ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଗଞ୍ଜାମ ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଅଲାରିଗଡ଼ ଗାଁ ନିକଟ ଢିମ୍ଭୀରା ପାହାଡ଼ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ ଯୁବତୀ । ତେବେ ଉଭୟ ବିବାହିତ ଥିବା ଜଣାପଡ଼ିଛି । ଉଭୟଙ୍କର ୩ଟି ଲେଖାଏଁ ପୁଅଝିଅ ଥିବା ମଧ୍ୟ ଜଣାପଡ଼ିଛି ।

ବିବାହ ପରେ ମଧ୍ୟ ଦୀର୍ଘଦିନ ହେବ ଉଭୟ ପରସ୍ପରକୁ ଭଲ ପାଉଥିଲେ । ୧୦ ଦିନ ହେବ ଉଭୟ ଘର ଛାଡି ଫେରାର ହୋଇଯାଇଥିଲେ । ଆଜି ଢିମ୍ଭୀରା ପାହାଡ଼ରୁ ଦୁହିଁଙ୍କର ଝୁଲନ୍ତା ମୃତଦେହ ଜବତ କରାଯାଇଛି । ମୃତକ ଯବୁକ ପାଟପୁର ଅଞ୍ଚଳର ହୋଇଥିବା ବେଳେ ମହିଳାଙ୍କ ଘର ସାନଖେମୁଣ୍ଡି ଜୁରା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ଆସନ୍ତା ଶିକ୍ଷାବର୍ଷରେ ହେବ କଲେଜ ନିର୍ବାଚନ….

ଆସନ୍ତା ଶିକ୍ଷାବର୍ଷରେ ହେବ କଲେଜ ନିର୍ବାଚନ…..

କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବ । ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।ମୁଖ୍ୟ ମନ୍ତ୍ରୀ ଙ୍କ ବଡ ଘୋଷଣା, ଆସନ୍ତା ଶିକ୍ଷାବର୍ଷରୁ ହେବ କଲେଜ ନିର୍ବାଚନ।
ଭୁବନେଶ୍ୱର, ବନ୍ଦ ଥିବା କଲେଜ ନିର୍ବାଚନ ଆସନ୍ତାଶିକ୍ଷାବର୍ଷରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି lଏହିଖବର ପ୍ରସରିତହେବାପରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି। ଏଥିପାଇଁ କଲେଜ କ୍ୟାମ୍ପସ ସରଗରମ ରହିବ। ଗୁରୁବାର କଲେଜ ନିର୍ବାଚନ କୁନେଇ ଏଭଳିଏକ ଘୋଷଣା କରିଛନ୍ତି। କଟକ ର ଜବାହାର ଲାଲନେହେରୁ ଇନ୍ଦୋର ଷ୍ଟାଡିୟମ ରେ ଅନୁଷ୍ଟିତ ଏ,ବି,ଭି,ପି,କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବ୍ୟୁରୋ ରିପୋର୍ଟ ରୂପାଥାଳିଆ ନୀଓଜ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ବୁଗୁଡ଼ା : ତା ୨୩/୧୨/୨୪ : ବୁଗୁଡ଼ା ଶ୍ରୀବଳଦେବ ସ୍ବାମୀ ମନ୍ଦିରର କଲ୍ୟାଣ ମଣ୍ଡପ ପରିସରରେ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କସ ଏସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ ତରଫରୁ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକର ସଭାନେତ୍ରୀ ସୁଶ୍ରୀ ବାସନ୍ତୀ କୁମାରୀ ପ୍ରଧାନଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ରାଜ୍ଯ ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ଯ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଞ୍ଜଳୀ ନାୟକ ଓ ସଂଯୋଜିକା ଅମିତା ରାଉତ, ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇଥିବାବେଳେ ଉପସ୍ଥିତ ଥିବା ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ମାର୍ଗ ଦର୍ଶନ କରାଇବା ସହିତ ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମ୍ପାଦକ ଅର୍ଜୁନ ବେହେରା , ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଲିଙ୍ଗରାଜ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ସଂଘର ଅନ୍ଯାନ୍ଯ ସଦସ୍ୟବୃନ୍ଦ ଏବଂ ବିଭିନ୍ନ ବ୍ଲକର ସଭାନେତ୍ରୀଙ୍କ ଉପସ୍ଥିତିରେ ବୁଗୁଡା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘର ନୂତନ କାର୍ଯ୍ଯକର୍ତ୍ତା ଚୟନ କରାଯାଇଥିଲା। ବାସନ୍ତୀ କୁମାରୀ ପ୍ରଧାନ (ସଭାନେତ୍ରୀ), ପ୍ରମୋଦିନୀ ସ୍ବାଇଁ (ଉପସଭାନେତ୍ରୀ), ଅନିତା କୁମାରୀ ମିଶ୍ର (ସମ୍ପାଦିକା), ଆରତୀ ବେହେରା (ସହସମ୍ପାଦିକା), ଭାଗ୍ୟଲତା ସ୍ବାଇଁ (କୋଷାଧ୍ୟକ୍ଷା) ଭାବେ ମନୋନୀତ ହୋଇଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ କ ନେତୃତ୍ୱରେ ସମବାୟ , ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ବିଜ୍ଞାନ ଓ ପଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଟ ଚନ୍ଦ୍ର ପାତ୍ର କୁ ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ୍ ଗଣ୍ଡିବେଡ ଲଙ୍କେଶ୍ୱର୍ ମନ୍ଦିର ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ସାଙ୍ଗରେ ଉପସ୍ଥିତ ଥିଲେ ମାନ୍ୟବର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା l ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ,ମଣ୍ଡଳ ସଭାପତି ମହେଶ୍ୱର ନାଥ , ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂ ,ସମେତ ବହୁ ପଞ୍ଚାୟତ ର ସଭାପତି , ସରପଞ୍ଚ , ସମିତି , ଶ୍ୟାମସୁନ୍ଦର ପୂର୍ ପଞ୍ଚାୟତ ର ପ୍ରମୁଖ କାର୍ଯ୍ୟକର୍ତ୍ତା , ବଣିକ ସଂଘ ର ସମ୍ପାଦକ ଅଭିମନ୍ୟୁ ରାଉଳ , ଉପଦେଷ୍ଟା ପଦ୍ମଲୋଚନ ଜେନା , ବାବାଜୀ ମହାନ୍ତି, ବାସୁଦେବ ପୁଥାଳ, ରତ୍ନାକର ଆଚାର୍ଯ୍ୟ , ମାନସ ମୁଦୁଲି , ପ୍ରହଲ୍ଲାଦ ମହାନ୍ତି ,ମନୋଜ ପତି ଓ ଦିନେଶ ଜେନା ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଓ ବିଧାୟକ କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ lବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।
ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ ଟିଏ ନା ହିଁ। ଜଣେ ଅହଙ୍କାରୀ ତହସିଲ୍ ଦାର ନିଜର ବଡିମା ଦେଖାଇ ବଯାରକୁ ଭାଙ୍ଗିଦେଇ ନିଜର ପାରିବାପଣ ଦେଖାଇଲେ ସିନା ହେଲେ ଓଉପଦା ବାସୀଙ୍କ ଦୁଃଖ ଶୁଣିବାକୁ କହି ନଥିଲେ।ଓଉପଦା ରେ ନେତା ମାଳ ମାଳ କିନ୍ତୁ କାମ ଦୃବଳ। ସମସ୍ତେ ନିଜନିଜ ର ଗୋଡ଼ ତାଣିବାରେ ବ୍ୟସ୍ତ। ମାର ମାର ଭଣ୍ଡାରିଆକୁ ମାର ନୀତିରେ ଆମ ଓଉପଦା ର ନେତା ମାନେ ଚାଲନ୍ତି। ବିକାଶର ଦ୍ୱାହୀ ଦେଇ ବିନାସ କରି ଚାଲନ୍ତି।ଯାହାଫଳରେ ଆଜକୁ ଦୀର୍ଘ ଦିନ ଧରି ଭାଙ୍ଗିଯାଇଥିବା ଓଉପଦା ବଜାର ଆଜି ଶ୍ରୀହୀନ ହୋଇ ପଡ଼ିଛି। ସବୁ କାନ୍ଦୁଛନ୍ତି ହେଲେ ଏ କୁମ୍ଭୀର କାନ୍ଦଣାରେ କାହାରି ଆଖିରୁ ଲୁହଧାର ତ ଦୂରର କଥା ଆଖି ଟିକେ ଓଦା ହେଉନି। କିନ୍ତୁ ଓଉପଦା ବାସୀଙ୍କ ଆଖିରୁ ଲୁହ ପୋଛିବାକୁ ଅଣ୍ଟା ଭିଡିଛନ୍ତି ଆମନିଲ ଗିରିର ନବନିର୍ବାଚିତ ସମସ୍ତଙ୍କର ସୁଖ ଦୁଃଖର ସାଥୀ ବି ଜେ ପି ବିଧାୟକ ସଂତୋଷ କୁମାର ଖଟୁଆ। ଚଳିତ ବିଧାନ ଶଭାରେ ସେ ଓଉପଦା ର ବିକାଶ କଠାଉଥାଇଛନ୍ତି ବିଧାନସଭାରେ। ମାନନୀୟା ବାଚସ୍ପତିଙ୍କ ଜରିଆରେ ଓଉପଦା ରବିକାଶ କଥା ଉଠାଇ କଣ କହୁଛନ୍ତି ବିଧାୟକ ସନ୍ତୋଷ ଖଟୁଆ ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ।ଭୁବନେଶ୍ୱରରୁ ନିରଂଜନ ପ୍ରସାଦ ବାରିକ ଙ୍କ ରିପୋର୍ଟ ରୁପାଥା ଲିଆ ନିଓଜ

ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ :-ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତର ତ୍ରିଦିବସୀୟ ପ୍ରାନ୍ତୀୟ ପ୍ରଶିକ୍ଷଣ

-: ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ :-ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତର ତ୍ରିଦିବସୀୟ ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ବାଲେଶ୍ଵର ଜିଲ୍ଲା ସ୍ଥିତ ସୋମନାଥ ନଗର, ବିଟ୍ସ କଲେଜ ପ୍ରାଙ୍ଗଣରେ ଗତ 13/ଡିସେମ୍ବର/2024 ରିଖରୁ ଆରମ୍ଭ ହୋଇ ଆଜି ତା:15/ଡିସେମ୍ବର/2024 ଅପରାହ୍ନ 2:30 ବେଳେ ଉଦଯାପିତ ହୋଇଯାଇଛି ! ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅତିଥିଙ୍କ ଦ୍ଵାରା କାର୍ଯ୍ୟକ୍ରମର ଉଦଘାଟନ ଏବଂ ଦ୍ବିତୀୟ ଦିନ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ଅତିଥି କେନ୍ଦ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ମାନନୀୟ ବିନାୟକ ଦେଶ ପାଣ୍ଡେଙ୍କ ଦ୍ଵାରା କାର୍ଯ୍ୟକର୍ତ୍ତାଙ୍କ ଚରିତ୍ର ନିର୍ମାଣ, କର୍ମ କୁଶଳତା, ଶାରୀରିକ କ୍ଷମତା ବୃଦ୍ଧି, ଧୈର୍ଯ୍ୟ ଏବଂ ସଂଯମତା ଶିକ୍ଷା ସହିତ ଧର୍ମ ସଂସ୍କୃତି ଓ ରାଷ୍ଟ୍ରର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବାର ମନୋବୃତ୍ତି ଆଣିବାକୁ ହେବ ବୋଲି କହିଥିଲେ ! ଅନ୍ୟତମ ମୁଖ୍ୟ ଅତିଥି ଭାବେ ପୂର୍ବ କ୍ଷେତ୍ରର କ୍ଷେତ୍ର ସମ୍ପାଦକ ଅମୀୟ ସରକାର କାର୍ଯ୍ୟକର୍ତ୍ତାମାନେ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଜ ଜୀବନର ଆଦର୍ଶ ମାନନ୍ତୁ ବୋଲି କହିବା ସହ ପ୍ରଭୁ ଶ୍ରୀରାମ ଯେପରି ସେତୁ ନିର୍ମାଣ ବେଳେ ସମାଜର ସବୁ ବର୍ଗକୁ ଏକାଠି କରି ଏକ ମହତ୍ କାର୍ଯ୍ୟରେ ନିୟୋଜିତ କରିଥିଲେ, ଆମ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ସେହିପରି ସମାଜର ଅସ୍ପୃଶ୍ୟତା, ଉଚ୍ଚନୀଚ ଭେଦଭାବ ଭୁଲି ରାଷ୍ଟ୍ର ଗଠନ ପାଇଁ ଏକାଠି ହେବା ଆବଶ୍ୟକ ବୋଲି କହିଥିଲେ ! ସେହିଭଳି ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ସମ୍ପାଦକ ଶରତ କୁମାର ପ୍ରଧାନ ମଧ୍ଯ ନିଜ ଉଦବୋଧନରେ କାର୍ଯ୍ୟକର୍ତ୍ତା ବିକାଶରେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି କହିଥିଲେ ! ସେହିଭଳି କାର୍ଯ୍ୟକ୍ରମର ଶେଷ ଦିନରେ ଅନ୍ୟତମ ମୁଖ୍ୟ ଅତିଥି ରୂପେ ଡା. ବସନ୍ତ କୁମାର ରଥ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ଗୁଣ, ବ୍ୟବହାର, କର୍ତ୍ତବ୍ୟ ନିଷ୍ଠ ହେବା ସହ ସମାଜ ପ୍ରତି ସବୁବେଳେ ସମ୍ବେଦନଶୀଳ ରହିବା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ! ଏଥିସହ ଏହି କାର୍ଯ୍ୟକ୍ରମରେ ବିହିପର କାର୍ଯ୍ୟକାରୀ ସଭାପତି ମାନନୀୟ ପବିତ୍ର କୁମାର ସ୍ବାଇଁ , ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ, ଦୁର୍ଗା ବାହିନୀର କେନ୍ଦ୍ରୀୟ ସଂଯୋଜିକା ଶୁଶ୍ରୀ ପ୍ରଜ୍ଞା ପାରମିତା ମହଲା, ପ୍ରାନ୍ତ ଉପସଭାପତି ପ୍ରଶାନ୍ତ ପଣ୍ଡା, ଶିଶିର ସାହୁ, ଜୟନ୍ତୀ ସିଙ୍ଗ, ପ୍ରାନ୍ତ ସହ-ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଅରୁଣ ପାଢି, ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, କେନ୍ଦ୍ରୀୟ ଟ୍ରଷ୍ଟୀ ଭଗବାନ ଦାସ ଖଣ୍ଡେଲବାଲ, ଅଜୟ ଦାଶ, ହରିଶ ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ବଜରଙ୍ଗ ଦଳ ସହ ସଂଯୋଜକ ରାଜୀବ ଖାଡ଼ଙ୍ଗା, ପ୍ରଭାତ ତ୍ରିପାଠୀ, ସନ୍ତୋଷ ନାୟକ ଓ ରଶ୍ମି ରଞ୍ଜନ ଦାଶଙ୍କ ଭଳି ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ !

ମା ଶ୍ରୀରାଦେବୀ ସ୍ପୋର୍ଟସ ଆସୋସିଏସନ 30 ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଚୂଡାନ୍ତ ଟିମି ସରିଯାଇଛି

ଆଜି ମା ଶ୍ରୀରାଦେବୀ ସ୍ପୋର୍ଟସ ଆସୋସିଏସନ 30 ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଚୂଡାନ୍ତ ଟିମି ସରିଯାଇଛି।ସଭାପତି ଙ୍କ ଅଧ୍ୟକ୍ଷତାରେ ସଭ୍ୟ ଉପସ୍ଥିତ ରେ କଉ କଉ ଟିମି ଅଂଶଗ୍ରହଣ କଲେ ଉପସ୍ଥାପନ କରି କିଏ କଉ ସମୟରେ ଆସିବେ ଆଲୋଚନା କରିଥିଲେ। 8 ଗୋଟି ଟିମି ହେଲେ-ବେଣ୍ଡର ପ୍ରାଇଡି ସୋର, ଫ୍ରେଣ୍ଡସ କ୍ଲବ ଅଡା, ଜେଜେସି ବାସୁଦେବପୁର, MSP ବାଲେଶ୍ଵର,11 ଷ୍ଟାର ବୁଢ଼ାଗଡ଼ିଆ,7 ଷ୍ଟାର ରେଲୱେ ସୋର, ଜେଡି କ୍ଲବ ହରିଚନ୍ଦନପୁର, ଚିକୁ ଚେଞ୍ଜର କେଉଁଝର, ।4ଦିନ ଖେଳ ଶାନ୍ତି ଶୁଂକଳା କରିବା ଆଲୋଚନା କରିଥିଲେ ।ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ -ଦେବ ମୁଦୁଲି, ବନ୍ଟି ଦାସ, ଜିତୁ ଦାସ, କିଶୋର ମୁଦୁଲି, ସିପକ ମୁଦୁଲି ଲିପୁ ଦାସ,ଚିନ୍ମୟ ମୁଦୁଲି, ଜିତେନ୍ଦ୍ର ସେଠୀ,ଭଗବାନ ପାତ୍ର, ମହେଶ୍ୱର ସେଠୀ, ସୁଧାଂଶୁ ମୁଦୁଲି, ପ୍ରହଲ୍ଲାଦ ପୁଷ୍ଟି,,ଶରତ ପରିଡା, ସଂଜୟ ଦତ୍ତ,, ।ଡିସେମ୍ବର 29 ,30 2ଦିନ କ୍ୱାର୍ଟର ମ୍ୟାଚ ହେବ,31 ତାରିଖ ଦିନ ସେମିଫାଇନାଲ ମ୍ୟାଚ ହେବ ପତିବର୍ଷ ଭଳି ଜାନୁଆରୀ ମାସ1ତାରିଖ ଦିନ(ନୂଆବର୍ଷ)ଦିନ ଫାଇନାଲ୍ ମ୍ୟାଚ ହେବ।
ଡିସେମ୍ବର29 ପ୍ରଥମ ରାଉଣ୍ଡ ପ୍ରଥମ ମ୍ୟାଚ ଗତ ବର୍ଷ ର ରନର୍ସ ବେଣ୍ଡର ପ୍ରାଇଡି ସୋର ବନାମ ଫ୍ରେଣ୍ଡସ କ୍ଲବ ଅଡା,ଦ୍ୱିତୀୟ ରାଉଣ୍ଡ ଜେଜେସି ବାସୁଦେବପୁର ବନାମ msp ବାଲେଶ୍ଵର, ଡିସେମ୍ବର30-ପ୍ରଥମ ରାଉଣ୍ଡ -11ଷ୍ଟାର ବୁଢ଼ାଗଡ଼ିଆ ବନାମ 7ଷ୍ଟାର ରେଲୱେ ସୋର, ଦ୍ୱିତୀୟ ରାଉଣ୍ଡ -ଚିକୁ ଚେଞ୍ଜର କେଉଁଝର ବନାମ ଗତ ବର୍ଷ ର ଚମ୍ପିୟାନ ଜେଡି କ୍ଲବ ହରିଚନ୍ଦପୁର।ଡିସେମ୍ବର31 ରେ ସେମିଫାଇନାଲ।ଜାନୁଆରୀ1ରେ ଫାଇନାଲ ମ୍ୟାଚ।

ଖଇରା ଗାନ୍ଧୀଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ପାଳିତ

ଖଇରା ଗାନ୍ଧୀଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ପାଳିତଖଇରା,୦୭/୧୨/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ନଛିପୁର ହାଇସ୍କୁଲ ଏବଂ ମଇ ବିଦ୍ୟାଳୟ ପରିସରରେ ଖଇରା ଗାନ୍ଧୀ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପରେ ପ୍ରାକ୍ତନ ଶିକ୍ଷକ ସନାତନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ରଘୁନାଥ ପତ୍ରୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ ହରିହର ପାଣିଗ୍ରାହୀ, ଜିଲ୍ଲା କେନ୍ଦୁଝର, ସମ୍ମାନିତ ବକ୍ତା ଭାବେ ବୁଦ୍ଧିରାମ ପାଣିଗ୍ରାହୀ ଓ ସୁଦର୍ଶନ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, ମଇ ପ୍ରଧାନ ଶିକ୍ଷକ ପରମାନନ୍ଦ ବେହେରା, ଗଗନ ବିହାରୀ ପଣ୍ଡା, ଅଲେଖ ଚରଣ ନାୟକ, ଗୋପାଳ ଚନ୍ଦ୍ର ସେଠୀ, ଲମ୍ବୋଦର ପଣ୍ଡା, ଚିନ୍ତାମଣି ସାହାଣୀ, ମଧୁସୂଦନ ରାଉଳ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ବେଦପାଠ କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନରସିଂହ କୁମାର ପାଣି, ଅତିଥି ପରିଚୟ ପ୍ରଦାନ କରିଥିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ପତ୍ରୀ । ଦିବସ ବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାକ୍ତନ ଶିକ୍ଷକ କ୍ଷେତ୍ରମୋହନ ସେନାପତି ।।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତଖଇରା,୦୭/୧୨/୨୪ – ଅଞ୍ଚଳର ପ୍ରତ୍ୟେକ ସମସ୍ୟାରେ ଜନଜାଗରଣ ମଞ୍ଚ । ଲଢେଇ ମାଧ୍ୟମରେ ଦାବି ହାସଲ କରିବା ଏବଂ ଅଞ୍ଚଳ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ଜନଜାଗରଣ ମଞ୍ଚର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଅତୀତରେ ଯେତେ ଗୁଡିଏ ସମସ୍ୟାକୁ ନେଇ ଦାବି କରିଛି ପ୍ରାୟ ସଫଳ ହୋଇଛି ମଞ୍ଚ । ପୂର୍ବରୁ ଦାବି ହୋଇ ଆସୁଥିବା ବା ରହି ଯାଇଥିବା ଦାବି ଗୁଡିକୁ ହାସଲ କରିବା ପାଇଁ ଅଣ୍ଟା ଭିଡିଛି ମଞ୍ଚ । ଏଥିପାଇଁ ପ୍ରତ୍ୟେକ ମାସ ଏକ ବୈଠକ ହୋଇଥାଏ । ଉକ୍ତ ବୈଠକରେ ପୁରୁଣା ଓ ନୂଆ ଦାବି ସମ୍ବନ୍ଧରେ ଆଲୋଚନା ହୋଇ ନୂତନ ପନ୍ଥା ବାବଦରେ ଆଲୋଚନା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଖଇରା କେନାଲ ଅଫିସ୍ ସମ୍ମୁଖ ଜନଜାଗରଣ ମଞ୍ଚ ପରିସରରେ ରାମକୃଷ୍ଣ ଦାସମହାପାତ୍ର, ଦେବେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ, କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଚିନ୍ମୟୀ ଜେନା, ଅଞ୍ଜଳି ମହାନ୍ତି, ରଶ୍ମିତା ମହାପାତ୍ର ଓ ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରେଳପଥ ନିର୍ମାଣ ଓ ଖଇରା ବଜାରରେ ଯାତ୍ରୀ ବିଶ୍ରାମଗାର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ସଭ୍ୟା ରଶ୍ମିତା ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ସମସ୍ତଙ୍କୁ ଅମୃତବାଣୀ ଶୁଣାଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ।।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଅବକାରୀ ବିଭାଗ ର ବିଭିନ୍ନ ସ୍ଥାନରେ ଚଢ଼ାଉ:୩ ଗିରଫ

ଅବକାରୀ ବିଭାଗ ର ବିଭିନ୍ନ ସ୍ଥାନରେ ଚଢ଼ାଉ:୩ ଗିରଫବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନ ଚଢ଼ାଉ କରି ଚୋରା ମଦ ଓ ଗୋଟେ ବାଇକ ସହ ତିନିଜଣ ଙ୍କୁ ଗିରଫ କରାଯାଇଥିବାର ଜଣାଯାଇଛି ।ଖଇରା ଅବକାରୀ ଥାନା ଏସଆଇ ସୁରଜ କୁମାର ତିଗା ଙ୍କ ନେତୃତ୍ୱରେ ଏଏସଆଇ ଦୁର୍ଯ୍ୟୋଧନ ବେହେରା, ମହିଳା ଏଏସଆଇ ଦୀପିକା ପରିଡା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୁଆଗଢିଆ ଅଞ୍ଚଳ ରୁ ବେତଡା ଗ୍ରାମର ଯଦୁନାଥ ବେହେରା(୬୦),ଜାମଝାଡ଼ି ଅଞ୍ଚଳ ରୁ ରମେଶ ଚନ୍ଦ୍ର ଯେନା(୩୫),କୁପାରି ଅଞ୍ଚଳ ରୁ ମକୁରୁ ନାୟକ ଙ୍କୁ ଅବକାରୀ ବିଭାଗ ଗରିଫ କରିଛି । ମକୁର ନାୟକ ଙ୍କ ଠାରୁ ୮୦ ଲିଟର ମଦ ସହ ଏକ ବାଇକ ଜବଦ ହୋଇଛି । ଅନ୍ୟ ଦୁଇଜଣ ଙ୍କ ଠାରୁ ମଧ୍ୟ ଚୋରା ଦେଶୀ ବିଦେଶୀ ମଦ ଜବଦ ହୋଇ ଥିବାର ଜଣାଯାଇଛି ।ଏହି ଘଟଣାରେ ଯଥାକ୍ରମେ ଖଇରା ଅବକାରୀ ଥାନା କେଶ ନମ୍ବର ୧୯୯/୨୪,୨୦୦/୨୪ ଓ ୨୦୧/୨୪ ମୂଳେ କେଶ ରୁଜୁ ହୋଇଛି ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।