ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍

ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଗତ ତା ୩୦-୧୧-୨୦୨୪ HIV ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଖଣ୍ଡଦେଉଳି ଗ୍ରାମ ପରିଭ୍ରମଣ କରି ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରିଥିଲେ ଏବଂ ଡିସେମ୍ୱର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ୨୦୨୪ ଉପଲକ୍ଷେ କଲେଜ୍ ପରିସରରେ ଏଡସ୍ ଦିବସ ପାଳନ କରାଯାଇଛି। କଲେଜ୍ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ ଆସନରେ ଅଳଙ୍କୃତ ହୋଇ ଏଡସର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ବାଣୀ ଶୁଣାଇଥିଲେ। ଏଥିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୋମ୍ୟ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅନ୍ୟାନ୍ୟ ସହକର୍ମୀ ତଥା ଆୟୁର୍ବେଦିକ ଡାକ୍ତର ସାଗରିକା ପ୍ରଧାନ, ପଙ୍କଜିନୀ ରଥ(LHB) ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏଡସ୍ର କାରଣ, ନିରାକରଣ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ସଜାଗ ଓ ସଚେତନତା କରାଇଥିଲେ। ଏଥିରେ କଲେଜର ଇତିହାସ ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଆନନ୍ଦ କୁମାର ଗୌଡ଼, ରାଜନୀତି ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସଭା ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକଡିସେମ୍ବର 1ତାରିଖ ଦିନ ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଅଧିନ ଶ୍ରୀରାମପୁର ଖେଳ ପଡିଆ

କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକଡିସେମ୍ବର 1ତାରିଖ ଦିନ ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଅଧିନ ଶ୍ରୀରାମପୁର ଖେଳ ପଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମା ଶ୍ରୀରାଦେବୀ ସ୍ପୋର୍ଟସ ଆସୋସିଏସନ ସଭାପତି ବିଷ୍ଣୁମୋହନ ମୁଦୁଲିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ପରି ଡିସେମ୍ବର ମାସ29 ତାରିଖରେ ଆରମ୍ଭ ହେଇ 2025 ଜାନୁଆରୀ ମାସ1 ତାରିଖ ଦିନ ଖେଳ ଶେଷ ହେବ।30 ତମ କ୍ରିକେଟ ଟୁର୍ଣ୍ଣାମେଣ୍ଢ ହେବ 8 ଗୋଟି ଟିମ ଅଂଶଗ୍ରହଣ କରିବେ ।କେମିତି4ଦିନ ଖେଳ ଶାନ୍ତି ଶୁଙ୍ଗଳା ରେ ହେବ ସଭାପତି ସଭ୍ୟ ମାନଙ୍କୁ ସୂଚନା ଦେଲେ।ଆସୋସିଏସନ ର ସଭ୍ୟ ମାନେ ଥିଲେ-ତାପସ କୁମାର ମୁଦୁଲି, ରାଜେନ୍ଦ୍ର ସେଠୀ, ଶଶିକାନ୍ତ ପରିଡା, ସୁଧାଂଶୁ ଶେଖର ମୁଦୁଲି, ଗଣେଶ ମୁଦୁଲି, ରଞ୍ଜନ,କିଶୋର ମୁଦୁଲି, ବାବୁ ପାତ୍ର ସଂଜୟ ଦତ୍ତ, ପ୍ରହଲ୍ଲାଦ ପୃଷ୍ଟି, ହେମନ୍ତ ପୁଷ୍ଟି, ବନ୍ଟି ଦାସ, ଭଗବାନ ପାତ୍ର,ଏବଂ ମାନସ କୁମାର ମୁଦୁଲି।ଶେଷରେ ବରିଷ୍ଠ ସଭ୍ୟ ଗୋପାଳ ପ୍ରସାଦ ପଣ୍ଡା ଧନ୍ୟବାଦ ଦେଇ ଥିଲେ।

ହିନ୍ଦୁ ଦେବସେନା ସଂଗଠନ ପକ୍ଷରୁ ନୀଳଗିରି ଥାନା ଆଇ ଆଇ ସି ଙ୍କୁ ସାଧୁବାଦ ଜଣାଇଛନ୍ତି,,

ହିନ୍ଦୁ ଦେବସେନା ସଂଗଠନ ପକ୍ଷରୁ ନୀଳଗିରି ଥାନା ଆଇ ଆଇ ସି ଙ୍କୁ ସାଧୁବାଦ ଜଣାଇଛନ୍ତି,,—————————————ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ ଥିବା,,ସୀତାରାମ ମଠ ସମ୍ମୁଖରେ ଏକ ବିଶାଳ ମଲା ବୃକ୍ଷ ଶୁଖି ଯାଇଥିବାରୁ । ତୀର୍ଥ ଯାତ୍ରୀ ମାନଙ୍କର ଚଳ ପ୍ରଚଳରେ ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ସହିତ କୈାଣସି ବି ସମୟରେ ଆଶ୍ରମ ଉପରେ ପଡିଲେ ବିପଦ ସଂକୁଚ ଘଟିବାର ଲକ୍ଷ୍ୟ କରି ମାତ୍ର ନୀଳଗିରି ବ୍ଲକ୍ ଦେବସେନା ସଭାପତି ବାଦଲ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଅନେକ ଦେବସୈନିକ ଏକତ୍ରିତ ହୋଇ ଥାନା ଭାରପ୍ରାପ୍ତ ଅଧିକାରୀ, ବନ୍ୟ ବିଭାଗ ଅଧିକାରୀ ଓ ଉପଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଉକ୍ତ ଘଟଣା ବାବଦରେ ପୂର୍ବରୁ ଅନେକ ଥର ସାଧୁସନ୍ଥ ଓ ମନ୍ଦିର ର ସୁରକ୍ଷା କମିଟି ପକ୍ଷରୁ ବହୁ ବାର ଭିଯୋଗ କରି ଆସିଥିଲେ ମଧ୍ୟ,,ଫଳା ଫଳ ଶୂନ୍ୟ ହୋଇଥିଲା। ମାତ୍ର ଦେବସେନା ପକ୍ଷରୁ ପ୍ରଦାନ ହୋଇଥିବା ଅଭିଯୋଗ କ୍ରମେ ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବାରୁ । ବ୍ଲକ ଧର୍ମ ପ୍ରକୋଷ୍ଠ ତରଫରୁ । ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଥାନା ଆଇ. ଆଇ.ସି. ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି,, ତେଣୁ ଦେବ ସେନାର ପ୍ରତ୍ୟେକଟି ସଦସ୍ୟ,ସଦଶ୍ୟା ଓ ସାଧୁସନ୍ଥ ମନ୍ଦିର ସୁରକ୍ଷା କମିଟି ର ସଦସ୍ୟ ମାନଙ୍କ ସହଯୋଗରେ କାମଟି କୁ ସମ୍ପୂର୍ଣ କରାଯାଇଥିଲା ନୀଳଗିରି ରୁ ବିମଳ କୁମାର ଦଳେଇ ଙ୍କର ରିପୋର୍ଟ,,

କୁଷ୍ଠ ରୋଗୀ ପାଖରେ ପହଞ୍ଚିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

କୁଷ୍ଠ ରୋଗୀ ପାଖରେ ପହଞ୍ଚିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

Slog- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ବାଣପୁର ଗ୍ରାମର ଆଦିବାସୀ ସାହିର ବାସିନ୍ଦା ତୁଳସୀ ହୋ ଜଣେ କୁଷ୍ଠ ରୋଗୀ । ସେ ଆଜକୁ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ । ବ୍ଲକ ପ୍ରଶାସନ ତରଫରୁ ଆବାସ ଯୋଜନା ଗୃହ ପ୍ରଦାନ କରାଯାଇଛି । ଖବରପାଇ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ତୁଳସୀ ହୋ ନିକଟରେ ପହଞ୍ଚିଥିଲେ । ଅନୁଷ୍ଠାନ ତରଫରୁ ୨ଖଣ୍ଡ କମ୍ବଳ ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକ ପଦ୍ମଲୋଚନ ଦାସ ନୂତନ ଶାଢ଼ୀ ଏବଂ ସଦସ୍ୟା କୁମମଣି ଦେଈ ଛୋଟଛୋଟ ପିଲା ମାନଙ୍କୁ ଚକୋଲେଟ ପ୍ରଦାନ କରିଥିଲେ । ସ୍ଥାନୀୟ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଦସ୍ୟା କୁମମଣି ଦେଈ ଉପସ୍ଥିତ ରହି ସ୍ବ ହସ୍ତରେ ତୁଳସୀ ହୋ ଙ୍କୁ ଉପରୋକ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ଡୁଙ୍ଗୁରା ସମାଜସେବୀ ନିରଞ୍ଜନ ବେହେରା(ନିର ଭାଇ) କାର୍ଯ୍ୟକ୍ରମ ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଷ୍ଠାନର ଏହା ଥିଲା ୧୦ମ ପର୍ଯ୍ଯାୟ କମ୍ବଳ ବଣ୍ଟନ ।ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି । କମ୍ବଳ ବଣ୍ଟନ ସାରି ଫେରିଲା ବେଳେ କୁମ୍ଭୁକା ଶନିଦେବ ମନ୍ଦିରକୁ ଯାଇ ଦର୍ଶନ କରି ଗରିବ ମାନଙ୍କ ଦୁଃଖ ନିବାରଣ ନିମନ୍ତେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ସଦସ୍ୟା କୁମମଣି ଦେଈ ପ୍ରାର୍ଥନା କରି ଘରକୁ ଫେରିଥିଲେ ।।

ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ବାଲିପଦର ଡ଼ିଗ୍ରୀ କଲେଜ ରେ ସମ୍ବିଧାନ ଦିବସ

ବାଲିପଦର ଡ଼ିଗ୍ରୀ କଲେଜ ରେ ସମ୍ବିଧାନ ଦିବସ ପାଳିତ। ଆସିକା୨୬/୧୧/୨୦୨୪ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ବାଲିପଦର ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇ କଲେଜ ର ଅଧକ୍ଷ୍ୟ ଡ଼କ୍ଟର ବିବେକାନନ୍ଦ ପଟ୍ଟନାୟକ ଙ୍କ ସଭା ପତିତ୍ୟ ରେ ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ହରିହର ବିଷୋୟୀ ଯୋଗ ଦେଇ ସମ୍ଭିଧାନ ଦିବସ ସମ୍ପର୍କରେ ଛାତଛାତ୍ରୀ ମାନଙ୍କୁ ଉଧୃବୋଧନ ଦେଇ କହିଥିଲେ “ସମ୍ଭିଧାନ ହିଁ ଦେଶର ଆତ୍ମା ସଦୃଶ୍ୟ ଓ ନାଗରିକ ମାନଙ୍କ ପଥ ପ୍ରଦସକ ” ଏହି ପରି ପ୍ରେକ୍ଷୀରେ ଛାତ୍ରଛାତ୍ରୀ ମନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା ଯଥା ରଙ୍ଗୋଲି, ପ୍ରବନ୍ଧ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ କଲେଜ ର ବରିଷ୍ଟ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି (ରାଜନୀତି ବିଜ୍ଞାନ), ଶ୍ରୀ ଅମୟ କୁମାର ସ୍ୱାଇଁ (ଇତିହାସ ବିଭାଗ ),ଡ଼କ୍ଟର ଏ ଜିତେଶ ରାଓ ଦୋରା (ଅର୍ଥନୀତି ବିଭାଗ ),ପ୍ରେମାନନ ପ୍ରଧାନ,ଭକ୍ତଳତା ମହାପାତ୍ର,ସଲୀଳା ନାୟକ, ଭଞ୍ଜ କିଶୋର ଗୌଡ଼, ଏ ଶିବାନୀ ଦେବି ଆଚାର୍ୟ, ସିମାଞ୍ଚଳ ଗୌଡ଼,ଏନ. ମୁଦୁରାଜୁ ଦୋରା,ନବଘନ ପ୍ରଧାନ,ନାରାୟଣ ବଡୁ,ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନଇକ, ଶୁଭଲସମି ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇଥିଲେ.ପରିଶେଷରେ ଏନ ଏସ ଏସ ବିଭାଗ ଦାଇତ୍ୱ ରେ ଥିବା ଅଧ୍ୟାପିକା ଶ୍ରୀମତୀ ମୀନତି ଆଚାରୀ (ଇରାଜୀ ବିଭାଗ) ଧନ୍ୟବାଦ ଅର୍ପଣ କରିଥିଲେ। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ନୂଆଦିଲ୍ଲୀରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ପାଳନ

ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ନୂଆଦିଲ୍ଲୀରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ଗୌରବାନ୍ୱିତ ଡକ୍ଟର ସ୍ଥିତଧୀ ରଥଙ୍କ ଚିତ୍ର କଳା।ବୁଗୁଡା ୨୧/୧୧/୨୪ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ନୂଆଁଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକରଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରର ଖ୍ୟାତନାମା ଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ରଶିଳ୍ପୀ ଶିବିରପାଇଁ ନିମନ୍ତ୍ରିତ ହୋଇଥିଲେ । ଏହି ପ୍ରଦର୍ଶନୀକୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ନଭେମ୍ବର ୨୧ ତାରିଖ ଦିନ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖବତ୍ତ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଅତିଥି ଭାବେ ଯୋଗ ଦେଇଥିଲେ । ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥଙ୍କ ଦ୍ଵାରା ମହତାବଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଚିତ୍ର “ଉତ୍କଳର କେଶରୀ” ଶ୍ରେଷ୍ଠ ଆକର୍ଷଣୀୟ ଚିତ୍ର ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ , ସାଂସଦ ଭର୍ତ୍ତୃହରି ମହତାବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିତ୍ରର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥଙ୍କୁ ସମ୍ମାନିତ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାବତ୍ତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ପକ୍ଷରୁ ଦୁଇ ଦିବସ ଧରି ପାଳନ

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ପକ୍ଷରୁ ଦୁଇ ଦିବସ ଧରି ପାଳନ ତା 15.11.2024 ରିଖ ଶୁକ୍ରବାର ସନ୍ଧ୍ୟା 5 ରୁ ରାତି 12 ଘଟିକା ସମୟରେ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ଙ୍କ ଅଧ୍ୟକ୍ଷତାରେ ଉପସଭାତି ତାରିଣୀ ପ୍ରସାଦ ମହାନ୍ତି ଙ୍କ ବାର୍ଷିକ ଉତ୍ସବ ଏବଂ ନେହେରୁ ଜୟନ୍ତୀ ବା ଶିଶୁ ଦିବସ , କାର୍ତ୍ତିକ ପୂର୍ଣ୍ଣିମା ସହିତ ନିଶିଗନ୍ଧା ପୁସ୍ତକ ମେଳା ପ୍ରଥମ ଥର ପାଇଁ 2024 କୁ ମହାସମାରୋହରେ ପାଳନ କରାଯାଇଛି |, ସାଇ ସେବା ସଦନ ମେଡିକାଲ, ଗଇନଡ଼ା ଠାରେ
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଟିପି ମାଇନ୍ସ, କେନ୍ଦୁଝର, ସହଭାଗିତା ସହିତ ସାଇ ସେବା ସଦନ ମୋଡ଼ିକଲ ସହଯୋଗ ରେ ଶେଷ ଦିବସ ସଭାକାର୍ଯ୍ୟରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ନିରଞ୍ଜନ ସାହୂ, ପୂର୍ବତନ ଜିଲ୍ଲାପାଳ, ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ନିରଞ୍ଜନ ଓଝା, ବିଶିଷ୍ଟ କଳାକାର (ମାଗାନ୍ନା ଓଲିଗି )ବିଶିଷ୍ଟ ସମାଜ ସେବୀ, ସମ୍ମାନୀତ ଅତିଥି,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର କର (ବରିଷ୍ଠ ସାମ୍ବାଦିକ ), ବିଶିଷ୍ଟ ଅତିଥି ଭାବେ, ଶ୍ରୀମତୀ ଜୟଶ୍ରୀ ଧଳ ଯୋଗଦେଇଥିଲେ |ସମ୍ପାଦିକା ସରସ୍ବତୀ ନାୟକ , ଲଳିତ ମୋହନ ପଟ୍ଟନାୟକ ଯୋଗ ଦେବା ସହିତ
ଶ୍ରୀଯୁକ୍ତ ବିକ୍ରମ କେଶରୀ ଚମ୍ପତି ଏବଂ ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ, ସଭାପତି ମଞ୍ଚ ପରିଚାଳନା କରିଥିଲେ |ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ମହାପାତ୍ର ଓ ସସ୍ମିତା ତରାଇ, ମିତାଲି ସାମଲ, ସସ୍ମିତା ତରାଇ, ବିରେନ୍ଦ୍ର ତରାଇ, ରାଜଲକ୍ଷ୍ମୀ ତରାଇ, ସ୍ୱୟଂ ସାଇ ତରାଇ ସପରିବାର ବନ୍ଧୁ ବାନ୍ଧବ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ବହୁ ସାହାଯ୍ୟ ସହଯୋଗ ମଧ୍ୟ କରିଥିଲେ |ଏହି ସଭାରେ ଏବର୍ଷର ଶ୍ରେଷ୍ଠ ସମ୍ମାନ ଭାବେ ତାରିଣୀ ହସ୍ପିଟାଲର ଶାଖା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଣେଶ୍ୱର ମହାନ୍ତଙ୍କୁ ଗୋପବନ୍ଧୁ ସେବା ସମ୍ମାନ -2024 ପ୍ରଦାନ କରାଯିବା ସଂଗେସଂଗେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର କର, ଶ୍ରୀଜଗନ୍ନାଥ ସେବା ସମ୍ମାନ, ଶ୍ରୀଯୁକ୍ତ ନିରଞ୍ଜନ ଓଝା,ଶ୍ରୀଜଗନ୍ନାଥ ସଂସ୍କୃତି ସାମ୍ମନ, ଶ୍ରୀମତୀ ଜୟଶ୍ରୀ ଧଳ,ଶ୍ରୀଜଗନ୍ନାଥ ସଂସ୍କୃତି ସଂଗୀତ ସମ୍ମାନ,ବିଷ୍ନୁପ୍ରିୟା ପ୍ରତାପସିଂହ, ଶ୍ରୀଜଗନ୍ନାଥ ସାରସ୍ୱତ ସେବା ସାମ୍ମନ, ଶ୍ରୀଯୁକ୍ତ ଖଗେଶ୍ୱର ସାହୁ,ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ମାନ,ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁ,ଶ୍ରୀଜଗନ୍ନାଥ ସଂସ୍କୃତି ସଂଗୀତ ସମ୍ମାନ,ଶ୍ରୀଯୁକ୍ତ ଜୟନ୍ତ କୁମାର ପାଣିଗ୍ରାହୀ, ଶ୍ରୀଜଗନ୍ନାଥ ସଂସ୍କୃତି ସଂଗୀତ ସମ୍ମାନ,ଶ୍ରୀଯୁକ୍ତ ଜଗବନ୍ଧୁ ମୁଦୁଲି,ଶ୍ରୀଜଗନ୍ନାଥ ସଂସ୍କୃତି ସଂଗୀତ ସମ୍ମାନ,ଶ୍ରୀଯୁକ୍ତ ପ୍ରଦୋଷ କୁମାର ଦାସ,ଶ୍ରୀଜଗନ୍ନାଥ ସେବା ସମ୍ମାନ,ଶ୍ରୀଯୁକ୍ତ ଅଖିଳ କୁମାର ପଲାଇ,, ଶ୍ରୀଜଗନ୍ନାଥ ସେବା ସମ୍ମାନ,ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ମାନ,ଶ୍ରୀଯୁକ୍ତ ସୁଦର୍ଶନ ମହାପାତ୍ର, ଡ଼. କୈଳାଶ ଚନ୍ଦ୍ର ବେହେରା, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ମାନ ଓ ଶ୍ରୀଯୁକ୍ତ ବାଉରୀବନ୍ଧୁ ବେହେରା, ଶିଶୁ ସାହିତ୍ୟିକ ସମ୍ମାନ, ଶ୍ରୀଯୁକ୍ତ ପ୍ରଭାକର ବିଶ୍ୱାଳ, ସମାଜ ସେବା ସମ୍ମାନ,ଶ୍ରୀଯୁକ୍ତ ଆନନ୍ଦ ବେହେରା, ସମାଜସେବା ସମ୍ମାନ ରେ ବହୁ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ପରିଶେଷରେ ରାବଣ ଛାୟା ନାଟ୍ୟ ସଂସଦ ଦ୍ୱାରା ନାଟକ,ମୋଗଲ ତାମସା ନାଟକ, ପାଲା, ଘୋଡାନାଚ, ଭଜନ ସନ୍ଧ୍ୟା , ସହିତ, ଜୟଶ୍ରୀ ଧଳ ଙ୍କ ଗୀତ ମୁଁ ଓଡ଼ିଆ ଘର ଝିଅ, ରଙ୍ଗବତୀ ଗୀତ ର ମଜା ନେଇଥିଲେ 700ରୁ ଅଧିକ ଦର୍ଶକମାନେ ଏହାକୁ ମହାସମାରୋହ ଆଦି ଭିନ୍ନ ଭିନ୍ନ ସାଂସ୍କୃତିକ ରେ ଦର୍ଶକମାନେ ଭରପୁର ମଜା ନେଇଥିଲେ |ଏହି ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଓ ଚିତାକର୍ଷକ ଥିଲା |

ବଳରାମ ତରାଇ ଙ୍କ ଶେଷ ଘୋଷଣା ଥିଲା ଏହି ସମାରୋହକୁ ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧାୟକ ସାଂସଦ ସମସ୍ତଙ୍କୁ ଚିଠି ଲେଖି ଏହାକୁ ଦଶ ଦିନ ଧରି ପୁସ୍ତକ ମେଳା ଆୟାଜନ କରାଯିବ l ଢ଼େଙ୍କାନାଳ ରୁ ମାଳବିକା ବେହେରା ଙ୍କ ରିପୋର୍ଟ ରୂପା ଥାଳିଆ ନିଉଜ…

ଅବଧି ସରିବା ପରେ ବି ସରୁନି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା

*ଅବଧି ସରିବା ପରେ ବି ସରୁନି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା* *ଯନ୍ତ୍ରୀ ଙ୍କ ଭୂମିକାକୁ ନେଇଁ ଉଠିଛି ପ୍ରଶ୍ନବାଚୀ*ତିର୍ତ୍ତୋଲ :-ଜଗସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ୧୨F (ତିର୍ତ୍ତୋଲ) ଠାରୁ ହସିମନଗର ପଯ୍ୟନ୍ତ ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ।ଗ୍ରାମ୍ୟ ଉନୟନ ବିଭାଗ ଦ୍ଵାରା ନିଯୁକ୍ତ ଠିକାଦାର ଦେବ ପ୍ରସାଦ ତ୍ରିପାଠୀ ଙ୍କ ନାମରେ କାଯ୍ୟା ଆଦେଶ ରହିଅଛି।ଯାହାର ବେୟଅଟକଳ ୨ କୋଟି ୫୧ ଲକ୍ଷ୍ୟ ୧୫ ହଜାର।ଏହି କାଯ୍ୟ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହୋଇ ୨୦୨୩ ଜୁନ ମାସ ରେ ଶେଷ ହେବାକଥା।କିନ୍ତୁ କାମ ର ଅବଧି ସରିବାର ୧ବର୍ଷ ରୁ ଉର୍ଦ୍ଧ ହେଲେ ମଧ୍ୟ କାମ ସରିବାର ନାଁ ଧରୁନାହିଁ।ଏଠି ପ୍ରଶ୍ନ ଉଠେ ଦୋଷ କାହାର ଠିକାଦାର ନାଁ ଯନ୍ତ୍ରୀଙ୍କର ?ଏହି ରାସ୍ତା ରେ ଯାତାୟତ ପାଇଁ ୪ଟି ପଞ୍ଚାୟତ ନିର୍ଭର ଶିଳ।ପିମ୍ପଳମାଧମ,ବୋଧେଇ,ଜଗନ୍ନାଥପୁର,ଗୋରଡ଼ ୪ଟି ପଞ୍ଚାୟତର ଅଧିବାସୀଙ୍କର ଭାବାବେଗ କୁ ସନ୍ନମାନ ନଜଣାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ନିଜ ମର୍ଜୀର ମାଲିକ।ଅଧାପନ୍ତରା ରାସ୍ତାରେ ଅନେକ ଲୋକ ପଡି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି।ସେଥି ପାଇଁ ଦାଇ କିଏ ଠିକାଦାର ନାଁ ଯନ୍ତ୍ରୀ ?ଏପରିକି କିଛି ସଚେତନ ଶିଳ ଗ୍ରାମବାସି ଏବିଷୟରେ ଯନ୍ତ୍ରୀ ଓ ଠିକାଦାର କୁ କାମ ବିଷୟରେ ପଚାରିଲେ ମୁଳୁଛି ଧମକ।ଠିକାଦାର ଯୋର ଜବରଦସ୍ତ କେନାଲ ଭିତରେ ମାଟି ତାଡି ପକାଇବା ବେଳେ ଗ୍ରାମବାସି ନାଳ ରୁ ମାଟି ନ ଉଠାଇବା ପାଇଁ କହିଲା ବେଳେ ଠିକାଦାର ର ଲୋକ ଗ୍ରାମବାସି ଙ୍କୁ ଦେଉଛି ଧମକ।ଏ ବାବଦ ରେ ଜଳସେଚନ ବିଭାଗ ର ଯନ୍ତ୍ରୀ ତପନ କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ଯନ୍ତ୍ରୀ ମହାଶୟ କହୁଛନ୍ତି ମୁ କଣ କରିପାରିବି ସେତ ଖୋଳୁଛି ଆଉ।ଏଠି ପ୍ରଶ୍ନ ଉଠୁଛି ଯେ କାଯ୍ୟର ଅବଧି ସରିବା ପରେ ବି କେମିତି କାଯ୍ୟ ଚାଲୁ ରହୁଛି।ରାସ୍ତା ର ଓସାର ୧୨ ଫୁଟ ଥିବା ବେଳେ ଦେଖିବାକୁ ମିଳୁଛି ୧୦ ଫୁଟ।ଏ କଥା କଣ ଯନ୍ତ୍ରୀ ମହାଶୟ ଙ୍କ ଆଖିକୁ ଦେଖା ଯାଉନାହିଁ।ନାଁ ଏଥିରେ କିଛି ଭିତିରି କରବାର ଅଛି।ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଅଭୟ କୁମାର ସାମଲ,ଆନନ୍ଦ ପଡିହାରୀ,ପ୍ରଶାନ୍ତ ମହାପାତ୍ର,ସୁରଥ ବିଶ୍ୱାଳ ଓ ରଂଜନ ଓଝା ପ୍ରମୁଖ ଦାବି କରିଛନ୍ତି।

ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ନେଇ ଦାବି କଲାସରପଞ୍ଚ ସଂଘ

ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ନେଇ ଦାବି କଲା ସରପଞ୍ଚ ସଂଘବୁଗୁଡ଼ା : ତା ୧୨/୧୧/୨୪ : ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ଯୁବକ ମରଣାନ୍ତକ ଆକ୍ରମଣର କରିଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ ହେବା ସହ ଏନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଘଟଣାର ଚବିଶ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ଯୋଗୁଁ ଆଜି ବୁଗୁଡା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପୋଲିସକୁ ପ୍ରଦାନ କରାଯାଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଯେ, ଗତକାଲି ସରପଞ୍ଚ ପିଣ୍ଟୁ ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ ଅପରାହ୍ନ ସମୟରେ ହଠାତ ଜଣେ ଯୁବକ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା। ଏଥିରେ ସରପଞ୍ଚଙ୍କ ସାର୍ଟ ଚିରି ଯିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । ଏ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନଥିବାରୁ ଆଜି ସରପଞ୍ଚ ସଂଘର ସଭାପତି ରାଜଲକ୍ଷ୍ମୀ ପ୍ରଧାନ, ଉପସଭାପତି ସୁଶାନ୍ତ ପ୍ରଧାନ, ସମ୍ପାଦକ ସଞ୍ଜୟ ବିଶ୍ବାଳଙ୍କ ସମେତ ଅନ୍ଯ ସରପଞ୍ଚମାନେ ଥାନାରେ ପହଞ୍ଚି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ଯପକ୍ଷରେ ସରପଞ୍ଚ ସଂଘ ପକ୍ଷରୁ ଭଞ୍ଜନଗର ଏସଡିପିଓ ଏବଂ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଏହି ଦାବିପତ୍ର ପ୍ରେରଣ କରିବା ସହ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ

ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ

ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି।ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦିଗାପଡା ଗ୍ରାମ ର ଯୁବକ ସନ୍ତୋଷ କୁମାର ମହାରଣା ନିଜ ଘର ସୁଇଜ୍ ମାରିବାକୁ ଯାଇ ବିଦ୍ୟୁତ ସକ୍ ରେ ମୃତ୍ୟୁବରଣ ବରଣ କରିଛନ୍ତି। ସ୍ଥାନୀୟ ହିଞ୍ଜିଳିକାଟୁ ମେଡିକାଲ୍ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ବେଲଗାଁ ପୋଲିସ ପହଞ୍ଚି ତଦନ୍ତ କରି ପୋଷ୍ଟମର୍ଟମ ବ୍ରହ୍ମପୁର MKGC ପଠାଗଲା ଦିଗାପଡା ଓ ଆଖପାଖ ଅଞ୍ଚଳ ଶୋକ ର ଲହରୀ ଖେଳିଯାଇଛି ।ସେ ସାହାସୀ ଓ ସମାଜସେବୀ ଚିତ୍ର ଶିଳ୍ପ ଓ କାରୁକାର୍ଯ୍ୟ ସହିତ ନିଜର ବୃତ୍ତି କରି ପରିବାର ଭରଣ ପୋଷଣ କରୁଥିଲେ। ତାଙ୍କ ଏକ ଵର୍ଷ ଶିଶୁ ପୁତ୍ର ଅଛି। ତାଙ୍କ ପରିବାର ତିନି ଭଉଣୀ ଓ ଦୁଇ ଭାଇ , ବଡ଼ ଭାଇ ଅଛନ୍ତି। ଏଭଳି ଅକାଳ ବିୟୋଗ ରେ ଶୋକ ଛାୟା ଖେଳିଯାଇଛି । ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ସମସ୍ତଙ୍କ ତରଫରୁ ସନ୍ତୋଷ କୁମାର ମହାରଣା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ