ବିଧାୟଙ୍କ ବିରୁଦ୍ଧରେ ବିଜେଡି ପକ୍ଷରୁ ଯୁବଛାତ୍ରଙ୍କ ସମାବେଶ

ଏରସମା : ୧୧/୦୩ ବାଲିକୁଦା ଏରସମା ବିଜେଡି ପକ୍ଷରୁ ଯୁବ ଛାତ୍ର ସୋସିଆଲ ମିଡ଼ିଆର ସଦସ୍ୟ ମାନେ ପଦ୍ମପୁର ପଞ୍ଚାୟତ ସିଆଳି ବେଳା ଭୂମି ନିକଟରେ ବିଧାୟଙ୍କ ବିରୋଧ କରି ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ବାଲିକୁଦା ଏରସମା ଯୁବ ସଂଗଠକ ରଶ୍ମିରଂଜନ କୂଅଁର ଙ୍କ ନେତୃତ୍ୱରେ ୨୦୦ଶହରୁ ଉର୍ଦ୍ଧ ଯୁବ ବିଜେଡ଼ି ଛାତ୍ର ବିଜେଡ଼ି ସ୍ଥାନୀୟ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପକୁ ନେଇ ତ୍ରିବ ସମାଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ରାଉତ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଯୁବ ସଦସ୍ୟ ମାନେ କିଭଳି ଆଗାମୀ ଦିନରେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରଚାର ପ୍ରସାର ବହୁଳ ଭାବେ କରାଯିବ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ବର୍ତ୍ତମାନ ଯୁବ ପିଢିଙ୍କ ନିଶା ସୋସିଆଲ ମିଡିଆ ପାଲଟି ଥିବା ବେଳେ ରାଜ୍ୟ ସରକାର ଙ୍କ ଅନେକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର ଅଭାବ ହେତୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।ଫଳରେ ବିରୋଧୀ ଦଳର ସଦସ୍ୟ ମାନେ ଅନେକ ଅପପ୍ରଚାର କରିବା ସହ ଲୋକଙ୍କୁ ମିଥ୍ୟା ଖବର ସୋସିଆଲ ମିଡିଆ ଜରିଆରେ ପ୍ରଦାନ କରୁଛନ୍ତି।ଏଣୁ ବିରୋଧୀ ମାନଙ୍କୁ କଡା ଜବାବ ଦେବାକୁ ହେଲେ ଦଳର ସମସ୍ତ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଯୁବ ପିଢିଙ୍କୁ ଅବଗତ କରାଇବା ସହ ବିରୋଧୀଙ୍କୁ କଡା ଜବାବ ସୋସିଆଲ ମିଡିଆ ମାଧ୍ୟମରେ ଦିଆଯିବା ନେଇ ଶପଥ ହୋଇଥିଲା।ଆସନ୍ତା ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ଥିବାରୁ ବିଜେଡି ଦଳର ସମସ୍ତ୍ ଯୁବ ଓ ଛାତ୍ର ବନ୍ଧୁ ସେମାନଙ୍କ ମୂଲ୍ୟବାନ୍ ସମୟ ମଧ୍ୟରୁ କିଛି ମୁହୂର୍ତ୍ତ ଦଳର ପ୍ରଚାର ପ୍ରସାର ପାଇଁ ଦେବାକୁ ନିଷ୍ପତ୍ତି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଜେଡି ସୋସିଆଲ ମିଡ଼ିଆର ସକ୍ରିୟ ଯୁବ ସଦସ୍ୟ କାମାକ୍ଷ୍ୟା ପ୍ରସାଦ ନାୟକ,ନିରଞ୍ଜନ ନାୟକ,ଅବିନାଶ ସାହୁ,ଶିଶିର ପରିଡା,ଉପେନ୍ଦ୍ର ଓଝା,ରଶ୍ମି ରଂଜନ ଜେନା,ଜ୍ୟୋତି ପ୍ରକାଶ ମହାନ୍ତି,ବଳରାମ ଦାସ ,ରଶ୍ମିତା ନାୟକ,ଗଣେଶ ରାଉତ,ସାଗର ଶୁକ୍ଳା, କମଳ କିରଣ ବିଶ୍ୱାଳ,ବିଶ୍ୱଜିତ ସାମଲ, ତିରୁପତି କାନୁନଗୋ,ମନୋଜ ଖଣ୍ଡୁଆଳ,ପ୍ରଶାନ୍ତ କୁମାର ସ୍ୱାଇଁ,ହିମାଂଶୁ ଶେଖର ସ୍ୱାଇଁ,ବିଶ୍ୱଜିତ ସ୍ୱାଇଁ,ଦେବାଶିଷ ମହାନ୍ତି,ବିପିନ ଦଳାଇ,ବିକାଶ ସେନାପତି,ମହିମା ସ୍ୱାଇଁ,ସ୍ମୃତି ରଂଜନ ସାହୁ,ସନ୍ତୋଷ ବେହେରା,ଆଶିଷ ସସୀନ,ବାପିନା ମାହାଳି,ମନୋଜ ସେଠୀଙ୍କ ଙ୍କ ସହିତ ଶତାଧିକ ସୋସିଆଲ ମିଡିଆ କର୍ମୀ ସାମିଲ ହୋଇଥିଲେ।ଏହି ସମାବେଶରେ ସ୍ଥାନୀୟ ବିଧାୟକ ବାଲିକୁଦା ଏରସମାରେ ଦଳିୟ କର୍ମୀଙ୍କୁ ଅଣଦେଖା କରିଥିବାରୁ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜିଲ୍ଲା ସଭାପତି ତଥା ରାଜ୍ୟ ସଭାପତି ନିକଟରେ ଦାବି କରିଛନ୍ତି।ଏରସମା, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଚଟୁଆ ମଣ୍ଡିରେ ତିନିଦିନ ଧରି ପଡିରହିଛି ଚାଷୀଙ୍କ ଧାନ

ଏରସମା :୦୯/୦୩ ଚାଷୀ ମୁଣ୍ତରେ ଚଡ଼କ।ଚଟୁଆ ଧାନ ମଣ୍ଡିରେ ପଡ଼ି ରହିଛି ଟନ ଟନ ଧାନ।ଚଟୁଆ ସେବା ସମବାୟ ସମିତିର ସମ୍ପାଦକଙ୍କ ଅପାରଗତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଶତାଧିକ ସଂଖ୍ୟାର ଚାଷୀ। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଚଟୁଆ ସେବା ସମବାୟ ସମିତିର ଧାନ ମଣ୍ଡିରେ।ତେବେ ଚଟୁଆ ସେବା ସମବାୟ ସମିତିର ଧାନ ମଣ୍ଡିରେ ପ୍ରତି କୁଇଁଣ୍ଟାଲ ପିଛା ୩ କେଜୀ ଧାନ କଟିନୀ ଛଟିନି ହେଉଥିବା ବେଳେ ୨୦ ଟଙ୍କା ଲେଖାଏଁ ଚାଷୀ ମାନଙ୍କ ଠାରୁ ସମ୍ପାଦକ ଗାଡ଼ି ଭଡ଼ା ବାବଦକୁ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଟୁଆ ସମିତିର ସମ୍ପାଦକ ଶରତ ରାଉତ ମହୋଦୟ ଜମି ଥିବା ଲୋକଙ୍କର ଚାଷ ନଥିବା ଏବଂ ସେମାନେ ବାହାରେ ରହୁଥିବା ଜମି ମାଲିକଙ୍କୁ ପଞ୍ଜୀକୃତ କରି ତାଙ୍କରି ନାମରେ ବେପାରୀ ଧାନକୁ ଉଠାଇ ଦେଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କ୍ଷୁଦ୍ର ଚାଷୀ ଧାନ ଦେଇପାରୁନାହାନ୍ତି। ବାମଦେଇପୁରୁ ପଞ୍ଚାୟତର ସମାଜ ସେବୀ ସୁଦର୍ଶନ ରାଉତ ଚଟୁଆ ମଣ୍ଡିରେ ବାମଦେଇପୁରୁ ପଞ୍ଚାୟତର ଚାଷୀମାନେ ଅବହେଳିତ ହେଉଥିବା ବେଳେ ବାଲିତୁଠ ସମିତିରୁ ରୁଣ ନେଉଥିବା ବେଳେ ଚଟୁଆ ମଣ୍ଡିରେ ଧାନଦେବାକୁ ପଡୁଛି ଅଭିଯୋଗ କରିଥିବା ବେଳେ ବାଲିତୁଠ ସମିତିର ମଣ୍ଡିକୁ ବାମଦେଇପୁରୁ ଚାଷୀଙ୍କୁ ଯୋଡିବା ପାଇଁ ଦାବି କରିଛନ୍ତି। ଚଟୁଆ ପଞ୍ଚାୟତର ସମ୍ପାଦକ ଶରତ ରାଉତ (ବାବାଜୀ) ତଥା ସହ ସମ୍ପାଦକ ରମାକାନ୍ତ ସ୍ୱାଇଁ, ଚାଷୀଙ୍କୁ ରୁଣ ଦବାରେ, ମଣ୍ଡିରେ ଧାନ ଦବାରେ, ଚାଷୀଙ୍କ ରୁଣ ବହିକୁ ଚାଷୀଙ୍କୁ ନଦେଇ ଚାଷୀଙ୍କ ବହିକୁ ସମିତିରେ ରଖିଥିବା ଅଭିଯୋଗ କରିଥିବା ବେଳେ ସମିତିର ଡିଓ ଅଛନ୍ତି କି ନାହିଁ ଚାଷୀ ଅଭିଯୋଗ କରିଥିଲେ। ଆଜି ଚଟୁଆ ମଣ୍ଡିକୁ ଜଗତସିଂହପୁର ଜିଲ୍ଲା ସିଏସିଓ, ରାହାମା ଆରମେସି ଓ ଅନ୍ୟ ପଦାଧିକାରୀଙ୍କ ନିକଟରେ ଚାଷୀ ସୁରେନ୍ଦ୍ର ନାଥ ରାଉତ, ସଞ୍ଜୟ ନାୟକ, ବିଜୟ ନାୟକ, ସରୋଜ ସ୍ଵାଇଁ, ମହେଶ୍ଵର ନାୟକ, ବ୍ରିକମ ସ୍ଵାଇଁ, ସାରଦା ପ୍ରସନ୍ନ ସ୍ଵାଇଁ, ସଙ୍ଗ୍ରାମ ନାୟକ, ପିତବାସ ସଡଙ୍ଗୀ, ପରମାନନ୍ଦ ରାଉତ, ଜନ୍ମଜୟ ସାମଲ, ଭରତ ଓଝା, ପ୍ରଶାନ୍ତ ରାଉତ, ଦେବେନ୍ଦ୍ର ମହାପାତ୍ର, ଗଙ୍ଗାଧର ସାହୁ, ପୁରସ୍ତମ ରାଉତ, ପ୍ରଭାତ ସ୍ଵାଇଁ, ସମାଜ ସେବୀ ଗଣେଷ ରାଉତ, ନାରୀ ନେତ୍ରୀ ରଶ୍ମିତା ନାୟକ ପ୍ରମୁଖ ଚଟୁଆ ସମିତିରେ ୨୨ବର୍ଷ ରହିଥିବା ସମ୍ପାଦକ ଶରତ ରାଉତଙ୍କୁ ଭିଜିଲାନ୍ସ ତଦନ୍ତ ସହିତ ବଦଳି କରାଯିବା ସହିତ ମଣ୍ଡିରେ ଥିବା ଚାଷୀଙ୍କ ଧାନ ତୁରନ୍ତ ନବା ପାଇଁ ଦାବି କରିଥିଲେ। ଅନ୍ୟ ପକ୍ଷରେ ଚଟୁଆ ସରପଞ୍ଚ ପକାଶ ସୁନ୍ଦରାୟ ଚାଷୀଙ୍କ ଅଭିଯୋଗ ପାଇ ଧାନ ମଣ୍ଡିରେ ପହଞ୍ଚି ଆସିଥିବା ଅଧିକାରୀଙ୍କୁ ୨୨ବର୍ଷ ରହିଥିବା ସମିତିର ସମ୍ପାଦକ ଶରତ ରାଉତଙ୍କୁ ଭିଜିଲାନ୍ସ ତଦନ୍ତ କରିବା ସହିତ ବଦଳୀ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ ମିଲର ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି

ପତିରାଜପୁର ମିଳନରେ ଳକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼

ଖଇରା,2/3 ବାଲେଶ୍ୱର ଜିଲ୍ଲାର ଏକ ପ୍ରସିଦ୍ଧ ମେଳନ କ୍ଷେତ୍ର ଖଇରା ବ୍ଲକ୍ ଗୁଳିହା ପଞ୍ଚାୟତର ପଥିରାଜପୁର ମିଳନ ଦ୍ରିଘ 300 ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ 70 ରୁ ଅଧିକ ରାଧା କୃଷ୍ଣ ମୂର୍ତ୍ତି ସୁସଜ୍ଜିତ ବିମାନରେ ଆସି ମେଳନ ପଡ଼ିଆରେ ପହଞ୍ଚିଥିଲେ. ଆତଶ ବାଦିରେ ଗଗନ ପବନ କମ୍ପି ଓଠି ଥିଲା l ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା , ଖଇରା ଥାନାରେ ଦାୟିତ୍ଵ ରେ ଥିବା ଔପଦା ର ଆଇଆଇସି କମଳିନୀ ତାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବାର ପରିଲକ୍ଷିତ ହେଉଥିଲା। ଉକ୍ତ ମେଳା ଆଜକୁ ପ୍ରାୟ ତିନି ଶହ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷର ମିଳନ ପର୍ବକୁ ପାଳନ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପିତାମ୍ବର ପଣ୍ଡା ଉକ୍ତ କମିଟିର ସଭାପତି ଥିବାବେଳେ ଭାରତ ଚନ୍ଦ୍ର ରାଉତ ସାଧାରଣ ସମ୍ପାଦକ ଅଛନ୍ତି। ଗୃହ ଉପକରଣ ଖରିଦ୍ କରିବା ପାଇଁ ଭଦ୍ରକ , ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଲୋକମାନଙ୍କର ସମାଗମ ହୋଇଥିଲା।

ଝାଟିପାରିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏରସମା : ୦୭/୦୩(ପ୍ରସାଦ ସାହାଣୀ ) ଏରସମା ବ୍ଲକ ଜପା ପଞ୍ଚାୟତ ଝାଟିପାରିରେ ଶ୍ରୀହରି କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଯିତ କାଯର୍ଯକ୍ରମରେ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ, ଜଗତସିଂହପୁର ଜିଲ୍ଲା ଏକ୍ସପୋର୍ଟ ମେମ୍ବର ତଥା ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା ସାରଦା ପ୍ରସନ୍ନ ଜେନା, ଏରସମା ବିଡିଓ ଲମ୍ବୋଦର ଦାସ, ଏରସମା ଆଇଆଇସି ନିରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଶ୍ରୀହରି କ୍ଲବ ଝାଟିପାରିର ସମସ୍ତ ସଦସ୍ୟଙ୍କୁ ଏଭଳି ମହାନ କାର୍ଯ୍ଯ କରି ଥିବାରୁ ଉଚ୍ଚ ପ୍ରସଂଶା କରିଥିଲେ। ଏହି ଶିବିରରେ ୯୨ଯୁନିଟି ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜପା ସରପଞ୍ଚ ବିଦୁଲତା ରାଉତ, ପଞ୍ଚାୟତ ସମିତି ସଭ୍ୟ ତଥା ଯୁବ ସମାଜସେବୀ ସୁନିଲି କୁମାର ଗୋଚ୍ଛାୟତ, ଶ୍ରୀହରି କ୍ଲବ ସଭାପତି ରାଜୁଜେନା, ସଂପାଦକ କୁଷ କୁମାର ଦାସ, ପ୍ରଦୀପ୍ତ ସାହୁ, ପିତବାସ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଦିପକ ଭୂୟାଁ, ହରିପଦ ଦାସ, ଶ୍ରୀକାନ୍ତ ଦାସ, ବିଷ୍ଣୁପଦ ଦାସ, ସୁଷାନ୍ତ ପ୍ରଧାନ, ସାଗର ଦାସ, କାର୍ତ୍ତିକ ଜେନା, କୃଷ୍ଣକାନ୍ତ ଗାଉଣିଆ,ଶିବ ମଣ୍ଡଳ, ମଣିରାଜ ଭୂୟାଁ, ଅଜୁଜେନା ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ।

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବାମଦେଇପୁରରେ ୯ତମ କ୍ରିଡା ଉତ୍ସବ ଉଦଯାପିତ

ଏରସମା :୦୭/୦୩(ପ୍ରସାଦ ସାହାଣୀ) ଏରସମା ବ୍ଲକ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବାମଦେଇପୁର ୯ତମ ବାର୍ଷିକୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆର୍ତ୍ତତ୍ରାଣ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ଯୁବସମାଜସେବୀ ପିନାକି ନାରାୟଣ ଦାସ, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ, ଗୁଣନିଧି ମହାପାତ୍ର, ମୁଖ୍ୟ ବକ୍ତା ରୂପେ ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ତଥା ମୋ ସ୍କୁଲ୍ ଅଭିଯାନ ସଭାପତି ବିକ୍ରମ ମହାପାତ୍ର ପ୍ରମୁଖ ଯୋଗଦେଇ କ୍ରୀଡା, ସାଂସ୍କୃତିକ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ବେଳେ ଏହି ପରି ସାଂସ୍କୃତିକ ଉତ୍ସବ ପିଲାଙ୍କ ସହ ଶୈକ୍ଷିକ ଦିଗରେ ବିକାଶ ହୋଇପାରିବା ସହିତ ନିଜ ବିଦ୍ୟାଳୟର ପୁରୁଣା ସ୍ମୃତିକୁ ମନେ ପକାଇ ଭାବବିହୁଳ ହୋଇଥିଲେ। ଏଥିରେ ବାଲିତୁଠ ସିଆରସିସି ନିରଞ୍ଜନ ମହାପାତ୍ରଙ୍କ ସହ ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମକୁ ବାମଦେଇପୁର ପଞ୍ଚାୟତ ବିଜେଡି ସଭାପତି ମଦନ ମୋହନ ମହାନ୍ତି, ବିମ୍ବାଧର ଦଳାଇ, ସଙ୍କର ମହାନ୍ତି, ପ୍ରେମାନନ୍ଦ ବିଶ୍ବାଳ, ବିଚିତ୍ର ମହାପାତ୍ର, ବଳରାମ ମଲ୍ଲିକ, ତାପସ ଦଳାଇ, ସୁଦର୍ଶନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ

ଜଗତସିଂହପୁର ଜିଲ୍ଲା ର ଗୌରବ

ଜଗତସିଂହପୁର:୦୬/୦୩(ପ୍ରସାଦ ସାହାଣୀ)ଜଗତସିଂହପୁର ସଦର ଏକ ନିପଟ ଗାଉଲିରୁ ଜାଇ ପୁର୍ବତନ ଜିଲାପାଳ ସଙ୍ଗ୍ରାମ କେସରି ମହାପାତ୍ର ଓ ବର୍ତମାନ ର ଜିଲାପାଳଙ୍କ ସହଯୋଗରେ ଆଶ୍ରମପାଟଣା ଗ୍ରାମର ଜଣେ ଦିବ୍ୟାଙ୍ଗ ।ଆଜି ସାରାଜଗତସିଙ୍ଗପୁର ଜିଲାପାଇ ଗୌରବ ପାଇଁ ପ୍ରତିମୁହର୍ତରେ ହୁଇଲିଚ୍ୟାର ଫେନ୍ସିଙ୍ଗ ଖେଳରେ ଭୋକ ଉପିଶରେ ପ୍ରାକ୍ଟିସକରି ଆଜି ରାଜ୍ୟ ସ୍ତରୀୟ ହୁଇଲଚେୟାର ଫେନସିଂ ପ୍ରତିଯୋଗିତା 2023 ରେ ଦିବ୍ୟାଙ୍ଗ କ୍ରୀଡ଼ାବିତ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଙ୍କୁ ସ୍ବର୍ଣ୍ଣ ପଦକ , ଭୁବନେଶ୍ୱର ର ନୟାପଲ୍ଲୀ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା ପାରା ସ୍ପୋର୍ଟ୍ସ ଏବଂ ରାଜ୍ୟ କ୍ରୀଡା ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ ଯୋଉଥିରେ ବିଭିନ୍ନ ଜିଲ୍ଲାର ବହୁ କ୍ରୀଡ଼ାବିତ ମାନେ ପୁରୁଷ ଏବଂ ମହିଳା ବିଭାଗ ରେ ଅଂଶଗ୍ରହଣ କରିଥିଲେ.. ଜଗତସିଂହପୁର ଜିଲ୍ଲା ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ସାବ୍ରେ ଏଭେଣ୍ଟ ରେ ଗଞ୍ଜାମ ଜିଲ୍ଲାର ନିକୁ ପ୍ରଧାନ ଙ୍କୁ 10 – 4 ପଏଣ୍ଟ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ସେ ଏହି ମାସ 24 ତାରିଖ ରେ ହରିୟାଣା ରେ ହେବାକୁ ଥିବା ନାସନାଲ ହୁଇଲଚେୟାର ଫେନସିଂ ରେ ଭଗନେବାପାଇଁ ଓଡିଶା ଦଳରେ ମନୋନୀତ ହେଇଛନ୍ତି ଏବଂ ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଆଶ୍ରିବାଦ କାମନା କରୁଛନ୍ତି

ଶିଶିର ମହାପାତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଓ ଅସ୍ତ୍ରୋପଚାର ଶିବିର

ନୀଳଗିରି :୭/୩ ଇତି ମଧ୍ୟରେ ନୀଳଗିରିର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶିଶିର ମହାପାତ୍ର ଫାଉଣ୍ଡେସନ ଆନୁକୁଲ୍ୟରେ ଏକ ମାଗଣା ମୋତିଆବିନ୍ଦୁ ଚିହ୍ନଟ ସହ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ସବ୍ୟସାଚୀ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏଲ୍ ବୀ ଆଇ ହସ୍ପିଟାଲ ର ସହାୟତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବହୁ ସଂଖ୍ୟକ ରୋଗୀ ଚିହ୍ନଟ ହୋଇ ଅପରେସନ ସଫଲତରସହ ହୋଇଯାଇଛି।

ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଖଇରା: ତା ୦୬/୦୩ ( ରଘୁନାଥ ନାୟକ) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର କୁପାରୀ ରାସ୍ତାର କୁପାରୀ ସନ୍ନିକଟ ସାଇ ସେବା ସଦନ ନିକଟରେ ଦୃତ ଗତିରେ ଯାଉଥିବା ଏକ ସ୍କର୍ଫ୍ୟୁ ଗାଡ଼ିର ଧକ୍କାରେ ଜଣେ ଆଦର୍ଶ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳଯାଇଛି। ଘଟଣାରୁ ପ୍ରକାଶ ଯେ ସ୍କର୍ଫ୍ୟୁ ଚାଳକ ଚିନ୍ମୟ ମହାପାତ୍ର ଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଗୋବିନ୍ଦ ଜୀଉ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ରାଉତ ଓ ରବୀନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟିଛି। ରବୀନ୍ଦ୍ର ବେହେରା ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗଣେଶ ଚନ୍ଦ୍ର ରାଉତ ଙ୍କର କଟକର ଚିକିତ୍ସାଳୟ ରେ ମୃତ୍ୟୁ ଘଟିଛି

ଖଇରାରେ ବିଜୁ ଜୟନ୍ତୀ ଲୋକସେବା ଦିବସ, ପଞ୍ଚାୟତରାଜ ଦିବସ ପାଳିତ

ଖଇରା:୦୫/୦୩ ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜୁ ଜୟନ୍ତି ଲୋକସେବା ଦିବସ, ପଞ୍ଚାୟତରାଜ ଦିବସ ଖଇରା ଠାରେ ସକାଳ ୭ଟା ସମୟରେ ଖଇରା କଲେଜର ଛକନିକଟରୁ ଏକ ପ୍ରଭାତଫେରି ଶୋଭାଯାତ୍ରା ବାହାରି ଦୂର୍ଗାପୂଜା ମଣ୍ଡପ ରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥିଲା, ଉକ୍ତ ସଭାରେ ସଭାପତି ଭାବେ ପୂର୍ବତନ ବ୍କକ ସଭାପତି ବ୍ରଜକିଶୋର ମହାନ୍ତି, ସଭାପତିତ୍ୱ କରିଥିଲେ, ଏଥିରେ ସମାଜ ସେବି ତଥା ପୂର୍ବତନ ବ୍କକ ଉପଧାକ୍ଷ ଜୟନ୍ତ କୁମାର ରାଉ, ୪ନମ୍ବର ଜୋନର ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ନାରୀ ସଭାନେତ୍ରୀ ନିରୁପମା ନାୟକ, ସମାଜ ସେବି ଶଶାଙ୍କ ଶେଖର ମହାପାତ୍ର,ଖଇରା ସମବାୟସମିତିର ସଭାପତି ସୈମୀୟରଞନ ନାୟକ, ପୂର୍ବତନ ସରପଞ୍ଚ ସୁଦର୍ଶନ ସେଠୀ, ଖଇରା ସରପଞ୍ଚ ମାଳତୀ ସେଠୀ,ଖଇରା ସମିତି ସଭ୍ଯା ନର୍ମଦା ଦେ, ସୁଦର୍ଶନ ମହାରଥା, ଅନ୍ତର୍ଯାମୀ ପାତ୍ର,ନାରାୟଣ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ରାଧାକାନ୍ତ ପାତ୍ର, ସାରୁକୋଣ ସରପଞ୍ଚ, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବିଜେଡି କର୍ମୀ ଓ ସମାଜ ସେବି ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ , ବ୍ରଜକିଶୋର ମହାନ୍ତି ତାଙ୍କ ଭାଷାରେ କହିଥିଲେ ପ୍ରତ୍ୟେକ ଓଡ଼ିଶାର ଗର୍ବ ଏବଂ ଗୈରବ,ଆଧୁନିକ ଓଡ଼ିଶାର ସ୍ବାଧୀନତା ସଗ୍ରାମି, ଆଧୁନିକ ଓଡ଼ିଶାର ନିର୍ମାତା ଦୁସାହସୀ ପାଇଲଟ୍ ତଥା କିମ୍ବଦନ୍ତୀ ନେତା ଓଡ଼ିଶାର ଜାତିର ସ୍ବାଭିମାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ଭୂକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ତାହା ପରେ ଖଇରା ମେଡ଼ିକାଲ ରେ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ, ଅପରାହ୍ନ ରେ କୁପାରୀଠାରେ ସାଇକେଲ ଯାତ୍ରା ହେବାର ଅଛି ବୋଲି କର୍ମୀ ପ୍ରକାଶ କରିଥିଲେ,

ବାଲେଶ୍ଵର ଖଇରା ରୁ ପଦ୍ମଲୋଚନ ଦାଶ,

ରାତି ଅଧରେ ନିଆଲାଗି ବହୁ ସମ୍ପତ୍ତି ନଷ୍ଟ,କାରଣ ଅସ୍ପଷ୍ଟ ବିଦ୍ୟୁତ୍ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୋର:୦୩/୦୩ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ଆଟପୁର ପଞ୍ଚାୟତ ସାରୁପଦା ଗାଁରେ
ସ୍ବର୍ଗତ ବୁଧିରାମ୍ ଦାସଙ୍କର ୩ ପୁତ୍ର ରବୀନ୍ଦ୍ର ଦାସ , ବରେନ୍ଦ୍ର ଦାସ ଏବଂ ସ୍ବର୍ଗତ ଗଜେନ୍ଦ୍ର ଦାସ ଙ୍କ ଘରେ ରାତ୍ରି ପ୍ରାୟ ୧୧ ଘଟିକା ସମୟରେ ନିଆଁ ଲାଗିଯାଇ ବହୁ ମୂଲ୍ୟବାନ ସମ୍ପତ୍ତି ଧାନ, ଚାଉଳ, କଂସା ବାସନ,୨୦ ଗୋଟି ରୁ ଉର୍ଦ୍ଧ୍ବ ଦେଶୀ କୁକୁଡ଼ା,ଛେଳି,ଗୋଟିଏ ଗାଈ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି l ଦୁଇଟି ଗୋରୁ ପ୍ରାୟ ୪୦ ଭାଗ ପୋଡ଼ି ଯାଇଥିବା ପ୍ରକାଶ। ଗାଁ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଅଣ ଆୟତ ହେବାରୁ ସୋର ଅଗ୍ନିଶମ ବିଭାଗ ଖବର ପାଇ ଆସି ନିଆଁ ଲିଭେଇଥିଲେ ବି ଘରେ ଥିବା ବହୁ ଟେଣ୍ଟ କପଡ଼ା ଓ ଟେଣ୍ଟ ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି