ଆରପାରିରେ ପିଣ୍ଟୁ ନନ୍ଦ

ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ, ଦୀର୍ଘ ମାସେ ଧରି ଥିଲେ ଚିକିତ୍ସାରତ
ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍‌ ।

ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍‌ । ସେ ହେଉଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ସେ ଦୀର୍ଘ ମାସାଧିକାଳ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ସେ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି ।

ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ । ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଇ ସାହାଯ୍ୟ କରାଯାଇଥିଲା। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ । ସମସ୍ତଙ୍କୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ।
ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ରହିଆସିଥିଲେ । ପିଣ୍ଟୁ ନନ୍ଦଙ୍କୁ ଦର୍ଶକ କେତେବେଳେ ଖଳନାୟକ, କେତେବେଳେ ସହନାୟକ ତ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।
ସିନେ ପରଦାରେ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେତେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା ।

ଟେଲିଫିଲ୍ମରୁ ସେ ତାଙ୍କର କାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩)
ବୟସ ବେଶି ହୋଇନି ହେଲେ ଲିଭର ସୋରିଆସିସ୍ ଭଳି ଏକ ଗୁରୁତର ରୋଗ ତାଙ୍କୁ କବଳିତ କରିଥିଲା। ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସାରା ସିନେ ଜଗତ ପ୍ରାର୍ଥନା କରିଥିଲା । ହେଲେ ଶେଷରେ ସେ ସମସ୍ତଙ୍କୁ ଛାଡି ପରପାରିକୁ ଚାଲିଯାଇଛନ୍ତି ।

ମାନ୍ୟବର ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ,ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିୟନ୍ତ୍ରିତ ବଜାର କମିଟି ରାହାମା କାର୍ଯ୍ୟାଳୟ ପରିଦର୍ଶନ

ଜଗତସିଂହପୁର ତା 25/02/2023 ରିଖ ଶନିବାର ସାରଳା ମହାବିଦ୍ୟାଳୟ ରାହାମାର ଛାତ୍ର ସଂସଦ ବାର୍ଷିକ ସମାରୋହରେ ଯୋଗଦେବା ଅବସରରେ ମାନ୍ୟବର ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ମହୋଦୟ ସମବାୟ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶାସରକାର ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାଏଙ୍କ ଅନୁରୋଧ କ୍ରମେ ରାହାମାରେ ଥିବା ନିୟନ୍ତ୍ରିତ ବଜାର କମିଟି ରାହାମା କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ତାଙ୍କ ଆଗମନରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ଜାତୀୟ ମୁଖପାତ୍ର ଓ ଓଡିଶା ରାଜ୍ୟ ସମ୍ପାଦକ ଡ଼ଃ ସୁନାକର ବେହେରା ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିବାସହିତ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ବୋର୍ଡର ଉପଦେଷ୍ଟା ଶ୍ରୀମତୀ ସବିତା ମହାପାତ୍ର,ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଜଙ୍ଗ ଶ୍ରୀମତୀ ନିନାରାଣୀ ସାହୁ,ନିୟନ୍ତ୍ରିତ ବଜାର କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାନ୍ତି,ପ୍ରଭଞ୍ଜନ ରାଉତରାୟ ,ଶ୍ରୀମତୀ ପ୍ରଭାତୀ ମାଡାମ ଙ୍କ ସହିତ ସମ୍ପାଦକ ବିଶ୍ୱନାଥ ମହାନ୍ତି,ଶୁଭପ୍ରସାଦ ବିଶ୍ୱାଳ ଏବଂ ଅନ୍ୟାନ ସଭ୍ୟ ଓ ବରିଷ୍ଠ କୃଷକ ବନ୍ଧୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ.ସମାଜସେବୀ ଡ଼ଃ ବେହେରା ମନ୍ତ୍ରୀ ମହୋଦୟ ଓ ବିଧାୟକଙ୍କ ସହିତ ପରିଚାଳନା ସମିତିର ସଭ୍ୟ/ସଭ୍ୟା ମାନଙ୍କୁ ରାହାମା ଆ:ର:ଏମ:ସିର ସର୍ବାଙ୍ଗୀନ ଉନ୍ନତି ଓ କୃଷକ ବଜାର ନିମନ୍ତେ 54″ବଖରା ମାର୍କେଟ କମ୍ପ୍ଲେକ୍ସ ରାହାମା ଲଟେରୀଦ୍ୱାରା ବଣ୍ଟନ ହୋଇଥିଲେ ମଧ୍ୟ ଆଜକୁ ଦୁଇ ମାସରୁ ଅଧିକ ସମୟ ହୋଇ ଗଲାଣି ଦୋକାନ ଗୃହ ଖୋଲାଯାଇ ପାରୁନାହିଁ କାରଣ ସରକାରଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା ମଧ୍ୟରେ ଆରଏମସି ଦ୍ୱାରା ନିର୍ମାଣ କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ ଚାଷୀଙ୍କପାଇଁ ସର୍ବନିମ୍ନ ଭଡା ରହିଥିବା ସ୍ଥଳେ ରାହାମାରେ ତାର ବ୍ୟତିକ୍ରମ ଅନ୍ୟାନ୍ୟ ବଜାରରେ ସିକୁରିଟି ପଚାଶ ହଜାର ଥିବାସ୍ଥଳେ ରାହାମା ଆରଏମସି ଦୁଇ ଲକ୍ଷରୁ ଅଢେଇ ଲକ୍ଷ୍ୟ ଟଙ୍କା ନେବା ସହିତ ଉକ୍ତ ଗୃହର ମାସିକ ଭଡା ତଳ ଓ ଉପର ଗୃହକୁ ଚାରି ହଜାର ଥିବାସ୍ଥଳେ ପଛପଟ କମ୍ପ୍ଲେକ୍ସ ଗୃହ ସମପରି ଅଢେଇ ହଜାର ମଧ୍ୟରେ ରହିଅଛି. ଜଣେ ସାଧାରଣ ଚାଷୀଟିଏ ଲଟେରୀ ଚୟନ ଦ୍ୱାରା ଗୃହଟି ପାଇଥିଲେ ମଧ୍ୟ ଭଡାର ଆର୍ଥିକ ବୋଝ ଅସହ୍ୟ ହୋଇ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି. ସାଧାରଣ ବୁଦ୍ଧିଜୀବୀ ମହଲରେ ଏହାକୁନେଇ ଆଲୋଚନା ଲାଗିରହିଛି. ବେସରକାରୀ ଘରଭଡ଼ା ଠାରୁ ଦୁଇଗୁଣ ଅଧିକ ଭଡା କିପରି କମିଟିଦ୍ୱାରା ସ୍ଥିର କରାଗଲା ଏହାକୁ ନେଇ ସାଧାରଣରେ ପ୍ରଶ୍ନ.ଆହୁରୀଏକ ସମସ୍ୟା ମାର୍କେଟ କମ୍ପ୍ଲେକ୍ସ ସମୁଖକୁ ପକା କଂକ୍ରିଟ କରାଯାଇ ନଥିବାରୁ ଦୋକାନ ଖୋଲିବା ସମ୍ଭବ ହୋଇ ପାରୁନାହିଁ କି ଅସାଧୁ ମାଲଗାଡି ଡ୍ରାଇଭର ଓ ମାଲିକମାନେ ପ୍ରତେକ ଦିନ 20 ରୁ 30ଟି ନିଜର ଗାଡିଗୁଡିକୁ ଭଡା ଉଦ୍ଦେଶ୍ୟରେ ଠିଆ କରିବାଦ୍ବାରା ଘର ପାଇଥିବା ଚାଷୀଟି ନିଜର ପଣ୍ୟଦ୍ରବ୍ୟ ବିକ୍ରୟ କୁ ନେଇ ଚିନ୍ତିତ ରହିଅଛି.ଏହିସବୁ କାରଣକୁ ପ୍ରମୁଖ ଗୁରୁତ୍ୱର ସହ ବିଚାର କରିବାକୁ ମାନ୍ୟବର ମନ୍ତ୍ରୀ,ବିଧାୟକ ଓ ଆରଏମସି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲପାଳ ପାରାଦ୍ୱୀପଙ୍କୁ ଶ୍ରୀଯୁକ୍ତ ବେହେରା ଦୃଷ୍ଟି ଗୋଚର କରି ନିବେଦନ କରିଅଛନ୍ତି.ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଢିଙ୍କିଆ ପଞ୍ଚାୟତରେ ବିଜେଡି ପକ୍ଷରୁ ବୈଠକ

ଏରସମା :୨୬/୦୨ ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସବୁଠାରୁ ବହୁ ଚର୍ଚ୍ଚିତ ଆଉ ଦଳୀୟ ସଂଗଠନ ଦୃଷ୍ଟିକୋଣରୁ ଆଗୁଆ ଆଉ ଶୃଙ୍ଖଳିତ ପଞ୍ଚାୟତ ଭାବେ ପରିଚିତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ରେ ଦଳୀୟ ସାଂଗଠନିକ ଅଗ୍ରଣୀ କର୍ମୀ ଏବଂ ମୁରବୀ ମାନଙ୍କ ବୈଠକ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ଅକ୍ଷୟ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାଚନ ପରେ ଦଳୀୟ ସଂଗଠନ ଆଉ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ କର୍ମୀଙ୍କୁ ଏକତା ହୋଇ କିପରି ଦଳୀୟ ସଂଗଠନ ମଜବୁତ୍ ହେବ ଆଗକୁ ବଢାଇବା ପାଇଁ ସେଥିନେଇ ଆଲୋଚନା କରାଯାଇଛି। ଉକ୍ତ ସାଂଗଠନିକ ସମିକ୍ଷ୍ୟା ବୈଠକ ରେ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କିଶୋର କୁମାର ପରିଡ଼ା ଏବଂ ଦଳୀୟ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀଯୁକ୍ତ ଫକୀର ଦାସ ଙ୍କ ସମେତ ପଞ୍ଚାୟତ ଅଧୀନ ସମସ୍ତ ରାଜସ୍ୱ ଗ୍ରାମର ଦଳୀୟ ଅଗ୍ରଣୀ କର୍ମୀ ଏବଂ ମୁରବୀ ମାନେ ଯୋଗ ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ଦଳୀୟ ନେତୃତ୍ବଙ୍କ ହାତମୁଠାକୁ ଟାଣ କରିବା ସହିତ ଦଳୀୟ ସଂଗଠନ ଏକତା ପାଇଁ କର୍ମୀ ମାନେ ଏକ ସ୍ୱରରେ ମତ ପୋଷଣ କରିଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଅଭିରାମପରମହଂସ ଙ୍କ ଆଶ୍ରମରେ ଜିଲ୍ଲା ସାଂଗଠନିକ ବୈଠକ

କୁଜଙ୍ଗ :୨୫/୦୨ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଜଗତସିଂହପୁରସ୍ଥିତ ଠାକୁର ଅଭିରାମପରମହଂସ ଙ୍କ ଆଶ୍ରମରେ ଜିଲ୍ଲା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ଆବାହକ ସୁରେଶଚନ୍ଦ୍ର ସ୍ବାଇଁ ଙ୍କ ପୌରହିତ୍ବରେ ଜଗତିଂହପୁର ସାରସ୍ବତ ପରିଷଦ ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ ,ରାଜ୍ୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଡ଼ଃ ଧ୍ରୁତିଧର ଦାସ ,ଉପଦେଷ୍ଟା ଡ଼ଃ ଅରୁଣ କୁମାର ପାଣି ,ଅନାଦି ଚରଣ ବେହେରା , ଶକ୍ତିଧର ମିଶ୍ର ,ତାପସ ସାହାଣି ,ଇଂ ମନୋଜ ନାୟକ ,ସାରଦା ମଲ୍ଲ ,ସୁନାଭଉଣୀ ସଂପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝା ,ନିରଞ୍ଜନ ବାରିକ ,ସନ୍ତୋଷ ପଣ୍ଡା ,ଶ୍ରଦ୍ଧାଞ୍ଜଳୀ ମହାପାତ୍ର ,ଶାଶ୍ବତ କାନୁନଗୋ ,ଜଗନ୍ନାଥ ତ୍ରିପାଠୀ ,ଅଧ୍ୟାପକ ରାଜେନ୍ଦ୍ର ପ୍ରସାଦ ମହାନ୍ତି ,ପିଣ୍ଟୁ ମୁଦୁଲୀ ,ଲିଟନ ମଲ୍ଲିକ ,ରାଜେଶ ପ୍ରଧାନ ,ମନୋଜ ସେଠୀ ,ରଞ୍ଜନ ଦଳାଇ , ସୁଶାନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ସଂଘ ତରଫରୁ ଆର.ଟି ୨୫% ସ୍ଥାନ ସଂରକ୍ଷିତ ,ଏନ.ସି.ଆରଟି ବହି ପ୍ରଚଳନ ,ସିଓଆର ନ ଥିବା ସ୍କୁଲ ପାଇଁ ତୁରନ୍ତ ପଦକ୍ଷେପ , ପଞ୍ଚାୟତସ୍ତରରେ କମିଟି ଗଠନ, ଶିକ୍ଷାକ୍ଷେତ୍ରରେ ସଂଗ୍ରାମୀ ଯୁବକ ମାନଙ୍କୁ ଶିକ୍ଷାଯୋଦ୍ଧା ଘୋଷଣା ସହ ସମ୍ମାନ , ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ଦାନ ପାଇଁ ସମସ୍ତ ସଦସ୍ୟ ଅଭିଯୋଗ ଆଣିଥିଲେ ! ସର୍ବଶେଷରେ ଧନ୍ୟବାଦ ସହ ସଭାସାଙ୍ଗ ହୋଇଥିଲା !ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ତିରିଶ ବର୍ଷର ବାଲୁଙ୍କେଶ୍ୱର ହାଇସ୍କୁଲକୁ ମିଳୁନି ସରକାରୀ ଅନୁଦାନ;ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ

ଜଗତସିଂହପୁର:୨୪/୦୨ ତିରିଶ ବର୍ଷର ବାଲୁଙ୍କେଶ୍ୱର ହାଇସ୍କୁଲକୁ ମିଳୁନି ସରକାରୀ ଅନୁଦାନ;ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ।(ଆଉ ଦୁଇବର୍ଷ ପରେ ଅବସର ନେବେ ଶିକ୍ଷକ)…………………………….ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି।5Tଯୋଜନାରେ ବିଦ୍ୟାଳୟ ଗୁଡିକର ରୁପାନ୍ତୀକରଣ ସହ ଗୁଣାତ୍ମକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି।ହେଲେ ଦୀର୍ଘ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରୀ ନୀତିନିୟମକୁ ମାନି ଚାଲୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା ସୁଯୋଗ କିମ୍ବା ଶିକ୍ଷକ ଓ କର୍ମଚାରୀଙ୍କୁ ମିଳୁନି ଦରମା।୨୨ବର୍ଷର ଲୋକପ୍ରିୟ ବୋଲାଉଥିବା ସରକାରଙ୍କ ଶିକ୍ଷାର ବିକାଶ ଯୋଜନାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲରେ। ସମୁଦ୍ରକୂଳିଆ ନଦୀ ଜଙ୍ଗଲ ଘେରା ନିପଟ୍ଟ ମଫସଲିଆ ଅଞ୍ଚଳରେ ଥିବା ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲ।୧୯୯୩ ମସିହାରୁ ସ୍ଥାପିତ ବାଲୁଙ୍କେଶ୍ୱର ହାଇସ୍କୁଲରେ କୁଞ୍ଜକୋଠି ଓ ଜପା ଦୁଇଟି ପଞ୍ଚାୟତର ସାତଟି ଗାଁ ଖୁରାଣ୍ଟ,ବାଲିତୁଠ, ଜଗତପଡା,କାଳିକୂଦ,କଣ୍ଟାବେଲାରୀ,ନଳପାହୀ,ନୂଣପୋଖରୀ,ଅଜଗରବେଦୀ,ଦାସମଠ,ଖୋଳପ ଦହିବର ପ୍ରଭୃତି ର ପିଲାମାନେ ପାଠପଢିଆସୁଛନ୍ତି।ଏହି ସମୁଦ୍ରକୂଳିଆ ନଦୀ ଜଙ୍ଗଲ ଘେରା ଅଞ୍ଚଳର ପିଲାମାନେ ବାହାରକୁ ପାଠପଢିବାକୁ ଯାଇପାରୁ ନଥିବାରୁ ଅଞ୍ଚଳବାସୀ ଏକାଠି ହୋଇ ବାଲୁଙ୍କେଶ୍ୱର ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ।ଦୀର୍ଘ ତିରିଶ ବର୍ଷ ଧରି ସରକାରଙ୍କ ନୀତିନିୟମ ମାନି ବିଦ୍ୟାଳୟରେ ପାଠପଢା ସହ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମସ୍ତ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ନିରବଚ୍ଛିନ୍ନ ଭାବେ ପାଠପଢାରେ ନିୟୋଜିତ ଅଛନ୍ତି।ଏପରିକି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଜନକଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଉଅଛି। ଶିକ୍ଷା ବିଭାଗ ତଥା ପ୍ରଶାସନିକ ଅବହେଳା ଯୋଗୁଁ ବହୁ ବିଳମ୍ବରେ ୨୦୦୯ ମସିହାରେ ବିଦ୍ୟାଳୟକୁ ପରିମିଶନ,୨୦୧୩ମସିହାରେ ରେକଗନେସନ ଓ ପରେ ନୋ-ଅବଜେକ୍ସନ ଓ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ପକ୍ଷରୁ ଆଫିଲେସନ ମଧ୍ୟ ମିଳିସାରିଛି।ଏହି ବିଦ୍ୟାଳୟ ବିଭିନ୍ନ ସରକାରୀ ବିଦ୍ୟାଳୟ ଅଧିନରେ ୩ଟି ବ୍ୟାଚ ଓ ନିଜ ବିଦ୍ୟାଳୟ ନାମରେ ସିଧାସଳଖ ସାତଟି ବ୍ୟାଚର ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେଇସାରିଛନ୍ତି।ସିଧାସଳଖ ୩ଟି କିମ୍ବା ୪ଟି ବ୍ୟାଚ ମେଟ୍ରିକ ପରୀକ୍ଷା ଦେବା ପରେ ବିଦ୍ୟାଳୟକୁ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ବାଲୁଙ୍କେଶ୍ୱର ବିଦ୍ୟାଳୟ।ଯାହା ଫଳରେ ସରକାରୀ ଅନୁଦାନରୁ ବଞ୍ଚିତ ରହିଛି ବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀଏହି ବିଦ୍ୟାଳୟକୁ କୌଣସି ସରକାରୀ ସହାୟତା ମିଳିନଥିବା ଜଣାପଡିଛି।ସ୍ଥାନୀୟ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ରଘୁନନ୍ଦନ ଦାସଙ୍କ ଅନୁଦାନ ପାଣ୍ଠିରୁ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଦୁଇ ପର୍ଯ୍ୟାୟରେ ୧୦ଲକ୍ଷ ଟଙ୍କା ମିଳିଥିଲା ଯେଉଁଥିରେ ଗୃହ ନିର୍ମାଣ ଏବେ ଅସମ୍ପୂର୍ଣ୍ଣ ରହିଛି।ଗ୍ରାମବାସୀଙ୍କ ହାତଟେକା ଅର୍ଥରେ ପରିଚାଳିତ ଏହି ବିଦ୍ୟାଳୟରେ ଆଠଜଣ ତାଲିମପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ୪ଜଣ କର୍ମଚାରୀ କାର୍ଯ୍ୟ କରିଆସୁଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରତିଷ୍ଠାତା ଶିକ୍ଷକ ଥିବା ସଂସ୍କୃତ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ଆଉ ଦୁଇବର୍ଷ ପରେ ଅବସର ନେବାକୁ ଥିବା ବେଳେ ଅଧିକାଂଶ ଶିକ୍ଷକଙ୍କ ଅବସର ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଅନୁଦାନରୁ ବଞ୍ଚିତ ରହିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ହାଇସ୍କୁଲ ବିଦ୍ୟାର୍ଥୀ ମାନଙ୍କ ପାଇଁ ମାଗଣା ବହି, ସାଇକେଲ ଓ ବିଭିନ୍ନ ଉପକରଣ ଓ ବାଳିକା ମାନଙ୍କୁ ପରିମଳ ବସ୍ତ୍ର ଯୋଗାଇଦେଉଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିବା ସହ ଆମେ କଣ’ ଓଡ଼ିଶାର ପିଲା ନୁହେଁ କି? ବୋଲି ପ୍ରଶ୍ନ କରିଛନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ।ରାଜ୍ୟରେ୨୨ବର୍ଷ ଧରି ଶାସନ କରୁଥିବା ସରକାର ଲୋକପ୍ରିୟ ସରକାର ବୋଲାଇ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କଥା କହୁଥିବା ବେଳେ ସମୁଦ୍ରକୂଳିଆ ଏପରି ନିପଟ୍ଟ ମଫସଲିଆ ଅଞ୍ଚଳର ବାଲୁଙ୍କେଶ୍ୱର ହାଇସ୍କୁଲ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।୨୦୧୩ମସିହାରୁ ସରକାର ନୂତନ ବିଦ୍ୟାଳୟ ଖୋଲିବା ଉପରେ ରୋକ୍ ଲଗାଇଥିବା ବେଳେ୨୦୧୩ମସିହା ସୁଦ୍ଧା ରେକଗନେସନ ପାଇଥିବା ପାଖାପାଖି ୨୪୦ ବିଦ୍ୟାଳୟ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଥିବା ତଥ୍ୟରୁ ଜଣାପଡିଛି।ରାଜ୍ୟ ସରକାର ନିକଟରେ୧୯୪ଟି ହାଇସ୍କୁଲକୁ ଅନୁଦାନ ପାଇବାକୁ ଥିବା ଏକ ତାଲିକା ପ୍ରକାଶ କରିଥିଲେ।ଯେଉଥିରେ କି ବାଲୁଙ୍କେଶ୍ୱର ହାଇସ୍କୁଲ ପରି ୪୦ଟି ହାଇସ୍କୁଲର କୌଣସି ନାମ ତାଲିକା ନଥିବା ସମ୍ପୃକ୍ତ ବିଦ୍ୟାଳୟ ଗୁଡିକରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।ବାଲୁଙ୍କେଶ୍ୱର ହାଇସ୍କୁଲ ଏକ ସମୁଦ୍ରକୂଳିଆ ନଦୀ,ଜଙ୍ଗଲ ଘେରା ପ୍ରାକୃତିକ ବାଧ୍ୟକ ଭରା ଅଞ୍ଚଳରେ ହୋଇଥିବା ବେଳେ ଏଥିରେ ୯୫%ପ୍ରତିଶତ ବଙ୍ଗୀୟ ଭାଷାଭାଷୀର ପିଲାମାନେ ପାଠପଢିଆସୁଛନ୍ତି।ବାଲୁଙ୍କେଶ୍ୱର ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳକଙ୍କ ଉଦ୍ୟମରେ ଉନ୍ନତମାନର ଶିକ୍ଷାଦାନ ଯୋଗୁଁ ୮୫”%ରୁ ଶତପ୍ରତିଶତ ରେଜଲ୍ଟ କରି ଏରସମାର ବ୍ଲକ ଅଞ୍ଚଳରେ ସୁନାମ ଅର୍ଜନ କରିଛି।ଜଗତସିଂହପୁର ଜିଲ୍ଲା ପରି ଶିକ୍ଷା କ୍ଷେତ୍ରରେ ଆଗୁଆ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଏହି ସମୁଦ୍ରକୂଳିଆ ଖୁରାଣ୍ଟ ଅଞ୍ଚଳରେ ଦୀର୍ଘ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଶିକ୍ଷାଦାନ କରି ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆଣିଥିବା ବାଲୁଙ୍କେଶ୍ୱର ହାଇସ୍କୁଲକୁ ତୁରନ୍ତ ସରକାରୀ ଅନୁମୋଦନ ଯୋଗାଇଦେବାକୁ ସ୍ଥାନୀୟ କୁଞ୍ଜକୋଠି ପଞ୍ଚାୟତର ସରପଞ୍ଚ ସପନ କୁମାର ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତକିଶୋର ସାସମଲ,ସମ୍ପାଦକ ବସନ୍ତ କୁମାର ସାମନ୍ତ,ପରିଚାଳକ ଗୋପାଳ ଚନ୍ଦ୍ର ସାମନ୍ତ,ଅମଲ କୁମାର ସାସମଲ,ସୁବାଷ ବର,ପଞ୍ଚାନନ ଚଣ୍ଡ,ଦିବାକର କୂଅଁର,ବରେନ୍ ସାମନ୍ତ,ଗଣେଶ ସାମନ୍ତ,ନିର୍ମଳ ଜେନା,ଶରତ ସାମନ୍ତ,ନାରାୟଣ ରାଉତ, ଟିକମ ମାଝୀଙ୍କ ସମେତ ଖୁରାଣ୍ଟ ଅଞ୍ଚଳର ବୁଦ୍ଧିଜୀବୀ ମୁରବି ଓ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ଗଣଶିକ୍ଷା ବିଭାଗ ଓ ସରକାର ନିଶ୍ଚିତ ଏହା ଉପରେ ପଦକ୍ଷେପ ନେବେ ବୋଲି ଆଶା ପୋଶଣ କରିଛନ୍ତି ଅଞ୍ଚଳବାସୀଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ :

ପାଞ୍ଚଟି ଜିଲ୍ଲାର ଏକ ହଜାର ଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ୍ ଛାଡ଼ିଲା ବାଲେଶ୍ବର ଷ୍ଟେସନ୍

ବାଲେଶ୍ୱର, ( ରଘୁନାଥ ନାୟକ )ତା ୨୦/୦୨/2023 ରିଖ ସୋମବାର ବାଲେଶ୍ୱର ରେଳଷ୍ଟେସନ ରୁ ଓଡିଶା ରାଜ୍ୟ ସରକାର ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି। ଏହି ଯୋଜନାରେ ୬୦ରୁ ୭୫ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି। ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ/ଅନ୍ନପୂର୍ଣ୍ଣା କାର୍ଡ/ବିଧବା ଭତ୍ତା କାର୍ଡ/ଖାଦ୍ୟସୁରକ୍ଷା ରେସନ୍ କାର୍ଡ/ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡ଼ିଥାଏ। ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ହେବା ଆବଶ୍ୟକ। ଅଧିକ ଆବେଦନ କ୍ଷେତ୍ରରେ ଲଟେରୀ ମାଧ୍ୟମରେ ଚୟନ କରାଯାଇଥାଏ। ଏହି ଯୋଜନା ଅନ୍ତର୍ଗତ ଆଜି ବାଲେଶ୍ବର ରେଳ ଷ୍ଟେସନରୁ ଦିବା ଘ.୧୨.୪୫ମି.ସମୟରେ ବାଲେଶ୍ୱର,ମୟୂରଭଞ୍ଜ,କେନ୍ଦୁଝର, ଭଦ୍ରକ ଓ ଯାଜପୁର ଆଦି ପାଞ୍ଚଟି ଜିଲ୍ଲାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସ୍କର୍ଟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ଋଷିକେଶ ଓ ହରିଦ୍ଵାର ତୀର୍ଥସ୍ଥଳୀକୁ ଯାତ୍ରା କରିଛି। ପ୍ରକାଶ ଥାଉକୀ ଏହି ଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ଜିଲ୍ଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ବର ଠାରେ ଥିବା ନୋସିକୁ ଗତକାଲି ଆସି ପହଞ୍ଚିବାପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ଵାଗତ କରାଯାଇଥିଲା। ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନିୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଆଜି ସକାଳୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ଷ୍ଟେସନ୍ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ଆଦି ମାଧ୍ୟମରେ ଷ୍ଟେସନ୍ ପ୍ରବେଶ କରାଯାଇଥିବାବେଳେ ଆଇ.ଆର.ସି.ଟି.ସି.ତରଫରୁ ଫୁଲ,ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ଵାଗତ କରାଯାଇଥିଲା। ଏହି ଯାତ୍ରା ନିମନ୍ତେ ସେମାନଙ୍କୁ ଏକ ପରିଚୟ ପତ୍ର, ରେଳ ଟିକେଟ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ଏକ କିଟ୍ ପ୍ରଦାନ କରାଯାଇଥିଲା। ଆଇ.ଆର.ସି.ଟି.ସି.ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀ ମାନଙ୍କର ରହିବା, ଯିବା ଆସିବା, ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥ ପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା ମଧ୍ଯ ଯୋଗାଇ ଦିଆଯାଇଅଛି। ଏହି ଯାତ୍ରା ନିମନ୍ତେ ବାଲେଶ୍ବର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିବା ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ରେମୁଣା ର ମାନ୍ୟବର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ସଦର ମାନ୍ୟବର ବିଧାୟକ ଶ୍ରୀ ସ୍ୱରୂପ ଦାସ, ଭୋଗରାଇର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ଦାସ, ଓ.ଟି.ଡି.ସି.ର ଅଧ୍ୟକ୍ଷ ଶ୍ରୀ ଲେନିନ ମହାନ୍ତି, ବାଲେଶ୍ବର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପବିତ୍ର ତୀର୍ଥଯାତ୍ରାର ସଫଳତା କାମନା କରିବା ସହିତ ଆନୁଷ୍ଠାନିକ ଭାବେ ରିବନ କାଟି ଯାତ୍ରାର ଶୁଭାରମ୍ଭ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଏହି ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ତୀର୍ଥଯାତ୍ରୀ ମାନଙ୍କର ଶୁଭ ମନାସି ଥିଲେ। ପରିଶେଷରେ ନିମନ୍ତ୍ରିତ ଅତିଥି ମାନେ ପତାକା ହଲାଇ ଟ୍ରେନ୍ କୁ ଯାତ୍ରା ଅଭିମୁଖେ ପ୍ରେରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବ୍ଲକ୍ ଅଧ୍ୟକ୍ଷ ଏଵଂ ବାଲେଶ୍ବର ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଏହି ଉତ୍ସବରେ ଉପସ୍ଥିତ ଥିଲେ। ରାଜ୍ଯ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉପବିଭାଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାବେଳେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ତୀର୍ଥଯାତ୍ରା ସାରି ସେମାନେ ଆସନ୍ତା ୨୫ତାରିଖରେ ଫେରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଏରସମାରେ କଂଗ୍ରେସ କର୍ମୀ ସମାବେଶ

ଏରସମା : ୨୩/୦୨ ଏରସମା ବ୍ଲକ ଏରସମା ପଞ୍ଚାୟତ କଂଗ୍ରେସ ତରଫରୁ ଉତ୍ତରେଶ୍ଵର ମନ୍ଦିର ପରିସରରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମାବେଶରେ କଂଗ୍ରେସ ବରିଷ୍ଠ ନେତା ଯୁଗଳ କିଶୋର ସ୍ଵାଇଁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ରାଜ୍ୟ ସଂପାଦକ ତଥା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଯୁବନେତା ଯୋଗଦେଇ ଆଗାମୀ ୨୦୨୪ ବିଧାନ ସଭା ନିର୍ବାଚନରେ କଂଗ୍ରେସ ଏବେ ଠାରୁ ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନ ମଜବୁତ କରିବା ସହିତ ବିରୋଧିଙ୍କୁ କଡା ଟକ୍କର ଦେବାକୁ ହେଲେ ଏରସମା ବ୍ଲକରେ ୨୫ଟି ପଞ୍ଚାୟତ ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତରେ କର୍ମୀ ସମାବେଶ କରାଯାଇ ଦଳକୁ ମଜବୁତ କରିବା ଉପରେ ଗୁରୁତ୍ଵାଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ସରପଞ୍ଚ ବଲ୍ଲଭାନନ୍ଦ ସ୍ଵାଇଁ, କୋଶାଧ୍ୟଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ସୁଷାନ୍ତ ସେଠୀ, ହିମାଂଶୁ ନାୟକ, ଅଲେଖ ସ୍ଵାଇଁ, ଦୀପ୍ତି ରଞ୍ଜନ ମହାନ୍ତି, ଯଶୋବନ୍ତ ବର୍ଦ୍ଧନ, ବଂଶିଧର ମୁଦୁଲି, ପର୍ଶୁରାମ ମହାନ୍ତି, ଆଶିଷ କୁମାର ସ୍ଵାଇଁ, ଦୀପ୍ତି ସାହୁ, ବାବୁଲି ମଲ୍ଲିକ, ଉମେଶ ଦାସ, ଚିତ୍ତରଞ୍ଜନ ଖଟୁଆ, ସୁଧାକର ସେଠୀ, ଜିତେନ୍ଦ୍ର ଦାସ, କିଶୋର ସ୍ଵାଇଁ, ସଞ୍ଜୟ ସ୍ଵାଇଁ, ଦେବାଶିଷ ଖଟୁଆ, ନିମାଇଁ ପ୍ରଧାନ, ଦିଲିପ ସ୍ଵାଇଁ, ରବିନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବେଶରେ କଂଗ୍ରେସର ଛାମୁଆ କର୍ମୀ ୨ଶହରୁ ଉର୍ଦ୍ଧ୍ବ ଯୋଗଦେଇ ଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ଯକ୍ଷମ ହେବ କେବେ

ଏରସମା:୨୩/୦୨ ଏରସମା ବ୍ଲକ ବାଲିତୁଠ ପଞ୍ଚାୟତର ବଡଗବପୁରଠାରେ ଦିର୍ଘ ୫ବର୍ଷରୁ ଉର୍ଦ୍ଧ ସମୟହେବ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଚାଲିଛି. ମାତ୍ର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ତାହା ଏଯାବତ ଶେଷହୋଇପାରିନଥିବା ଅଭିଯୋଗ ହୋଇଛି. ଚଟୁଆସ୍ଥିତ ଟିପିସିଓଡିଏଲର ଅଧିନରେ ଥିବା ବାଲିତୁଠ, ବାମଦେଇପୁର, ବଳେଇପୁର, ଚଟୁଆ, ଭିତର ଅନ୍ଧାରୀ, କୁଞ୍ଜକୋଠୀ, ପାଟପୁର, ପୋତାନଇ ପଞ୍ଚାୟତରେ ବିଦ୍ୟୁତ ଉପଭୋକ୍ତା ମାନେ ଉପକୃତ ହେବେ. ଯେଉଁ ଲକ୍ଷ୍ୟ ନେଇ ଏହି ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ଯ ଆରମ୍ଭ ହୋଇଥିଲା ତାହା ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡିରହିଛି. ଯେଉଁଥିପାଇଁ ଉପଭୋକ୍ତାଙ୍କ ସମସ୍ଯା ସମାଧାନ ହୋଇପାରୁନାହିଁ. ଏକ ସମୟରେ ଢିଙ୍କିଆ ପଞ୍ଚାୟତର ତ୍ରିଲୋଚନପୁର ଠାରେ ଏକ ଷ୍ଟ୍ରକଚର ନିର୍ମାଣ କରାଯାଇଥିଲା. ଯାହା ୧ବର୍ଷରୁ ଉର୍ଦ୍ଧ ସମୟ ହେବ କାର୍ଯ୍ଯକ୍ଷମ ହେଲାଣି. କିନ୍ତୁ ଚଟୁଆ ଅଧିନ ଷ୍ଟ୍ରକଚର କାର୍ଯ୍ଯ ଶେଷ ହୋଇନଥିବା କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି. ଏଣୁ ତୁରନ୍ତ ଏହି ଷ୍ଟ୍ରକଚର କାର୍ଯ୍ଯ ଶେଷ କରାଯାଇ କାର୍ଯ୍ଯକ୍ଷମ କରିବାକୁ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ନିକଟରେ ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର, ଇନ୍ଦ୍ରଜିତ ପରିଡା , ଅନୁଜ ରାୟ, ଯୁବନେତା ମାନଗୋବିନ୍ଦ ଦାସ, ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ,ପୂର୍ବତନ ସରପଞ୍ଚ ଗୋପିନାଥ ସାମନ୍ତରାୟ, ବିଭୁରଞ୍ଜନ ସାମନ୍ତରାୟ, ପ୍ରଦାୟିନୀ ମହାନ୍ତି, ସମାଜ ସେବୀ କମ୍ରେଡ ବାବୁ ପଞ୍ଚାନନ, ଶୁଦର୍ଶନ ରାଉତ, ଯୁବ ନେତା ମହେନ୍ଦ୍ର ଜେନା, ପ୍ରଭାତ ଦାସ ପ୍ରମୁଖ ଦାବିକରିଛନ୍ତି।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ବହୁ ଉଦ୍ୟମ ପରେ ବଞ୍ଚିଲା ମାଆ ହେଲେ ଜୀବନ ହାରିଲା ମାଙ୍କଡ ଶାବକ

ବାଲେଶ୍ବର;୨୨/୨ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତ ର ତାହାରପୁର ଗ୍ରାମର ମଙ୍ଗଳ ମାଲିକ ଙ୍କ ଗଢ଼ିଆରେ ଏକ ମାଙ୍କଡ ଗଛରୁ ଖସି ପଡ଼ି ପୋଖରୀ ଭିତରେ ପଡିଗଲା । ଖବର ପାଇ ସମାଜ ସେବୀ ପ୍ରଫୁଲ୍ଲ ସାମନ୍ତରାୟ ଅଗ୍ନିଶମ ବିଭାଗ କର୍ମାରୀମାନଙ୍କୁ ଖବର ଦେବାରୁ ବାହାନଗା ଅଗ୍ନିଶମ ବିଭାଗ ମୁଖ୍ୟ ଏନ୍ କେ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ବିଚାରି ମାଙ୍କଡ ଟିକୁ ବହୁ ପରିଶ୍ରମ କରି ଉଦ୍ଧାର କଲେ ହେଲେ ଅସୁସ୍ଥ ମାଙ୍କଡଟିକୁ ପଶୁବିଭାଗ ଚିକିତ୍ସକ ଙ୍କ ସାହାଯ୍ୟ ରେ ସୁସ୍ଥ କରାଗଲା ମାତ୍ର ତା ପେଟରୁ ମଲା ପିଲାଟିଏ ଉଦ୍ଧାର କରାଗଲା। ଏବେ ସବୁଠି ଚହଳ ପ୍ରଫୁଲ୍ଲ ସାମନ୍ତରାୟ ଓରଫ ସମାଜ ସେବୀ ବାଇନ ଭାଇ ପାଇଁ ବିଚାରି ନିରୀହ ମାଙ୍କଡଟି ବଂଚି ଗଲା।

ଶିକ୍ଷକ ବଦଳ ପ୍ରତିବାଦରେ ସ୍କୁଲ ଗେଟ ଆଗରେ ଧାରଣା

ଖଇରା:୨୨/୦୨ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଶ୍ରୀରାମ ପୁର ଅନନ୍ତପ୍ରସାଦ ହାଇସ୍କୁଲ ର ଶିକ୍ଷକ କିଶୋରୀ ଚରଣ ମହାନ୍ତି ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଏହାର ପ୍ରତିବାଦ ରେ ଆଜି ବିଦ୍ୟାଳୟ ଫାଟକ ସମ୍ମୁଖରେ ଅଭିଭାବକ, ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଥିବାର ପରିଲକ୍ଷିତ ହୋଇଥିଲା। ବିଦ୍ୟାଳୟରେ ୧୩୨ ଛାତ୍ର ଛାତ୍ରୀ ଥିବାବେଳେ ମାତ୍ର ତିନି ଜଣ ଶିକ୍ଷକ କିପରି ପାଠ ପଢ଼ାଇବେ ତାହା ଚିନ୍ତାରକାରଣ ହୋଇପଡିଛି।