ପୁଣି ମାତିଲେ ହାଣ୍ଡିଆ ଗ୍ରାମବାସୀ

ଜଗତସିଂହପୁର :୨୨/୦୨ (ପ୍ର ସା) ପୁଣି ମାତିଲେ ହାଣ୍ଡିଆ ଗ୍ରାମବାସୀ ଜେସିବି ଆଗରେ ବସିଲେ , କାମକୁ ମଧ୍ଯ ବିରୋଧ କଲେ | ପରିସ୍ଥିତି ଉତେଜନା ହେବାରୁ କାମ କରିବାକୁ ଆସିଥିବା ଜେସିବି ଫେରିଗଲା | ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ପାରାଦୀପ୍ ହାଣ୍ଡିଆ ଗ୍ରାମ ପାଖରେ |×ଆର୍ସେଲର ମିତ୍ତଲ କମ୍ପାନୀ ର ବାଉଣ୍ଡ୍ରୀ କାମ ପାଇଁ ମାଟି ଘେରିବନ୍ଧ ନିର୍ମାଣ କିଛି ଠିକାଦାର ନେଇଥିବା ବେଳେ ଲୋକମାନେ ଏହି କାମ କୁ କରାଇ ଦେଉନାହାନ୍ତି | କମ୍ପାନୀ ପାଇଁ ସମ୍ପୂର୍ଣ୍ଣ ହାଣ୍ଡିଆ ଗ୍ରାମ ଟି ବିସ୍ଥାପିତ ହେଉଥିବା ବେଳେ ସେମାନଙ୍କୁ ଥଇଥାନ କରାଯିବା , ପରିବାର ର ଜଣଙ୍କୁ ଚାକିରି ଦେବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ଦାବି କରି ଆସୁଥିବା ବେଳେ କମ୍ପାନୀ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ଗତ ତିନିମାସ ତଳେ ଏହିଭଳି ସମସ୍ୟା ଉପୁଜୁଥିବା ଓ କମ୍ପାନୀ କର୍ତ୍ତୃପକ୍ଷ ଏହାର ସମାଧନ ପାଇଁ ଆଜି ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରିଥିବା ଦେଖାଯାଇଥିଲା | କିନ୍ତୁ ପୁଣି ସମସ୍ୟା ର ସମାଧାନ ନକରି କିଛି ଠିକାଦାର ଆଜି କାର୍ଯ୍ୟ କରୁଥିବା ଖବର ପାଇ ଗ୍ରାମବାସୀ ମାନେ ଆଜି କାମ କୁ ବନ୍ଦ କରୁଥିବା ଦେଖାଯାଇଛି

ଗରିବ ନିରହ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ଜରି ପାଲ ତଳେ ବିତୁଛି ଜୀବନ

କାମାକ୍ଷାନଗର:୨୧/୦୨ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ମାଳପୁରା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ହୁଦୟ ବିଦାରକ ଦୃଶ୍ୟ ଏକ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ଜରି ପାଲ ତଳେ ବିତୁଛି ଜୀବନ ଘର ଟିଏ ପାଇଁ କରୁ ଛନ୍ତି ଆକୁଳ ନିବେଦନ ମହିଳା ଜଣ କ ହେଲେ ମାଳପୁରା ଗ୍ରାମ ର ବିଜୟ ନାୟକ ଙ୍କ ପତ୍ନୀ ଅମୁଲ୍ୟ ନାୟକ ଦୁଇ ବର୍ଷ ହେବ ସ୍ୱାମୀ ଙ୍କ ର ମୃତ୍ୟୁ ହୋଇ ଥିବା ବେଳେ ଅମୁଲ୍ୟ ଙ୍କ ଜୀବନ ରେ ଦୁଃଖ ର ପାହାଡ଼ ଲଦି ହୋଇ ଜାଇ ଥିଲା ପାଖରେ ଥିଲେ ଦୁଇ ସନ୍ତାନ ବଡ଼ ପୁଅ ଟି ପାଗଳ ଓ ସାନ ପୁଅ କୁ ଧରି ବିତୁଛି ଜୀବନ ଘର ଖଣ୍ଡେ ପାଇଁ ସମସ୍ତ ଙ୍କୁ ଗୁହାରି କଲେ ଵି ଫଳ ସୁନୁ ସରକାର ଙ୍କ ମାଳ ମାଳ ଯୋଜନା ଥିବା ବେଳେ ଏ ବିଧବା ହତ ଭାଗା ମହିଳା ଟି ସେଏଥିରୁ ବଞ୍ଚିତ ଦେଡ ବର୍ଷ ତଳେ ଘର ପୋଡି ରେ ଘର ଟି ପୋଡି ଜାଇ ଥିବା ବେଳେ ସରକାର ଙ୍କ ତରଫରୁ ମିଳିଛି ଏ କ ଦରିପାଲ ପାଲ ସାଜିଛି ଆଶା ବାଡ଼ି ପ୍ରଶାସନ କେବେ ଏ ବିଧବା ମହିଳା ଙ୍କୁ ସାହାଯ୍ୟ ର ହାତ ବଢା଼ଉ ଛନ୍ତି ତାହା ଦେଖିବାକୁ ବାକି ରହିଲା

ଚଣ୍ଡୀ ଠାକୁରାଣୀ ଶୈବପୀଠ ରେ ମହାଶିବରାତ୍ରି ରେ ମହାଦୀପ ପ୍ରଜ୍ବଳନ ଓ ଉଜ୍ଜ୍ୱଳ ଆଲୋକ କରଣ

ଖଇରା:୧୯/୦୨( ପଦ୍ମଲୋଚନ ଦାସ ଙ୍କ ରିପୋର୍ଟ)

ଚଣ୍ଡୀ ଠାକୁରାଣୀ ଶୈବପୀଠ ରେ ମହାଶିବରାତ୍ରି ରେ ମହାଦୀପ ପ୍ରଜ୍ବଳନ ଓ ଉଜ୍ଜ୍ୱଳ ଆଲୋକ କରଣ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ମା ଚଣ୍ଡୀ ଠାକୁରାଣୀ ଶକ୍ତିପୀଠର ଚର୍ତୁ ପାର୍ଶ୍ଵରେ ସ୍ଥାୟୀ ଭାବେ ଆଲୋକ କରଣ ଟ୍ରଷ୍ଟ ବୋର୍ଡ ଦ୍ବାରା ସମ୍ପୂର୍ଣ୍ଣ କରାଯାଇଥିଲା, ସେହିପରି ମୁକ୍ତି ପୀଠରେ ଭକ୍ତମାନଙ୍କ ଏକ ବିଶ୍ରାମ ଘର ତିଆରି ନିମନ୍ତେ ଖଇରା ଅତିରିକ୍ତ ତହସିଲଦାର ଶ୍ରୀ ଗଦାଧର ସେଠୀ, ସିମୁଳୀଆ ଭାରପ୍ରାପ୍ତ ଅଧିକାରୀ, ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେହିପରି ବାଲେଶ୍ଵର ଇଲେକ୍ରି ଠିକାଦାର ବି,କେ, ଚଉଦୁର, ମାଣୀତ୍ରୀ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସହିତ ସଭ୍ଯ ମାନସକୁମାର ଦାସ, ଗୋଟିଏ ଗୋଟିଏ ଲୁହା ଚେୟାର ଦାନ କରିଥିଲେ, ଶେଷରେ ସନ୍ଧ୍ୟାରେ ଗଣେଶ ଭଜନ ପରିବେଷଣ କରାଯାଇଥିଲା, ରାତି ୧୧ସମୟରେ ଶହଶହ ଭକ୍ତମାନେ ଶିବ ମନ୍ଦିର ରେ ଦୀପଜାଳି ବାବଙ୍କ ଠାରେ ନିଜ ନିଜର ମନସ୍କାମନା ଜଣାଇଥିଲେ, ମନ୍ଦିର ର ସେବାୟତମାନେ ସର୍ବ ଶ୍ରୀ ପୂଜକ ଉମାକାନ୍ତ ତିଆଡି, ଉପେନ୍ଦ୍ର ତିଆଡି, ବେଣୁଧର ତିଆଡି, ଏବଂ ଟ୍ରଷ୍ଟର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ମହାଶିବରାତ୍ରି କୂ ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ପରମ୍ପରା ଜାଗର ପାଳନ ହୋଇଥିଲା, ଏଥିରେ ଟ୍ରଷ୍ଟ ବୋର୍ଡ ର ସଭାପତି ମାନସକୁମାର ଦାସ ସମସ୍ତ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ,