ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡବୁଗୁଡ଼ା:

ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡବୁଗୁଡ଼ା: ତା ୨/୯/୨୦୨୪ ରିଖ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ହରିଜନ ସାହିର ବାସିନ୍ଦା ଟୁଙ୍ଗୁରୁ ନାଇକଙ୍କ ଦୁଇ ବଖରା ଘର ଜଳି ପୋଡି ଯାଇଛି। ସୋମବାର ଅପରାହ୍ନରେ ଘରେ କେହି ନଥିବା ବେଳେ ସର୍ଟ ସର୍କିଟ୍ ହୋଇଥିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଖବର ପାଇ ବୁଗୁଡା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଜଣାପଡିଛି। ବୁଗୁଡ଼ା ରୁ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ବୁଗୁଡ଼ା ପିପୁଲ୍ସ କଲେଜରେ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନରେ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ

ବୁଗୁଡ଼ା ପିପୁଲ୍ସ କଲେଜରେ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନରେ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ର ମନ୍ତ୍ରୀଙ୍କ ଯୋଗଦାନ ତା ୧/୯/୨୦୨୪ ରିଖ ରବିବାର ରୂପାଥାଳିଆ ନ୍ୟୁଜ୍ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ର ବୁଗୁଡ଼ା,୩୧/୦୮/୨୦୨୪ ରିଖ ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଳକ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ବାରା ମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିବା ସହ ସମ୍ମିଳନୀ କକ୍ଷକୁ ପାଛୋଟି ନିଆଯାଇଥିବା ବେଳେ ସେଠାରେ କଲେଜ ଅଧ୍ୟକ୍ଷ ହରି କୃଷ୍ଣ ନାୟକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ, ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କଲେଜର ପ୍ରତିଷ୍ଠାତା ସଦସ୍ୟ ରାମନାରାୟଣ ସାହୁ ଓ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ମନ୍ତ୍ରିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ମନ୍ତ୍ରୀ ନିଜର ବକ୍ତବ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚିତ ମାର୍ଗ ଦର୍ଶନ କରାଇଥିଲେ ଏବଂ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥି ସହିତ ମନ୍ତ୍ରୀଙ୍କ ଦ୍ବାରା ରୁସା ଅନୁଦାନରେ ପୁନରୁଦ୍ଧାର ଏକାଡେମୀକ୍ ବ୍ଲକ୍ ଉଦ୍ଘାଟିତ ହୋଇଥିଲା । ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ସହ କଲେଜ୍ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ। ଶନିବାର ଦିନ ମନ୍ତ୍ରୀ ସ୍ବାୟତ୍ତ ଶାସନ ଦିବସ ଅବସରରେ ବୁଗୁଡ଼ା ବ୍ଲକର ହରିଶରଣପୁର ଗ୍ରାମର ଚାନ୍ଦିନୀ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ର ଉଦଘାଟନ ଓ ମାଉସୀ ମା ମନ୍ଦିରର ଆଡ଼ପ ମଣ୍ଡପ ଗୃହ ଶୁଭ ଉଦଘାଟନ ଏବଂ ବୀରଧନଞ୍ଜୟପୁର ଶାସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଗୁଡ଼ା ଠାରେ ମାଛ ମାର୍କେଟ କମ୍ପ୍ଲେକ୍ସ ଓ ପିଣ୍ଡିର ଶୁଭ ଉଦଘାଟନ କରିଥିଲେ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବାୟତ ଶାସନ ଦିବସ ଉପଲକ୍ଷେ ଯୋଗ ଦେଇଥିବା ଜଣାପଡ଼ିଛି ।

ଖଇରା ଆଇଆଇସିଙ୍କୁ ଜନହିତକର ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଖଇରା ଆଇଆଇସିଙ୍କୁ ଜନହିତକର ସଂଘ ପକ୍ଷରୁ ସମ୍ବର୍ଦ୍ଧନା।ବାଲେଶ୍ଵର ଜିଲ୍ଲା ଖଇରା ଥାନା ବିଗତ ଦୁଇବର୍ଷ ଧରି ଖଇରା ଅଞ୍ଚଳରେ ଅରାଜକତା କୁ ଦୃଢ଼ ହସ୍ତ ରେ ଦମନ କରୁଥିବା ଥାନା ଅଧିକାରୀ ଙ୍କର କାର୍ଯ୍ୟକାଳ ସରି ଯାଇଛି। ଦକ୍ଷ ଅଧିକାରୀ ଗୟାଧର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛି ଲୋକ ମାନଙ୍କର ଦୁଃଖରେ ସାଥୀ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନହିତ ଯୁବକ ସଂଘ। ସଂଘର ଏକ ଦଶ ଜଣିଆ ଦଳ ଶୁକ୍ରବାର ଶ୍ରୀ ବେହେରା ଙ୍କୁ ସାକ୍ଷାତ କରି ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ ବେହେରା ତାଙ୍କ କାର୍ଯ୍ୟକାଳ ରେ ଅସହାୟ ଗରିବ ଲୋକଙ୍କୁ ଯେଉଁ ସେବା ଦେଇଛନ୍ତି ତାହା ଅବର୍ଣ୍ଣନୀୟ ବୋଲି ସଂଘ ସଭାପତି ସୁରେଶ ରାଉତ କହିଛନ୍ତି। ଅବସର ପରେ ବି ସଂଘ ସହିତ ସମ୍ପର୍କ ରେ ରହି ମାର୍ଗଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ବେହେରା ସଂଘକୁ କଥା ଦେଇଛନ୍ତି। ଏହି ସମ୍ବର୍ଧନା ସଭାରେ ସଭାପତି, ସମ୍ପାଦକ , କୋଷାଧ୍ୟକ୍ଷ, କାର୍ଯ୍ୟକ୍ରମ ସମ୍ପାଦକ, ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଖଇରା ଆଇଆଇସିଙ୍କୁ ଜନହିତକର ସଂଘ ପକ୍ଷରୁ ସମ୍ବର୍ଦ୍ଧିନା

ଖଇରା ଆଇଆଇସିଙ୍କୁ ଜନହିତକର ସଂଘ ପକ୍ଷରୁ ସମ୍ବର୍ଦ୍ଧିନା।ବାଲେଶ୍ଵର ଜିଲ୍ଲା ଖଇରା ଥାନା ବିଗତ ଦୁଇବର୍ଷ ଧରି ଖଇରା ଅଞ୍ଚଳରେ ଅରାଜକତା କୁ ଦୃଢ଼ ହସ୍ତ ରେ ଦମନ କରୁଥିବା ଥାନା ଅଧିକାରୀ ଙ୍କର କାର୍ଯ୍ୟକାଳ ସରି ଯାଇଛି। ଦକ୍ଷ ଅଧିକାରୀ ଗୟାଧର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛି ଲୋକ ମାନଙ୍କର ଦୁଃଖରେ ସାଥୀ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନହିତ ଯୁବକ ସଂଘ। ସଂଘର ଏକ ଦଶ ଜଣିଆ ଦଳ ଶୁକ୍ରବାର ଶ୍ରୀ ବେହେରା ଙ୍କୁ ସାକ୍ଷାତ କରି ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ ବେହେରା ତାଙ୍କ କାର୍ଯ୍ୟକାଳ ରେ ଅସହାୟ ଗରିବ ଲୋକଙ୍କୁ ଯେଉଁ ସେବା ଦେଇଛନ୍ତି ତାହା ଅବର୍ଣ୍ଣନୀୟ ବୋଲି ସଂଘ ସଭାପତି ସୁରେଶ ରାଉତ କହିଛନ୍ତି। ଅବସର ପରେ ବି ସଂଘ ସହିତ ସମ୍ପର୍କ ରେ ରହି ମାର୍ଗଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ବେହେରା ସଂଘକୁ କଥା ଦେଇଛନ୍ତି। ଏହି ସମ୍ବର୍ଧନା ସଭାରେ ସଭାପତି, ସମ୍ପାଦକ , କୋଷାଧ୍ୟକ୍ଷ, କାର୍ଯ୍ୟକ୍ରମ ସମ୍ପାଦକ, ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଡୁଙ୍ଗୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ଦେହାନ୍ତ

ଡୁଙ୍ଗୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ଦେହାନ୍ତ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଖଇରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଡୁଙ୍ଗୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡଃ ଅମରଜିତ୍ ମହାପାତ୍ର (୪୮) ବର୍ଷ ମୃତ୍ୟୁ ବରଣ କରିଛନ୍ତି, ଘଟଣାରୁ ଜଣାପଡ଼ିଛି ଡଃ ମହାପାତ୍ରଙ୍କୁ ଲିଭର କେନସର ଓ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସମୟରେ ଡାକ୍ତରଙ୍କୁ ତାଙ୍କୁ ମୃତ୍ୟୁ ଘୋଷଣା କରିନଥିଲେ। ତାଙ୍କର ଜନ୍ମସ୍ଥାନ କୁପାରୀର ଅଟେ, ତାଙ୍କର ଏକ ମାତ୍ର ଝିଅ ଅଷ୍ଟମ ଶ୍ରେଣୀର ଅଧ୍ୟୟନ କରୁଛନ୍ତି, ଡଃ ମହାପାତ୍ର ଜଣେ ଅତି ଆପଣାର ଅତ୍ୟନ୍ତ ମେଳାପି,ଭଦ୍ର, ଦରଦୀ,ସରଳ,ଓ ନମ୍ର ସ୍ବଭାବ ବ୍ୟକ୍ତିତ୍ଵ ଥିଲେ, ଆଜି ଆଉ ସେ ଦୁନିଆରେ ନାହାଁନ୍ତି, ତାଙ୍କର ମୃତ୍ଯ ଖବର ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ଦେଇ ତାଙ୍କରି ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଏହା ପରେ ମରଶରୀରକୁ କୁମାରୀ ସ୍ଥିତ ବାସଭବନକୁ ଏକ ଶୋଭାଯାତ୍ରାରେ ନେଇ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗ ଦ୍ବାର ନେବା ପାଇଁ ପରିବାରବର୍ଗ ଓ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଶତ୍ରୁତା ଦାସ ଅନ୍ୟ ମାନେ କହିଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଡେଙ୍ଗୁ ରୋଗରେ ବେଙ୍ଗାଳୁରୁ ରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,ବାଲେଶ୍ଵର

ଡେଙ୍ଗୁ ରୋଗରେ ବେଙ୍ଗାଳୁରୁ ରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,ବାଲେଶ୍ଵର ଜିଲ୍ଲା ଖଇରା ବ୍କକ ସିମୁଳିଆ ଥାନ ଅଧିନ ଜଳଙ୍ଗ ଗଣ୍ଡିବେଡ ଗ୍ରାମର ଅମୂଲ୍ୟ ଦାସ (୨୮) ଙ୍କ ବେଙ୍ଗାଳୁରୁରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଆରଟି ବିଲ ଥାନା ଅଧୀନରେ ବେବି ଗାରମେଣ୍ଟ ନାମକ କପଡା କମ୍ପାନୀରେ କାମ କରୁଥିବା ଅମୂଲ୍ୟ ସୋମବାର ସନ୍ଧ୍ୟାରେ କମ୍ପାନୀରୁ ଫେରି ରାତିରେ ଶୋଇଥିଲେ। ସକାଳେ ତାଙ୍କ ଶରୀରର କ୍ଷତବିକ୍ଷତ ଅବସ୍ଥାରେ ଶୋଇବା ଘରୁ ମିଳିଥିଲା। ପୋଲିସ ଘରକୁ ଜଣାଇଥିଲେ ହେଁ ଭୂମିହୀନ ପରିବାର ହୋଇଥିବାରୁ ମୃତ୍ୟୁ ଦେହ ଅଣାଯାଇ ପାରି ନଂ ଥିଲା। ମୃତ୍ୟୁ ଦେହ ବ୍ୟବଚ୍ଛେଦ ପରେ ବିଜୟଓଡାରେ ରହୁଥିବା ଜଣେ ଭଉଣୀ ଭିଣୋଇ ପହଞି ଶବ ସତ୍କାର କରିଥିଲେ। ତାଙ୍କ ପୁଅକୁ ହତ୍ୟା କରାଯାଇଛି, ହତ୍ୟାକାରୀଙ୍କୁ ଖୋଜି ବାହାର କରିବାକୁ ମାଆ ଅନିତା ଦାସ,ମାଣିତ୍ର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ନିହାତି ଗରିବ ଏହି ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଖଇରାରେ ନୂତନ ଭାବେ ତହସିଲଦାରଙ୍କ ଯୋଗଦାନବାଲେଶ୍ଵର ଜିଲ୍ଲା

ଖଇରାରେ ନୂତନ ଭାବେ ତହସିଲଦାରଙ୍କ ଯୋଗଦାନ,ବାଲେଶ୍ଵର ଜିଲ୍ଲା ଖଇରାରେ ଜିତେନ୍ଦ୍ର କୁମାର ମୁର୍ମୁ,ତହସିଲଦାର ଭାବେ ଆଜି ତା୩୦.୦୮.୨୦୨୪ ରିଖ ଦିନ ପ୍ରଥମେ ବାଲେଶ୍ଵର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଯୋଗଦାନ କରିବା ପରେ ଜିଲ୍ଲା ସ୍ତରରେ ରାଜସ୍ବ ବିଭାଗର ମିଟିଂ ରେ ଯୋଗ ଦେଲା ପରେ ଖଇରା ତହସିଲ କାର୍ଯ୍ୟାଳୟରେ ଅପରାହ୍ନ ରେ ନିଜ କାର୍ଯ୍ୟ ଯୋଗଦାନ କରିଛନ୍ତି ,ଶ୍ରୀ ମୁର୍ମୁ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ତହସିଲରେ ଅବସ୍ଥାପିତ ଥିଲେ, ଖଇରାରେ ପୂର୍ବରୁ ଥିବା ସବ୍ୟସାଚୀ ଜେନା କୋରାପୁଟ ଜିଲ୍ଲା ଜୟପୁର ତହସିଲଦାର ଭାବେ ବଦଳି ହୋଇଯାଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର କରିଥିଲେ କିପରି ଖଇରା ତହସିଲ କାର୍ଯ୍ଯ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ ,ଶ୍ରୀ ମୁର୍ମୁ କହିଛନ୍ତି କାର୍ଯ୍ୟାଳୟ କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ ମିଳିତଭାବେ ସମସ୍ତ କାର୍ଯ୍ୟ କରିବା ପାଇଁ କହିଥିଲେ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ବିଲରେ କାମ କରୁଥିବା ବେଳେ ଦିନ ବାର ଟା ସମୟରେ ବଜ୍ରପାତ

ସାମ୍ନା କୁ ଆସିଲା ବଡ ଖବରଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଵନ୍ଦାଳ ଗ୍ରାମର କରୁଣୀ ବେହେରା ଙ୍କ ବଡ ପୁତ୍ର ରମେଶ ବେହେରା ବୟସ (୫୪)ବିଲରେ କାମ କରୁଥିବା ବେଳେ ଦିନ ବାର ଟା ସମୟରେ ବଜ୍ରପାତ ହେବାରୁ ସେ ମୃତ୍ୟୁ ବରଣ କରିଛନ୍ତି

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗଖଇରା,୨୩/୮/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ଗ୍ରାମପଞ୍ଚାୟତ ସରପଞ୍ଚ ରଘୁନାଥ ଯେନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ୱାର୍ଡର ସଭ୍ୟସଭ୍ୟା ମାନେ । ଦୀର୍ଘ ଅଢେଇ ବର୍ଷ ଧରି ସରପଞ୍ଚ ଶ୍ରୀ ଯେନା କୌଣସି ୱାର୍ଡ ସଭ୍ୟସଭ୍ଯାଙ୍କୁ ନ ପଚାରି ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ମନମୁଖି ଭାବେ କରି ଚାଲିଛନ୍ତି । ପଞ୍ଚାୟତର ମାସିକିଆ ବୈଠକରେ ଏ ବିଷୟରେ ପ୍ରଶ୍ନ କଲେ ଅସମ୍ମାନ କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି । କୌଣସି କାମ ବାବଦରେ ଜାଣିବାକୁ ଚାହିଁଲେ ବାହାର ଲୋକ ମାଧ୍ୟମରେ ଧମକ ଦେଉଛନ୍ତି । ପ୍ରତ୍ୟେକ ୱାର୍ଡରେ ହେଉଥିବା ସରକାରୀ କାର୍ଯ୍ୟକ୍ରମକୁ ସଭ୍ଯସଭ୍ଯା ମାନଙ୍କୁ ଡାକୁ ନାହାନ୍ତି । ପ୍ରତ୍ୟେକ ଉନ୍ନତି ମୂଳକ କାମରେ ଠିକାଦାରଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତକୁ ଆସିଥିବା ସରକାରୀ ଅର୍ଥ ପ୍ରାୟ ୭୦ ଲକ୍ଷ ଟଙ୍କା କାର୍ଯ୍ୟ ନହୋଇ ପଡିରହିଛି । ଏ ବାବଦରେ ପଚାରିବାରୁ ଧମକ ଦେଉଛନ୍ତି । ଏଣୁ ସରପଞ୍ଚ ଶ୍ରୀ ଯେନାଙ୍କ ଉପରେ ଆସ୍ଥା ହରାଇ ଗ୍ରାମପଞ୍ଚାୟତ ଆଇନ୍ ଧାରା ୨୪ ଅନୁଯାୟୀ ସରପଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ ଶମିଷ୍ଠା ମାଝୀ ଏବଂ ୧୩ ନମ୍ବର ୱାର୍ଡ ମେମ୍ବର ପାଣ୍ଡବ ମାଝୀ । ଅଭିଯୋଗଟିକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଅଭିଯୋଗକାରୀଙ୍କୁ କହିଛନ୍ତି ଉପଜିଲ୍ଲାପାଳ ।।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ବିଦ୍ୟାଳୟକୁ ସାମଗ୍ରୀ ପ୍ରଦାନ କଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ

ବିଦ୍ୟାଳୟକୁ ସାମଗ୍ରୀ ପ୍ରଦାନ କଲେ ଶିକ୍ଷକ ଓ ଶିକ୍ଷୟିତ୍ରୀଖଇରା,୨୨/୮/୨୪- ବାଲେଶ୍ଵର ଜିଲ୍ଲା ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସେବା ନିବୃତ୍ତ ଓ ରହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଆକ୍ବାଗାର୍ଡ, ୱାସିଂ ବେସିନ୍ ଓ ବଡ଼ ୱାଲ୍ କ୍ଲକ୍ ପ୍ରଦାନ କରିଛନ୍ତି । ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ଯକ୍ଷ ପ୍ରଦୀପ କୁମାର ସାହୁ ଓ ସଭ୍ଯସଭ୍ଯା ମାନଙ୍କ ଉପସ୍ଥିତରେ ଉପରୋକ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ସହ-ଶିକ୍ଷୟିତ୍ରୀ ସବିତା ପାଣିଗ୍ରାହୀ, ବାସନ୍ତୀ ନାୟକ, କୈଳାସ ଚନ୍ଦ୍ର ମାଝୀ, ହରେକୃଷ୍ଣ ବିଶ୍ବାଳ ଓ ଯମୁନା ବାରିକ ଏବଂ ସେବା ରହିତ ଶିକ୍ଷକ ଗୌରାଙ୍ଗ ଚରଣ ମୁଖି, ଶିକ୍ଷୟିତ୍ରୀ ଇତିସ୍ମିତା ସେଠୀ ଓରଫ ରିଙ୍କି । ଅଧ୍ଯକ୍ଷ ଶ୍ରୀ ସାହୁ ସାମଗ୍ରୀ ଗ୍ରହଣ କରି ଅବସର ଗ୍ରହଣ କରିଥିବାଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।