କନ୍ଧମାଳ ରେ ପୁଣି ଲାଲ୍ ବାହିନୀ ର ତାଣ୍ଡବଲୀଳା

କନ୍ଧମାଳ: ୧୧/୦୫ କନ୍ଧମାଳ ରେ ପୁଣି ଲାଲ୍ ବାହିନୀ ର ତାଣ୍ଡବଲୀଳା। କିଛି ଦିନ ର ନିରବତା ପରେ ପୁଣି ହିଂସା ଘଟାଇଛି ଲାଲ୍ ବାହିନୀ ।ପୁର୍ବତନ ସରପଞ୍ଚ ଙ୍କୁ ଗୁଳି କରି ନିର୍ମମ ହତ୍ୟା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତ ସାଉଲ ପଡ଼ା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ଘରେ ଶୋଇ ଥିବା ବେଳେ ଘରୁ ଡ଼ାକିନେଇ ପୁର୍ବତନ ସରପଞ୍ଚ ସୁବଳ କହଁର ଙ୍କୁ ହତ୍ୟା କରିଛି ଲାଲ ବାହିନୀ । ବୁଧବାର ରାତ୍ରି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ରାତ୍ରି ପ୍ରାୟ ୯ଟା ବେଳେ ସସସ୍ତ୍ର ମାଓବାଦୀ ପୁର୍ବତନ ସରପଞ୍ଚ ସୁବଳ ଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ। ଏବଂ ଘରଠାରୁ ମାତ୍ର ୨୦୦ ମିଟର ଦୁରରେ ୫ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ।

ମୁଣ୍ଡାକିଆ ଜଙ୍ଗଲ ରେ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କନ୍ଧମାଳ :୧୧/୦୫ ମୁଣ୍ଡାକିଆ ଜଙ୍ଗଲ ରେ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଫୁଲବାଣୀ, କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଲାଇନ ପଡ଼ା ଓ ଚକାପାଦ ରାସ୍ତାର ଡୁଙ୍ଗୁରିପଡ଼ା ନିକଟସ୍ଥ ମୁଣ୍ଡାକିଆ ଜଙ୍ଗଲ ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି। ମୃତ ମହିଳା ଜଣକ କୁସୁମେଣ୍ଡି ପଞ୍ଚାୟତ ବେରେଡା ପଦର ଗ୍ରାମର ନିଳାଞ୍ଚଳ ପ୍ରଧାନ ଙ୍କ ପତ୍ନୀ ପ୍ରତିମା ମଲ୍ଲିକ ବୟସ(୨୩) ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଟିକାବାଲି ଥାନା ,ଲାଇନପଡ଼ା ପାଣ୍ଡି ପୋଲିସ୍,ଓ ଘୁ.ଉଦୟଗିରି ଏସ୍‌ଡିପିଓ, ଡି. ତିରୁପତି ରାୟ ପଟ୍ଟନାୟକ,ଚକାପାଦ ତହସିଲଦାର ପ୍ରଭାସ କୁମାର ବୁଡାୟକ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲୁବାଣୀ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡ଼ିଛି। ତେବେ ଘଟଣା ରେ ମୃତ୍ୟୁ ପ୍ରତିମା ଙ୍କ ମା ନବତି ମଲ୍ଲିକ ହତ୍ୟା ଅଭିଯୋଗ ଆଣିଛନ୍ତି। ଏବଂ ସ୍ଵାମୀ, ସଶୁର, ସାଶୁ,ଦେଢସୁରଙ୍କ ନାଁ ରେ ଥାନା ରେ ଏତଲା ଦେଇଥିବାର ଜଣା ପଡ଼ିଛି। ଏନେଇ ଟିକାବାଲି ଥାନା ରେ ୬୧/୨୩ମାମୁଲା ରୁଜୁ ହୋଇଥିବା ଟିକାବାଲି ଏସଆଇ ସଂଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ତଳେ ପ୍ରତିମା ବେରେଡ଼ା ପଦର ଗ୍ରାମର ନିଳାଞ୍ଚଳ ଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି। ସ୍ବାମୀ ନିଳାଞ୍ଚଳ ଏକ ଜଜ୍ଞ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଶନିବାର ଠାରୁ ପ୍ରତିମା ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ପାଇନଥିଲେ। କିଛି ଲୋକ ମୃତ୍ୟୁ ପ୍ରତିମାଙ୍କ ସବ ଝୁଲୁଥିବା ଦେଖିବାକୁ ପାଇବା ପରେ ସ୍ଵାମୀ ନିଳାଞ୍ଚଳଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସ୍ଵାମୀ ନୀଳାଞ୍ଚଳ ପହଞ୍ଚିବା ପରେ ଲାଇନପଡ଼ା ପାଣ୍ଡି ଓ ଟିକାବାଲି ଥାନା କୁ ଜଣାଇଥିଲେ । ପୋଲିସ ଏହି ଘଟଣା କୁ ତଦନ୍ତ କରି ସ୍ୱାମୀ ନୀଳାଞ୍ଚଳ କୁ କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ଏ ସ ଆଇ ସ୍ୱାଇଁ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାରୁ ସୁଧାଂଶୁ କୁମାର କହଁର ରୁପାଥାଳିଆ ନ୍ୟୁଜ

ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା।ଅଧା ରାସ୍ତାରୁ ଧୋକା ଦେଇ ଚାଲି ଗଲା ପ୍ରେମିକ

ଜଗତସିଂହପୁର :୧୦/୦୫ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା।ଅଧା ରାସ୍ତାରୁ ଧୋକା ଦେଇ ଚାଲି ଗଲା ପ୍ରେମିକ।ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିତୁଠ-ଗଡ଼ କୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତା ମଧ୍ଯ ସ୍ଥଳୀରେ।ସୂଚନା ମୁତାବକ ପୁରୀ ଜିଲ୍ଲା ଚନ୍ଦନ ପୁର ଗ୍ରାମର କୃଷ୍ଣ କେଶବ ମହାପାତ୍ରଙ୍କ ପତ୍ନୀ ସୋନାଲି ମହାପାତ୍ରଙ୍କୁ ଗଡ଼ କୁଜଙ୍ଗ ଗ୍ରାମର ରମେଶ ଦାସଙ୍କ ପୁଅ ପପୁନା ଦାସ ପ୍ରେମ ନିବେଦନ କରି ବିବାହ କରିବା ପାଇଁ ପ୍ରତିଶୁତି ଦେଇ ତାଙ୍କୁ ନିଜ ମାଉସୀ ଘର ପାନପୁଲିରେ କିଛି ଦିନ ରଖି ତାଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି।ଖବର ପାଇ ପରିବାର ଲୋକେ ସୋନାଲି ମହାପାତ୍ରଙ୍କୁ ମାଡ ମାରି ବାହାର କରିଦେବା ବେଳେ ପପୁନାକୁ କେଉଁଆଡେ ଲୁଚାଇ ରଖିଥିବା ନେଇ ସୋନାଲି ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।କୁଜଙ୍ଗ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ସି ଓ ଡି ଏଲ ର ବିଦ୍ୟୁତ ସେବାକୁ ନେଇ ବଢୁଛି ଅସନ୍ତୋଷ

ଜଗତସିଂହପୁର :୦୯/୦୫ବାରମ୍ବାର ଅଭିଯୋଗ ପରେ ମଧ୍ୟ ମିଳୁନି ସର୍ବନିମ୍ନ ସେବା ।ଆନ୍ଦୋଳନ ପାଇଁ ଚେତାବନୀ ।ଜଗତସିଂହପୁର ଜିଲ୍ଲାର
କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଂଚାୟତ, ଦାରଦିଆ ଗ୍ରାମ ରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।ବିଦ୍ୟୁତ ଯୋଗାଣ ପାଇଁ ଗ୍ରାମ ରେ ଥିବା ଏକାଶହ କିଲୋ ଭୋଲଟ ର ଟ୍ରାନ୍ସଫର୍ମର ଉପରେ ପାଖାପାଖି ଦୁଇଶହ ବିଦ୍ୟୁତ ଗ୍ରାହକ ନିର୍ଭର କରୁଥିବା ବେଳେ ଲୋ ଭୋଲ୍ଟେଜ ସମସ୍ୟା ଲାଗିରହିଛି ।ସନ୍ଧ୍ୟା ହେଲେ ବିଦ୍ୟୁତ ଭୋଲଟ ସତୁରି ରୁ ଅଶି ଭିତରେ ରହିବା ଯୋଗୁ ଫ୍ୟାନ ଫ୍ରିଜ ଇତ୍ୟାଦି ବୈଦ୍ୟୁତିକ ଯନ୍ତ୍ରପାତି ଚାଲୁ ହୋଇପାରୁନାହିଁ । ଫଳରେ ଲୋକ ମାନେ ଧାର କରଜ କରି ବିଦ୍ୟୁତ ଥିବା ସତ୍ତ୍ୱେ ସୋଲାର କରେଣ୍ଟ ପାଇଁ ଅର୍ଥ ଶ୍ରାଦ୍ଧ କରୁଛନ୍ତି ଗ୍ରାମ ମଧ୍ୟରେ ରେ ବିଦ୍ୟୁତ ତାର ଖୁଣ୍ଟି ଗୁଡିକ ଢଳି ରହିଥିବା ବେଳେ ତାର ଗୁଡିକ ଓହଳି ରହିଥିବା ଯୋଗୁ ଗ୍ରାମବାସୀ ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି।ତେବେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଟାଟା କମ୍ପାନୀ ଦାଇତ୍ୱ ନେଲେ ବିଦ୍ୟୁତ ସେବା ରେ ପରିବର୍ତନ ଆସିବ ବୋଲି ଗ୍ରାମବାସୀ ଆଶା ଆସ୍ଥା ପ୍ରକଟ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମାନମୁଖୀ କାର୍ଯ୍ୟ ଯୋଗୁ ଗ୍ରାମବାସୀ ଲୋ ଭୋଲ୍ଟେଜ ସମସ୍ୟା ତଥା ବିପଦପୂର୍ଣ୍ଣ ଭାବରେ ଦିନ କାଟୁଛନ୍ତି ।ତେବେ ଖୁବ ଶୀଘ୍ର ସମସ୍ୟା ର ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।କୁଜଙ୍ଗ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଓଡ଼ିଆ CRPF ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର :୦୯/୦୫ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତର କଳ୍ପତରୁ ଦାସଙ୍କ ପୁଅ CRPF ଯବାନ ତୁଷାରକାନ୍ତ ଦାସ ସହିଦ ହୋଇଛନ୍ତି l ତୁଷାର କନ୍ଧମାଳ,କେମୁଡିବାଲି,127 ବାଟାଲିୟନରେ ନିୟୋଜିତ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି l ଆଜି ଅନ ଡିୟୁଟିରେ ସେ ସହିଦ ହୋଇଥିବାର ସୂଚନା ମିଳୁଛି l ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ଦେହାନ୍ତ ଘଟିଥିବା ପରିବାର ବର୍ଗଙ୍କୁ ସୂଚନା ମିଳୁଛି l କିନ୍ତୁ ଅଫିସିଆଲି ବର୍ତ୍ତମାନ ସୁଦ୍ଧା ତୁଷାରଙ୍କ ପରିବାର ବର୍ଗଙ୍କୁ କୌଣସି ସୂଚନା ଦିଆଯାଇନାହିଁ l ତେବେ କେଉଁ ପରିସ୍ଥିତିରେ ଓ କିଭଳି ଏହି ଅଘଟଣ ଘଟିଛି ଏନେଇ ପରିବାର ବର୍ଗ ସନ୍ଦେହ ଘେରରେ ରହିଛନ୍ତ ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ରୂପା ଥାଳିଆ ନ୍ୟୁଜ୍

ପଖ୍ୟାଘାତ ରୋଗୀ ସୁଶାନ୍ତ ଙ୍କ ପାଇଁ ସାହାଯ୍ୟ ଭିକ୍ଷା

ଜଗତସିଂହପୁର:୮/୦୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାରାଦ୍ୱୀପ ଗାଡ଼ ପଂଚାୟତ ସୁଶାନ୍ତ କୁମାର ମହାନ୍ତି ନିଜ ଘରେ ଖଟ ଉପରେ ଶୋଇଥିବା ଅବସ୍ଥାରେ ଖଟ ରୁ ତଳକୁ ଖସି ପଡି ବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ହେତୁ ପାରାଲେସ୍ସ ହୋଇଛି ସେ ସାତ ମାସ ହେଲେ ବିଛଣା ପଡି ରହି ମୃତୁ ସହ ଲଢେଇ କରୁଛି ସେ ବହୁତ ଗରିବ ହୋଇଥିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ପଳେଇ ଯାଇଛି ଏହି ଦୁଃଖଦ ସମୟରେ କେହି ବକ୍ତି ଓ କୌଣସି ସ୍ଵେଛାୟାସେବୀ ଅନୁଷ୍ଠାନ ସହଯୋଗ ର ହାତ ବଢ଼ାଇଲେ ଏହି ଗରିବ ଲୋକଟି ଆରୋଗ୍ୟ ଲାଭ କରନ୍ତା ପାରାଦ୍ୱୀପ ଗଡ଼ ରୁ କୁନା ବାବୁ ଓ ସଞ୍ଜୟ ଓକିଲ ଅନୁରୋଧ କରିଛନ୍ତି ପାରାଦ୍ୱୀପ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ବୋଲେରୋ ପିକଅପ୍ ଗାଡି ସହ ବ୍ୟାପକ ଗଞ୍ଜେଇ ଜବତ

କନ୍ଧମାଳ :୦୮/୦୫ବୋଲେରୋ ପିକଅପ୍ ଗାଡି ସହ ବ୍ୟାପକ ଗଞ୍ଜେଇ ଜବତ। ପୁଲିସ କୁ ଦେଖି ମାଫିଆ ଚମ୍ପଟ।। ଫୁଲବାଣୀ, ୮/୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳ ଗଞ୍ଜେଇ ମାଫିଆ ଙ୍କ ଭୁସ୍ବର୍ଗ ପାଲୋଟିଛି। ବିଭିନ୍ନ ସମୟରେ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ଧରାପଡି ଜେଲ୍ ଯାଉଥିଲେ ମଧ୍ୟ ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହି। ଏହି ପରିପ୍ରେକ୍ଷୀରେ ପୁଣି ଫିରିଙ୍ଗିଆ ପୋଲିସ ବ୍ୟାପକ ଗଞ୍ଜେଇ ଜବତ କରିଛି। ଏହା ସହିତ ଏଥିରେ ବ୍ୟବହୃତ ବୋଲେରୋ ଗାଡ଼ି କୁ ମଧ୍ୟ ଜବତ କରିଛି। ସୁଚନା କ୍ରମେ ଫିରିଙ୍ଗିଆ ଅଞ୍ଚଳ ରୁ ଅନୁଗୋଳ ଜିଲ୍ଲା କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଏକ ପୋଲିସ ଟିମ ସହାୟତା ରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାରେ କୁଡୁକି ଘାଟି ନିକଟରେ ଗାଡିକୁ ଚଢ଼ାଉ କରିଥିଲେ। ଯାଞ୍ଚ୍ ବେଳେ ସେଥିରୁ ୨ କ୍ୟୁଣ୍ଟାଲ ୧୦ କେଜି ଗଞ୍ଜେଇ ମିଳିଥିଲା। ତେବେ ପୁଲିସ କୁ ଚକମା ଦେଖାଇ ମାଫିଆ ଫେରାର ହେବାରେ ସକ୍ଷମ ହୋଇଛି। ପୁଲିସ ର ପ୍ରାଥମିକ ତଦନ୍ତରୁ ମାଫିଆ ଜଣକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କଙ୍କରାପାଲ ଗ୍ରାମ ର ସରୋଜ କୁମାର ସାହୁ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୭୦/୨୩ ଏକ ମାମଲା ରୁଜୁ କରି ଜଥାଶିଘ୍ର ଫେରାର ମାଫିଆ ଙ୍କୁ ଗିରଫ କରାଯିବ ବୋଲି ସୁଚନା ମିଳିଛି। କନ୍ଧମାଳ ଜିଲ୍ଲାରୁ ସୁଧାଂଶୁ କୁମାର କହଁର ରୁପାଥାଳିଆ ନ୍ୟୁଜ

ପରକୀୟା ପ୍ରୀତି ପାଇଁ ଜୀବନ ହାରିଦେଲା ରୋଜାଲିନ

ଜଗତସିଂହପୁର :୦୭/୦୪ ରାଗିଗଲା ରୋଜାଲିନ | ହାରିଦେଲା ଜୀବନ | ଅନ୍ୟ ଝିଅ ସହ ନିଜ ସ୍ୱାମୀ କୁ ଦେଖି ସହି ପାରିଲାନି | ଶେଷରେ ନିର୍ଯାତନା ସହି ନପାରି ହାରିଦେଲା ଜୀବନ | ଏଭଳି ଏକ ଘଟଣା ଘଟିଛି ପାରାଦୀପ୍ ଉପକଣ୍ଠ ନୂଆଗଡ଼ ଗ୍ରାମ ପଞ୍ଚାୟତ ବାଲିଡ଼ିଆ ଗ୍ରାମରେ | ପାରାଦୀପ୍ ଲକ୍ ଥାନା ରେ ରୋଜାଲିନ ର ମା ପୁଷ୍ପା ପ୍ରଧାନ କରିଥିବା ଲିଖିତ ଅଭିଯୋଗ କୁ ନେଇ ପୋଲିସ ଏବେ ଆରମ୍ଭ କରିଛି ତଦନ୍ତ | ଅଢେଇ ବର୍ଷ ତଳେ ରୋଜାଲିନ ଚୂନବେଲାରୀ ଗ୍ରାମର ରମେଶ ରଣା ଙ୍କ ପୁଅ ହିମାଂଶୁ ରଣା ଙ୍କୁ ପ୍ରଥମେ ଭଲ ପାଇ ଓ ପରେ ବୈଦିକ ରୀତିରେ ବିବାହ କରିଥିଲେ | କିନ୍ତୁ ହିମାଂଶୁ ଅନ୍ୟ ଏକ ଝିଅ ସହ ସମ୍ପର୍କ ରଖି ସମସ୍ତ ଅନ୍ତରଙ୍ଗ ସମୟର ଫଟୋ ଓ ଭିଡ଼ିଓ ନିଜ ସ୍ତ୍ରୀ ରୋଜାଲିନ ଙ୍କୁ ଦେଖାଉଥିବା ଓ ରୋଜାଲିନ ଏହାକୁ ନେଇ ପ୍ରତିବାଦ ଅନେକ ଥର କରିଥିବା ମଧ୍ଯ ଜଣାପଡିଛି | ଗତ 6 ମାସ ତଳେ ରୋଜାଲିନ ନିଜ ଶାଶୁ ଘରେ ଥିବା ସମୟରେ ତାର ବେକ କୁ କାଟି ଦେଇଥିବା ଓ ସେବେ ଠାରୁ ରୋଜାଲିନ ନିଜ ମା ଙ୍କ ଘରେ ରହିଥିବା ମା ପୁଷ୍ପା ପ୍ରକାଶ କରିଛନ୍ତି | ହେଲେ ହିମାଂଶୁ ଦୁଇ ଦିନ ହେବ ରୋଜାଲିନ ପାଖକୁ ଯାଉଥିବା ତାକୁ ମାଡ ମାରିବା ଓ ଛାଡପତ୍ର କାଗଜ ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ଏବଂ ତାକୁ ରାତି ଅଧରେ ମାରିଦେଇଥିବା ପୁଷ୍ପା ଅଭିଯୋଗ କରିଛନ୍ତି | ରୋଜାଲିନ୍ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲେ ନା ତାଙ୍କୁ ହିମାଂଶୁ ଆସି ମାରିଲେ ,ସେଇ ଘଟଣା କୁ ନେଇ ଲକ୍ ଥାନା ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି |ପାରାଦ୍ୱୀପ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଦୃବୁତ ଙ୍କ ଭୁଜାଲି ମାଡ଼ରେ ପ୍ରମୋଦ ଗୁରୁତର

ଜଗତସିଂହପୁର :୦୬/୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ପାରାଦ୍ୱୀପ ଗଡ଼ ର ପ୍ରମୋଦ ସାହୁ ଗୁରୁତର ସେ ରାତ୍ର ଦଶ ଘଟିକା ସମୟରେ ମଦ ଦୋକାନ ବନ୍ଦ କରି ପାରାଦ୍ୱୀପ ଗଡ଼ ସ୍ଥିତ ବାସଭବନ କୁ ଫେରୁଥିବା ସମୟରେ ପଣ୍ଡା ଆ,ଟି,ଆଇ, ପାଖରେ କିଛି ଦୃବୁତ ଏକ ଭୁଜାଲି ସାହାଯ୍ୟ ରେ ପ୍ରମୋଦ ଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିବାରୁ ସେ ଗାଡ଼ିରୁ ତଳେ ପଡିଯାଇଥିଲେ ଓ ତାଙ୍କ ବେକରୁ ସୁନା ଚେନ ଛିଡାଇ ନେଇଥିଲେ ସେ ସଂଜ୍ଞା ହିଁନ ଅବସ୍ଥାରେ ପଡିରହିଥିଲେ କିଛି ବ୍ୟକ୍ତି ଙ୍କ ସହୟାତରେ ଅଠର ବାଙ୍କୀ ମେଡିକାଲ କୁ ନେଇ ଥିଲେ ସେଠାରେ ତାଙ୍କ ମୁଣ୍ଡରେ ନଅ ଗୋଟି ଷ୍ଟିଜ ହୋଇଛି ଡାକ୍ତର ତାଙ୍କୁ କଟକ ପଠାଇ ବାକୁ କହିବାରୁ ପ୍ରମୋଦ ଙ୍କ ଭାଇ ପ୍ରଭାସ ଡାକ୍ତର ଙ୍କୁ ଆପ୍ରୋଜ କରି କହିଥିଲେ ଭାଇ ଙ୍କର ଅତ୍ୟନ୍ତ ରକ୍ତ ସ୍ରାବ ହୋଇଛି କାଳେ ବାଟରେ କିଛି ଅଘଟନ ହେବ ରାତ୍ରି ପାହିଲେ ଆମେ କଟକ ନେଇ ଯିବୁ ସଖାଳେ ପାରାଦ୍ୱୀପ ଲକ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଆଜକୁ ସାତ ଦିନ ବିତିଗଲାଣି ଲକ ଥାନା ଅଧିକାରୀ ଆସାମୀ ଡାକି ଛାଡି ଦେଇ ଛନ୍ତି ବୋଲି ଅଭିଯୋଗ ହେଉଛି ଦେଖିବାରେ ବାକି ରହିଲା ଥାନା ଅଧିକାରୀ ପ୍ରମୋଦ ଙ୍କୁ କିଭଳି ନାୟ ଦେଉଛନ୍ତି ପାରାଦ୍ୱୀପ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଆପେ‌ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ନବାପାଟଣା ବାସୀ

ଜଗତସିଂହପୁର:୪/୦୫ ଆପେ ଆପେ ଜଳୁଛି ନିଆଁ , ଭୟବିତ ଅବସ୍ଥାରେ ଅଛନ୍ତି ଏବେ ଗ୍ରାମବାସୀ । ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସିଂହାରପୁର ଗ୍ରାମ ପଞ୍ଚାୟତ ର ନବାପାଟଣା ଗ୍ରାମର ଭାଗବତ ସାହିରେ ଘଟିଛି ଏକ ଛାତି ଥରିଲା ଭଳି ଦୃଶ୍ୟ। ଗତ ୧୦ ରୁ ୧୨ଦିନ ହେବ କୌଣସି ଦୁର୍ବୃତ ଦ୍ଵାରା ହେଉ ବା କୌଣସି ଗୁଣି ଗାରେଡ଼ି ଦ୍ବାରା ହେଉ ,ଅଞ୍ଜଳି ଙ୍କ ବାଡି ପଟରେ ଅକସ୍ମାତ୍ ଆପେ ଆପେ ନିଆଁ ଲାଗି ଯାଉଛି, କେତେବେଳେ ବାଉଁଶ ବୁଦା ରେ ,ତ କେତେବେଳେ ବାଡି ରେ ଗଦା ହେଇଥିବା ଜାଳ ପତ୍ର ରେ, ତ କେତେବେଳେ ଚାଳ ଛପର ଘରେ ଆଉ ତା ବି ଦିନ ଦ୍ୱିପ୍ରହରରେ । ଆଉ ଯେତେ ବେଳେ ଏହି ଅଗ୍ନି କାଣ୍ଡ ଘଟୁଛି , ଭଗବାନ ସାହା ହେଲା ପରି ପାଖ ପଡିଶା ଘର ର ଯୁବକ ମାନେ ପ୍ରଥମେ ଦମକଳ ବାହିନୀ କୁ ଜଣାଇବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ପାଣି ପକାଇ ନିଆଁ କୁ ଆୟତ କରିଦେଉଥିଲେ ।ହେଲେ ଗତକାଲି ର କରାଳ ଦୃଶ୍ୟ ଥିଲା ଖୁବ୍ ଭୟଙ୍କର ।ପ୍ରତି ଏକ ଘଣ୍ଟା ପାର୍ଥକ୍ୟ ରେ ୪ ଥର ନିଆଁ ଲାଗି ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଆୟତ କୁ ଆସିଥିଲା । ଆଜି ଅଞ୍ଜଳି ଘରେ ନ ଥିବା ବେଳେ ଠିକ୍ ସକାଳ ୧୦ଟା ସମୟରେ ତାଙ୍କ ଚାଳ ଛପର ଘରେ ନିଆଁ ଲାଗି ବହୁ କିଛି ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ସେପଟେ ଏହିଭଳି ଘଟଣା ବାରମ୍ବାର ଘଟୁଥିବାରୁ ନବାପାଟଣା ଗ୍ରାମର ଭାଗବତ ସାହି ସମେତ ଅନ୍ୟାନ୍ୟ ସାହି ମାନଙ୍କରେ ମଧ୍ୟ ଛନକା ପଶିଗଲାଣି । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, କେହି ଅସାଧୁ ବ୍ୟକ୍ତି ଗୁଣି ଗାରେଡ଼ି, ତନ୍ତ୍ର ସାଧନା ଦ୍ୱାରା ଏହିଭଳି ଘଟଣା ଘଟଉଛି । ଏବେ ଚିନ୍ତିତ ଅବସ୍ଥାରେ ସମସ୍ତ ଗ୍ରାମ ବାସୀ । ତେବେ ଦେଖିବାକୁ ବାକି ରହିଲା କେବେ ଏହାର ସତ୍ୟାସତ୍ୟ ବାହାର କୁ ଜଣା ପଡ଼ିବଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ