଏବଂ କାର୍ତ୍ତିକ ଅମାବାସ୍ୟାରେ ମା’ କାଳୀଙ୍କ ଆରାଧନା କେବଳ ଏକ ଧର୍ମୀୟ ଉତ୍ସବ ନୁହେଁ । ଏହା ମହିଳା ସଶକ୍ତିକରଣର ପ୍ରତୀକ। ଆମେ ସମସ୍ତେ ମା’ ଙ୍କ ପୂଜା ଏବଂ ଆରାଧନା କରିବା ସହିତ ନାରୀଶକ୍ତିକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଭାଷା, ସାହିତ୍ୟ, କଳା, ଆମ ସଂସ୍କୃତି ଓ ଆମ ଐତିହ୍ୟ- ଏସବୁକୁ ମିଶାଇ ଆମର ଅସ୍ମିତାର ପରିଚୟ ସୃଷ୍ଟିକରେ। ଆମ ଅସ୍ମିତା ପାଇଁ ଆମେ ସମସ୍ତେ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ୍। ଆମ ସରକାର ଆମ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛି ବୋଲି ପ୍ରକାଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ। ରାଜ୍ୟର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓଡିଶାର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି। ସେ ବାରମ୍ବାର କହିଛନ୍ତି ଯେ ବିକଶିତ ଭାରତର ରେଳ ଗାଡିରେ ଓଡିଶା ହେବ ପ୍ରଥମ ବଗି। ତାଙ୍କର ପୂର୍ବୋଦୟର ପରିକଳ୍ପନାରେ ଓଡିଶାର ବିକାଶକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ୨୦୩୬ରେ ଯେତେବେଳେ ସ୍ବତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେବ ଏବଂ ୨୦୪୭ରେ ଯେତେବେଳେ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ, ତାକୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡିଶା ଗଠନ ପାଇଁ ଆମେ ଉଦ୍ୟମ ଆରମ୍ଭ କରିଛୁ। ବିକଶିତ ଓଡିଶାରେ ସବୁ ଜିଲ୍ଲାର ଭୂମିକା ରହିବ ବୋଲି ସେ ମତ ଦେଇଥିଲେ। ସେ କହିଥିଲେ ଯେ, ମୋର ଦୃଢ ବିଶ୍ବାସ ଢେଙ୍କାନାଳ ଜିଲ୍ଲାର ମଧ୍ୟ ଏଥିରେ ପ୍ରମୁଖ ଅବଦାନ ରହିବ। ଢେଙ୍କାନାଳ ଜିଲ୍ଲା ରେ ଶିଳ୍ପାୟନ କ୍ଷେତ୍ର ରେ ୪୦ ହଜାର କୋଟି ଟଙ୍କା ର ପୁଞ୍ଜିନିବେଶ ହେବ,ଆଗାମୀ ଦିନରେ ଏହାକୁ ୧ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି କରିବା ପାଇଁ ମଧ୍ୟ ଯୋଜନା ରହିଛି ।ଏହା ମାଧ୍ୟମରେ ସ୍ଥାନୀୟ ଯୁବକ ଙ୍କ ସହ ଓଡ଼ିଶା ର ଯୁବ ଗୋଷ୍ଠୀ ନିଯୁକ୍ତି ଜରିଆ ରେ ଉପକୃତ ହେବେ ।ପ୍ରତ୍ୟେକ ଜିଲ୍ଲାର ବିକାଶରେ ଆମେ ବିକଶିତ ଓଡିଶା ଗଠନ କରିବୁ। ସମାଜର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆଧୁନିକତାକୁ ଆପଣାଇ, ବିକାଶ କରିବା ଆମ ସରକାରଙ୍କ ମୂଳମନ୍ତ୍ର। ସମସ୍ତଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଦେଇ ଆଗକୁ ବଢିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ଢେଙ୍କାନାଳ ହେଉଛି ଭାଇଚାରାର ସହର। ଶାନ୍ତି ଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଢେଙ୍କାନାଳବାସୀ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ଏବଂ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମ ଏ ଦିଗରେ ପ୍ରଶଂଶନୀୟ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଢେ଼ଙ୍କାନାଳ ଆସି ଥିବାରୁ ସହର ବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇ କହିଥିଲେ ଯେ ସରକାର ଆସିବାର ୧୦୦ ଦିନ ମଧ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଏବଂ ଚାଷୀ ଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ଅନୁଯାୟୀ ଧାନ ର ସହାୟକ ମୂଲ୍ୟ ୩୧୦୦ ଟଙ୍କା କୁ ବୃଦ୍ଧି କରିବା ଆମ ସରକାର ଙ୍କ ବଡ ଉପଲବ୍ଧି ।କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ଶ୍ରୀମତି ସୀମା ରାଣୀ ନାୟକ,ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ, ପୂଜା କମିଟି ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।

ପୂର୍ବ ସତୁର୍ତା କୁ କେନ୍ଦ୍ର କରି ଡ଼ାୟାପୋଲି ଗ୍ରାମର ସମିତିସଭ୍ୟଙ୍କ ଉପରେ ମାରଣାତ୍ମକ ଆକ୍ରମଣ

ପୂର୍ବ ସତୁର୍ତା କୁ କେନ୍ଦ୍ର କରି ଡ଼ାୟାପୋଲି ଗ୍ରାମର ସମିତିସଭ୍ୟଙ୍କ ଉପରେ ମାରଣାତ୍ମକ ଆକ୍ରମଣ। ଗଞ୍ଜାମ ଜିଲ୍ଲା ହିଞିଳି ବ୍ଳକ ବେଲଅଗାଁ ଥାନା ଅର୍ନ୍ତଗତ ଡ଼ାୟାପୋଲି ଗ୍ରାମରେ ଆଜି ସକାଳ ୧୧ ଘଣ୍ଟା ସମୟରେ ଡ଼ାୟାପୋଲି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଇ ରାଜା ରାଓ ଙ୍କ ଉପରେ ମାରଣାତ୍ମକ ଆକ୍ରମଣ ହୋଇଥିଲା । ଖବର ଅନୁସାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ଇ ରାଜା ରାଓ ନିଜ ଘରକୁ ଫେରୁଥିବା ସମୟରେ ଡ଼ାୟାପୋଲି ଗ୍ରାମର ଦାସ ସାହିର ଜଣେ ବ୍ୟକ୍ତି ଲୁହା ରଡରେ ତାଙ୍କ ଉପରକୁ ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କ ମୁଣ୍ଡକୁ ଜୋର୍ ଆଘାତ ଲାଗିଥିବାବଳେ , ଘଟଣାସ୍ଥଳରୁ ଦୂର୍ବତ ଫେରାର ରହିଥିବାର ସୂଚନା ମିଳିଛି। ତେବେ ଇ ରାଜା ରାଓ ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକେଲକୁ ନିଆଜାଇଥିବା ବେଳେ ଖବର ପ୍ରସାରଣ ପର୍ୟ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନଥିଲା।ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ଶଶି କୁମାର ସାହୁ, ବିଜେଡି ଦଳରେ ନେତା ମନରକଥା କହିଲେ ବିଜୁ ଜନତାଦଳର ସଦସ୍ୟତା ମୋବାଇଲ ଆପର ଶୁଭଉଦଘାଟନ

ଶଶି କୁମାର ସାହୁ, ବିଜେଡି ଦଳରେ ନେତା ମନରକଥା କହିଲେ ବିଜୁ ଜନତାଦଳର ସଦସ୍ୟତା ମୋବାଇଲ ଆପର ଶୁଭ ଉଦଘାଟନ।ଆଜି ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ ସଦସ୍ୟତା ସଂଗ୍ରହ ମୋବାଇଲ ଆପର ଶୁଭ ଉଦଘାଟନ ହୋଇଛି ମାତ୍ର ଏଥିରେ ମୁଁ ଦୁଃଖର ସହ କହିବାକୁ ଚାହୁଁଚି ଯେ ଗତ 2024 ବିଧାନସଭା ନିର୍ବାଚନରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଥିଲେ ଶ୍ରୀମତୀ ସୁବାସିନୀ ସାହୁ ବା ତାଙ୍କର ପ୍ରତିନିଧି ଶ୍ରୀଯୁକ୍ତ ଶଶୀ କୁମାର ସାହୁଙ୍କୁ ରାଜ୍ୟ ସ୍ଥର ବା ଜିଲ୍ଲା ସ୍ଥରରୁ, ରାଜ୍ୟ କାର୍ଯ୍ୟାଳୟ ବା ଜିଲ୍ଲା ପ୍ରଭାରୀଙ୍କ ତରଫରୁ କୌଣସି ଖବର ଦିଆଯାଇନାହିଁ କିମ୍ବା କୌଣସି ନିମନ୍ତ୍ରଣ କରାଯାଇନାହିଁ ବା କୌଣସି ଟେଲିଫୋନ କରାଯାଇନାହିଁ l ଏବେ ଏହି ଦିନ ୧୨ ଘଟିକା ସମୟରେ ମୁଁ ଜାଣିବାକୁ ପାଇଲି ,ଯେତେବେଳେ କି ମୁଁ ନିର୍ବାଚନ ମଣ୍ଡଳୀରୁ 70 km ଦୂରତାରେ ଅଛି l ବାଲେଶ୍ୱର ଜିଲ୍ଲାର ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ଯୁବନେତା ମତେ ପଠେଇଲେ ମୁଁ ଦେଖିବାକୁ ପାଇଲି କି ଏଥିରେ ଶ୍ରୀମତୀ ସୁବାସିନୀ ସାହୁଙ୍କ ନାମ ଉଲ୍ଲେଖ ରହିଛି ମାତ୍ର ସୁବାସିନୀ ସାହୁଙ୍କୁ ଏଭଳି କୌଣସି ସୂଚନା ଦିଆଯାଇଛି ନା କୁହା ଯାଇଛି l ଜିଲ୍ଲାର ଜଣେ ଆଗ ଧାଡ଼ିର ନେତା ଯାହାଙ୍କୁ ସମସ୍ତେ ଜାଣିଛନ୍ତି ସେ କେଉଁଭଳି ଭାବରେ ବିଜୁ ଜନତା ଦଳ ସହ ବେଇମାନି କରିଛନ୍ତି ସେ ଆମ ଉପରେ ବ୍ୟକ୍ତିଗତ ଭାବରେ ରାଗ ଓ ଇର୍ଷା ଭାବନା ରଖି ରାଜ୍ୟ ସ୍ଥରରେ ଏଭଳି ଏକ ସଭାକୁ ଡାକି ନ ଥିବାରୁ ମୁଁ ଅତ୍ୟନ୍ତ ଦୁଃଖ ଓ କ୍ଷୋଭ ପ୍ରକାଶ କରୁଅଛି l ତାଙ୍କର ପାରିବାରିକ ବା ବ୍ୟକ୍ତିଗତ ରାଗ ମୋ ଉପରେ ହେଇପାରେ ମାତ୍ର ବିଜୁ ଜନତା ଦଳ ତାଙ୍କର ପୈତୃକ ସମ୍ପତ୍ତି ନୁହେଁ l 2024 ରେ ଶ୍ରୀମତୀ ସୁବାସିନୀ ସାହୁ ବିଜୁ ଜନତା ଦଳର ସିମୁଳିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀନୀ ଥିଲେ ଏବଂ 2029 ନିର୍ବାଚନ ପର୍ଯ୍ୟନ୍ତ ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ତାଙ୍କର ହିଁ ନେତୃତ୍ୱ ରହିବ l ଯିଏ ଯାହାବି କହୁ ରାଜ୍ୟ ସ୍ଥରରୁ ତାଙ୍କୁ ଏହି ନିର୍ଦ୍ଧେଶ ମିଳିସାରିଛି l ତେଣୁ ଏ ଯେଉଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଇର୍ଷା ଭାବନା ରଖି କୌଣସି ଜିଲ୍ଲାସ୍ଥର କାର୍ଯ୍ୟକ୍ରମକୁ ନ ଡାକିଲେ ମଧ୍ୟ ସେଥିରେ ଆମର କିଛି ଅସୁବିଧା ହେବାର ନାହିଁ l ବିଜୁ ଜନତା ଦଳର ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦ ଓ ଛାମୁଆ ସଂଗଠନର ଅଗଧାଡ଼ିର ନେତା ମାନଙ୍କୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି ଏଭଳି ଚରିତ୍ରର, ଖଳ ପ୍ରକୃତିର ଲୋକକୁ ବିଜୁ ଜନତା ଦଳରେ ପ୍ରବେଶ କରାଇ ଦିଅନ୍ତୁ ନାହିଁ l ଆପଣ ମାନେ ଜାଣିଛନ୍ତି ଏ ବ୍ୟକ୍ତି ବିଜୁ ଜନତା ଦଳ ସହ ବିଶ୍ୱାସ ଘାତକତା କରି ସିମୁଳିଆରେ ବିଜେଡିକୁ ହରାଇବାରେ ମୁଖ୍ୟ ଭୂମିକାରେ ଥିଲେ l ଦ୍ଵିତୀୟରେ ତାଙ୍କୁ ଜିଲ୍ଲା ସଭାପତି କରାଗଲା, ତାପରେ ଗାନ୍ଧୀ ଜୟନ୍ତୀ ଦିନ ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ତାଙ୍କୁ ଆମେ Whatsapp ଓ SMS ଜରିଆରେ ସୂଚନା ଦେଇ ନିମନ୍ତ୍ରଣ ପଠାଇଥିଲୁ କିନ୍ତୁ ସେ ଆମକୁ ହେୟଜ୍ଞାନ କରି ଆସିନଥିଲେ ଏବଂ ତାଙ୍କୁ ଆମେ ମଧ୍ୟ ଟେଲିଫୋନ କରିଥିଲୁ କିନ୍ତୁ ସେ ଫୋନ ଉଠାଇ ନଥିଲେ ଯାହାକି ଆମ ପାଖରେ ପ୍ରମାଣ ଅଛି l ତେଣୁ ଆଜି ଏଭଳି କୁତ୍ସିତ ମାନସିକତା ଓ ଇର୍ଷା ଭାବନା ରଖି ଆମକୁ ଡାକି ନାହାଁନ୍ତି l ସେ ଜାଣିବା ଦରକାର ବିଜୁ ଜନତା ଦଳ ତାଙ୍କର ପରିବାର ସମ୍ପତ୍ତି ନୁହେଁ l ତେଣୁ ଆପଣ ମାନଙ୍କୁ ନିବେଦନ ଏଭଳି ପ୍ରକୃତିର ଲୋକକୁ ସିମୁଳିଆ-ଖଇରାରେ ପ୍ରଶ୍ରୟ ଦିଅନ୍ତୁ ନାହିଁ l ଆମର ସିମୁଳିଆ-ଖଇରା ଜିନ୍ଦାବାଦ, ବିଜୁ ଜନତା ଦଳ ଜିନ୍ଦାବାଦ l ଧନ୍ୟବାଦ ଦେଇଥିଲେ ଶଶି କୁମାର ସାହୁ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ପୋଲସରା ବ‌୍ଳକ ଅନ୍ତର୍ଗତ ହାତିଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଓ୍ବାଇ. ଆର୍.ସି ୟୁନିଟ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ପୋଲସରା ବ‌୍ଳକ ଅନ୍ତର୍ଗତ ହାତିଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଓ୍ବାଇ. ଆର୍.ସି ୟୁନିଟ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷା ସୁଶ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ଆଇ.ଆଇ.ସି, ସମ୍ମାନିତ ଅତିଥି ଭାବେ ଗଂଜାମ ଓ୍ବାଇ. ଆର୍.ସି କୋଡିନେଟର ଡ. ଜଗଦିଶ ଚନ୍ଦ୍ର ପାଲ୍, ଏସ୍କ୍-ଓ୍ବାଇ.ଆର୍.ସି କୋଡିନେଟର ଦିଲ୍ଲୀପ କୁମାର ଆଚାର୍ଯ୍ୟ ଏବଂ କଲେଜ ପ୍ରେସିଡେଣ୍ଟ ଏନ୍. ସନ୍ତୋଷ ପାତ୍ର ଯୋଗଦେଇଥିଲେ। ଉଦ଼୍ଘାଟକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରକ୍ତଦାନ ନିମିତ୍ତ ଛାତ୍ରଛାତ୍ରୀ, ଲୋକଙ୍କୁ ଉତ୍ସାହିତ କରିବାପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇ ସମୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ଓ୍ବାଇ.ଆର୍.ସି କାଉନସିଲର ତ୍ରିଲୋଚନ ଦାସ ପରିଚାଳନା କରିଥିଲାବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଆଦିତ୍ୟ ନାରାୟଣ ବିଷୋୟୀ, ଦିଲୀପ କୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ଜାନି, ନିବେଦିତା ସ୍ଵାଇଁ, ଜାନକୀ କୁମାରୀ ସାହୁ, ରାଜେନ୍ଦ୍ର ସାହୁ,ଅଭିଷେକ ଡାକୁଆ ଆଦି ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ବାଲେଶ୍ୱର ହସ୍ପିଟାଲ ଭିତରୁ ମୋବାଇଲି ଚୋରି,

ବାଲେଶ୍ୱର ହସ୍ପିଟାଲ ଭିତରୁ ମୋବାଇଲି ଚୋରି,,ବାଲେଶ୍ୱର ଶ୍ରୀରାମ ହସ୍ପିଟାଲ ରେ,, ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି,, ରୋଗୀ ର ଆଟାନ୍ନଡାନ୍ସ ଶୋଇଥିବା ଅବସ୍ଥା ରେ ତାଙ୍କ ମୁଣ୍ଡ ପାଖରେ ମୋବାଇଲି ଚୋରାଇ ନେଇଥିବା ଘଟଣା ଶ୍ରୀରାମ ହସ୍ପିଟାଲ ସି ସି T V ଫୁଟେଜ ରେ କୋଏଦ ହୋଇଛି,, କିନ୍ତୁ ମେଡିକାଲ କତୃପକ୍ଷ ଙ୍କୁ ଜଣାଇବା ପରେ,, ସି ସି TV ଫୁଟେଜ ଦେଖି ସାରିଲା, ପରେ ସତ୍ୟତା ଜାଣି ସାରିବା ପରେ ବି , ଗୋଟେ ସପ୍ତାହ ପରେ ବି ଏ ପ୍ରଯ୍ୟନ୍ତ ମୋବାଇଲି ମିଳି ପାରିନାହିଁ,,ଟାଉନ ଥାନାରେ ଅଭିଯୋଗ କ୍ରମେ ମିଳି ପାରୁନି ମୋବାଇଲି,, କେତେ ସୁରକ୍ଷିତ ଶ୍ରୀରାମ ହସ୍ପିଟାଲ ତାହା ସାଧାରଣ ଚର୍ଚ୍ଚା ହେଉଛି,,ନୀଳଗିରି ରୁ ବିମଳ କୁମାର ଦଳେଇ ଙ୍କର ରିପୋର୍ଟ

ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ

*ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ।* *(ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ – ଅଧ୍ୟକ୍ଷ)* ଆସିକା ତା୬/୧୦ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରେରଣାରେ ଏବଂ ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀଙ୍କ ସଂଯୋଜନାରେ ସ୍ବଚ୍ଛଭାରତ ତଥା ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସଂପାଦିତ ହୋଇଯାଇଛି। ମହାବିଦ୍ୟାଳୟର ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ଆମ ପରିଚି଼ତି଼ ମଣ୍ଡପ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଯଶ୍ବସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ଯୋଜନାକୁ ଆନୁଷ୍ଠାନିକ ରୂପେ ସାକାର କରିବା ପାଇଁ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରାଯାଇଥିଲା। ଅଧ୍ୟକ୍ଷ ସ୍ବଚ୍ଛତାରେ ଭଗବାନଙ୍କ ନିବାସ ବୋଲି ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ସୁତରାଂ ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ ବୋଲି ସମସ୍ତଙ୍କୁ ପ୍ରବର୍ତ୍ତାଇଥିଲେ। ଏହି ଅଭିଯାନରେ ଶାମିଲ ହୋଇଥିବା ଯୁବରେଡକ୍ରସ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ର ହୃଷିକେଶ୍, ସିମାଞ୍ଚଳ, ବିଶ୍ବଜିତ୍, ସୁମନ୍, ସ୍ମୃତିରଞ୍ଜନ, ତେଜସ୍ୱୀ, ସନ୍ତୋଷ, ସିମାଞ୍ଚଳ, ସତ୍ୟମ, ରୁଷି, ପ୍ରିୟମ, ଛାତ୍ରୀ ପ୍ରାଚୀ, ସୃଷ୍ଟିରାଣୀ ଅର୍ଚ୍ଚନା ଇତ୍ୟାଦିଙ୍କ ଅକୁଣ୍ଠ ସହଯୋଗରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲା। ଆସିକା ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

ବୁଗୁଡା ବ୍ଲକ ଓ ନଗର ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାତା,

ବୁଗୁଡା ବ୍ଲକ ଓ ନଗର ବିଜୁ ମନଜନତା ଦଳର ଜନ ସମ୍ପର୍କ ପଦଯାତ୍ରାତା ୦୫/୧୦/ ୨୦୨୪ ରିଖ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ନଗର ବିଜୁ ମନଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦ ଯାତ୍ରାରେ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍୨୦୨୫ ରିଖ ତନ ବିଧାୟକ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ହୋଇଥିଲା ବେଳେ ପଦଯାତ୍ରା ଶେଷରେ ବି.ବ୍ରହ୍ମପୁର ଗ୍ରାମରେ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥଲା। ଏହି ସଭାରେ ତିନି ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି, ୫୦ ହଜାର ସୁଭଦ୍ରା ଟଙ୍କା ପ୍ରଭୃତି ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ଶାସନ କ୍ଷମତାକୁ ଆସିଥିବା ଅଭିଯୋଗ କରିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ଅଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାଶ, ଆଡଭୋକେଟ ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ,ବିରଞ୍ଚିପୁର ସରପଞ୍ଚ ଟିକିନା ସେଠୀ, ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ପ୍ରତିନିଧୂ ଜିତେନ୍ଦ୍ର କୁମାର ନାୟକ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଟୁକୁନା ସ୍ବାଇଁ, ରାମଚନ୍ଦ୍ର ନାୟକ, କୈଳାଶ ପ୍ରଧାନ, କାର୍ତ୍ତିକ ସାହାଣୀ, ସୁଶାନ୍ତ ପ୍ରଧାନ, କୃଷ୍ଣ ରା, ଯୁବ ବିଜେଡି ସଭାପତି କେଶବ ସାହୁ ପ୍ରମୁଖଙ୍କ ସମେତ ସରପଞ୍ଚ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ, ସକ୍ରିୟ ସଦସ୍ୟ ଓ ସାଧାରଣ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକଙ୍କ ଦେହାନ୍ତ,ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟର,

ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକଙ୍କ ଦେହାନ୍ତ,ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକଙ୍କ ବ୭୪ର୍ଷ, ଆଜି ପରଲୋକ ହୋଇଯାଇଛି, କିଛି ଦିନ ପୂର୍ବରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସ ହୋଇ ତାଙ୍କର ଖଇରା ବାସଭବନକୁ ଫେରି ଆସି ଘରୋଇ ଭାବେ ଚିକିତ୍ସାରେ ରହୁଥିଲେ, ଉମେଶ ଚନ୍ଦ୍ର ନାୟକ ଖଇରା ରେ ବିଭିନ୍ନ ସଂଗଠନର ସଭାପତି ଓ ସମ୍ଫାଦାକ ରହିଥିଲେ, ବିଶେଷ କରି ପ୍ରତିଭା ପରିବାର ସଭାପତି ଭାବେ ଖୁବ୍ ପରିଚିତି, ଆଜି ଦେହ ଅସୁସ୍ଥ କାରଣରୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା, ସେଠାରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ସନ୍ଧ୍ୟା ୫ ଟା ସମୟରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ, ଏଖବର ଶୁଣିବା ପରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯାଇ ମରଶରୀର ଉପରେ ପୁଷ୍ପମାଲ୍ୟ ଦେଇ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଶ୍ରୀ ନାୟକ ଜଣେ ଭଦ୍ର, ମିଷ୍ଠାଭାଷି, ମେଳାପି ଦରଜୀ ମଣିଷ ଥିଲେ, ଏବଂ ତାଙ୍କର ପରିବାରଙ୍କୁ ସୁଖ ଶାନ୍ତିରେ ରଖିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଏବଂ ତାଙ୍କର ମରଶରୀରକୁ ଖଇରା ବଜାର ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା, ଶେଷରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗ ଦ୍ବାରକୁ ନିଆଯାଇଥିଲା। ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ତୁଡିଗଡ଼ିଆ ଜୋନ ବିଜେପି ଯୁବମୁର୍ଚ୍ଛା ପକ୍ଷରୁ ରକ୍ତଦାନ ଶିବିର

ତୁଡିଗଡ଼ିଆ ଜୋନ ବିଜେପି ଯୁବମୁର୍ଚ୍ଛା ପକ୍ଷରୁ ରକ୍ତଦାନ ଶିବିର। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧୀନ ତୁଡିଗଡ଼ିଆ ଜୋନର ବିଜେପି ଯୁବମୋର୍ଚାର କର୍ମକର୍ତ୍ତାଙ୍କ ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ଏକ ରକ୍ତଦାନ ଶିବିର ତୁଡିଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟଜନ ହୋଇଯାଇଛି। ଅନୁଷ୍ଠିତ ଶିବିର କୁ ଡାକ୍ତର ବିକାଶ ଚନ୍ଦ୍ର ଜେନା ଓ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଷ୍ଣୁମୋହନ ସେଠି , ବିଜେପି ମଣ୍ଡଳ ସଭାପତି ମହେଶ୍ୱର ନାଥଙ୍କ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଯୁବମୋର୍ଚ୍ଚା ଜୁନ ସଭାପତି ନୁରସିଂହ କୁମାର ସିଂ, ସମ୍ପାଦକ ଦୀପକ ବେଜ, ତତ୍ୱାବଧାନରେ ଆୟଜିତ ଶିବିରରୁ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଡାକ୍ତର ଅନଲା ଜଗଦେବ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ସୌଭାଗ୍ୟବତୀ ପରିଡା, ନର୍ସିଙ୍ଗ ଅଫିସର ମନାଲି ମଲିକ ଓ ସହଯୋଗୀ ହେମନ୍ତ ସେଠି ଏବଂ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଯୁବମୋର୍ଚା ଡଗରପଡା ପଞ୍ଚାୟତ ସଭାପତି ସୁକାନ୍ତ କୁମାର ବେହେରା, ଯୁବମୋର୍ଚା ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଭାପତି ଦୀନେଶ ଜେନା, ଖଇରା ରକ୍ତଦାତା ସଂଘର ସଭାପତି ସୌରଭ ରଞ୍ଜନ ମହାନ୍ତି (ପିଣ୍ଟୁ), ଲଷ୍ମୀଧର ବାରିକ ପ୍ରମୁଖ ଶିବିରକୁ ପରିଚାଳନା କରିବାରେ ସହାୟତା କରିଥିଲେ। ଏହି ଅବସରରେ ସ୍ୱଚ୍ଛ ଭାରତ ଓ ବୃକ୍ଷ ରୋପଣ କରାଯାଇ ଥିଲା lବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।