ଜଳ ଜୀବନ ମିସନ ବସୁଧା ଯୋଜନାର ଗ୍ରାମ୍ୟ ବୈଠକ ଅନୁଷ୍ଠିତ

ଜଳ ଜୀବନ ମିସନ ବସୁଧା ଯୋଜନାର ଗ୍ରାମ୍ୟ ବୈଠକ ଅନୁଷ୍ଠିତ ତା ୧୪/୦୯/୨୦୨୪ ରିଖ (ସତ୍ୟର ସନ୍ଧାନ) ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ର ତା ୧୩/୦୯/୨୦୨୪ ରିଖ ଶୁକ୍ରବାର ଦିନ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡ଼ା ଗ୍ରାମରେ ସରକାରଙ୍କ ଜଳ ଜୀବନ ମିସନ ବସୁଧା ଯୋଜନାର ବୈଠକ ଅନୁଷ୍ଠିତ ହୋଇଯାଇଛି ଗ୍ରାମାଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା ଓ ପ୍ରତ୍ୟେକ ଘରକୁ ପାଇପ୍ ମାଧ୍ୟମରେ ସୁଚାରୁ ରୂପେ ଜଳ ଯୋଗାଣର ବ୍ୟବସ୍ଥା ହୋଇଚି କି ନାହିଁ ଏହା ଉପରେ ଗ୍ରାମ୍ୟ ଜଳ ପରିମଳ ବିଭାଗର ବୁଗୁଡ଼ା ସରକାରୀ ଯନ୍ତ୍ରୀ ଏ ରାମା ରାଓଙ୍କ ତତ୍ତ୍ଵାବଧାନରେ ଏକ ଗ୍ରାମ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହକାରୀ ଜନ୍ତ୍ରୀ ଏ ରାମା ରାଓଙ୍କ ସହିତ ସହ କର୍ମଚାରୀ ରଞ୍ଜନ କୁମାର ପଣ୍ଡା, ଏସ୍.ଇ.ଏମ୍ କ୍ଷେତ୍ରବାସୀ ପ୍ରଧାନ, କର୍ମଚାରୀ କାଳୀ ଚରଣ ଗୌଡ଼ ଉପସ୍ଥିତ ଥିବାବେଳେ ସହକାରୀ ଯନ୍ତ୍ରୀ ରାଓ ପାନୀୟ ଜଳର ଦୁରୁପଯୋଗ ନକରିବା ପାଇଁ ବୈଠକରେ ଉପସ୍ଥିତ ଥିବା ସମସ୍ତ ଗ୍ରାମ ବାସୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଗ୍ରାମର ଲୋକମାନଙ୍କ ଠାରୁ ଆପତି ଅଭିଯୋଗ ଶୁଣାଣୀ କରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଜଳ ଜନିତ ରୋଗର ସମ୍ଭାବନାକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ପ୍ରତ୍ୟେକ କୂପ, ନଳକୂପ ଓ ପାଣି ଟାଙ୍କିରେ ବ୍ଳିଚିଙ୍ଗ୍ ପକାଇବା ପାଇଁ ଶିଘ୍ର ବ୍ୟବସ୍ଥା କରିବାକୁ ସହକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁଭଦ୍ରା ରଥ କେତେ ସଫଳ କେତେବିଫଳ

ସୁଭଦ୍ରା ରଥ କେତେ ସଫଳ କେତେବିଫଳ।ଔପଦା:(ତା:-୧୩/୦୯ )ରାଜ୍ଯ ସରକାରଙ୍କର ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଲୋକପ୍ରିୟ ଯୋଜନା ଏଥିରେତିଲେମାତ୍ର ସନ୍ଦେହ ର ଅବକାଶ ନାହିଁ। ଏହିଯୋଜନାକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ସରକାର ସୁଭଦ୍ରା ରଥ ବାହାର କରି ସବୁପଞ୍ଚାୟତ ପରିକ୍ରମା କରାଯାଉଥିଲା। ଆଜି ଓଉପଦା ବ୍ଲକ୍ ରେ ଏହିରଥ ପହଞ୍ଚିଥିଲା ସତ ହେଲେ ଦୁଃଖରକ ଥା ସରପଞ୍ଚ ମାନଙ୍କୁଇବିଶେରେ କୌଣସି ଅବଗତ କରାଯାଇନଥିଲା। ସରପଂଚ ମାନଂକ ପାଖକୁ ଏକ ପତ୍ର ଫୋନ୍ ଦ୍ବାରା ମେସେଜ କରି ଜାଣଇ ଦିଆ ଗଲା ତାହାପୁଣି ମଧ୍ୟାହ୍ନ ରେ। ବାଡ଼ିତୁଲାଉ ତୁଲାଉ ଭୂଷୁରୀମଙ୍ଗଳ ପୁର ହାଜର। ସରକାରଙ୍କର ଅସଲ ଉଦେଶ୍ୟ ପୂରଣ ହୋଇପାରିଲା ନାହିଁ। ବ୍ଲକ ତରଫରୁ ଏମବିକେ ମାନଙ୍କୁ କୁହାଯାଇଥିଲା ପଂଚାୟତ ରେ ସମ୍ବର୍ଧନା ପ୍ରଦାନ କରିବାକୁ। ଓଉପଦା ବ୍ଲକ ରେ ତଳକିଆ ପଂଚାୟତ ଭିନ୍ନ ଅନ୍ୟ କୌଣସି ପଂଚାୟତରେ କାର୍ଯ୍ୟକ୍ରମ ସଫଳ ହୋଇପାରିନଥିଲା । ସିଡିପିଇ ଓ ମହାଶୟାଙ୍କୂ ପଚାରିଲୁ ଏ ତେ ବଡ଼ କାର୍ଯକ୍ରମ ହେଲା ହେଲେ କୌଣ ସି ପତ୍ରକାର ବନ୍ଧୁମାନଙ୍କୁ ଟିକେ ଜଣା ଗଲାନାହିଁ। ଉତ୍ତର ମିଳିଲା ଆମକୁ କି ଛି ବି ଡି ଓ କହିନାହାନ୍ତି। ତାହେଲେ ଏହି ରଥ ରବୁଲାଇବା ରରୁପାଏରେକାକମ୍। ଏହିଯୋଜନା କେତେ ସଫଳ ବା ବିଫଳ ସମୟକାହିବ

ଗଣେଶ ପୂଜା ମେଢ଼ ବିର୍ସଜନ ସମୟରେ ଆମ୍ବୁଲାନ୍ସ ଫସି ରହିଥିବାରୁ ସାପ କୁମୁଡା ଯୁବତୀଙ୍କ ମୃତ୍ୟୁ ଅଭିଯୋଗ

ଗଣେଶ ପୂଜା ମେଢ଼ ବିର୍ସଜନ ସମୟରେ ଆମ୍ବୁଲାନ୍ସ ଫସି ରହିଥିବାରୁ ସାପ କୁମୁଡା ଯୁବତୀଙ୍କ ମୃତ୍ୟୁ ଅଭିଯୋଗ,ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନରେ ଖଇରା ବଜାରରେ ମଙ୍ଗଳବାର ସନ୍ଧ୍ୟାରେ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ବେଳେ ପ୍ରଶାସନ ଭିଡ଼କୁ ଠିକ୍ ଭାବେ ନିୟନ୍ତ୍ରଣ କରି ନପାରିବାରୁ ଆମ୍ବୁଲାନ୍ସ କିଛି ସମୟ ଧରି ଫସି ରହିଥିଲା। ଯେଉଁଥି ପାଇଁ ନହଙ୍ଗ ଗ୍ରାମର ଜଣେ ସାପ କାମୁଡା ଅସୁସ୍ଥ ଯୁବତୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏଥିପାଇଁ ତାଙ୍କ ମାଆ ଓ ବାପ ପୋଲିସ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ଗୋଟିଏ ପଟେ ମଣ୍ଡପ କର୍ମକର୍ତ୍ତାଙ୍କ ଅନୁରୋଧ ସ୍ବତ୍ବେ ଖଣି ଅଞ୍ଚଳରୁ ଆସୁଥିବା ପଥର ବୋଝେଇ ଟ୍ରକ ଗୁଡ଼ିକୁ ବନ୍ଦ କରା ନଯିବା ସାଙ୍ଗକୁ ଅନ୍ୟ ପଟେ ଭଷାଣୀ ଭିଡ଼କୁ ମଧ୍ୟ ନିୟନ୍ତ୍ରଣ କରାନଯାଇ ପାରିବାରୁ ଗୋଟିଏ ନୀରିହ ଯୁବତୀଙ୍କ ପ୍ରାଣ ଗଲା ବୋଲି ତାଙ୍କ ବାପା ଗଙ୍ଗାରାମ ଦାସ ଓ ମା ସରସ୍ବତୀ ଦାସ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏହି ଘଟଣା ଯେଭଳି ପୁନରାବୃତ୍ତି ନ ଘଟେ ସେଥିପାଇଁ ଉଭୟ ସ୍ଥାନୀୟ ମାଜିଷ୍ଟ୍ରେଟ ଓ ଖଇରା ପୋଲିସ ସତର୍କତା ଅବଲମ୍ବନ କରିବାକୁ ବୁଦ୍ଧିଜୀବି, ସାମାଜିକ ସଂଗଠନ ଗୁଡିକ ତରଫରୁ ଦାବି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ କିଛି ପୂଜା ମଣ୍ଡପ ତରଫରୁ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସନ୍ଧ୍ୟାରେ ଖଣି ଅଞ୍ଚଳକୁ ଯାତାୟାତ କରୁଥିବା ପଥର ବୋଝେଇ ଟ୍ରକ ଗୁଡ଼ିକ ବନ୍ଦ କରାଯିବାକୁ ମଣ୍ଡପ କମିଟି ତରଫରୁ ପୋଲିସକୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ହେଲେ ଏହା ବନ୍ଦ କରା ନଯିବାରୁ ସନ୍ଧ୍ୟାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ଏହି ସମୟରେ ଆହାତ କସ୍ତୁରୀ ଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଫସି ରହିଥିଲା। ମାତ୍ର ୨ ରୁ ୩ ଜଣ ପୋଲିସଙ୍କ ପାଇଁ ଭିଡ଼କୁ ଆୟତ କରିବା କ୍ଷମତାରୁ ବାହାରେ ଥିଲା। କମିଟିର କେତେ ଜଣ ଯୁବକ ଓ ସାମାନ୍ଯ କିଛି ପୋଲିସ କର୍ମଚାରୀଙ୍କ ବହୁ ପରିଶ୍ରମ ପରେ ଯଦିଓ ଆମ୍ବୁଲାନ୍ସକୁ ମୁକ୍ତ କରଯାଇଥିଲା। ତେବେ ପାଖାପାଖି ଦେଖଣାହାରୀ କହୁଛନ୍ତି ୨୦ ମିନିଟ୍ ବିଳମ୍ବ ହୋଇଯାଇଥିବାରୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞିବା ପୂର୍ବରୁ ଅବସ୍ଥା ଗୁରୁତର ହୋଇସାରିଥିଲା । ଏଣୁ ଖଇରା ଡାକ୍ତର କଟକ ସ୍ଥାନାନ୍ତର କରିଦେବା ପରେ କଟକରେ ପହଞି ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ଯ ଘଟିଥିଲା। ଖଇରା ତହସିଲଦାର ଜିତେନ୍ଦ୍ର କୁମାର ମୁର୍ମୁଙ୍କ ମତାମତ ନିଆଯିବାରେ ଡିଜେ ପାଇଁ କୈାଣସି ଅନୁମତି ନଥିଲା। ଏଣୁ ଭିଡ ନିୟନ୍ତ୍ରଣ ପୋଲିସର ଦାୟିତ୍ୱ ଥିଲା ବୋଲି ଶ୍ରୀ ମୁର୍ମୁ କହିଛନ୍ତି। ସେପଟେ ଏବେ ଆଇଆଇସି ପଦବୀ ଖାଲିପଡ଼ିଥିବା ଯୋଗୁଁ ଅବହେଳାର ଅନ୍ୟ ଏକ କାରଣ ବୋଲି କୁହାଯାଇଛି।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ବାଲେଶ୍ୱର ବାଘାଯତିନୀ ବିକାଶ ପରିଷଦ ତରଫରୁ ସମାଜସେବୀ ସର୍ବେଶ୍ଵର ଦାଶ କୁ ସମ୍ବର୍ଧନା

ବାଲେଶ୍ୱର ବାଘାଯତିନୀ ବିକାଶ ପରିଷଦ ତରଫରୁ ସମାଜସେବୀ ସର୍ବେଶ୍ଵର ଦାଶ କୁ ସମ୍ବର୍ଧନା ପ୍ରଦାନବାଲେଶ୍ବର, ବାଲେଶ୍ୱର ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛା ସେବୀ ସଂଗଠନ ବାଘାଜ ତିନି ବିକାଶ ପରିଷଦ ସ୍ଵାଧୀନତା ସଂଗ୍ରାମୀ ବାଘାଜ ତିନି ଙ୍କ ସ୍ମୃତି ରକ୍ଷା ପାଇଁ ଗଠନ କରାଯାଇଛି। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଖୁବ୍ ଧୁମ୍ ଧାମରେ ସହିଦ୍ ଦିବସ ପାଲିତହୋଇଥାଏ। ଚଳିତ ବର୍ଷ ବାଲେଶ୍ୱର ମାଟିର ଜଣେ ସାମ୍ୱାଦିକ,ସମାଜସେବୀ, ସଂଗ୍ରାହକ, କବି, ସୁବକ୍ତା ଇଞ୍ଚୁଡି ଲବଣ ସତ୍ୟାଗ୍ରହ ର ଅନ୍ୟତମ ପ୍ରବକ୍ତା ସର୍ବେଶ୍ଵର ଦାସ ଙ୍କୁ ତାଂକର ବିଶେଷ ଅବଦାନ ନିମନ୍ତେ ସମ୍ବର୍ଧନା କରାଯାଇଛି। ବିଭିନ୍ନ ଐତିହାସିକ ଫଟୋ ସଂଗ୍ରହ କରି ବିଭିନ୍ନ କଲେଜ ଓ ବିଦ୍ୟାଳୟମାନଙ୍କରେ ଫଟୋ ପ୍ରଦର୍ଶନୀ କରି ସେଲୋକଦୃତ ହୋଇପାରିଛନ୍ତି। ବାଘାଜଟିନି ବିକାଶ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ବାଲେଶ୍ୱର ରୁ ଭାଞ୍ଜକିଶୋର ବାରିକ୍ ଙ୍କ ରିପୋର୍ଟ ରୁପା ଥା ଲିଆ ନିଓଜ

କବି, ସାମ୍ବାଦିକ ଓ ସାମାଜିକ କର୍ମୀ ବିରଜା ନାୟକଙ୍କର ପରଲୋକ

କବି, ସାମ୍ବାଦିକ ଓ ସାମାଜିକ କର୍ମୀ ବିରଜା ନାୟକଙ୍କର ପରଲୋକ”ବାଲେଶ୍ବର,୦୭-୯ : କବି, ସାମ୍ବାଦିକ ତଥା ସାମାଜିକ କର୍ମୀ ବିରଜା ପ୍ରସାଦ ନାୟକଙ୍କର ଆଜି ୫ଟା ୧୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ତାଙ୍କର ଦୁଇଟି ଯାକ କିଡନି ଅଚଳ ହେବା ପରେ ସେବିଶେଷ ଭାବରେ ଅସୁସ୍ଥ ହୋଇପଡ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସହିତ ସଙ୍ଗ୍ରାମ କରୁଥିଲେ । କିଛିମାସ ଧରି ସେ ଡାୟଲିସିସରେ ଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଛାତ୍ରାବସ୍ଥାରୁ ଜଣେ ଛାତ୍ରନେତା ଭାବରେ ପରିଚିତ ବିରଜା ନାୟକ ଏକଦା ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ପରିଚିତ ଥିଲେ । ବାଲେଶ୍ବର ଷ୍ଟେସନ୍ ଛକ ଅଞ୍ଚଳରେ ଥିବା ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ ଓ ଉଠାଦୋକାନୀମାନଙ୍କୁ ଥଇଥାନ କରିବାରେ ତାଙ୍କ ବିଶେଷ ଭୂମିକା ଥିଲା । ଓଟିରୋଡ଼୍ ମାର୍କେଟ କଂପ୍ଲେକ୍ସ ବ୍ୟବସାୟୀ ସଙ୍ଘର ସାଧାରଣ ସଂପାଦକ ଭାବରେ ସେ ଅଦ୍ୟାବଧି ଦୋକାନୀମାନଙ୍କର ସ୍ବାର୍ଥପାଇଁ ଲଢ଼ି ଆସୁଥିଲେ । ଏଥି ସହିତ ‘ଦି ଟେଲିଗ୍ରାଫ୍’ର ବାଲେଶ୍ବର ପ୍ରତିନିଧି ତଥା ସ୍ବପ୍ରତିଷ୍ଠିତ ‘୨୪×୭’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ସେ ସମ୍ପାଦନା କରୁଥିଲେ । ଜଣେ କବି ତଥା ସାରସ୍ବତ ସଂଗଠକ ଭାବରେ ମଧ୍ୟ ସେ ବେଶ୍ ପରିଚୟ ପ୍ରତିଷ୍ଠା କରିଥିଲେ । ବାରିପଦାରେ କିଛିକାଳ ଅବସ୍ଥାନ କରୁଥିଲା ସମୟରେ ‘ଆମେ ମଣିଷ’ ଏବଂ ‘ଓ୍ବେଲନେସ୍ ସେଣ୍ଟର’ ଭଳି କେତେକ ଅନୁଷ୍ଠାନ ମାଧ୍ୟମରେ ସମାଜସେବା କାର୍ଯ୍ୟ କରି ଆସୁଥିଲେ । ଗତ ବର୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଠାରେ ‘ଫେରିଆସ ପକ୍ଷୀ’ ନାମରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ସେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଭିନ୍ନ ‘ଓ୍ବାଇଡ଼୍ ଏଙ୍ଗେଲ୍’ ନାମରେ ଆଡ଼ଭାଟାଇଜିଂ ଏବଂ ପ୍ଲେସମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରି ବାଲେଶ୍ବର ଓ ମୟୂରଭଞ୍ଜ ଅଞ୍ଚଳର ବହୁ ଲୋକଙ୍କୁ ଚାକିରୀ ଦେବାରେ ସହଯୋଗ କରିଥିଲେ । ତାଙ୍କର ପରଲୋକରେ ବାଲେଶ୍ବର ଏବଂ ମୟୂରଭଞ୍ଜରେ ବହୁଲୋକ ଶୋକାଭିଭୂତ ହେବା ସଙ୍ଗେସଙ୍ଗେ ତାଙ୍କୁ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ ଜିଲ୍ଲା ଶାଖାର ଏକ ପ୍ରତନିଧି ଦଳ ଜିଲାସଭାପଟି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବିଦ୍ୟାଭୂଷଣ,

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ ଜିଲ୍ଲା ଶାଖାର ଏକ ପ୍ରତନିଧି ଦଳ ଜିଲାସଭାପଟି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବିଦ୍ୟାଭୂଷଣ ମହାପାତ୍ର, ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 37 ଜଣ ସାମ୍ବାଦିକ ବନ୍ଧୁ ଗଣନାଥ ଙ୍କ ପୁଜା ରଚନାସାରି ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବାବା ପଞ୍ଚଲିଙ୍ଗେଶ୍ଵର ପୀଠରେ ପହଞ୍ଚି ଥିଲେ 8 ତାରିଖ ସକାଳେ। ପରେ ପରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ଜଗନ୍ନାଥ୍ ମନ୍ଦିର ରେ ଦେବ ଦର୍ଶନ କରି ରେମୁଣା ର ଜଗନ୍ନାଥ୍ ମନ୍ଦିର ଦର୍ଶନ ଓ କ୍ଷୀରଚୋରା ଗୋପୀନାଥ ମନ୍ଦିର ର ରେ ଦେବଦର୍ସନ କରି ଜଳେଶ୍ୱରରେ ମଧ୍ୟାହ୍ନ ଭୋଜନ କରି ଦିଘା ଯାଇ ବେଳାଭୂମିରେ ନୈସର୍ଗିକ ଶୋଭା ଉପଭୋଗ କରିଥଲେ। ଏମାନଙ୍କୁ ବାଲେଶ୍ୱର ଜିଲ୍ଲା ସଭା ପତି ଲୋକନାଥ ଦଳାଇ, କାର୍ଯ୍ୟକାରୀ ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ, ଙ୍କ ସମେ ତ କେତେକ ସାମ୍ୱାଦିକ ବନ୍ଧୁ ଜଳେଶ୍ଵର ବ୍ଲକ ର ସାମ୍ୱାଦିକ ବନ୍ଧୁ ମାନେଶହାୟତା ପ୍ରଦାନ କରିଥଲେ। ସମ୍ପାଦକ ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଏଭଳି ଏକ ଭାତୃତ୍ବ ପୂର୍ଣ୍ଣ ପରିଦର୍ଶନ ରେ ନିଜନିଜ ମଧ୍ୟରେ ଭାତୃତ୍ବ ଭାବ ସୃଷ୍ଟି ହେଲା। କ୍ଷଣ ଭଙ୍ଗୁର ଦୁନିଆରେ ଭଲ ବନ୍ଧୁଟିଏ ପାଇବା ଆଜିକାଲି ବିରଳ। ବାଲେଶ୍ୱର ଜିଲ୍ଲା ସାମ୍ୱାଦିକ ବନ୍ଧୁମାନଙ୍କ ର ସହଯୋଗ ସଦା ସ୍ମରଣୀୟ। ବାଲେଶ୍ୱର ରୁ ସୁଡ଼ିଓଟମହାନ୍ତି ଙ୍କ ରିପୋର୍ଟ ରୁପା ଥାଳି ଆ ନିଓଜ

16 ନମ୍ବର ଜାତୀୟ ରାଜପଥ ରେ ଅଜଣା ମୃତ୍ୟୁ ଦେହ।.

16 ନମ୍ବର ଜାତୀୟ ରାଜପଥ ରେ ଅଜଣା ମୃତ୍ୟୁ ଦେହ।…..।………………………………..ସିମୁଳିଆ 7/9 ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନ ମଇତା ପୁର ପଞ୍ଚାୟତ ତୁଳସୀ ଆଶ୍ରମ ଓଭର ବ୍ରିଜ ଉପରେ ଏକ ମହିଳା ମୃତ୍ୟୁ ଦେହ ପଡିଥିବାର ସାଧାରଣ ଲୋକ ଦେଖି ଥିଲେ।ପରେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ସିମୁଳିଆ ପୋଲିସ ସେଠାରେ ପଂହଁଞ୍ଚି। ଲୋକ ମାନଙ୍କୁ ପଚାରିଥିଲେ। ମହିଳା କିଏ. ସାଧାରଣ ଜନତା ଚିନ୍ହି ନାହାଁନ୍ତି ବୋଲି ମନା କରିଥିଲେ। ପୋଲିସ ମହିଳାର ମୃତ୍ୟୁ ଦେହ କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏବଂ ସବ ବ୍ୟବଛେଦ କରିବା ପରେ ମହିଳାର ମୃତ୍ୟୁର କାରଣ ଜଣା ପଡିବ। ସେ ପର୍ଯ୍ୟନ୍ତ ମହିଳା ଜଣଙ୍କ କିଏ ଜଣା ପଢିନଥିଲା।

ନବ ନିର୍ବାଚିତ କେନ୍ଦ୍ରୀୟ କମିଟି ଙ୍କ ଶୋକ ପ୍ରକାଶ ।ଆସିକା

ନବ ନିର୍ବାଚିତ କେନ୍ଦ୍ରୀୟ କମିଟି ଙ୍କ ଶୋକ ପ୍ରକାଶ ।ଆସିକା:-୦୫/୦୯/୨୦୨୪ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଙ୍କ ଏମ୍ ସ ହସ୍ପିଟାଲ ରେ ସନ୍ଧ୍ୟା ସମୟେ ପରଲୋକ ଘଟିଲା।ଆଳିୟ ଖଣ୍ଡାୟତ ସମାଜ ର କେନ୍ଦ୍ରୀୟ କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ ପ୍ରଶାନ୍ତ ନାୟକ ଙ୍କ ଅକାଳ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି।ପାଟୁଳିସାହି ଗ୍ରାମ ର ପ୍ରଶାନ୍ତ ନାୟକ ଙ୍କ ବିୟୋଗରେ ପୁଣି ଏକ ଅପୂରଣୀୟ କ୍ଷତି ଘଟିଛି ଆଳୀୟ ଖଣ୍ଡାୟତ ସମାଜ ର।ସେ ଜଣେ ମେଳାପି ମିଷ୍ଠ ଭାସି ସ୍ୱଭାବର ଥିଲେ। ଆଳିୟ ଖଣ୍ଡାୟତ ସମାଜ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ୫ ମଣ୍ଡଳ ସଭାପତି ଓ ଶାଖା ସଭାପତି, ସମ୍ପାଦକ ଓ କର୍ମ କର୍ତ୍ତା ବୃନ୍ଦ ଯଥା ବରଗାଁ ମଣ୍ଡଳ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ,ଖଲିଙ୍ଗି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ କୁମାର ରାଉତ,ଶିଆଳିଆ ମଣ୍ଡଳ ସଭାପତି ଶ୍ରୀ ଶିବ ସ୍ବାଇଁ,ଜକର ସଭାପତି ଶ୍ରୀ କବିରାଜ ମାହାନ୍ତି,ନବଘନ ନାହାକ,ଦ୍ବିତିକୃଷ୍ଣ ବିଶ୍ବାଳ, ଭଗବାନ ମାହାନ୍ତି, କପିଳେଶ୍ୱର ବିଶ୍ବାଳ ଏବଂ ପ୍ରତ୍ୟେକ ମଣ୍ଡଳ ସଂପାଦକ ତଥା କର୍ମ କର୍ତ୍ତା ବୃନ୍ଦ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ ଆମର ଆତ୍ମା ପାଇଁ। ପରିଶେଷରେ ସଂଗଠନ ସମ୍ପାଦକ ଶ୍ରୀ ଯୁକ୍ତ ସରୋଜ କୁମାର ଭଞ୍ଜ ଶୋକ ସଭା କୁ ସାଙ୍ଗ କରିଥିଲେ। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

ଷ୍ଟାଫ୍ ଭେଣ୍ଡର ନାରାୟଣ ଚନ୍ଦ୍ର ନାୟକଙ୍କ ଅକାଳରେ ମୃତ୍ୟୁ

ଷ୍ଟାଫ୍ ଭେଣ୍ଡର ନାରାୟଣ ଚନ୍ଦ୍ର ନାୟକଙ୍କ ଅକାଳରେ ମୃତ୍ୟୁ,ବାଲେଶ୍ଵର ଜିଲ୍ଲା ଖଇରା ତହସିଲ କାର୍ଯ୍ୟାଳୟ ଅଧିନରେ ଷ୍ଟାଫ୍ ଭେଣ୍ଡର ନାରାୟଣ ଚନ୍ଦ୍ର ନାୟକ, ଆଜି ବ୍ଲଡ଼ ପ୍ରେସର ଓ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ, ଆଜି ଶ୍ରୀ ନାୟକଙ୍କ ମୃତ୍ୟୁ ବରଣ କରିଛନ୍ତି, ତାଙ୍କର ମରଶରୀରକୁ ଖଇରା ତହସିଲ କାର୍ଯ୍ୟାଳୟ ଅଣା ଯାଇଥିଲା, ତାଙ୍କ ମରଶରୀର ଉପରେ ଆଇନଜୀବୀ ନିରଞ୍ଜନ ବେହେରା, ବରିଷ୍ଠ ମୋହର ରମେଶ ଚନ୍ଦ୍ର ପଣ୍ଡା, ସାମ୍ବାଦିକ ବଳରାମ ଲେଙ୍କା,ଓ ଅନ୍ୟ ମୋହର କର୍ମଚାରୀ ମାନେ ପୁଷ୍ପମାଳ ଦେଇ ଶେଷ ଦର୍ଶନ କରିଥିଲେ, ଏବଂ ତହସିଲ କାର୍ଯ୍ୟାଳୟର ସମସ୍ତ ରହି ତାଙ୍କର ପରିବାର ଦୁଃଖରେ ଭାଙ୍ଗି ନଂ ପଡ଼ିବା ଆଶ୍ଵାସନା ଦେବା ସହିତ ଶ୍ରୀ ନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ସେ ଜଣେ ଶାନ୍ତ, ମିଷ୍ଠାଭାଷି, ମେଳାପି,ଭଦ୍ର ଲୋକ ଥିଲେ, ଏଖବର ଶୁଣିବା ପରେ ମଳିହା ଗ୍ରାମର ଶୋକର ଛାୟା ଖେଳିଯାଇଛି, ଏହା ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ମଳିହା ଗ୍ରାମ ନେଇ ସବ ସତ୍କାର କରିଥିଲେ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କ ସମ୍ମାନଜନକ ଡକ୍ଟରେଟ୍ ଲାଭ

ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କ ସମ୍ମାନଜନକ ଡକ୍ଟରେଟ୍ ଲାଭ ଯୁବନେତା ତଥା ବାଲେଶ୍ଵର ଜିଲ୍ଲାର ଖଇରାସିମୁଳିଆ ଅଞ୍ଚଳର ସୁପରିଚିତ ସମାଜସେବୀ ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କୁ ଆମେରିକା ସ୍ଥିତ “ୱାଶିଂଟନ ଡିଜିଟାଲ ୟୁନିଭରସିଟି” ତରଫରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧ୍ୟୀ ପ୍ରଦାନ କରାଯାଇଛି | ମୁମ୍ବାଇ ଠାରେ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଇଞ୍ଜନିୟର ରାଜେଶ କୁମାର ମହାକୁଡ଼ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନଜନକ ଡକ୍ଟରେଟ୍ ଉପାଧୀ ୱାଶିଂଟନ ଡିଜିଟାଲ ୟୁନିଭରସିଟିର ଶିକ୍ଷା ପରାମର୍ଶ ଦାତା ଡ଼ ରାଣ୍ଡ ମା ପାଥରେଜ, ମୁମ୍ବାଇ ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଡ଼ ଦୀନେଶ କୁମ୍ବଲେ, ସିଏସ୍‌ଏମ୍‌ ୟୁନିଭରସିଟିର କୁଳପତି ଡ଼ କେଶରୀଲାଲ ବର୍ମା, ସାଂସଦ ସୁଖଦେଓ ଭଗତ, ସୁପ୍ରିମ୍‌ କୋର୍ଟ ଆଡ଼ଭୋକେଟ୍‌ ମନୋଜ ଚନ୍ଦ୍ରନାୟାର, ୟୁରୋ ଏସିଆନ୍‌ ବିଶ୍ବବିଦ୍ୟାଳୟର କୁଳପତି ସବାସଷ୍ଟିନ୍‌ ମେଣ୍ଡେସ୍‌ ପ୍ରମୁଖ ଉପସ୍ତିତ ରହି ଉକ୍ତ ସମ୍ମାନ ପ୍ରଦାନ କରିଥିଲେ | ବାଲେଶ୍ଵର ଜିଲ୍ଲା ଖଇରାସିମୁଳିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାକୁଡ଼ ଏବଂ ଶ୍ରୀମତୀ ସୁକାନ୍ତି ମହାକୁଡ଼ଙ୍କ ପୁତ୍ର ଇଂଜିନିୟର ରାଜେଶ କୁମାର ମହାକୁଡ଼ ସମାଜସେବା କ୍ଷେତ୍ରରେ ନିଜର ଜୀବନ ଉତ୍ସର୍ଗୀକୃତ କରି ଯୁକ୍ତ ଦୁଇ ଠାରୁ ନିରତ୍ନର ଲୋକମାନଙ୍କ ସେବା, ବିଭିନ୍ନ ଅନୁଷ୍ଠାନ ସହିତ ଯୋଡ଼ିହୋଇ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାମ କରିବା ୨୦ ରୁ ଉର୍ଦ୍ଧ ଅନୁଷ୍ଠାନ ରେ ରହି ଦାୟିତ୍ଵ ତୁଲାଇବା ସହିତ ୬୦ ରୁ ଉର୍ଦ୍ଧ୍ବ ରାଜ୍ୟ ସ୍ତରୀୟ , ସର୍ବଭାରତୀୟ , ସରକାରୀ ଓ ବେସରକାରୀ ସ୍ତରରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହେବସହିତ ୨୦୨୨ ରେ ଓଡ଼ିଶାର ସରକାରଙ୍କ ତରଫରୁ ମେକ୍ ଇନ୍ ଓଡ଼ିଶା ରେ ମଧ୍ୟ ସ୍ଥାନ ପାଇଥିଲେ l ତାଙ୍କର ସମାଜ ସେବାରେ ଥିବା ନିଜର ବିଶେଷ ଅବଦାନ ପାଇଁ ପାଇଥିବା ଏହି ସମ୍ମାନକୁ ନିଜ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସର୍ବଶେଷରେ ଏହି ସମ୍ମାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ପରିବାର ର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଇଂଜିନିୟର ଡ଼ ରାଜେଶ କୁମାର ମହାକୁଡ଼ ପ୍ରକାଶ କରିଛନ୍ତି | ଇଂଜିନିୟର ରାଜେଶ କୁମାର ମହାକୁଡ଼ଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧୀ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ ଖଇରାସିମୁଳିଆ ଅଞ୍ଚଳ ନୁହେଁ, ଇଂଜିନିୟର ମହାକୁଡ଼ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ସଙ୍ଗଠନ ମାଧ୍ଯମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟରତ |ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।