ଶିକ୍ଷକ ବଦଳ ପ୍ରତିବାଦରେ ସ୍କୁଲ ଗେଟ ଆଗରେ ଧାରଣା

ଖଇରା:୨୨/୦୨ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଶ୍ରୀରାମ ପୁର ଅନନ୍ତପ୍ରସାଦ ହାଇସ୍କୁଲ ର ଶିକ୍ଷକ କିଶୋରୀ ଚରଣ ମହାନ୍ତି ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଏହାର ପ୍ରତିବାଦ ରେ ଆଜି ବିଦ୍ୟାଳୟ ଫାଟକ ସମ୍ମୁଖରେ ଅଭିଭାବକ, ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଥିବାର ପରିଲକ୍ଷିତ ହୋଇଥିଲା। ବିଦ୍ୟାଳୟରେ ୧୩୨ ଛାତ୍ର ଛାତ୍ରୀ ଥିବାବେଳେ ମାତ୍ର ତିନି ଜଣ ଶିକ୍ଷକ କିପରି ପାଠ ପଢ଼ାଇବେ ତାହା ଚିନ୍ତାରକାରଣ ହୋଇପଡିଛି।

ପୁଣି ମାତିଲେ ହାଣ୍ଡିଆ ଗ୍ରାମବାସୀ

ଜଗତସିଂହପୁର :୨୨/୦୨ (ପ୍ର ସା) ପୁଣି ମାତିଲେ ହାଣ୍ଡିଆ ଗ୍ରାମବାସୀ ଜେସିବି ଆଗରେ ବସିଲେ , କାମକୁ ମଧ୍ଯ ବିରୋଧ କଲେ | ପରିସ୍ଥିତି ଉତେଜନା ହେବାରୁ କାମ କରିବାକୁ ଆସିଥିବା ଜେସିବି ଫେରିଗଲା | ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ପାରାଦୀପ୍ ହାଣ୍ଡିଆ ଗ୍ରାମ ପାଖରେ |×ଆର୍ସେଲର ମିତ୍ତଲ କମ୍ପାନୀ ର ବାଉଣ୍ଡ୍ରୀ କାମ ପାଇଁ ମାଟି ଘେରିବନ୍ଧ ନିର୍ମାଣ କିଛି ଠିକାଦାର ନେଇଥିବା ବେଳେ ଲୋକମାନେ ଏହି କାମ କୁ କରାଇ ଦେଉନାହାନ୍ତି | କମ୍ପାନୀ ପାଇଁ ସମ୍ପୂର୍ଣ୍ଣ ହାଣ୍ଡିଆ ଗ୍ରାମ ଟି ବିସ୍ଥାପିତ ହେଉଥିବା ବେଳେ ସେମାନଙ୍କୁ ଥଇଥାନ କରାଯିବା , ପରିବାର ର ଜଣଙ୍କୁ ଚାକିରି ଦେବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ଦାବି କରି ଆସୁଥିବା ବେଳେ କମ୍ପାନୀ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ଗତ ତିନିମାସ ତଳେ ଏହିଭଳି ସମସ୍ୟା ଉପୁଜୁଥିବା ଓ କମ୍ପାନୀ କର୍ତ୍ତୃପକ୍ଷ ଏହାର ସମାଧନ ପାଇଁ ଆଜି ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରିଥିବା ଦେଖାଯାଇଥିଲା | କିନ୍ତୁ ପୁଣି ସମସ୍ୟା ର ସମାଧାନ ନକରି କିଛି ଠିକାଦାର ଆଜି କାର୍ଯ୍ୟ କରୁଥିବା ଖବର ପାଇ ଗ୍ରାମବାସୀ ମାନେ ଆଜି କାମ କୁ ବନ୍ଦ କରୁଥିବା ଦେଖାଯାଇଛି

ଗରିବ ନିରହ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ଜରି ପାଲ ତଳେ ବିତୁଛି ଜୀବନ

କାମାକ୍ଷାନଗର:୨୧/୦୨ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ମାଳପୁରା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ହୁଦୟ ବିଦାରକ ଦୃଶ୍ୟ ଏକ ବିଧବା ମହିଳା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ଜରି ପାଲ ତଳେ ବିତୁଛି ଜୀବନ ଘର ଟିଏ ପାଇଁ କରୁ ଛନ୍ତି ଆକୁଳ ନିବେଦନ ମହିଳା ଜଣ କ ହେଲେ ମାଳପୁରା ଗ୍ରାମ ର ବିଜୟ ନାୟକ ଙ୍କ ପତ୍ନୀ ଅମୁଲ୍ୟ ନାୟକ ଦୁଇ ବର୍ଷ ହେବ ସ୍ୱାମୀ ଙ୍କ ର ମୃତ୍ୟୁ ହୋଇ ଥିବା ବେଳେ ଅମୁଲ୍ୟ ଙ୍କ ଜୀବନ ରେ ଦୁଃଖ ର ପାହାଡ଼ ଲଦି ହୋଇ ଜାଇ ଥିଲା ପାଖରେ ଥିଲେ ଦୁଇ ସନ୍ତାନ ବଡ଼ ପୁଅ ଟି ପାଗଳ ଓ ସାନ ପୁଅ କୁ ଧରି ବିତୁଛି ଜୀବନ ଘର ଖଣ୍ଡେ ପାଇଁ ସମସ୍ତ ଙ୍କୁ ଗୁହାରି କଲେ ଵି ଫଳ ସୁନୁ ସରକାର ଙ୍କ ମାଳ ମାଳ ଯୋଜନା ଥିବା ବେଳେ ଏ ବିଧବା ହତ ଭାଗା ମହିଳା ଟି ସେଏଥିରୁ ବଞ୍ଚିତ ଦେଡ ବର୍ଷ ତଳେ ଘର ପୋଡି ରେ ଘର ଟି ପୋଡି ଜାଇ ଥିବା ବେଳେ ସରକାର ଙ୍କ ତରଫରୁ ମିଳିଛି ଏ କ ଦରିପାଲ ପାଲ ସାଜିଛି ଆଶା ବାଡ଼ି ପ୍ରଶାସନ କେବେ ଏ ବିଧବା ମହିଳା ଙ୍କୁ ସାହାଯ୍ୟ ର ହାତ ବଢା଼ଉ ଛନ୍ତି ତାହା ଦେଖିବାକୁ ବାକି ରହିଲା

ଚଣ୍ଡୀ ଠାକୁରାଣୀ ଶୈବପୀଠ ରେ ମହାଶିବରାତ୍ରି ରେ ମହାଦୀପ ପ୍ରଜ୍ବଳନ ଓ ଉଜ୍ଜ୍ୱଳ ଆଲୋକ କରଣ

ଖଇରା:୧୯/୦୨( ପଦ୍ମଲୋଚନ ଦାସ ଙ୍କ ରିପୋର୍ଟ)

ଚଣ୍ଡୀ ଠାକୁରାଣୀ ଶୈବପୀଠ ରେ ମହାଶିବରାତ୍ରି ରେ ମହାଦୀପ ପ୍ରଜ୍ବଳନ ଓ ଉଜ୍ଜ୍ୱଳ ଆଲୋକ କରଣ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ମା ଚଣ୍ଡୀ ଠାକୁରାଣୀ ଶକ୍ତିପୀଠର ଚର୍ତୁ ପାର୍ଶ୍ଵରେ ସ୍ଥାୟୀ ଭାବେ ଆଲୋକ କରଣ ଟ୍ରଷ୍ଟ ବୋର୍ଡ ଦ୍ବାରା ସମ୍ପୂର୍ଣ୍ଣ କରାଯାଇଥିଲା, ସେହିପରି ମୁକ୍ତି ପୀଠରେ ଭକ୍ତମାନଙ୍କ ଏକ ବିଶ୍ରାମ ଘର ତିଆରି ନିମନ୍ତେ ଖଇରା ଅତିରିକ୍ତ ତହସିଲଦାର ଶ୍ରୀ ଗଦାଧର ସେଠୀ, ସିମୁଳୀଆ ଭାରପ୍ରାପ୍ତ ଅଧିକାରୀ, ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେହିପରି ବାଲେଶ୍ଵର ଇଲେକ୍ରି ଠିକାଦାର ବି,କେ, ଚଉଦୁର, ମାଣୀତ୍ରୀ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସହିତ ସଭ୍ଯ ମାନସକୁମାର ଦାସ, ଗୋଟିଏ ଗୋଟିଏ ଲୁହା ଚେୟାର ଦାନ କରିଥିଲେ, ଶେଷରେ ସନ୍ଧ୍ୟାରେ ଗଣେଶ ଭଜନ ପରିବେଷଣ କରାଯାଇଥିଲା, ରାତି ୧୧ସମୟରେ ଶହଶହ ଭକ୍ତମାନେ ଶିବ ମନ୍ଦିର ରେ ଦୀପଜାଳି ବାବଙ୍କ ଠାରେ ନିଜ ନିଜର ମନସ୍କାମନା ଜଣାଇଥିଲେ, ମନ୍ଦିର ର ସେବାୟତମାନେ ସର୍ବ ଶ୍ରୀ ପୂଜକ ଉମାକାନ୍ତ ତିଆଡି, ଉପେନ୍ଦ୍ର ତିଆଡି, ବେଣୁଧର ତିଆଡି, ଏବଂ ଟ୍ରଷ୍ଟର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ମହାଶିବରାତ୍ରି କୂ ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ପରମ୍ପରା ଜାଗର ପାଳନ ହୋଇଥିଲା, ଏଥିରେ ଟ୍ରଷ୍ଟ ବୋର୍ଡ ର ସଭାପତି ମାନସକୁମାର ଦାସ ସମସ୍ତ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ,

ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ବର ର ଷଡ଼ ବିଂଶତି ତମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

ବାଲେଶ୍ବର:୧୯/୦୨ ( ଶାନ୍ତନୁ କୁମାର ବେହେରା ଙ୍କ ରିପୋର୍ଟ)

ବାଲେଶ୍ବର ସହରର ଏକ ଗରିମାମୟ କ୍ଷେତ୍ର ଗାନ୍ଧୀ ସ୍ମୃତି ଭବନରେ ଅବସରପ୍ରାପ୍ତ ରାଜ୍ୟସରକାରୀ କର୍ମଚାରୀ ସଂଘ ବାଲେଶ୍ୱରର ଷଡ ବିଂଶତିତମ ବାର୍ଷିକ ସାଧାରଣ ଅଧିବେଶନ ମହା ସମାରୋହରେ ୧୯ତାରିଖ ରବିବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଂ ବନମାଳୀ ନାୟକ ଙ୍କ ସଭାପତିତ୍ବ ରେ ଆୟୁଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନ୍ୟାୟାଧିଶ ସନ୍ତୋଷ କୁମାର ଦାସ ଯୋଗଦେଇ ଏଭଳି ଏକ ସଂଗଠନ ର କାର୍ଯକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ। କ୍ରମଶଃ ପାରିବାରିକ ସମ୍ପର୍କ ଦୁରେଇଯାଉଛି ଏହା ଆମ ସମାଜ ପାଇଁ ମଙ୍ଗଳ ଜନକ ନୁହେଁ l

ମୁଖ୍ୟ ବକ୍ତା ଭାବେ ଦୈନିକ ସମାଜର ବାଲେଶ୍ବର ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ଯୋଗ ଦେଇ ଉଦବୋଧନ ଦେଇ ଥିଲେ। ସଙ୍ଘର ମୁଖପତ୍ର ଉତ୍ତରାୟଣ ଲୋକାର୍ପିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବହୁ ସଂଖ୍ୟା ରେ ଅବସର ପ୍ରାପ୍ତ ରାଜ୍ୟ କର୍ମଚାରୀ ଯୋଗ ଦେଇଥିଲେ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମ୍ବର୍ଦ୍ଧିତ କ
କରାଯାଇଥିଲା l ସଂପାଦକୀୟ ବିବରଣୀ ପାଠ କରିଥିଲେ ଦାମୋଦର ନାୟକ

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ

କୁଜଙ୍ଗ : ୧୯/୦୨ ( ପ୍ରସାଦ ସାହାଣୀ ଙ୍କ ରିପୋର୍ଟ)

କୁଜଙ୍ଗବ୍ଲକ ବଗଦିଆ ପଞ୍ଚାୟତରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ କରିଛନ୍ତି। ଆଜି ଅପରାହ୍ନରେ ପ୍ରଥମେ ଡାଳିମପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପର ଶିଳାନ୍ଯାସ କରାଯାଇଥିବା ବେଳେ ପାନୀୟ ଜଳ ସମସ୍ଯାର ସମାଧାନ ପାଇଁ ଖୁବଶୀଘ୍ର ରାଜ୍ଯ ସରକାର ତାଳଦଣ୍ଡା ଓ ତାରପୁର ଠାରେ ଦୁଇଟି ମେଗା ଜଳପ୍ରକଳ୍ପ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, ସରପଞ୍ଚ ମଞ୍ଜୁଲତା ବେହେରା, ସମିତି ସଭ୍ୟ ପବିତ୍ର ସେଠୀ, ଜିଲ୍ଲାପରିଷଦ ସଦସ୍ୟ କନକପ୍ରଭା ଲେଙ୍କା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବଗଦିଆ ପଞ୍ଚାୟତ ବିଜେଡି ସଭାପତି ତଥା ସମାଜସେବୀ ଦୀପକ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ବିଧାୟକ ରାଉତରାୟ ନୂଆସାହି ଗ୍ରାମର ବଗଦିଆ-ନୂଆସାହି କମୁନିଟି ହଲର ଶିଳାନ୍ୟାସ କରିଥିଲେ। ସେହିପରି ଗଦିଆଠାରେ ମା’ ବନଦୁର୍ଗା ୟୁଥକ୍ଲବ ଓ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହର ଶିଳାନ୍ୟାସ କରିଥିଲେ। କୋଠୀ ସରପଞ୍ଚ ଲକ୍ଷ୍ମୀଧର ସାହୁ, ସୁରେନ୍ଦ୍ର ତରାଇ, ସୁରେନ୍ଦ୍ର ସ୍ଵାଇଁ, ଯୋଗେନ୍ଦ୍ର ସ୍ଵାଇଁ, ଯୁବସମାଜସେବୀ ଅରୁଣ କୁମାର ବେହେରା, ସଚିତ୍ର ମହାନ୍ତି, ସୁଧାଂଶୁ ବେହେରା, ପୀତାମ୍ବର ପ୍ରସାଦ ମାଝୀ, ଅଭୟ କୁମାର ସାହୁ, ହରେକୃଷ୍ଣ ବସନ୍ତିଆ, ବିଶ୍ବଯିତ ଖୁଂଟିଆ, ସର୍ବେଶ୍ବର ପ୍ରଧାନ, ଦୀପକ ଦାସ ପ୍ରମୁଖ ସହଯୋଗ କରିଥିଲେ।

ମାର୍କୋଣା ମାର୍କଣ୍ଡେଶ୍ୱର ଶିବ ରାତ୍ରି ପାଳିତ ହୋଇଯାଇଛି

ସିମୁଳିଆ:୧୯/୦୨ ( ରାଜକିଶୋର ମଲ୍ଲିକ ଙ୍କ ରିପୋର୍ଟ) ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣା 400 ବର୍ଷର ପୁରାତନ ମାର୍କଣ୍ଡେଶ୍ୱର ଶିବ ମନ୍ଦିର ରେ 108 କଳସ ଯାତ୍ରା ରେ ଶଙ୍ଖ ମୃଧଙ୍ଗ ରେ ଗାଁ ଦାଣ୍ଡ କମ୍ପି ଉଠି ଥିଲା ବାବା ମାର୍କଣ୍ଡେଶ୍ୱର ପାରମ୍ପରିକ ରୀତିରେ ତିନି ଦୀନ ଧରି ଏହି ଜାଗର ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉସେଇଟି ପାଖରୁ ଆରମ୍ଭ କରି ଗାଁ ଲୋକ ଉଲ୍ଲାସହ ରେ ଲାହାରୀ ଖେଳି ଯାଇଛି ଏହି କମିଟିର ସଭାପତି ବନମାଳୀ ବିହାରୀ ସମ୍ପଦ ମନଜ କୁମାର ନାୟକ ସରପଞ୍ଚ କମଳାକାନ୍ତ ନାୟକ ଙ୍କ ସହିତ ଗ୍ରାମ ବସି ସହଯୋଗ ସୁପରିଚାଳନା କରି ବହୁ ଜଗଜମାକରେ ଜାଗର ଯାତ୍ରା ଗାଁ ଲୋକ ପାଳନ କରୁଛନ୍ତି

ଜାଗର ଅହରାତ୍ର ସାଂସ୍କୃତିକ ଅନୁଷ୍ଠିତ

ପୁରୀ ୧୮/୨ (ରମେଶ ସାହୁ ଙ୍କ ରିପୋର୍ଟ)

ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲୋକନାଥ ମନ୍ଦିର ନିକଟସ୍ଥ ଜାଗରପଦା ଠାରେ ଶ୍ରୀ ଲୋକନାଥ ଦେବ ସାସ୍କୃତିକ ସଂସଦ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଜାଗର ଅହୋରାତ୍ର ସାସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଉଦଘାଟନ କରିଥିଲେ।ଆମ ସଂସ୍କୃତି ରେ ଜାଗରର ମହତ୍ତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ।ଶ୍ରଦ୍ଧାଳୁ ମାନେ ନିଷ୍ଠା ଓ ଭକ୍ତି ର ସହ ପୁରା ରାତି ଉଜାଗର ରହି ପ୍ରଭୁ ଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି।ଏହି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସେମାନଙ୍କ ମନରେ ଅଧିକ ଭକ୍ତି ଭାବ ସୃଷ୍ଟି କରିବ ବୋଲି ଅତିଥି ମାନେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସାସ୍କୃତିକ ସଂସଦର ଉପସଭାପତି ରାଜେଶ ମିଶ୍ର, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଶ୍ରୀ ଲୋକନାଥ ଦେବ ସାଂସ୍କୃତିକ ସଂସଦର ସମ୍ପାଦକ ରବିନାରାୟଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦଣ୍ଡପାଣି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ପରେ ସାସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ପରିବେଷଣ କରାଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

ରେଲୱ ପୋଲିସଙ୍କୁ ଅଟକ ରଖିଲେ ପୋଲେଇ ଗ୍ରାମର ଶତାଧିକ ଗ୍ରାମବାସୀ

ଜଗତସିଂହପୁର:(୧୮/୦୨/୨୩) ପ୍ରସାଦ ସାହାଣୀ ଙ୍କ ରିପୋର୍ଟ

ରେଲୱ ପୋଲିସଙ୍କୁ ଅଟକ ରଖିଲେ ପୋଲେଇ ଗ୍ରାମର ଶତାଧିକ ଗ୍ରାମବାସୀ.
ରେଲୱ ପୋଲିସ ଙ୍କୁ ଘେରିଲେ ପୋଲେଇ ଗ୍ରାମବାସୀ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଧୀନ ଫତେହପୁର ପଞ୍ଚାୟତ ର ପୋଲେଇ ଗ୍ରାମରେ ଗତ ୨ଦିନ ହେବ କୋଇଲା ଚୋରି କରୁଥିବା ବେଳେ ରେଲୱ ପୋଲିସ ୨ଜଣଙ୍କୁ ଧରିଥିଲେ। ସେ ୨ଚୋରକୁ ନେଇ ପଚାର ଉଚାର କରିବାରୁ ସେ ୨ଚୋର ସବୁ କଥା ମାନିଥିବା ସହ ଆଉ କେଉମାନେ ସାମିଲ ଅଛନ୍ତି ଓ ଚୋରା କୋଇଲା କାହାକୁ ଦେଇଛନ୍ତି ତାହା ରେଲୱ ପୋଲିସ ଆଗରେ ପ୍ରକାଶ କରିଥିଲେ ସେଇ ଆଧାର ରେ ଆଜି ରେଲୱ ପୋଲିସ ଆସାମୀକୁ ନେଇ ପୋଲେଇ ଗ୍ରାମକୁ ଯାଇ ରମେଶ ପ୍ରଧାନ ନାମକ ଏକ ଯୁବକ ଙ୍କୁ ପଚାରି ଥିଲେ ଏ ଭାଟି କାହାର ମୁ ଜାଣିନୀ ରମେଶ କହିବାରୁ ରେଲୱ ପୋଲିସ ରମେଶ ପ୍ରଧାନ ଙ୍କୁ ଅଶିଳ ଭାଷାରେ ଗାଳି କରିବା ସହ ମାଡ ମାରିଥିଲେ ଭୟରେ ରମେଶ ଦୌଡ଼ି ଯାଇ ଗ୍ରାମ ବାସୀଙ୍କୁ ଡାକିଥିଲେ ଗ୍ରାମ ବାସୀ ଆସି ପୋଲିସ ଗାଡିକୁ ଭଙ୍ଗା ରୁଜା କରିବା ସହ ରେଲୱ ପୋଲିସ ଙ୍କୁ ଅଟକାଇ ଥିଲା। ପରେ କୁଜଙ୍ଗ ପୋଲିସ ଆସି ପ୍ରଥମେ ମାଡ ଖାଇଥିବା ରମେଶ ପ୍ରଧାନ ଙ୍କୁ ମେଡିକାଲ ପଠେଇଥିଲେ। ବହୁ ଦୁର୍ଭାଗ୍ୟ ଘଟଣା ମୋ ଆଖି ଆଗରେ ସେ ପିଲାକୁ ମାଡ ହୋଇଛି ସେ ପିଲାର ମୁଣ୍ଡ ଫଟିଛି ସେ ନିରୀହ ପିଲା। ଆଇନ ଅନୁଯାୟୀ ଚୋର କୁ ଦଣ୍ଡ ଦିଅନ୍ତୁ କିନ୍ତୁ ନିରୀହ ଲୋକଙ୍କୁ ଉଠେଇ ନେବା ଓ ମାଡ ମାରିବା କୁ ଫତେପୁର ସେମିତି ସଭ୍ୟା ଙ୍କ ପ୍ରତିନିଧି ବିକ୍ରମ କେଶରୀ ରାଉତରାୟ ଘୋର ନିନ୍ଦା କରିଛନ୍ତି। ଅନ୍ୟ ପଟେ ଆମେ ସେ ପିଲାକୁ ମାରିନୁ କି ଖରାପ ବେବହାର କରିନୁ ଗ୍ରାମ ବାସୀ ଆମ ନରେ ମିଛ କହୁଛନ୍ତି ବୋଲି ପାରାଦୀପ ରେଲେୱ ଓସି ସିଭି ରମନା ମତ ପ୍ରକାଶ କରିଛନ୍ତି।

ରୂପାଥାଳିଆ ନିଉଜରେ ସମ୍ବାଦ ପରିବେଷଣ ପରେ ନିଦ ଭାଙ୍ଗିଲା ପ୍ରଶାସନ ର

ଖଇରା:(୧୮/୦୨/୨୩ )ରୂପାଥାଳିଆ ନିଉଜରେ ସମ୍ବାଦ ପରିବେଷଣ ପରେ ନିଦ ଭାଙ୍ଗିଲା ପ୍ରଶାସନର । ଚେତା ପଶିଲା ଠିକାଦାରର । ମରାମତି ହେଲା ଡ଼ାଲଙ୍ଗ ବଡପୋଖରୀ ରାସ୍ତା । ଯାତ୍ରୀମାନଙ୍କର ଦୁଃଖ ଦୂର ହେଲା