ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ

ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି।ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦିଗାପଡା ଗ୍ରାମ ର ଯୁବକ ସନ୍ତୋଷ କୁମାର ମହାରଣା ନିଜ ଘର ସୁଇଜ୍ ମାରିବାକୁ ଯାଇ ବିଦ୍ୟୁତ ସକ୍ ରେ ମୃତ୍ୟୁବରଣ ବରଣ କରିଛନ୍ତି। ସ୍ଥାନୀୟ ହିଞ୍ଜିଳିକାଟୁ ମେଡିକାଲ୍ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ବେଲଗାଁ ପୋଲିସ ପହଞ୍ଚି ତଦନ୍ତ କରି ପୋଷ୍ଟମର୍ଟମ ବ୍ରହ୍ମପୁର MKGC ପଠାଗଲା ଦିଗାପଡା ଓ ଆଖପାଖ ଅଞ୍ଚଳ ଶୋକ ର ଲହରୀ ଖେଳିଯାଇଛି ।ସେ ସାହାସୀ ଓ ସମାଜସେବୀ ଚିତ୍ର ଶିଳ୍ପ ଓ କାରୁକାର୍ଯ୍ୟ ସହିତ ନିଜର ବୃତ୍ତି କରି ପରିବାର ଭରଣ ପୋଷଣ କରୁଥିଲେ। ତାଙ୍କ ଏକ ଵର୍ଷ ଶିଶୁ ପୁତ୍ର ଅଛି। ତାଙ୍କ ପରିବାର ତିନି ଭଉଣୀ ଓ ଦୁଇ ଭାଇ , ବଡ଼ ଭାଇ ଅଛନ୍ତି। ଏଭଳି ଅକାଳ ବିୟୋଗ ରେ ଶୋକ ଛାୟା ଖେଳିଯାଇଛି । ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ସମସ୍ତଙ୍କ ତରଫରୁ ସନ୍ତୋଷ କୁମାର ମହାରଣା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣାପଡ଼ିଛି ଜଣେ ସୁସ୍ଥ ବଞ୍ଚାଇବା ପାଇଁ ପ୍ରତିଦିନ 400ଗ୍ରାମ ପନିପରିବା ଦରକାର

ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣାପଡ଼ିଛି ଜଣେ ସୁସ୍ଥ ବଞ୍ଚାଇବା ପାଇଁ ପ୍ରତିଦିନ 400ଗ୍ରାମ ପନିପରିବା ଦରକାର।ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ 400 ଗ୍ରାମ ପନିପରିବା ଆବଶ୍ୟକ କରନ୍ତି, ଯାହା ଅତ୍ୟାବଶ୍ୟକ ଏବଂ ବିଷାକ୍ତ ଓ ରାସାୟନିକ ମୁକ୍ତ ହେବା ଉଚିତ, କାରଣ ଫଳ ଏବଂ ପନିପରିବାରେ ଏହି ବିଷାକ୍ତ ପଦାର୍ଥର ଉପସ୍ଥିତି ହେତୁ, ସେଗୁଡିକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ଯ କାରଣ ବୋଲି ଦର୍ଶାଯାଇଛି।ବ୍ରହ୍ମପୁରର ପ୍ରେମ୍ ନଗର ସ୍ଥିତ ରୋଟାରୀ ହଲ୍ ଠାରେ ଛାତ ଉପରେ ଏବଂ ଘରୋଇ ବଗିଚା ଉପରେ ଏକ ଆଲୋଚନା ଏବଂ ପ୍ରଶିକ୍ଷଣ କାର୍ଯ୍ଯକ୍ରମ ଆଯ଼ୋଜନ କରାଯାଇଥିଲା। ଓଡ଼ିଶାର ପାଞ୍ଚଟି ମନୋନୀତ ସହରରେ ଛାତ ବଗିଚା ଏବଂ ସହରାଞ୍ଚଳ ଉଦ୍ଯ଼ାନ କୃଷି ପ୍ରୋତ୍ସାହନ ପାଇଁ ରାଜ୍ଯ ସରକାରଙ୍କ ଅନୁଦାନ ପ୍ରାପ୍ତ ଅଭିନବ ପ୍ରକଳ୍ପ ଅଧୀନରେ କେନ୍ଦ୍ରୀ ଉଦ୍ଯ଼ାନ କୃଷି ପରୀକ୍ଷଣ ଷ୍ଟେସନ (ଆଇସିଏଆର-ଆଇଆଇଏଚଆର) ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ଯ଼କ୍ରମ ଆଯ଼ୋଜନ କରାଯାଇଥିଲା। ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ପି. ଶ୍ରୀନିବାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ଯ ପାଇଁ ସହରରେ ଛାତ ଉପରେ ଏବଂ ଘରୋଇ ଉଦ୍ଯ଼ାନର ଗୁରୁତ୍ୱ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ସେ ଆର୍କା ଭର୍ଟିକାଲ୍ ଗାର୍ଡେନ୍, ଆର୍କା ଫର୍ମେଣ୍ଟେଡ୍ କୋକୋପିଟ୍, ଆର୍କା ଡିକମ୍ପୋଜର୍, ଆର୍କା ଶ୍ଯ଼ାସ୍ଯ଼ା ପୋଷକ୍ ରାସ୍, ଆର୍କା ଭେଜିଟେବଲ୍ ସ୍ପେଶାଲ୍, ଆର୍କା ମାଇକ୍ରୋବାଯ଼ାଲ୍ କନ୍ସୋର୍ଟିଯ଼ମ୍, ଆର୍କା ଭେଜିଟେବଲ୍ ସିଡ୍ କିଟ୍ ଇତ୍ଯ଼ାଦି ଅଭିନବ ଟେକ୍ନୋଲୋଜି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ଏବଂ ଗ୍ରୋ ବ୍ୟାଗ୍, ଡ୍ରେନେଜ୍ ସେଲ୍, ପୋଟ୍ରେ, ସ୍ୱଯ଼ଂଚାଳିତ ଜଳସେଚନ ବ୍ଯବସ୍ଥା, ହାଇଡ୍ରୋପୋନିକ୍ ଏବଂ କୋକୋପୋନିକ୍ ସିଷ୍ଟମ୍ ଇତ୍ଯଦି ବ୍ଯବହାର ବିଷଯ଼ରେ ବର୍ଣ୍ଣନା କରିଥିଲେ। ଏକ ସୁସ୍ଥ ଜୀବନଶୈଳୀ ପାଇଁ ତାଜା କୀଟନାଶକ ଅବଶିଷ୍ଟାଂଶ ମୁକ୍ତ ଜୈବିକ ପନିପରିବା ପାଇବା ପାଇଁ ଘରୋଇ ବଗିଚା କିପରି ଆବଶ୍ଯକ ତାହା ସେ ବର୍ଣ୍ଣନା କରିଥିଲେ। ବରିଷ୍ଠ ନାଗରିକ, ଗୃହିଣୀ ଏବଂ ଛୋଟ ପିଲାମାନଙ୍କୁ ଶାରୀରିକ ଏବଂ ମାନସିକ କାର୍ଯ୍ଯରେ ନିଯ଼ୋଜିତ କରିବା ପାଇଁ ଉଦ୍ଯ଼ାନର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଖାଦ୍ଯ ମାଇଲ ହ୍ରାସ କରିବା, ଖାଦ୍ଯ ସୁଲଭତା ବୃଦ୍ଧି ଏବଂ ସହରୀ ଉତ୍ତାପ ଦ୍ୱୀପ ପ୍ରଭାବକୁ ହ୍ରାସ କରିବାର ଧାରଣା ବିଷଯ଼ରେ ବର୍ଣ୍ଣନା କରିଥିଲେ। ସେ ବର୍ଜ୍ଯବସ୍ତୁ ପୃଥକୀକରଣ ଏବଂ ଘରୋଇ ବଗିଚା ପାଇଁ ଜୈବିକ ଘରୋଇ ବର୍ଜ୍ଯରୁ ଅତ୍ଯଧିକ ପୁଷ୍ଟିକର କମ୍ପୋଷ୍ଟ ପ୍ରସ୍ତୁତ କରିବା ଉପରେ ମଧ୍ଯ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଇନର ହ୍ବିଲ କ୍ଳବ୍ ବ୍ରହ୍ମପୁର ର ଆଇ .ପି.ପି. ଶ୍ରୀମତୀ ରଞ୍ଜନା ମିଶ୍ର ସଂଯୋଜନା କରିଥିବା ବେଳେ ପଲ୍ ଚାରିଟି ନିର୍ଦ୍ଦେଶକ ରାଜୀବ ବିଶୋଇ, ବ୍ରହ୍ମପୁର ଇନର୍ ହ୍ଵିଲ କ୍ଳବ୍ ର ସଭାନେତ୍ରୀ ଜେ. ସୁଦ୍ଧା ରାଣୀ ତଥା ବହୁ ଅଂଶ ଗ୍ରହଣ କାରି ଯୋଗ ଦେଇ ରୁଫ୍ ଟପ୍ ଗାର୍ଡେନିଂ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବ୍ରହ୍ମପୁର ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ କିଡ଼ନୀ ରୋଗରେ ପୀଡିତ ହାଡିବନ୍ଧୁ ବେହେରାଙ୍କୁ ଆର୍ଥିକସହାୟତା

ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ କିଡ଼ନୀ ରୋଗରେ ପୀଡିତ ହାଡିବନ୍ଧୁ ବେହେରାଙ୍କୁ ଆର୍ଥିକ ସହାୟତା*********************************************ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମର କିଡ଼ନୀ ରୋଗରେ ପୀଡ଼ିତ ହାଡିବନ୍ଧୁ ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ହାଡିବନ୍ଧୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି | ବର୍ତ୍ତମାନ କିଡ଼ନୀ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଛନ୍ତି | ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡୁଛି | ଚିକିସ୍ଥା କରାଇବା ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ଜୀବନଜ୍ୟୋତି ଜୟସିଂ, ରୁନିବାଳା ମଲ୍ଲିକ, ସତ୍ୟବ୍ରତ ଦାଶ ଏବଂ ସ୍ବେଛାସେବୀ ସଦସ୍ୟ ସୌମ୍ୟରଂଜନ ମହାନ୍ତି ପ୍ରମୁଖ ହାଡିବନ୍ଧୁଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ହାଡିବନ୍ଧୁ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

ବଡ଼ ପଥର ଠାରେ ବାଇକ୍ ଦୁର୍ଘଟଣା ଯୁବକଙ୍କ ମୃତ୍ୟୁବୁଗୁଡ଼ା

ବଡ଼ ପଥର ଠାରେ ବାଇକ୍ ଦୁର୍ଘଟଣା ଯୁବକଙ୍କ ମୃତ୍ୟୁବୁଗୁଡ଼ା , ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁ ନିକଟରେ ଥିବା ବଡପଥରଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗୋରୁଡା ଗ୍ରାମର ରଞ୍ଜିତ କୁମାର ବିଶ୍ବାଳ (୩୭)। ପ୍ରକାଶ ଯେ, ଗତ ରବିବାର ରାତିରେ ରଞ୍ଜିତ ଶଶୁରଘର ବିରଞ୍ଚିପୁର ଗ୍ରାମକୁ ବାଇକ୍ ଯୋଗେ ଆସୁଥିଲେ। ସେ ବାଟରେ କୌଣସି କାରଣରୁ ବଡପଥରଠାରେ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ବାଇକ୍ ସହ ରାସ୍ତାକଡ ଲଟାବୁଦା ମଧ୍ଯକୁ ଫୋପାଡ଼ି ହୋଇ ପଡିଥିଲେ। ସେ ରାତିସାରା ସେହି ଲଟାବୁଦାରେ ପଡି ରହିଥିବା ବେଳେ ସକାଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ଓ ପୋଲିସ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୫୦୪/୨୪ରେ ଏକ ମାମଲା ରୁଜୁ କରିଥିବା ଜଣା ପଡି଼ଛି। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ବୁଗୁଡ଼ା, ତା ୩/୧୧/୨୪ ରାଜ୍ୟର ବିଜେପି ସରକାରଙ୍କ ନିର୍ବାଚନ ପୂର୍ବରୁ ଶତ ପ୍ରତିଶତ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ କରିବା ପାଇଁ ୧୪୩୯ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ହର ଘର ଜଲ୍ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୧୧ ବ୍ଲକକୁ ଜଳ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନଭେମ୍ବର ୩ ତାରିଖ ଦିନ ବୁଗୁଡ଼ା ବ୍ଲକର ବେତାର ସିଙ୍ଗ, ସୋଲଣ୍ଡୀ ଓ ବେଲପୁର ୩ ଗୋଟି ଗ୍ରାମରେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆହୁରି ମଧ୍ୟ ସେ ପ୍ରକାଶ କହିଛନ୍ତି ଆଗାମୀ ଦିନରେ ସମସ୍ତ ଗ୍ରାମକୁ ଯେପରି ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଳକର ଜନପ୍ରତିନିଧି ମାନେ ଉପସ୍ଥିତ ଥ‌ିବାବେଳେ ତିନୋଟି ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ମାରଦା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଯୋଗ ଦେଲେ ମନ୍ତ୍ରୀ, ସାଂସଦ

ମାରଦା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଯୋଗ ଦେଲେ ମନ୍ତ୍ରୀ, ସାଂସଦ ଓ ବୁଦ୍ଧିଜୀବିପୋଲସରା, ତା ୩/୧୧/୨୪ ପୋଲସରା ଏନ୍ ଏସି କାର୍ଯ୍ୟାଳୟର ବୈଠକ ଗୃହ ଠାରେ ରବି ବାର ଅପରାହ୍ନରେ ମାରଦା ମହୋତ୍ସବ କମିଟି ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ଏହା ସହିତ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମାରଦା ମହୋତ୍ସବ କରାଯିବା ପାଇଁ ସ୍ଥିର କରା ଯାଇଥିଲା। ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ବୈଠକରେ ଯୋଗ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ଗବେଷକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେ ଆମ ମାନଙ୍କୁ ଦିଗଦର୍ଶନ ଦେବା ସହ ଆମର ମାର୍ଗ ଦର୍ଶକ ହେବେ ବୋଲି ମନ୍ତ୍ରୀ ଓ ସାଂସଦ କହିଥିଲେ। ବୈଠକରେ ମଥୁରା ମହନ୍ତ ସୁନ୍ଦରରାମ ଦାସ, ତହସିଲଦାର ଦୀପ୍ତିମୟୀ ପାତ୍ର, ବିଡିଓ କୁରେଶ ଚନ୍ଦ୍ର ଜାନି, ଥାନା ଅଧିକାରୀ କୌଶିକ ମାଝୀ, ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଶିବ ପ୍ରସାଦ ଲେଙ୍କା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଷି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ଏନ୍. ଏ. ସି ଉପନଗରପାଳ ସନ୍ତୋଷ ବେହେରା, ନାଗରିକ ମଞ୍ଚ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ ସମେତ ପୋଲସରା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ସାମାନ୍ୟ ବଚସାରୁ ଏସିଡ ମାଡ଼ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ

ସାମାନ୍ୟ ବଚସାରୁ ଏସିଡ ମାଡ଼ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଛନ୍ତି।ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଛନ୍ତି।ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଡ଼ାଲଙ୍ଗ ଗ୍ରାମର ରାମଚନ୍ଦ୍ର ପାଢ଼ୀ (୪୦) ବଜାରରେ ଥିବା ବେଳେ ଜଣେ ସୁନାଦୋକାନୀଙ୍କ ସହ ସାମାନ୍ୟ କଥାରୁ ବଚସା ହୋଇଥିଲା। ପରେ ସୁନା ଦୋକାନୀ ଜଣଙ୍କ ଉତକ୍ଷିପ୍ତ ହୋଇ ଦୋକାନରେ ଥିବା ଏସିଡ ରାମଚନ୍ଦ୍ରଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ରାମଚନ୍ଦ୍ରଙ୍କ ସମେତ ଡ଼ାଲଙ୍ଗ ଗ୍ରାମର ଡ଼ମ୍ବୁରଧର ମଳିକ (୫୦) ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋଇ ଡକ୍ଟରଖାନାକୁ ନେଇଥିବା ବେଳେ ସେଠାରେ ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଯାଇଥିବା ବେଳେ ଡମ୍ବୁର ଙ୍କର ସୋର ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି

ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବାଦଶାହ ଦିବସ ପାଳନ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବାଦଶାହ ଦିବସ ପାଳନ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବ୍ରହ୍ମପୁର, 28।10 : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ସବଜୋନର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବାଦଶାହ ଦିବସ ପାଳନ ଉପଲକ୍ଷେ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରର ଅଡିଟୋରିୟମ ହଲରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟ ଆବୁରୁ ପଦାର୍ପଣ କରିଥିବା ସନ୍ଦେଶ ବାହିକା ରାଜଯୋଗିନୀ ବ୍ରହ୍ମାକୁମାରୀ ରୁକ୍ମିଣୀ ଦିଦି ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଦିବଂଗତ ମଞ୍ଜୁ ଦିଦିଙ୍କ ସ୍ମୃତିଚାରଣ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଭଗିନୀ ମଞ୍ଜୁ ଜଣେ ମମତାମୟୀ, କରୁଣାମୟୀ, ଶକ୍ତିସ୍ବରୂପା, ସରଳ, ନିଷ୍କପଟ, ଅମାୟିକ, ମିଷ୍ଟଭାଷିଣୀ ତଥା ସମଭାବ ସମ୍ପନ୍ନ ଚିନ୍ତାଧାରାର ଉଦାର ବ୍ୟକ୍ତିତ୍ବ ଥିଲେ । ସେ ଯେକୌଣସି ଜଟିଳ ପରିସ୍ଥିତି ସମସ୍ୟାକୁ ସମାଧାନ ସ୍ବରୂପ ସ୍ଥିତିରେ ରହି ନିୟନ୍ତ୍ରଣ କରିପାରୁଥିଲେ। ଆଧ୍ୟାତ୍ମିକ ଜ୍ଞାନକୁ ସରଳତାର ସହ ହୃଦବୋଧ କରାଇବାରେ ସେ ଜଣେ ସିଦ୍ଧହସ୍ତ ବ୍ୟକ୍ତିତ୍ବ ଥିଲେ । ସମ୍ମାନନୀୟ ବକ୍ତା ରୂପେ ମାଉଣ୍ଟ ଆବୁର ଆବାସ-ନିବାସ ବିଭାଗ ମୁଖ୍ୟ ବ୍ରହ୍ମାକୁମାର ଦେବ ଭାଇ କହିଥିଲେ ଯେ ମଞ୍ଜୁ ଦିଦିଙ୍କ ସାମାଜିକ ଦାୟିତ୍ବବୋଧ, ଦୂରଦୃଷ୍ଟି ସମ୍ପନ୍ନ ଓ ସମୟୋପଯୋଗୀ ଆଧ୍ୟାତ୍ମିକ ନେତୃତ୍ବ ବଳରେ ସମାଜରେ ନୈତିକତା ଏବଂ ଚାରିତ୍ରିକତା ପ୍ରଚାର ପ୍ରସାର ସମ୍ଭବ ହୋଇଥିଲା । ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କେମିକଲ୍ସର ବିଭାଗୀୟ ମୁଖ୍ୟ ଭ୍ରାତା ଅଜୟ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ସ୍ବର୍ଗତା ମଞ୍ଜୁ ଦିଦି ଜଣେ ଋଷିପ୍ରତିମ ଆଧ୍ୟାତ୍ମିକ ମୂଲ୍ୟ ସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ । ସ୍ଥାନୀୟ ବି.ଏସ୍.ଇ.ଟି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଭ୍ରାତା ଦୀପକ ରାଓ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ମଞ୍ଜୁ ଦିଦି ଉକ୍ତ ଆଧ୍ୟାତ୍ମିକ ଅନୁଷ୍ଠାନକୁ ବୈଶ୍ବିକ ସ୍ତରର ନେତୃତ୍ବ ପ୍ରଦାନ କରିଥିଲେ ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ଗଞ୍ଜାମ ଓ ଗଜପତି ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଗିନୀ ମାଳା ମଞ୍ଜୁ ଦିଦିଙ୍କ ଆଜୀବନ ସେବାଧାରୀ, ତ୍ୟାଗୀ, ତପସ୍ବୀ ସ୍ବରୂପ ଜୀବନର ବର୍ଣ୍ଣନାପୂର୍ବକ ସେ ସମୁଦାୟ ବ୍ରହ୍ମପୁର ସବଜୋନର ଆତ୍ମାମାନଙ୍କୁ ଭବିଷ୍ୟ ଦିଗଦର୍ଶନ ଦେଇ ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚାଇବେ ବୋଲି ମତ ପ୍ରକାଶ କରିଥିଲେ । ବ୍ରହ୍ମାକୁମାରୀ ଋକ୍ମିଣୀ ଦିଦି ମଞ୍ଜୁ ଦିଦିଙ୍କ ନିମନ୍ତେ ଭୋଗ ସ୍ବୀକାର ପୂର୍ବକ ଅବ୍ୟକ୍ତ ସୂକ୍ଷ୍ମ ଲୋକରୁ ପ୍ରାପ୍ତ ସନ୍ଦେଶରେ ସେ କିପରି ଆଧ୍ୟାତ୍ମିକ ପୁରୁଷାର୍ଥ ବା ସାଧନାରେ ସିଦ୍ଧହସ୍ତା ହୋଇ ବର୍ତ୍ତମାନ ନିଜର ପ୍ରକାଶମୟ ସୂକ୍ଷ୍ମ ଶରୀର ମାଧ୍ୟମରେ ସମସ୍ତ ବିଶ୍ବ ଆତ୍ମାଙ୍କ ଉଦ୍ଧାର ନିମନ୍ତେ ଅଗ୍ରଦୂତ ସାଜି ନିଜ କର୍ତ୍ତବ୍ୟ କରି ଚାଲିଥିବେ ତାହା ବର୍ଣ୍ଣନା କରିଥିଲେ । ମାଉଣ୍ଟଆବୁର ଭ୍ରାତା ଦୀପକ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମଞ୍ଜୁ ଭଉଣୀଙ୍କ 60 ବର୍ଷର ଈଶ୍ବରୀୟ ପାଳନା ପ୍ରଦାନ ବର୍ଣ୍ଣନା କରିଥିଲେ । ମାଉଣ୍ଟ ଆବୁର ଭ୍ରାତା ରମେଶ ଏବଂ ନୀତିଶ ତଥା ଏମ.କେ.ସି.ଜି ମେଡିକାଲ କଲେଜର ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭ୍ରାତା ଚନ୍ଦନ ଗନ୍ତାୟତ ମଞ୍ଜୁ ଦିଦିଙ୍କ ଆଧ୍ୟାତ୍ମିକ ଜୀବନୀର ବର୍ଣ୍ଣନା ସହ ସ୍ମୃତି ଶୋକ ସଂଗୀତ ଗାନ କରିଥିଲେ । ମଞ୍ଜୁ ଦିଦିଙ୍କୁ ଚିକିତ୍ସା କରୁଥିବା ଏମ. କେ. ସି. ଜି ମେଡିକାଲ କଲେଜର chest and T. B ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭ୍ରାତା ପ୍ରିୟଜିତ ଜେନା ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ପ୍ରକାଶ ଚନ୍ଦ୍ର ପାତ୍ର ଆଧ୍ୟାତ୍ମିକ ପାଳନାର ସଂସ୍କାରରେ ପରିପୂର୍ଣ୍ଣ ଦିଦିଙ୍କ ସମ୍ପର୍କରେ କହିଥିଲେ ଯେ, ସ୍ବର୍ଗତ ମଞ୍ଜୁ ଦିଦି ଜଣେ ଅସରନ୍ତି ସମ୍ଭାବନାର ଗନ୍ତାଘର ସଦୃଶ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୌହାଟୀ ସବଜୋନରୁ ଆଶା ଦିଦି, ସିକନ୍ଦରାବାଦ ସବଜୋନର ଅନିତା ଦିଦି, ଭୁବନେଶ୍ବର ସବଜୋନର ଭଗିନୀ ଲୀନା, ଭ୍ରାତା ନିର୍ମଳ, ନବକୃଷ୍ଣ, ଜାନକୀ ଏବଂ ବିନୋଦ, କଟକ ସବଜୋନର ଭ୍ରାତା ନଥମଲ, ଗୋପାଳ, ଆନନ୍ଦ, ନବରଙ୍ଗପୁର ସବଜୋନର ଭଗିନୀ ନମିତା, ଶ୍ରୀମତୀ, ଭ୍ରାତା କପିଳ, ଅଶ୍ବିନୀ, ସୁନ୍ଦରଗଡ ସବଜୋନର ଭ୍ରାତା ବାଣେଶ୍ବର, ଜୟପୁରର ଜୟନ୍ତୀ, ବୀର ପ୍ରସାଦ, ମାଉଣ୍ଟ ଆବୁର ଭ୍ରାତା ରଘୁନନ୍ଦନ, ପୁରୀ ସବଜୋନର ବ୍ରହ୍ମାକୁମାରୀ ନିରୂପମା, ପ୍ରତିମା, ଭ୍ରାତା ରବିଙ୍କ ସମେତ ଭାରତ ବର୍ଷର ବ୍ରହ୍ମାକୁମାରୀ ପରିବାର ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ସ୍ମାରକୀ ସ୍ଥଳରେ ସ୍ଥିତ ଫଟୋଚିତ୍ରରେ ପୁଷ୍ପାଞ୍ଜଳି, ଶ୍ରଦ୍ଧାଞ୍ଜଳି, ଭାବାଞ୍ଜଳି ଓ ସ୍ନେହାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାଙ୍କ ସଦଗତି କାମନା କରିଥିଲେ । ଏହି ଅବସରରେ ସହରର ଅନେକ ମାନ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି, ଚିକିତ୍ସିକ, ସାମ୍ବାଦିକ, ସମାଜସେବୀ ତଥା ରାଜନୀତିଜ୍ଞ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୁଦାୟ 400 ଜନସାଧାରଣ ଉପସ୍ଥିତ ଥିଲେ । ବ୍ରହ୍ମପୁର ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ଖଇରା ସିଡିପିଓଙ୍କୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା

ଖଇରା ସିଡିପିଓଙ୍କୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ ଙ୍କୁ ଆଜି ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ପୁଷ୍ପ ଗୁଞ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ପୂର୍ବରୁ ଥିବା ସିଡିପିଓ ନଳୀନ କୁମାରୀ ମହାରଣା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକକୁ ବଦଳି ହୋଇ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶ୍ଯାମାଖୁଣ୍ଟା ବ୍ଲକରୁ ବଦଳି ହୋଇ ଆସିଥିବା ଶ୍ରୀ ମତୀ ଉର୍ମିଳା ବେହେରା ଗତ ତା ୨୩,୧୦,୨୪ ରିଖରେ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଆଜି ଔପଦା ବ୍କକର ସିଡିପିଓ ଅସ୍ଥାୟୀ ଭାବେ ଚାର୍ଜ ଥିଲେ, ଔପଦା ସିଡିପିଓ ଆଜି ଦାୟିତ୍ବ ହସ୍ତାନ୍ତର କରିଛନ୍ତି ବୋଲି ଆଳଦା ଅଙ୍ଗନବାଡ଼ି କର୍ମୀ ବିମ୍ବ ଲତା ବେହେରା, ଜଣାଇଛନ୍ତି, ଏହି ସ୍ବାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ବେହେରା, ସନ୍ଧ୍ୟା ରାଣୀ ସାହୁ, ସ୍ବର୍ଣ୍ଣ ଲତା ସାହୁ, ସମସ୍ତ ମହିଳା ପରିଦର୍ଶକା ପ୍ରମୁଖ ଉପସ୍ଥିତ ଥିଲେ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ସିମୁଳିଆ ବ୍ଲକର ବାତ୍ୟା ପରିସ୍ଥିତି ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ

ସିମୁଳିଆ ବ୍ଲକର ବାତ୍ୟା ପରିସ୍ଥିତି ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ
ରବିନାରାୟଣ ନାୟକ।ସିମୁଳିଆ ବ୍ଲକର ବାତ୍ୟା ପରିସ୍ଥିତି ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ
ରବିନାରାୟଣ ନାୟକ।

ସିମୁଳିଆ ବ୍ଲକ ରେ ବାତ୍ୟା ଦାନା ର ପ୍ରଭାବ ସବୁଠି ତାଣ୍ଡବ ରଚିଥିଵା ବେଳେ ଗଛ ଉପୁଡ଼ି ପଡି ରାସ୍ତା ଅବରୋଧ ହେବା ସହିତ ଚାଳ ଛପର ଘର ମାଟି କାନ୍ଥ ଭୁଶୁଡିବା ଓ କଞ୍ଚା ଘର ଭାଙ୍ଗି ଯାଇଥିବା ଘର ଭିତରେ ପାଣି ପଶି ରହିଥିବାର ଦେଖିବାକୁ ମିଳିଥିଲା।ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇ ଯାଇଥିବା ବେଳେ ଲୋକ ମାନେ ବିଭିନ୍ନ ଅସୁବିଧା ରେ ବହୁ ସମୁଖୀନ ହେବାକୁ ପଡ଼ିଥାଲେ।
ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟିକ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ନୀଳଗିରି ବିଧାୟକ ପ୍ରତାପ ଶଡଙ୍ଗି ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲି ଚାଷ ଜମି ର କ୍ଷୟକ୍ଷତି ଘର ଭାଙ୍ଗିଯିବା ସହିତ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।
ଏଥି ସହିତ ବାତ୍ୟା ବିପନ୍ନ କାରୀ ମାନଙ୍କୁ ଭୟ କିଛି କରିବାର ନାହି ବୋଲି ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଘର ଭାଙ୍ଗିଥିବା ଲୋକ ମାନେ କୋୖଣସି ଚିନ୍ତା କରିବାରେ ନାହିଁ ନୂତନ ଘର ଦିଆଯିବା ନେଇ ଗ୍ରାମ୍ୟ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରଵି ନାରାୟଣ ନାୟିକ କହିଥିଲେ। ହେଲେ ଏପରଜନ୍ତ କିଛି ଅଞ୍ଚଳର ଗୋରୁ।ଗାଈ ଛେଳି ମନର ପଶୁ ପଦାକୁ ବାହାରି ପାରୁନାହାନ୍ତି। ସେମାନଙ୍କୁ ସେମାନଙ୍କ ପାଇଁ କୌଣସି ଖାଦ୍ୟ ଦିଆଯାଉନାହିଁ। କେବେ ଦୂର ହେବ ବାତ୍ୟା ଦାନ ନଷ୍ଟ କରିଥିବା ଲୋକଙ୍କର ଦୁଃଖ।