ବ୍ଯାଙ୍କିଙ୍ଗ୍ ସେବା ସଚେତନତା ଋଣ କର୍ମଶାଳା ଅନୁଷ୍ଠିତ
ଏରସମା :୦୩/୦୪ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏରସମା ଅଧିନ ବାଲିତୁଠ ସେବା ସମବାୟ ସମିତି ଲିଃ ପଷରୁ ବ୍ଯାଙ୍କିଙ୍ଗ୍ ସୁବିଧା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିତୁଠ ସେବା ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ଦାସ, ସମିତିର ଉପସଭାନେତ୍ରୀ ଅନୁଛାୟା ଦାସ, ନିର୍ଦ୍ଦେଶକ ମାନଗୋବିନ୍ଦ ଦାସ, ଅନୁଜ ରାୟ, ପ୍ରଦିପ୍ତ କୁମାର ରାଉତ, ଅମୁଲ୍ଯ ଦାସ, ବିନ୍ଦୁ ମହାନ୍ତି, ସଲିଲ ରାଉତ,ଓମ୍ ପ୍ରକାଶ ଦାସ,ଚାଷୀ ଇନ୍ଦ୍ରମଣି ପରିଡ଼ା, ଦେବେନ୍ଦ୍ର ମଲ୍ଲିକ, ବିଶ୍ବମ୍ବର ମହାପାତ୍ର,ଶିଶିର ଦାସ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର ଚାଷୀମାନେ କିପରି ବ୍ଯାଙ୍କିଙ୍ଗ୍ ସେବା ସହ ଭଲଭାବେ ଜଡିତ ହେବେ ଓ କୃଷୀ ଋଣନେଇ ଏହାର ସୁବିନିଯୋଗ କରିବା ସହିତ ନିଜର ଆର୍ଥିକ ବିକାଶ କରିପାରିବେ ସେ ନେଇ ସରକାରଙ୍କ ରହିଥିବା ବିଭିନ୍ନ ବ୍ୟବସ୍ଥା ଏବଂ ବିନାସୁଧରେ ଏକଲକ୍ଷ ଟଙ୍କା ଋଣ ସହିତ ମାଛ ଚାଷ, କୁକୁଡା ଫାମ୍, ଗାଈ ରଖିବା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଯୋଜନା ସବୁ ଗ୍ରାମାଞ୍ଚଳରେ କାର୍ଯ୍ଯକାରୀ ହେଲେ ସାଧାରଣ ଲୋକଙ୍କର ଉନ୍ନତି ଘଟିବ। ଏହି ଅବସରରେ ବାଲିତୁଠ ସେବା ସମବାୟ ସମିତିର ସମ୍ପାଦକ ଉମେଶ ସ୍ଵାଇଁ, ସହସମ୍ପାଦକ ନବଘନ ମଲ୍ଲ, କର୍ମଚାରୀ ମଙ୍ଗୁଳି ପରିଡା ପ୍ରମୁଖ ଉପସ୍ଥିତ ରହିବା ସହ ବ୍ଯାଙ୍କିଙ୍ଗ୍ ଓ ଋଣ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।ସେହିପରି ଭିତରଅନ୍ଧାରୀ ସେବା ସମବାୟ ସମିତି କାର୍ଯ୍ୟାଳୟରେ ସମିତିର ସଭାପତି ଅରକ୍ଷିତ ପ୍ରଧାନଙ୍କ ସଭାପତିତ୍ବରେ ସମିତିର ସମ୍ପାଦକ ପଦ୍ମିନ ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ କର୍ମଶାଳାରେ ଯୋଗଦେଇ ଥିବା ଚାଷୀ ଓ ସୋୟଂ ସହାୟୀକା ସଭ୍ୟା ମାନେ ବ୍ଯାଙ୍କିଂ ସେବା ଓ ଋଣ ସମ୍ପର୍କୀୟ ପଚାରିବୁଝିଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ