ବାଲେଶ୍ଵର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସମସ୍ତ ଲିଡର, କର୍ମୀ ଓ ସମର୍ଥକ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ବିଜୁ ଜନତା ଦଳର ରାଜ୍ୟ ସଭାପତି, ହାଇକମାଣ୍ଡ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ *ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ* ଙ୍କ ନିର୍ଦ୍ଦେଶ କ୍ରମେ ଆମର ପ୍ରିୟ ରାଜନେତା, ସମାଜସେବୀ *ଶ୍ରୀଯୁକ୍ତ ଶଶୀ କୁମାର ସାହୁ (ଶଶୀ ନନା)* ଏବଂ ଆଦରଣୀୟା *ଶ୍ରୀମତୀ ସୁବାସିନୀ ସାହୁ (ସୁବାସିନୀ ଅପା)* ଙ୍କ ନେତୃତ୍ୱରେ ଆସନ୍ତା 2 ରୁ 6 ଅକ୍ଟୋବର ମଧ୍ୟରେ ହେବାକୁ ଥିବା ପଦଯାତ୍ରା ଓ ଦଳୀୟ ସମାବେଶ ଏବଂ 21 ରୁ 30 ଅକ୍ଟୋବର ମଧ୍ୟରେ ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମ ଉପଲକ୍ଷେ *ଆସନ୍ତାକାଲି ଅକ୍ଟୋବର 2 ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଦିନ* ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଅନୁଯାୟୀ ଖଇରା ବ୍ଲକର ସମସ୍ତ 37ଟି ପଞ୍ଚାୟତର ବିଜୁ ଜନତା ଦଳର ସଙ୍ଗଠନ ମୁଖ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର, ବିଜୁ ଜନତା ଦଳର, ଛାତ୍ର, ଯୁବ, ମହିଳା ଓ ଛାମୁଆ ସଙ୍ଗଠନର ସମସ୍ତ କର୍ମୀ ଓ ସଦସ୍ୟ ମାନଙ୍କୁ ନେଇ *ଅପରାହ୍ନ 3 ଘଟିକା ସମୟରେ ଖଇରା ଇରିଗେସନ ଅଫିସ ପାଖ ବିଜୁ ଜନତା ଦଳ କାର୍ଯ୍ୟାଳୟ (ବେଲୁ ଭାଇ ଘର)* ଠାରେ ଏବଂ ସିମୁଳିଆ ବ୍ଲକର 22ଟି ପଞ୍ଚାୟତର ସଙ୍ଗଠନ ମୁଖ୍ୟ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବେର ତଥା ବିଜୁ ଜନତା ଦଳର ଛାତ୍ର, ଯୁବ, ମହିଳା ଓ ଛାମୁଆ ସଙ୍ଗଠନର ସମସ୍ତ କର୍ମୀ ଓ ସଦସ୍ୟ ମାନଙ୍କୁ ନେଇ *ସନ୍ଧ୍ୟା 6.30 ଘଟିକା ସମୟରେ ମାର୍କୋଣା ସ୍ଥିତ ମା’ କଲ୍ୟାଣ ମଣ୍ଡପ (କଲେଜ ପାଖ)ରେ* ଆଉ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆମ ପ୍ରିୟ ରାଜନେତା, ସମାଜସେବୀ *ଶ୍ରୀଯୁକ୍ତ ଶଶୀ କୁମାର ସାହୁ (ଶଶୀ ନନା)* ଉପସ୍ଥିତ ରହିବେ ଏବଂ ଆଦରଣୀୟ *ଶଶୀ ନନା* ଏବଂ *ସୁବାସିନୀ ଅପା* ଙ୍କ ଦ୍ଵାରା ସିମୁଳିଆର ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି *ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ* ଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯିବ । ଆଦରଣୀୟ *ଶଶୀ ନନା* ଏବଂ *ସୁବାସିନୀ ଅପା* ଙ୍କ ତରଫରୁ ଆପଣ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ, ସମୟ ମଧ୍ୟରେ ଉପସ୍ଥିତ ରହିବାକୁ ଅନୁରୋଧ ଜଣାଉଅଛୁ । ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ … ଧନ୍ୟବାଦ..*(ବିଜୁ ଜନତା ଦଳ, ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ, ବାଲେଶ୍ବର)*ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ଓଡ଼ିଶା
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର କ୍ଷେତ୍ରୀୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା।ବ୍ରାହ୍ମପୁର
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର କ୍ଷେତ୍ରୀୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା।ବ୍ରାହ୍ମପୁର -*ସ୍ଥାନୀୟ ମା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ଅରବିନ୍ଦନଗର ଠାରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ତରଫରୁ ସଂସ୍ଥାନ ସ୍ଥରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ରଙ୍ଗାଈଲୁଣ୍ଡା ବ୍ଲକ ଶିକ୍ଷାଧୀକାରି ଦେବେନ୍ଦ୍ର ବେହେରା ଉଦଘାଟନ କରିଥିଲେ ଏଥିରେ ଗଞ୍ଜାମ ଜିଲ୍ଲାରୁ 15ଟି ବିଦ୍ୟାଳୟରୁ ପ୍ରାୟ 150ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଏବଂ 15ଟି ଗଣିତ ପ୍ରକଳ୍ପ ସ୍ଥାନପାଇଥିଲା ବିଚାରକ ଭାବେ ଶାନ୍ତନୁ ପାଣି, ବ୍ରଜମୋହନ ସାବତ, ତୁହାନି ମହାପାତ୍ର, ରାମଚନ୍ଦ୍ର ବିଶୋଇ, ଦୀପକ ପାଢ଼ୀ, ପ୍ରିୟାଂଶୁ ଶେଖର ସାହୁ, ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ l ସମାରୋପରେ ମହାମଣ୍ଡଳେଶ୍ଵର କମଳାକାନ୍ତ ମହାରାଜ , ଡ଼. ସୁବାଷ ଚନ୍ଦ୍ର ସାହୁ , ଜୟଶେନ ପ୍ରଧାନ, ଡ଼.ତ୍ରିନାଥ ମହାପାତ୍ର ଯୋଗଦେଇଥିଲେ ରାଜେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରକାଶ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ କୃତି ପ୍ରତିଯୋଗି ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବିଦ୍ୟାଳୟର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡାଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।*ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ
ବାଲେଶ୍ଵର ଜିଲ୍ଲାର ରାଜସ୍ବ ନୀରିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ବାଲେଶ୍ଵର ଜିଲ୍ଲାର ରାଜସ୍ବ ନୀରିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ,ବାଲେଶ୍ଵର ଜିଲ୍ଲାର ୧୨ ଗୋଟି ତହସିଲ ଅଧିନରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ପରିଦର୍ଶକ ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ସଦର ତହସିଲ ଅଧିନରେ ଥିବା ବାଲେଶ୍ଵର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ରେ ଗତ ତା୨୫,୦୯,୨୦୨୪ ରିଖ ଦିନ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ସମ୍ମିଳନୀ ସଭାରେ ଜିଲ୍ଲା ସଂଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ଯ ଅଣଗେଜେଡ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ବାଲେଶ୍ଵର ଜିଲ୍ଲା ଶାଖାର ୧୬ ତମ ତ୍ରୟ ବାର୍ଷିକ ସମ୍ମିଳନୀ ହୋଇଯାଇଛି। ବାଲେଶ୍ଵର ଜିଲ୍ଲା ସଂଘର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଦିଲ୍ଲୀପ କୁମାର ଚାନ୍ଦ, ସଭାରେ ସଭାପତିତ୍ବ କରିଥିଲେ,ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଜିଲ୍ଲା ସଂଘର ସମସ୍ତ ୧୨ ଗୋଟିଏ ତହସିଲରୁ ଆସିଥିବା ନିର୍ବାଚିତ ସଭ୍ୟ ଓ ସଭ୍ୟା ମାନଙ୍କ ଉପସ୍ଥିତିରେ ବିଷଦ ଭାବେ ଆଲୋଚନା କରାଯାଇ ଜିଲ୍ଲା ସଂଘକୁ ସଶକ୍ତ କରିବା ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ପଦକ୍ଷେପ ଗ୍ରହଣ ନିମନ୍ତେ ମତାମତ ନିଆଯାଇଥିଲା। ଜିଲ୍ଲା ସଂଘର ସଭାପତି ଶ୍ରୀ ଚାନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିବରଣୀ ପାଠ ପରେ ତାଙ୍କର ବକ୍ତବ୍ୟ ରଖିଥିଲେ ଆଗାମୀ ଦିନରେ ଜିଲ୍ଲାର କ୍ରୀୟାଶୀଳ ସଭ୍ୟ ଓ ସଭ୍ୟା ଙ୍କୁ ନୂତନ ଭାବେ କର୍ମକର୍ତ୍ତା ପାଇଁ ନିର୍ବାଚିତ କରାଯାଇଥିଲା। ନୂତନ ଭାବେ ନିର୍ବାଚିତ ହେଇଥିଲେ ଜିଲ୍ଲାର ସଭାପତି ପଦବୀରେ ଖଇରା ରାଜସ୍ବ ନୀରିକ୍ଷକ ଶ୍ରୀ ଯୁକ୍ତ ସୁବ୍ରତ କୁମାର ସିଂ, ଉପସଭାପତି ରାଜେଶ କୁମାର ଦେ, ସମ୍ପାଦକ ପଦବୀରେ ସହକାରୀ ରାଜସ୍ବ ନୀରିକ୍ଷକ, ଯୁଗ୍ମ ସମ୍ପାଦକ ପ୍ରମୋଦ ରାମ,(ଏ,ଆର ଆଇ) କୋଷାଧ୍ୟକ୍ଷ ଶରତ କୁମାର ବେହେରା, ସମୀକ୍ଷକ ତାପସ ଜେନା, ସଂଗଠନ ସମ୍ପାଦକ, ସୃଷ୍ଟିଧର ପଟ୍ଟାୟତ, କାର୍ଯ୍ୟାଳୟ ସମ୍ପାଦକ,ସରୋଜ କୁମାର ଭଞ୍ଜ, (ସହକାରୀ ରାଜସ୍ବ ନୀରିକ୍ଷକ,) ସମୀକ୍ଷକ,ଅରୁଣ କୁମାର ମହାଳିକ, ଏସମସ୍ତ ନିର୍ବାଚିତ କର୍ମକର୍ତ୍ତା ମାନେ ନିଜର ସଂଘର ନିୟମାବଳୀ ଅନୁସାରେ କାର୍ଯ୍ୟ ତୁଲାଇବା ପାଇଁ ଶପଥ ପାଠ କରିଥିଲେ। ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ଭଙ୍ଗ କରାଯାଇଥିଲା,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
୩୬ ମାସରେ ବିଡ଼ିଓ ପଦବୀରେ ୮ ଜଣ ଅଧିକାରୀ।( ଡବଲ ଇଞିନ ସରକାରଙ୍କ
୩୬ ମାସରେ ବିଡ଼ିଓ ପଦବୀରେ ୮ ଜଣ ଅଧିକାରୀ।( ଡବଲ ଇଞିନ ସରକାରଙ୍କ)ବାଲେଶ୍ଵର ଜିଲ୍ଲା ଖଇରା ବ୍କକରେ ୩୬ ମାସରେ ୮ ଜଣ ବିଡ଼ିଓ ଦାୟିତ୍ବ ନେଇସାରିଲେଣି, ଯେଉଁଥିପାଇଁ ୩୭ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ୧ ବର୍ଷ ପୂରିବା ପୂର୍ବରୁ ବହୁ ବିଡ଼ିଓଙ୍କୁ ଦାୟିତ୍ବରୁ ଅପସାରଣ କରାଯିବ କିମ୍ବା ବଦଳି କରିଦିଆଯାଇଥିବା ଯୋଗୁଁ ଖଇରା ବ୍କକରେ କୈାଣସି ଯୋଜନାରେ ସଫଳତା ଆଶା କ୍ଷୀଣ ହୋଇପଡୁଛି, ଏହାର ସୁଯୋଗ ନେଇ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଦୀର୍ଘଦିନ ଧରି ଗୋଟିଏ ଗୋଟିଏ ପଞ୍ଚାୟତରେ ରହି ହିତାଧିକାରୀଙ୍କୁ ଶୋଷଣ କରୁଥିବା ବିଭିନ୍ନ ବୈଠକରେ ହିତାଧିକାରୀ ଓ ଲୋକପ୍ରତିନିଧି ମାନେ ଅଭିଯୋଗ କରିଆସୁଛନ୍ତି। ଏଣୁ ରାଜା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଖଇରା ବ୍କକର ବିଭିନ୍ନ ସ୍ବେଛାସେବୀ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ବିଡ଼ିଓ ଦେବେନ୍ଦ୍ର ବଳଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରହିଥିବା ବେଳେ ଅତିରିକ୍ତ ବିଡ଼ିଓ ଶକ୍ତି ପ୍ରସାଦ ପାଇକରାୟ ୨ ଦିନ ବିଡ଼ିଓ ଦାୟିତ୍ବ ରେ ରହି ଥିଲେ। ପରେ ସିମୁଳିଆ ବିଡ଼ିଓ ନରହରି ବେହେରା ୨୦୨୦ ଅଗଷ୍ଟ ୨୮ରୁ ସେହି ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅତିରିକ୍ତ ଦାୟୀତ୍ବ ରହିଥିଲେ। ପୁନଶ୍ଚ ଶକ୍ତି ପ୍ରସାଦ ପାଇକରାୟଙ୍କୁ ନୂଆ ବିଡ଼ିଓ ଆସିବା ପର୍ଯ୍ୟନ୍ତ ୨୧ ଦିନ ଦାୟିତ୍ୱରେ ରହିଆସିଥିଲେ। ପରବର୍ତ୍ତୀ ବିଡ଼ିଓ ଭାବେ ପର୍ଶୁରାମ ପଣ୍ଡା ୨୦୨୦ ଅକ୍ଟୋବରୁ ଯୋଗଦାନ ପରେ ୨୦୨୩ ଏପ୍ରିଲ୍ ରେ ହୋଇ ଯାଇନଥିଲେ। ପରବର୍ତ୍ତୀ ବିଡ଼ିଓ ଭାବେ ସିମୁଳିଆର ପୃଥୀରାଜ ପରିଡ଼ା ୧୫ ଦିନ ବିଡ଼ିଓ ଦାୟିତ୍ବ ରେ ରହି ଥିଲେ, ସେହିଭଳି ମେ ୨୩ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଉତ୍ତମ କୁମାର ଜେନାଙ୍କୁ ଅକ୍ଟୋବର ୨୦୨୩ ରେ ଅନ୍ୟତ୍ର ବଦଳି କରାଯାଇଥିଲା। ୨୦୨୩ ଅକ୍ଟୋବର ୨୫ ତାରିଖରୁ ଅଦ୍ୟାବଧି କାର୍ଯ୍ୟ କରୁଥିବା ବିଡ଼ିଓ ଅନନ୍ତ କୁମାର ହାଁସଦାଙ୍କର ବଦଳି ଆଦେଶ ଗତକାଲି ଗୁରୁବାର ପହଞିବା ପରେ ବହୁ ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଖଇରା ବ୍କକକୁ କୈାଣସି ବିଡ଼ିଓଙ୍କୁ ନିଯୁକ୍ତି ନଦିଆଯାଇ ହାଁସଦା ବଦଳି ଖଇରା ବ୍ଲକ ବିକାଶରେ ବ୍ୟାଘାତ ସ୍ତୃଷ୍ଟି କରିବା ନେଇ ସମ୍ଭାବନା ସୃଷ୍ଟି କରିଛି। ଖଇରାବାସୀ ବହୁ ଆଶା ଭରସା ନେଇ ଜିତାଇଥିବା ଡବଲ ଇଞିନ ସରକାରଙ୍କ ଏଭଳି ଖାମଖିଆଲି ନିଷ୍ପତ୍ତି ବିରୁଦ୍ଧରେ ଖଇରା ଜନସାଧାରଣ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଓ ସାଧାରଣ ଜନତା ଓ ଜନପ୍ରତିନିଧି ବୁଦ୍ଧିଜୀବିମାନେ କହିଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ବିଦ୍ୟାଭାରତୀ ପୁସ୍ତକ ସପ୍ତାହ: ୨୦୨୪’ର ୩ୟ ସନ୍ଧ୍ୟା ଅନୁଷ୍ଠିତ
‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ: ୨୦୨୪’ର ୩ୟ ସନ୍ଧ୍ୟା ଅନୁଷ୍ଠିତ”””””””””””””‘”””””,'”””””””””””””””””””””ବାଲେଶ୍ବର, ୨୬/୯: ବାଲେଶ୍ବରରେ ‘ବିଦ୍ୟାଭାରତୀ’ ଓ ‘ବହିଘର’ ପ୍ରକାଶନ ପ୍ରତିଷ୍ଠାନ ଆନୁକୂଲ୍ୟରେ ‘ବହିଘର ଲାଇବ୍ରେରୀ’ର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ:୨୦୨୪’ର ୩ୟ ଦିବସରେ ‘ମୁଁ କାହିଁକି ଲେଖେ’, ‘ମୋର ପ୍ରିୟ ଲେଖକ ଓ ପ୍ରିୟ ପୁ୍ସ୍ତକ’ ଶୀର୍ଷକରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଭୟ ଦାସଙ୍କ ସଭାପତିତ୍ବ ଓ ଗଗନ ସେଠୀଙ୍କ ସଂଯୋଜନାରେ ଏହି ଆଲୋଚନାଚକ୍ର ଓ କବିତାପଠରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ବ୍ରଜେନ୍ଦ୍ର ଗିରି, ମୁଖ୍ୟ ବକ୍ତା ଭାବରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷାସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର, ଆଲୋଚକ ଭାବରେ ସୋର କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଅମ୍ବରୀଶ ଦିଣ୍ଡା, ସାହିତ୍ୟିକ କାଳୀକିଙ୍କର ଦାସ,ଶିଳ୍ପୋଦ୍ୟୋଗୀ ତଥା ଗାଳ୍ପିକ ଶୋଭେନ୍ଦ୍ର ଦାଶ, କବି ଉତ୍ପଳ ମହାନ୍ତି, କବି ଆଲୋକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ ପ୍ରାରମ୍ଭରେ ଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ କବି ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ ।
ବିପଦ ସଂକୁଳ ଅବସ୍ଥାରେ ଓ୍ବାଇରଲେସ୍ ଟାଓ୍ବାର
ବିପଦ ସଂକୁଳ ଅବସ୍ଥାରେ ଓ୍ବାଇରଲେସ୍ ଟାଓ୍ବାର ତା ୨୬/୦୯/୨୦୨୪ ରିଖ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଗୌଡ଼ିଆ ବରୋଦା ଗ୍ରାମ ପଞ୍ଚାୟତର କାନସୁକା ଗ୍ରାମରେ ୱାଇରଲେସ ଟାୱାରଟି ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଏହି ଟାଓ୍ବାରର ତଳ ପଟୁ ଜଙ୍ଗ୍ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସାଧାରଣ ପବନ ଟିକେ ହେଲେ କେଉଁ ସମୟରେ ମଧ୍ୟ ପଡ଼ିଯାଇ କିଛି ଅଘଟଣ ଘଟି ଧନ ଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଣୁ କାନସୁକା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡିଛି । ଏହି ଜଂଗ ହୋଇ ରହିଥିବା ଟାୱାର ଟିକୁ ବାହାର କରିବାପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୋୖଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ସେହି ଟାୱାରଟିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ର
ଛେଳି ଚରାଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ,
ଛେଳି ଚରାଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ, ବାଲେଶ୍ଵର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ସାଉଦିଆ ଗ୍ରାମର ପଦ୍ମଲୋଚନ ସାହୁ,୬୨ ବର୍ଷ ଆଜି ସକାଳୁ ନିଜର ଛେଳି ଚଳାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ, ଘରକୁ ନଆସିବାରୁ ଘର ଲୋକେ ଖୋଜାଖୋଜି କରିବା ପରେ ଦେଖିଲେ କୈାଣସି କାରଣରୁ ବିଲ ମଝିରେ ଏକ ପାଣି ଭରା ଗଣ୍ଡରେ ପଦ୍ମଲୋଚନ ପଡିଯାଇଥିଲ, ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ରେ ଭାସୁଥିବା ଥିବା ଦେଖି ୧୦୮ ଆଭଲାନ୍ସ ଡାକି ସୋର ମେଡ଼ିକାଲକୁ ନେଇଥିଲେ, ସେଠାରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ, ପରେ ଖଇରା ଥାନାକୁ ଜଣାଇ ଶବବେଛଦ ପାଇଁ ପଠାଇଥିଲେ, ଶ୍ରୀ ସାହୁ ମୃତ୍ୟୁ ବରଣ କରିଥିବାରୁ ଗ୍ରାମବାସୀ ମାନେ ସରକାରୀ ସାହାଯ୍ୟ ଦାବି କରିଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ସେନା ପ୍ରଶିକ୍ଷଣ ସହିତ ଚରିତ୍ର ନିର୍ମାଣ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ
*ସେନା ପ୍ରଶିକ୍ଷଣ ସହିତ ଚରିତ୍ର ନିର୍ମାଣ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ*ବାଲେଶ୍ଵର ଜିଲ୍ଲା ଖଇରା ବ୍କକ 2021 ମସିହାରେ ଯେତେବେଳେ ଏକାଡେମୀ ଆରମ୍ଭ ହେଲେ ସେତେବେଳେ ଏକାଡେମୀ ର ମୁଖ୍ୟ ଲକ୍ଷ୍ୟ ଗରିବ ପିଲା ମାନଙ୍କୁ କର୍ମ ନିଯୁକ୍ତ କରାଇବା ସହିତ ଛୋଟ ଛୋଟ ଆଉ କିଛି ଲକ୍ଷ୍ୟ ଥିଲା। ତା ମଧ୍ୟରୁ ପିଲାମାନଙ୍କ ଚରିତ୍ର କୁ ବଳିଷ୍ଠ କରି ସତ ମାର୍ଗରେ ଚାଲିବାକୁ ପ୍ରେରଣା ଦେବା। ଆଜି ଲାଗୁଛି ତାହା ଧୀରେ ଧୀରେ ସତ ହୋଇ ହୋଇ ଯାଉଛି। ଆଜି ଏକାଡେମୀ ର ଛାତ୍ର ଶ୍ୟାମ ସୁନ୍ଦର ରଣା ସୋର ରୁ ଖଇରା ଫେରିବା ସମୟରେ ଦେଖିଲେ ଜଣେ ବୃଦ୍ଧା ଗୋଟେ ପର୍ଶ ପାଇ ତା ଭିତରେ ଥିବା ପଇସା ଦେଖୁଛି। ସେ ତୁରନ୍ତ ତାଙ୍କୁ ପର୍ଶ ଟି ମାଗିବାରୁ ବୃଦ୍ଧା ମନା କରିଦେଲା। ଶ୍ୟାମ ସୁନ୍ଦର ତାଙ୍କୁ ଶହେ ଟଙ୍କା ଦେଇ ପର୍ଶ ନେଇ ଆସିଲା ଏବଂ କ୍ଲାସ ଟାଇମ ହେଉଥିବାରୁ ସେ ସେଥିରେ ଥିବା ଆଧାର କାର୍ଡ ର ଫଟୋ ବିଜୟ ସାର୍ ଙ୍କୁ ଦେଇ ଖଇରା ପଳେଇ ଆସିଲା। ବିଜୟ ସାର୍ ବି କେମିତି ଶାନ୍ତ ବସିଥାଆନ୍ତେ , ଜରୁରୀ ପରିସ୍ଥିତି ରେ ବାପି ନନା ଙ୍କ ସହାୟତାରେ ପୀଡ଼ିତ ସୋର ର ତପନ କୁମାର ରାଉତ ଙ୍କ ସହିତ ଯୋଗାଯୋଗ ହୋଇଥିଲା। ଶେଷରେ ରଣା ନିଜ ହାତରେ ତପନ ଭାଇଙ୍କୁ ପର୍ଶ ଫେରାଇ ଥିଲା। ଆଶ୍ଚର୍ଯ୍ୟ ର କଥା ତପନ ଭାଇ ପର୍ଶ ଖୋଲି ଟଙ୍କା ଗଣିବା ପରେ ରଣା ଜାଣିଥିଲା ସେଥିରେ ନଗଦ 22000 ଟଙ୍କା ସହ ATM card ଥିଲା ବୋଲି। କାରଣ ତା ପୂର୍ବରୁ ଶ୍ୟାମ ସୁନ୍ଦର ର ନୀୟତ ଖରାପ ହୋଇ ନଥିଲା। ଏଥିରୁ ପ୍ରମାଣିତ କି ଏକାଡେମୀ ପିଲାମାନଙ୍କ ର ଚରିତ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ନେବା ଆରମ୍ଭ କରିଦେଇଛି । ଏଥିପାଇଁ ଏକାଡେମୀ ର ସଭାପତି ପ୍ରୀତି ମଞ୍ଜରୀ ଦାସ ଓ ମଧୁସ୍ମିତା ବିନ୍ଧାଣି ଶ୍ୟାମ ସୁନ୍ଦର ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ବିଜୟ ଉସ୍ତାଦ ଓ ବାପି ନନା ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏକାଡେମୀ ର ଉସ୍ତାଦ ମାନଙ୍କ ଶିକ୍ଷା ପାଇଁ ଏପରି ସମ୍ଭବ ବୋଲି ଏକାଡେମୀ କୋଷାଧ୍ୟକ୍ଷ ଆରତୀ ପ୍ରଧାନ କହିଛନ୍ତି।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ଜଙ୍ଗଲ ଭିତରେ ଛେଳି ଚୋର ଧରିଲେ ଗ୍ରାମବାସୀ ,
ଜଙ୍ଗଲ ଭିତରେ ଛେଳି ଚୋର ଧରିଲେ ଗ୍ରାମବାସୀ ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ,, ଶ୍ୟାମସୁନ୍ଦର ପଂଚାୟତ ଗୁଡିଖୁଳା ଗ୍ରାମ ର ସୋମା ସିଂ ଜଣେ ଛେଳି ପାଳନ କରିଛନ୍ତି ପାଖା ପାଖି 50ରୁ ଉର୍ଦ୍ଧ,, ସେ ପ୍ରତିଦିନ ଦେବଗିର ପାହାଡ଼ କୁ ଛେଳି ଚରେଇବା ପାଇଁ,, ତାଙ୍କ ଶହ ଅନ୍ୟ ଗ୍ରାମବାସୀ ଯାଇଥାନ୍ତି,, ଆଜି ସେ ତିନି ଜଣ ଭିତର ଜଙ୍ଗଲ ଶାଳ ପତଡା କୁ 100ପାଖା ପାଖି ଛେଳି ଚରେଇବା ନେଇଥିଲେ,, ଉପରବେଳା ଘରକୁ ଆଣିଲା ବେଳକୁ ସୋମା ସିଂ ଙ୍କର 20ରୁ 22 କିଲୋ ଉଜନ ର ବଡ ଖାସି ଟି କୁଆଡେ ପଳେଇ ଯାଇଛି,,ଖୋଜା ଖୋଜି କରିଲା ପରେ ନ ମିଳିବା ପରେ ନିରାଶ ହୋଇ ଘରକୁ ଫେରିଥିଲେ,, ଆ ପୂର୍ବରୁ ବି ସେହି ସୋମା ସିଂ ଙ୍କର ଗଣେଶ ପୂଜା ଦିନ ଆଉ ଗୋଟେ ଛେଳି ହଜି ଯାଇଥିଲା,,ତେଣୁ ସେ କୋଣସି ସୂତ୍ରରୁ ସୂଚନା ପାଇ ଫଟା ଚୁଳିଆ ପାହାଡ଼ ରେ ପହଂଚି ଥିଲେ,,ସେଠି ଦେଖନ୍ତି ପାଟଚଣ୍ଡୀ ଗ୍ରାମର ଗୋବିନ୍ଦ ସିଂ,,କଟି ସିଂ,, ଦରଗ ସିଂ ତିନି ଜଣ ମିଶି ଛେଳି କାଟିକି ମାଂସ କରିଦେଇଛନ୍ତି,, ତେଣୁ ଅନ୍ୟ ଗ୍ରାମବାସୀ ଙ୍କ ସହଯୋଗ ରେ ଦରଗ ସିଂ,, କଟି ସିଂ ଙ୍କୁ ଧରିଆଣି ଗ୍ରାମରେ କଙ୍ଗାରୁ କୋର୍ଟ ରେ ବିଚାର କରାଯାଇ କ୍ଷେତି ପୂରଣ ଦେବାକୁ ଧାର୍ଯ୍ୟ କରାଯାଇଛି,, କିନ୍ତୁ ଅନ୍ୟ ଜଣେ ଗୋବିନ୍ଦ ଫେରାର ଅଛି,,ଅପରପକ୍ଷେ ବଣ ଭିତରେ ଛେଳି ଚୋରିକରି,, ଗୋଟେ ପରେ ଗୋଟେ କାଟିକି ମାଂସ କରି ସପ୍ଲାଏ କରୁଥିଲେ,, ଛେଳି କୁ ମୁଣୁଥିବା ଲୋକ ଭାବୁଥିଲେ ଯେ ବାଘ ଶିକାର କରୁଛି,, କିନ୍ତୁ ବାଘ ନାଁରେ ଦୁଇ ଗୋଡ଼ିଆ ମଣିଷ ସାଜିଥିଲେ ବାଘ ଦୀର୍ଘଦିନ ପରେ ଦୁଇ ଗୋଡ଼ିଆ ଛେଳି ଚୋର ଙ୍କୁ ଧରି,, ଗ୍ରାମରେ ଅଟକ ରଖାଯାଇଛି,,ନୀଳଗିରି ରୁ ବିମଳ କୁମାର ଦଳେଇ ଙ୍କର ରିପୋର୍ଟ,,
ରାସ୍ତା ଦୁର୍ଘଟଣାରେ ଯୁବକ ଗୁରୁତର।ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ତହସିଲ ନିକଟରେ ବାଇକସହିତ କାର ଧକ୍କା ରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିଥିଲେ
.ରାସ୍ତା ଦୁର୍ଘଟଣାରେ ଯୁବକ ଗୁରୁତର।ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ତହସିଲ ନିକଟରେ ବାଇକ ସହିତ କାର ଧକ୍କା ରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିଥିଲେ ।ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅଵସ୍ଥାରେ ସିମୁଳିଆ ମେଡ଼ିକାଲରେ ଭର୍ତ୍ତୀ କରିଥିଲେ । ଗୁରୁତର ହୋଇଥିବା ସୁରେଶ ଲେଙ୍କା ଘର ଧାମରା ହୋଇଥିବାର ଜଣାପଡିଛି । ସେ ଵାଇକ ଯୋଗେ ଭଦ୍ରକ ରୂ ଧାମରା ଯାଉ ଥିବାବେଳେ ଆଗରେ ଯାଉଥିବା ସିମୁଳିଆ ତହସିଲ ସମ୍ମୁଖରେ ଯାଉଥିବା କାର ଟି ହଠାତ ବ୍ରେକ ମାରିଥିଲେ । ବାଇକଟି କାର ପଛରେ ବାଢେଇ ହୋଇଥିଲା । ଯାହାଫଳରେ କି ଵାଇକ ଆରୋହି ଛିଟକି ପଡି ଯାଇଥିଲେ ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତୀ କରିଥିଲେ । ତାଙ୍କର ଅଵସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।