ନିମ୍ନମାନର କଂକ୍ରିଟ୍ ରାସ୍ତା ନିର୍ମାଣ ଅଭିଯୋଗ

କୁଜଙ୍ଗ :୧୮/୦୩ ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ତ୍ରିଲୋଚନପୁର ଗ୍ରାମରେ ଏରସମା ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଦୁଇଟି କଂକ୍ରିଟ୍ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ ଥିବା ଅଭିଯୋଗ ଉଠିଛି ।ଏହି ରାସ୍ତାର ନିର୍ମାଣ ପରେ ଲାଗିଥିବା ସୂଚନା ଫଳରେ ସୂଚନା ନଥିବା ଦେଖିବାକୁ ମିଳିଛି ।ବିନା ସୂଚନା ଫଳକରେ କାମ କରିବାର ନିୟମ ନଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିଭଳି ଭାବେ ଏହି କାମ କରିବାକୁ ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।ତ୍ରିଲୋଚନପୁର ଗ୍ରାମର ଡମପଡ଼ା ସାହିର ଅଧା ପର୍ଯ୍ଯନ୍ତ ଏଇ ନଗଦରେ ତିଆରି ହୋଇଥିବା ରାସ୍ତାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି କାମର ଏକ ସୂଚନା ଫଳକ ବି ଲାଗିଛି। କେବଳ ମାଟି ଓ ମୋରମ ପକାଇ ରାସ୍ତା ତିଆରି କରିବାକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଯେତିକି ଯୁକ୍ତିଯୁକ୍ତ ନୁହେଁ ତା’ ଠୁ ଅଧିକା ଚିନ୍ତାଜନକ ହେଉଛି ରାସ୍ତା କାମରେ ମୋରମର ନାଁ ଗନ୍ଧ ନଥିବା। ଏହି କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିବା ପରେ ଆହୁରି ଦୁଇଟା କଂକ୍ରିଟ୍ ରାସ୍ତା କାମକୁ ନେଇବି ପ୍ରଶ୍ନ ଉଠିଛି। ଗ୍ରାମର ବାଲିସାହି ଓ ମଲ୍ଲିକ ସାହିରେ ତିଆରି ହୋଇଥିବା ଦୁଇଟି କଂକ୍ରିଟ୍ ରାସ୍ତାର ମାନ ତ’ ଯାହା ହୋଇଛି ନକହିବା ଭଲ କିନ୍ତୁ କାମ ସରିବା ପରେ ମଧ୍ୟ ସେଠାରେ ଲାଗିଥିବା ସୂଚନା ଫଳକରେ କୌଣସି ତଥ୍ୟ ଲେଖାଯାଇନି। କେଉଁ ଠିକାଦାର କାମ କରିଛନ୍ତି, ରାସ୍ତାର ଆରମ୍ଭ ଓ ଶେଷ ମୁଣ୍ଡ ଭିତରେ ଦୂରତା କେତେ, କେଉଁ ବିଭାଗ କାମ କରାଇଛି ଓ କେତେ ଟଙ୍କା ପ୍ରକଳ୍ପ ଏବଂ କେଉଁ ଆର୍ଥିକ ବର୍ଷର କେଉଁ ଯୋଜନାର ଅନୁଦାନରୁ ଏହାର ନିର୍ମାଣ ହୋଇଛି ଏସବୁ ତଥ୍ୟ ରହିବା ବାଧ୍ୟତାମୂଳକ। ହେଲେ ଫଳକ ଲାଗିଛି ସିନା କିନ୍ତୁ ସୂଚନା ନାହିଁ। ବନ୍ୟା ସମୟରେ ଗାଁରେ ପାଣି ଜମି ରାସ୍ତା ବୁଡି ଯାଉଥିବା ବେଳେ ରାସ୍ତାରେ ଯାତାୟାତରେ ସମସ୍ୟା ହେଉଥିବାରୁ ଏହି ରାସ୍ତା ଗୁଡିକର ନିର୍ମାଣ କରାଯାଇଛି। ରାସ୍ତା ପିଛା ୨ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ଏଭଳି ସବୁ ଠିକା କାମ ଗୁଡ଼ିକର ମାନ ନିମ୍ନ ହେଉଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି। ତୁରନ୍ତ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।ସ୍ଥାନୀୟ ସରପଞ୍ଚ ଙ୍କ ଜଣାନ୍ତରେ ଏହି କର୍ଯ୍ୟ ଚାଲୁଛି

କମାର ପାଳରସବଂଗ ରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ସ୍ମୃତି ଚାରଣ ସଭା

ସବଂଗ ତା 17.03.2023 ରିଖ ଶୁକ୍ରବାର ଦିବଂଗତ ପୂର୍ଣଚନ୍ଦ୍ର ମହାପାତ୍ର ଙ୍କ ଏକାଦଶାହ ରେ ସିମୁଳିଆ ମଣ୍ଡଳ ଯାଦବ ସମିତି ତରଫରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶରତଚନ୍ଦ୍ର ମହାପାତ୍ର ଙ୍କ ପୌରହିତ୍ଯରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଦିବଂଗତ ଙ୍କ ପ୍ରତିକୃତି ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।ଦିବଂଗତ ଙ୍କ ଆତ୍ମୀୟ ମାନେ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ସଂଗଠନ ସଂପାଦକ ବିଜୟ କୁମାର ବାରିକ,ବିପ୍ଳବ ବେହେରା,ବଂଶୀଧର ବେହେରା,ନନ୍ଦକିଶୋର ବେହେରା,କୈଳାଶ ବେହେରା,ମହେଶ୍ୱର ବେହେରା,ରତ୍ନାକର ବେହେରା,ସନ୍ତୋଷ ବାରିକ ଓ ସୁଦାମ ବାରିକ ପ୍ରଭୃତି ବ୍ଯକ୍ତିମାନେ ଉପସ୍ଥିତ ଥିଲେ ।ଶେଷରେ କାଶୀନାଥ ବାରିକ ଧନ୍ଯବାଦ୍ ଅର୍ପଣ କରିଥିଲେ ।

ଚିର ନିଦ୍ରାରେ ଅମିନ ତ୍ରିଲୋଚନ ନାୟକ
ଖଇରା ଅଞ୍ଚଳର ଶୋକରେ ଛାୟା

ଖଇରା : ୧୮/୦୩ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନନ୍ଦୋର ପଞ୍ଚାୟତ ର ଜଣେ ଜଣା ଶୁଣା ଅମିନ ତ୍ରିଲୋଚନ ନାୟକ ଙ୍କର ନିଜ ବାସସ୍ଥାନ ରୁଢ଼ିଙ୍ଗିଆ ଗ୍ରାମରେ ଦେହାନ୍ତ ହୋଇଯାଇଛି। ସେ ଥିଲେ ଜଣେ ସରକାରୀ ଅମିନ। ଅବସରପରେ ବି ସାଧାରଣ ଲୋକମାନଙ୍କର ଜମି ଜମା ମାପିବାରେ ସେ ଥିଲେ ସିଦ୍ଧ ହସ୍ତା l ତାଙ୍କ ପୁତ୍ର ସୁଶାନ୍ତ ନାୟକ ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ସୁପରିଚିତ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଜଣେ ପରୋପକାରୀ ନୀତିବାନ ଲୋକ ଥିବାରୁ ତାଙ୍କର ମୃତ୍ୟୁ ଖବର ପାଇଁ ସକାଳ ୮ଟା ୩୦ ମିନିଟ ସମୟରୁ ତାଙ୍କୁ ଶେଷ ଦର୍ଶନ ପାଇଁ ଲୋକଙ୍କର ଶୁଅ ଛୁଟିଛି ତାଙ୍କ ବାସଭବନ କୁ। ବହୁ ଲୋକ ତାଙ୍କୁ ଶେଷ ଦର୍ଶନ କରୁଛନ୍ତି। ଖଇରା ରୁ ଶାନ୍ତନୁ କୁମାର ବେହେରା ଙ୍କ ରିପୋର୍ଟ

ବଜବୁଢୀ ପୀଠରେ ଭାଗବତ ସପ୍ତାହ ଅନୁଷ୍ଠିତ

ଏରସମା:୧୬/୦୩ ଏରସମା ବ୍ଲକ ବାଲିତୁଠରେ ମା ବଜ୍ରବୁଢୀ ପୀଠରେ ସପ୍ତାହ ବ୍ୟାପୀ ଭାଗବତ ସପ୍ତାହ ପୂଜା ଆରମ୍ଭ ହୋଇଛି।ବାଲିତୁଠ ଗ୍ରାମରେ ସପ୍ତାହ ଗ୍ରାମବାସୀ ନିଷ୍ଠାର ସହିତ ପୁରୁଷ ଓ ମହିଳା ମାନେ କଳସ ଶୋଭାଯାତ୍ରା କରି ଘଟ ସ୍ଥାପନ କରିଛନ୍ତି।ଭାଗବତ ଯଜ୍ଞ ସହିତ ଓଡିଶାର ବିଭିନ୍ନ ପଣ୍ଡିତଙ୍କ ଦ୍ଵାରା ପ୍ରବଚନ ଓ ଅନ୍ୟାନ୍ୟ ଭାଗବତ କାର୍ଯ୍ଯକ୍ରମ ଆରମ୍ଭ ହୋଇଛି।ଏହି ଭାଗବତ ଉତ୍ସବରେ ଆଖପାଖ ଅଞ୍ଚଳର ଶତାଧିକ ସଂଖ୍ୟାର ଶ୍ରଦ୍ଧାଳୁ ଭାଗବତ ପ୍ରେମୀ ପ୍ରଭୁ କୃପା ଲାଭ କରୁଥିବା ଦେଖିବାକୁ ମିଳିଛି। ଏହି ଭାଗବତ ସପ୍ତାହରେ କର୍ତ୍ତା ଭାବେ ବାଲିତୁଠ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ହୋଇଥିବା ବେଳେ ସାମ୍ୱାଦିକ ସ୍ମୃତି ରଞ୍ଜନ ଦାସ, ନିକୁଞ୍ଜ କିଶୋର ଦାସ,ପ୍ରଭାତ ଦାସ,ଫକିର ଚରଣ ଦାସ,ରଶ୍ମି ରଞ୍ଜନ ଖୁଣ୍ଟିଆ,ପ୍ରସନ୍ନ କୁମାର ଦାସ,ବିଜୟ କୁମାର ଦାସ,ସୁବଳ ବାରିକ,ପ୍ରମୋଦ କୁମାର ଦାସ,ଭମର ବର ଭୋଇ,ବାସୁଦେବ ବେହେରା,ରବୀନ୍ଦ୍ର ଦାସ,ରମେଶ ଦାସ,ବନମାଳୀ ଖଣ୍ଡୁଆଳ,ବଂଶୀଧର ଦାସ,ପହଲି ପଲାଇ,ଦେବେନ୍ଦ୍ର ସାହୁ,ନିତ୍ୟାନନ୍ଦ ପଲାଇ,ଅଭୟ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ସହିଦ୍ ଭଗତସିଂ ମେମୋରିଆଲ କ୍ରିକେଟ୍ ଟର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ

ଏରସମା : ୧୫/୦୩ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଏଦା ପଞ୍ଚାୟତ ଖେଳ ପଡିଆ ଠାରେ ସହିଦ୍ ଭଗତସିଂ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ ପହଞ୍ଚି ଥିବା ବେଳେ ଆମ୍ବୀକି ଓ ଜପା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଜପା କ୍ରିକେଟ୍ ଟିମ୍ ଆମ୍ବିକି କ୍ରିକେଟ୍ ଟିମକୁ ପରାସ୍ତ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ବାଲିତୁଠ ପଞ୍ଚାୟତର ସରପଞ୍ଚ ତଥା କମ୍ରେଡ ପ୍ରଫୁଲ୍ଲ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ପୂର୍ବତନ ଉପାଧକ୍ଷ ରାମ ଚନ୍ଦ୍ର ମୁଦୁଲି ଯୋଗ ଦେଇ ମଞ୍ଚରେ କ୍ରୀଡ଼ା ପ୍ରେମୀଙ୍କୁ କ୍ରୀଡ଼ା ସମ୍ପର୍କରେ ଉତ୍ସାହିତ କରିଥିଲେ। ଏହି ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା କମ୍ରେଡ୍ ଦେବାଶିଷ ପରିଜାଙ୍କ ନେତୃତ୍ବରେ ହୋଇଥିବା ବେଳେ ୧୬ ଦିନିଆ କ୍ରିକେଟ୍ ପ୍ରତିଯୋଗିତା ଚାଲୁ ରହିଛି। ଏହି କାର୍ଯ୍ୟକ୍ରମରେ ସହିଦ୍ ଭଗତସିଂ ମେମୋରିଆଲ ଅଲଇଣ୍ଡିଆ ସଭାପତି ପ୍ରଭଞ୍ଜନ ରାଉତ,ସମ୍ପାଦକ ବାବୁନି ସାମଲ,ମାନସ ମୁଦୁଲି,ଆୟୋଷ କାନ୍ତ ସ୍ବାଇଁ,ଚିନ୍ମୟ ଭୋଇ,ସୌମ୍ୟ ରଞ୍ଜନ ପରିଡ଼ା,ସତ୍ୟଜିତ ଦାସ,ନବ କୁମାର,ଆଲୋକ ରଞ୍ଜନ,ବିପିନ ବିହାରୀ ସ୍ବାଇଁ,ସୂର୍ଯ୍ୟ କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ମିନତୀ ନାୟକ ଙ୍କୁ ସାହଯ୍ୟ ର ହାତ ବଢାଇଲେ କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ

ଏରସମା :୧୩/୦୩ ଏରସମା ବ୍ଲକ ଚଟୁଆ ଗ୍ରାମପଞ୍ଚାୟତ ପୋଖରିଆପଡା ଗ୍ରାମର ମିନତୀ ନାୟକ ଓ ପୁଅ ସତ୍ୟଜିତ ସ୍ୱାଇଁ ଯିଏକି ଦିନେ ଖାଇଲେ ଦୁଇଦିନ ଉପାସରେ ରହୁଥିଲେ।ନା ଅଛି ରହିବା ପାଇଁ ଖଣ୍ଡେ ଘର ନା ପିନ୍ଧିବା ପାଇଁ ଭଲ ଲୁଗା,ନା ଖାଇବା ପାଇଁ ମୁଠାଏ ଭଲ ଖାଦ୍ୟ।ଅନେକେ ଦିନ ଧରି ସେ ଦାରିଦ୍ର୍ୟତା ରେ କାଳାତିପାତ କରିଆସୁଛନ୍ତି।ସେ ବିଷୟରେ ଜାଣିସାରିବା ପରେ ବ୍ୟାସ ଫାଉଣ୍ଡେସନର ଅଧକ୍ଷା ଓ ଉପସଭାନେତ୍ରୀ ରଶ୍ମିତା ନାୟକ ତାଙ୍କୁ ସାହାଯ୍ୟ କରି ଆସୁଛନ୍ତି।ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଇବା ଦ୍ୱାରା ଅନେକ ସଂଗଠନ ସାହାଯ୍ୟର ହାତ ବଢାଇଛନ୍ତି।ତାଙ୍କର ସମସ୍ତ ଦାୟିତ୍ୱ ଶ୍ରୀମତି ନାୟକ ବୁଝାବୁଝି କରୁଥିବା ବେଳେ ଆଜି ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀ ସଚିଦାନନ୍ଦ ଯୁବକ ସଙ୍ଘ ର କର୍ମକର୍ତା ମାନେ ଆସି ପହଞ୍ଚି ଥିଲେ। ମିନତୀଙ୍କ ନିକଟରେ ସଂଗଠନ ର ମୁଖ୍ୟ ପରାମର୍ଶ ଦାତା ପ୍ରଫୁଲ୍ଲ କୁମାର ଚୌଧୁରୀ ,ଗୌରବ ଜେନା, ଅଜିତ ବେହେରା, ସରୋଜ ବେହେରା,ସଞ୍ଜୟ ଜେନା, ମନୋଜ ଗୋଛୟତ, ବାବୁରାମ ସାହୁ, ଵିନୋଦ ମଲ୍ଲିକ,ସନ୍ତୋଷ ମଲ୍ଲିକ,ରଞ୍ଜିତ ବେହେରା,ଚଟୁଆ ସରପଞ୍ଚ ସରପଞ୍ଚ ପ୍ରକାଶ ସୁନ୍ଦରାୟ , ରଶ୍ମିତା ନାୟକ,ଯୁବ ସମାଜସେବୀ ଗଣେଷ ରାଉତ,ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ରହି ମିନତୀଙ୍କ ଚଳିବା ପାଇଁ ତିନିମାସ ର ରାସନ ସାମଗ୍ରୀ, ଲୁଗାପଟା, ପାଠ୍ୟଉପକରଣ ,କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ,ଘର ଛାଉଣୀ ପାଇଁ ସମସ୍ତ ଖର୍ଚ୍ଚ ଓ ଆଗକୁ ପକ୍କା ଘର କରାଇବା ପାଇଁ ସମସ୍ତ ସାହାଯ୍ୟ କାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ସୁଦୂର କେନ୍ଦ୍ରାପଡା ଜିଲ୍ଲା ର ଶ୍ରୀ ଶ୍ରୀ ସଚିଦାନନ୍ଦ ସ୍ବେଚ୍ଛାସେବୀ ଯୁବକ ସଙ୍ଘ ବଟିରାର ଏହିପରି ସାହାଯ୍ୟ ଓ ବୈଦାନ୍ୟତା ମନୋବୃତ୍ତି ଆଜି ସ୍ଥାନୀୟ ଜନସାଧାରଣରେ ପ୍ରଶଂସିତ ହେଉଅଛି। ଯାହାକୁ ଲୋକମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

କର୍କଟ ପୀଡିତା ବିଧବା ବିଦୁଲତାଙ୍କୁ ଆର୍ଥିକ ସହାୟତା

ଏରସମା:୧୨/୦୩(ପ୍ରସାଦ ସାହାଣୀ)ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ସ୍ବର୍ଗତ ଶରତ ସାମନ୍ତରାୟଙ୍କ ପତ୍ନୀ ବିଦୁଲତା ସାମନ୍ତରାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ବିଦୁଲତା କିଛି ମାସ ହେବ ସ୍ତନ କର୍କଟ ରୋଗରେ ପୀଡିତ | ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ | ଯାହା କିଛି ସମ୍ବଳ ଥିଲା ସବୁ ଖର୍ଚ ହୋଇଗଲାଣି ତାଙ୍କର ଚିକିସ୍ଥାରେ | ଚିକିସ୍ଥା ଲାଗି ଅର୍ଥ ନଥିବାରୁ ଔଷଧ କିଣିନପାରି ସେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି | ଏବେ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ,ସର୍ବେଶ୍ୱର ମଲ୍ଲିକ,ନନ୍ଦନନ୍ଦନ ଜୟସିଂ, ସୁଧାକର ମହାନ୍ତି ଏବଂ ଇନ୍ଦ୍ରକାନ୍ତ ସ୍ବାଇଁ ପ୍ରମୁଖ ବିଦୁଲତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୧୦୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ବିଦୁଲତା ଏବଂ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

ହୁତ୍ ହୁତ୍ ହୋଇ ଜଳୁଛି ଦେବଗିରି ପାହାଡ଼

ହୁତ୍ ହୁତ୍ ହୋଇ ଜଳୁଛି ଦେବଗିରି ପାହାଡ଼ l

ସୋର ୧୨।୦୩ : ହୁତ୍ ହୁତ୍ ହୋଇ ଜଳୁଛି ଦେବଗିରି ପାହାଡ଼ l ବାଲେଶ୍ବର ଜିଲ୍ଲା ସୋର ଦେବଗିରି ପାହାଡ଼ରେ ଲାଗିଛି ନିଆଁ l ବନ ବିଭାଗ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଛି l
ଖବର ଅନୁଯାୟୀ, ଗତ ୧୦ଦିନ ଧରି ବାଲେଶ୍ୱର ଜିଲ୍ଲା ସୋର ଦେବଗିରି ପାହାଡ଼ରେ ଲାଗିଛି ନିଆଁ । ଦିନ ରାତି ଜଙ୍ଗଲ ଜଳୁଥିବାରୁ ଧୂଆଁ ଓ ନିଆଁ ଯୋଗୁଁ ବନ୍ୟଜନ୍ତୁ ଏବେ ଅସୁରକ୍ଷିତ l ପାହଡ଼ ପାଦ ଦେଶରେ ଥିବା ଜନବସତିକୁ ପଶି ଆସୁଛନ୍ତି ବନ୍ୟଜନ୍ତୁ। ସ୍ଥାନୀୟ ଲୋକେ ତୁରନ୍ତ ପାହାଡ଼ ନିଆଁକୁ ଆୟତ୍ତ କରିବାବୁ ଜଙ୍ଗଲ ବିଭାଗ ନିକଟରେ ଦାବି କରିଛନ୍ତି ।

ଯାଦବ ଏକତା ସମାବେଶ

ସିମୁଳିଆ ,ତା୧୨/୦୩ ଵାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡିସ୍ଥକତାକ ରାଧାବଲ୍ଲଭ ପୁର ଦୋଳ ମଣ୍ଡପରେ ଏକ ଯାଦବ ଏକତା ସମାଵେଶ ସିମୁଳିଆ ମଣ୍ଡଳ ଯାଦବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ସରତଚନ୍ଦ୍ର ମହାପାତ୍ର।ଯାଦବ ଭାଇଭଉଣୀ ମାନଙ୍କ ମଧ୍ୟରେ କିପରି ଏକତା ବଜାୟ ରଖିବାକୁ ହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ବହୁ ସଂଖ୍ୟକ ଯାଦବ ଭାଇ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

ସିଜୁରେ ନାଟକ ପ୍ରତିଯୋଗିତା, ଗୋବିନ୍ଦପୁର ଚାମ୍ପିୟନ, ରଞ୍ଜନ ବର୍ଦ୍ଧନ ନିଦ୍ଦେର୍ଶକ

କୁଜଙ୍ଗ :୧/୦୩ କୁଜଙ୍ଗ ବ୍ଲକ କୋଠୀ ପଂଚାୟତ ର ସିଜୁ ଗ୍ରାମରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଉକ୍ତ ପ୍ରତିଯୋଗୀତା ରେ ଚାରିଟି ଦଳ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ। ସିଜୁ ଗ୍ରାମ୍ୟ କମିଟି ଦ୍ବାରା ଆୟୋଜିତ ମା ମଙ୍ଗଳା ପପି ୟଙ୍ଗଷ୍ଟାର, ଗୋବିନ୍ଦପୁର ଚାମ୍ପିଅନ ହୋଇଥିଲା ବେଳେ ମା ଚାଇଁ ମାଇଁ ଡ୍ରାମା ଟିକ କ୍ଳବ୍,କୋଠୀ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ପ୍ରଥମ ରାତିରେ ପ୍ରଦୀପ୍ତ ଶତପଥୀ ଙ୍କ ନିର୍ଦ୍ଦେଶିତ ଆୟୋଜକ ସିଜୁ ଦଳ “ତୋ ଲାଗି ଗୋପଦାଣ୍ଡ ମନା” ନାଟକ ମଞ୍ଚସ୍ଥ କରିଥିଲା। ଦ୍ଵିତୀୟ ରାତିରେ କୋଠୀ ଦଳ ବିକ୍ରମ ମହାପାତ୍ର ଙ୍କ ନିର୍ଦ୍ଦେଶିତ ନାଟକ ” ଯିଏ ବାହା ହେବ ସିଏ ମରିବ”,ତୃତୀୟ ରଜନୀରେ ଝିମାଣି ଦଳ ରୋହିତ ରାଉତ ଙ୍କ ନିର୍ଦ୍ଦେଶିତ ନାଟକ “କର୍ଣ୍ଣ ଖୋଜୁଛି ତା ନିଜ ଠିକଣା”, ଚତୁର୍ଥ ରାତିରେ ଗୋବିନ୍ଦପୁର ଦଳ ରଞ୍ଜନ ବର୍ଦ୍ଧନ ଙ୍କ ନିର୍ଦ୍ଦେଶିତ ନାଟକ “ଆଖି ଅବୁଝା କୁ ଲୁହ ଅବୁଝା” ପଞ୍ଚମ ତଥା ଶେଷ ରଜନୀରେ ନୁଣୁକୁଆ ଦଳ ତୁଷାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନାଟକ “ଚକା ଭଉଁରୀ” ନାଟକ ପରିବେଷଣ କରିଥିଲେ। ଶେଷ ସନ୍ଧ୍ୟାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ସଭାରେ ସମାଜସେବୀ ବାଳକୃଷ୍ଣ ଜେନା ଓ କୋଠୀ ସରପଞ୍ଚ ଲକ୍ଷ୍ମୀଧର ସାହୁ ଯୋଗ ଦେଇ କୃତି ଦଳ ଓ କୃତି କଳାକାର ଙ୍କୁ ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଯୁବ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନ,ଶ୍ରେଷ୍ଟ ଖଳନାୟକ ଭାବେ ସନ୍ତୋଷ ସାହୁ,ଶ୍ରେଷ୍ଠ ଖଳନାୟିକା ବି ମଧୁସ୍ମିତା,ଶ୍ରେଷ୍ଠ ଚରିତ୍ର ବିକ୍ରମ ମହାପାତ୍ର,ନାରୀ ଚରିତ୍ର ଦେବଯାନୀ ଓଝା, ହାସ୍ୟ ଅଭିନେତା ସୁଶାନ୍ତ ନାୟକ,ହାସ୍ୟ ଅଭିନେତ୍ରୀ କାଜଲ,କ୍ରୁକେଟ୍ କମେଡି ଅତୁଲ୍ୟ ବର୍ଦ୍ଧନ,ନାୟକ ଜ୍ୟୋତିରଂଜନ,ନାୟିକା ମାମା ପ୍ରଭୁତି ପୁରସ୍କୃତ ହୋଇଥିଲେ।କୁଜଙ୍ଗ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ