ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିମ୍ନମାନର ଅଭିଯୋଗ

ଜଗତସିଂହପୁର:୦୩/୦୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ଯ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ।ନିମ୍ନ ମାନର କାର୍ଯ୍ୟ ନ କରି ସଠିକ୍ ଭାବେ ରାସ୍ତାର ନିର୍ମାଣ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି।ଏପରି ଦେଖିବାକୁ ମିଳିଛି ଜଗତସଂହପୁର ଜିଲ୍ଲା କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଚଟୁଆ ବଜାରରେ ନିମ୍ନମାନର ଢଳେଇ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ କୁଜଙ୍ଗ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରାଯାଉଛି।ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟରେ କଂକ୍ରିଟ,ବାଲି,ସିମେଣ୍ଟ ସଠିକ୍ ଭାବେ ନିର୍ମାଣ କାର୍ଯ୍ୟ କରାଯାଉନଥିବା ଅଭିଯୋଗ ହୋଇଛି।ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ସୂଚନା ଫଳକ ଟିଏ ଲଗାଇବା ପାଇଁ ନିୟମ ଥିବାବଳେ ତାହା ଏଠାରେ ଦେଖିବାକୁ ମିଳିନାହିଁ।ଏମିତିକି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଅନୁପସ୍ଥିତରେ ସମ୍ପୃନ୍ ଭାବେ ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ହେଉଛି ।ଉକ୍ତ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ କନିଷ୍ଠ ଯନ୍ତ୍ରୀଙ୍କ ଅସଲମୁଖା ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଅତ୍ଯନ୍ତ ନିମ୍ନମାନର ଓ ଅନିୟମିତତା ହେଉଥିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କତୃପକ୍ଷ ଓ ଜିଲାପାଳଙ୍କ ଦୁଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବୀ କରାଯାଇଛି।କୁଜଙ୍ଗ, ଜଗତସିଂହପୁର ରୁ ରୁପାଥାଳିଆ ନିୟୁଜ

କଟକ ପାରାଦୀପ ମୁଖ୍ୟ ରାସ୍ତାର ସନ୍ତରା ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା

ଜଗତସିଂହପୁର:୨୮/୦୪ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଖବର ରୁ ପ୍ରକାଶ ଯେ କଟକ ପାରାଦୀପ ମୁଖ୍ୟ ରାସ୍ତାର ସନ୍ତରା ପେଟ୍ରୋଲ ପମ୍ପ ନିକଟରେ ଭୁତମୁଣ୍ଡାଇ ଅଞ୍ଚଳର ସୁମନ୍ତ ମଲ୍ଲିକ ନିଜର OD 21B6747ନମ୍ବର ବିଶିଷ୍ଟ ତିନିଚକିଆ ଅଟୋରେ ଆଣ୍ଟିନା ଗୋଛୟତ କୁ ଧରି କିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଧରି ବିଳମ୍ବିତ ରାତିରେ କଟକରୁ ଭୁତମୁଣ୍ଡାଇ ଫେରୁଥିବା ସମୟରେ କଟକ ପାରାଦୀପ ରାସ୍ତାର ସନ୍ତରା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।ଫଳରେ ସୁମନ୍ତ ମଲ୍ଲିକ ଓ ଆଣ୍ଟିନା ଗୋଛୟତ ଅଟୋ ଭିତରେ ଚାପିହୋଇ ଗୁରୁତଭାବେ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଦେବଦୂତ ସଡକ ସୁରକ୍ଷା ବାହିନୀର ସଦସ୍ୟ ଲିପୁ ପହଞ୍ଚି ଯୁବସମାଜ ସେବୀ ପଙ୍କଜ ତରାଇ ଙ୍କୁ ଖବର ଦେବା ପରେ ପଙ୍କଜ ତରାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କୁ ଅବଗତ କରାଇଥିଲେ। ତତକ୍ଷଣାତ୍ କୁଜଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦେବଦୁତ ସଡକ ସୁରକ୍ଷା ବାହିନୀର ସଦସ୍ୟ ମାନଙ୍କ ସହଯୋଗରେ ଅଟୋ ରେ ଚାପିହୋଇ ରହିଥିବା ସୁମନ୍ତ ମଲ୍ଲିକ ଓ ଆଣ୍ଟିନା ଗୋଛୟତ କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ପ୍ରାଥମିକ ଚିକିତ୍ସା କରିଥିଲେ। ସେଠାରେ ସୁମନ୍ତ ମଲ୍ଲିକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲାକୁଜଙ୍ଗ, ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା।

କୁଜଙ୍ଗ:୨୩/୦୪ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମରେ ଡ୍ରେନେଜ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।ଏହି ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ନିମନ୍ତେ ବ୍ଲକ ପକ୍ଷରୁ ୪ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥ ଅନୁମୋଦନ କରାଯାଇଛି।ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଲାଗି ରହିଥିବା ବେଳେ ବିନା ସୂଚନା ଫଳକ ଓ ରବିବାର ଛୁଟି ଦିନରେ ଡ୍ରେନେଜ୍ କାର୍ଯ୍ୟ ନିର୍ମାଣ ହେଉଥିବା ପରିଲକ୍ଷିତ ହୋଇଛି।ସରକାରଙ୍କ ନିୟମାବଳୀ ଅନୁଯାୟୀ ଯେଉଁଠି ପଞ୍ଚାୟତର ଉଣ୍ଣତି ମୂଳକ କାର୍ଯ୍ୟ କରାଯିବ ସେହି ଯାଗାରେ ସର୍ବ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ପ୍ରଥମେ ସେଠାରେ ସୂଚନା ଫଳକ ଲଗାଯିବ।କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି।ତେବେ ଏହି ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ତଥା ୧୬ ବାଲି,୧୫ କଂକ୍ରିଟ ଓ ୧ ଟା ସିମେଣ୍ଟରେ କାର୍ଯ୍ୟ ହେଉଥିବା ଜଣାପଡିଛି।ତେବେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଏପରି ନିମ୍ନ ମାନର କାର୍ଯ୍ୟ ହେଉଥିବା ଜଣାପଡିଛି।ଏହି ଛୁଟି ଦିନରେ କିପରି କାର୍ଯ୍ୟ ହେଉଛି ଓ କାହା ଅନୁମତିରେ କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ନୁଣୁକୁଆ ଠାରେ ଏହି ନିର୍ମାଣ ହୋଇଥିବା ଡ୍ରେନେଜ୍ କାର୍ଯ୍ୟକୁ ଉଚ୍ଚ କତୃପକ୍ଷ ସଠିକ ଭାବେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।ଜଗତସିଂହପୁର, କୁଜଙ୍ଗ ରୁ ପ୍ରସାଦ ସାହାଣୀ ଙ୍କ ରିପୋର୍ଟ ରୁପାଥାଳିଆ ନିୟୁଜ

ଚଇତି ମହୋତ୍ସବ ଉଦଘାଟିତ

ଖଇରା:୨୦/୦୪ ଗତକାଲି ଖଇରା ବ୍ଲକ ନନ୍ଦୋର ପଞ୍ଚାୟତ ଅସୁରିଆ ଗ୍ରାମର ମା ଜାଗୁଳାଇ ଯୁବକ ସଂଘର ମହୋତ୍ସବ ର କର୍ମ କର୍ତ୍ତା ଏବଂ ବିଜେଡି କର୍ମି ମାନେ ବିଜେଡିର ପୂର୍ବତନ ପର୍ଯଟନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ଙ୍କୁ ଫୁଲ, ଧୂପ, ଦ୍ଵୀପ ଦେଇ ପୁଜାକଲେ କିନ୍ତୁ ନନ୍ଦୋର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ପତି, ସମିତି ସଭ୍ୟା ଦମୟନ୍ତୀ ସିଂ, ୫ ନମ୍ୱର ଜୋନ ର ଜିଲ୍ଲାପରିଷଦ ମାନସ ଦାସ ,ବିଜେଡି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ,ଓ ବହୁ ବିଜେଡି କର୍ମୀ ମାନେ ମଞ୍ଚରେ ଥିବା ଜଗନ୍ନାଥ ପ୍ରତିମୂର୍ତ୍ତି କୁ ଧୂପ,ଦ୍ଵୀପ,ଫୁଲ ଦେଇ ପୂଜା କରିବାକୁ ଭୁଲି ଗଲେ,ବିଜେଡି କର୍ମୀ ଏବଂ ମାଆ ଜାଗୁଳାଇ ଯୁବକ ସଂଘର ସଦସ୍ୟ ମାନେ କେତେ ଜଗନ୍ନାଥ କୁ ସମ୍ମାନ ଦେଉଛନ୍ତି ଏଇଟି ସ୍ପଷ୍ଟ ବାରିପଡୁଛି, ପୂର୍ବତନ ସଂସ୍କୃତି ମନ୍ତ୍ରୀ ମଧ୍ଯ କେତେ ଜଗନ୍ନାଥ କୁ ସମ୍ମାନ ଦେଉଛନ୍ତି ତାହା ଚୈତି ମହୋତ୍ସବ ରେ ସ୍ପଷ୍ଟ ଜଣାପଡ଼ିଲା ,ଲୋକେ କୁହାକୁହି ହେଉଛନ୍ତି ମାନ୍ୟବର ପୂର୍ବତନ ମନ୍ତ୍ରୀ ଆମ ଜ୍ୟୋତି ନନା ଏହି ଉତ୍ସବକୁ ଉଦଘାଟିତ ନକରିବା ର ଅସଲ ଉଦ୍ଦେଶ୍ୟ ହେଉଛି ଗୋଟେ ଗାଆଁରେ କାହିଁକି ଦୁଇଦୁଇ ଟା ଉତ୍ସବ ଉଦ୍ଘାଟିତ ହେଇ ଗାଁ ର ସଂସ୍କୃତି ଭଙ୍ଗ କରିବେ ସେଇଥିପାଇଁ ଆଉ ଉଦ୍ଘାଟନ ନକରି ସିଧା ସିଧି କାମ ଚଳାଇ ନେଲେ। ବାଲେଶ୍ୱର ଖଇରା ରୁ ଚନ୍ଦନ ବାରିକ ଙ୍କ ରିପୋର୍ଟ

ବିଜୁବାବୁଙ୍କ ଶ୍ରାଦ୍ଧ ଉପଲକ୍ଷେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଏରସମା :୨୦/୦୪ ଏରସମା ବ୍ଲକସ୍ଥିତ ସତ୍ୟସାଇ ମଣ୍ଡପ ପରିସରରେ ବାଲିକୁଦା ଏରସମା ଯୁବ ବିଜେଡି ସଭାପତି ପ୍ରାର୍ଥ ସାରଥି ରାଉତଙ୍କ ତତ୍ତ୍ବାବଧାନରେ ଜୀବନ ବିନ୍ଦୁ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏରସମା ବ୍ଲକ ବିଜୁ ଜନତା ଦଳର ଉପସଭାପତି ବିଜୟ କୁମାର ପାଳଙ୍କ ସଭାପତିତ୍ୱରେ ଏକ ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କଟକ ରେଡକ୍ରସ ଡାକ୍ତରମାନଙ୍କ ଦ୍ବାରା ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି ସାଧାରଣ ସଂପାଦକ ତଥା ଜଗତସିଂହପୁର ଜିଲ୍ଲା ଏକ୍ସପୋର୍ଟ ମେମ୍ବର ଓ ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା ସାରଦା ପ୍ରସନ୍ନ ଜେନା, ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ,ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ଗଡବିଶୁନୁପୁର ପଞ୍ଚାୟତର ଯୁବ ସଂଙ୍ଗଠକ ରୋହିତ କୁମାର ସ୍ଵାଇଁ, ଜିଲ୍ଲାପରିଷଦ ସଭ୍ୟା ରାନୀ ଟୁଡୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୀପ୍ତି ରଞ୍ଜନ କୁଅଁର, ଢିଙ୍କିଆ ସରପଞ୍ଚ କିଶୋର କୁମାର ପରିଡା, ନୂଆଡି ସରପଞ୍ଚ ବ୍ରଜ ପ୍ରଧାନ,ଗଡ଼କୁଜଙ୍ଗ ପୂର୍ବତନ ସରପଞ୍ଚ ସମ୍ପଦ ବାରିକ, ଢିଙ୍କିଆ ସେବାସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ସମାଜସେବୀ ମହେନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାନସ କୁମାର ସ୍ୱାଇଁ , ସୁଶୀଲ କୁମାର ମଲ୍ଲିକ , ଚନ୍ଦନ ମଲ୍ଲିକ , ରାକେଶ ସ୍ଵାଇଁ, ହରିବୋଲ ମଣ୍ଡଳ, ପ୍ରମୁଖ ପରିଚାଳନା କରିଥିଲେ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ଏଏମ /ଏନଏସ ଇଣ୍ଡିଆ ଦ୍ୱାରା ଆୟୋଜିତ ଉଡାନ ଇଣ୍ଟର ଭିଲେଜ୍ କ୍ରିକେଟ୍ ପ୍ରିମିୟର ଲିଗ୍ ପାରାଦୀପଗଡରେ ଆୟୋଜିତ

ପାରାଦୀପ:୨୦/୦୪ କ୍ରୀଡ଼ା ସଂସ୍କୃତିର ପ୍ରତ୍ସହନ ଉଦ୍ଦେଶ୍ୟରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ /ଏନଏସ ଇଣ୍ଡିଆ) ଏହାର ସିଏସ୍ଆର୍ ପଦକ୍ଷେପ ଅଧୀନରେ ନିକଟସ୍ଥ ଗ୍ରାମର ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଦିବା ରାତ୍ର ଗ୍ରାମ୍ୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ପାରାଦୀପଗଡ ଗ୍ରାମ ଖେଳ ପଡିଆରେ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ନୁଆଗଡ, ବାଲିଡିଆ, ହାଣ୍ଡିଆ, ମୁଶାଡିଆ, ସିଙ୍ଗିତାଲି, ପାରାଦୀପଗଡ, ଚକ୍ରଧରପୁର, ଭୁତମୁଣ୍ଡେଇ, ପିପଲ ଏବଂ ଫୁଲବେଲାରି ସମେତ ଦଶଟି ଗାଁର ଦଶଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ନାମେଣ୍ଟ 20 ଏପ୍ରିଲ 2023 ରେ ଶେଷ ହେବ |ଏହି ଟୁର୍ନାମେଣ୍ଟକୁ ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତ, , ଉଦ୍ଘାଟନ କରିଥିଲେ। ଏହି ଅବସରରେ ପାରାଦୀପଗଡ ସରପଞ୍ଚ, ସ୍ମୃତି ସସ୍ମିତା ବେହେରା, ନୁଆଗଡର ସରପଞ୍ଚ, ଶ୍ରୀ ଦେବେନ୍ଦ୍ର କୁମାର ରାଉତ,ଏଏମ / ଏନଏସ ଇଣ୍ଡିଆ, ଓଡିଶା ଅପରେସନ୍ସ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, କମ୍ପାନୀର ହେଡ-ସିଏସଆର ଡ ବିକାଶ ୟାଦଭେନ୍ଦୁ, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଖେଳ ଦଳର ସଦସ୍ୟ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀ ସମ୍ୱିତ୍ ରାଉତ କହିଛନ୍ତି, “ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ, ବିଶେଷକରି କ୍ରିକେଟ୍ ଟୁର୍ନାମେଣ୍ଟ ଯାହା ଏଏମ୍/ ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ହେଉଛି। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଥିବାରୁ ଏଏମ /ଏନଏସ ଇଣ୍ଡିଆକୁ ଧନ୍ୟବାଦ | ଏହି ଅବସରରେ ଏମ୍ / ଏନଏସ୍ ଇଣ୍ଡିଆର ଓଡିଶା ଅପରେସନ୍ସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି କହିଛନ୍ତି, “ଏଏମ୍/ ଏନ୍ଏସ୍ ଇଣ୍ଡିଆ ଏଭଳି କ୍ରୀଡା କାର୍ଯ୍ୟକ୍ରମ ସହାୟତାରେ ଯୁବକମାନଙ୍କ ପ୍ରତିଭାକୁ ଆଗକୁ ଆଣିବାକୁ ଏବଂ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। କ୍ରୀଡ଼ା କ୍ଷେତ୍ରର ଉନ୍ନତି ପାଇଁ ଆମେ ଓଡିଶା ସରକାରଙ୍କ ସହ ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ଆମେ ଏହା ପୂର୍ବରୁ ଓଡିଶା ସରକାରଙ୍କ ସହ ସହଯୋଗ କରିଥିଲୁ। ରାଜ୍ୟର ଖୋ ଖୋ ଫ୍ରାଞ୍ଚାଇଜ୍ ର ମୁଖ୍ୟ ପ୍ରଯୋଜକ ଭାବରେ – 2022 ମସିହାରେ ଏହାର ଉଦ୍ଘାଟନୀ ସଂସ୍କରଣରେ ଓଡିଶା ଜଗନ୍ନାଟ୍ସ୍ ଏବଂ FIH ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ 2021 ର ଅଫିସିଆଲ୍ ପାର୍ଟନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲୁ। ଜିମ୍ନାଷ୍ଟିକ୍ସର ଖେଳର ଉନ୍ନତି ପାଇଁ ଆମେ କାର୍ଯ୍ୟ କରୁଛୁ| ଆମେ ନିଶ୍ଚିତ ଯେ ଏହି ଯୋଗଦାନ ଆମ ରାଜ୍ୟର ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା, ଏକ ସକାରାତ୍ମକ ଦୃଷ୍ଟିକୋଣକୁ ବଢାଇବାରେ ବହୁତ ଆଗକୁ ଯିବ | ସମସ୍ତ ଅଂଶଗ୍ରହଣକାରୀଙ୍କୁ ମୋର ଶୁଭେଚ୍ଛା |କମ୍ପାନୀର ହେଡ-ସିଏସଆର ଡ ବିକାଶ ୟାଦଭେନ୍ଦୁ ଡ ବିକାଶ ଯାଦଭେନ୍ଦୁ କହିଛନ୍ତି, “ଏଏମ / ଏନଏସ ଇଣ୍ଡିଆ ଏହାର ସିଏସଆର ପଦକ୍ଷେପର ଏକ ଅଂଶ ଭାବରେ ପାରାଦୀପରେ ଏଭଳି କ୍ରିକେଟ୍ ଲିଗ୍ ଆୟୋଜନ କରୁଛି। ପଡୋଶୀ ଗ୍ରାମବାସୀଙ୍କ ଏପରି ଜବରଦସ୍ତ ପ୍ରତିକ୍ରିୟା ଦେଖି ଆମେ ଖୁସି। ଆମେ ଆଗକୁ ଏଭଳି କାର୍ଯ୍ୟକଳାପର ଆୟୋଜନ ଜାରି ରଖିବୁ। ”ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ

ପଞ୍ଚାୟତର ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବ୍ଲକ ସମ୍ମୁଖରେ ଧାରଣା

ସିମୁଳିଆ:୧୮/୦୪ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧିନ ବାଉରିପଦା ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିମୁଳିଆ ବ୍ଲକ ସମ୍ମୁଖରେ ଧାରଣା ଦେଲେ ପଞ୍ଚାୟତ ବାସୀ।ବାଉରୀପଦା ପଞ୍ଚାୟତରେ ନଈରେ ତିଆରି ହୋଇଥିବା ଗାର୍ଡୱାଲ, ରାସ୍ତା,ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଏବଂ ଅଯୋଗ୍ୟଙ୍କୁ ଗୋହାଳ ଘର ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆର୍ ଟି ଆଇ ତଥ୍ୟରୁ ପଞ୍ଚାୟତ ବାସୀ ଜାଣିବାକୁ ପାଇଥିଲେ।ଆର୍ ଟି ଆଇ ତଥ୍ୟ ଅନୁଯାଇ ପଞ୍ଚାୟତବାସୀ ବିଡ଼ିଓ,ଜିଲ୍ଲାପାଳ,ଫାଇପ ଟି ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ।ହେଲେ ଅଭିଯୋଗର ୮ମାସ ବିତିଯାଇଥିଲେ ମଧ୍ୟ ଏହାର କୌଣସି ତଦନ୍ତ ନହେବାରୁ ଆଜି ପଞ୍ଚାୟତ ବାସୀମାନେ ସିମୁଳିଆ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ।ପରେ ସିମୁଳିଆ ବିଡ଼ିଓ ପୃଥ୍ୱୀରାଜ ପରିଡ଼ା ୭ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପଞ୍ଚାୟତ ବାସୀମାନେ ଧାରଣାରୁ ଉଠିଥିଲେ।

ତେନ୍ତୁଳିଆରେ ଦୁର୍ଗାମାଧବ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ସିମୁଳିଆ 15/4 ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ତେନ୍ତୁଳିଆ ଗ୍ରାମରେ ରବୀନ୍ଦ୍ର କୁମାର ଭଞ୍ଜ ଙ୍କ ଉଦ୍ୟକ୍ତା ରେ ଦୁର୍ଗା ମାଧବ ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l
ବିବରଣୀ ରୁ ପ୍ରକାଶ ତେନ୍ତୁଳିଆରେ ଆଜକୁ 10 ବର୍ଷ ହେବ ଏହି ଯଜ୍ଞ ରବୀନ୍ଦ୍ର ଭଞ୍ଜ ଗ୍ରାମର ମଙ୍ଗଳା ଓ ଶାନ୍ତି ନିମତେ ପ୍ରଥମେ ଗ୍ରାମ ବସି ମାନଙ୍କ ସହିତ ଆଲୋଚନା କରି ଗ୍ରାମ ତଥା ଦେଶ ର ମଙ୍ଗଳା ନିମତେ ମତେ ସହଯୋଗ କର ମୁଁ ଶାନ୍ତି ନିମତେ ଯଜ୍ଞ କରିବି ଗ୍ରାମ ବସି ରବୀନ୍ଦ୍ରଙ୍କ ପ୍ରପଜାଳକୁ ଗ୍ରାମବାସୀ ସମର୍ଥନ କରି ଥିଲେ ସେଇ ଦୀନ ଠାରୁ ରବୀନ୍ଦ୍ର ଯଜ୍ଞ ପାଁଇ ପ୍ରତି ଗ୍ରାମ ଗ୍ରାମ ବୋଲି ଚାଉଳ ଟଙ୍କା ଯିଏ ଯାହା ଦେଲେ ମାଗଣା କରି ଯଜ୍ଞର ସାମଗ୍ରୀ ଆୟୋଜନ କରି ଯଜ୍ଞ ଆରମ୍ଭ କରି ଥିଲେ ଆଜି ଦୁର୍ଗା ମାବଧବ ଯଜ୍ଞ 10 ବର୍ଷ ରେ ପଦାର୍ପଣ କରିଛି ଓ ଗ୍ରାମର ହେଉ କି ଦେଶ ରେ ହେଉ ଶାନ୍ତି ଫେରାଇବା ପାଁଇ ଜାରି ରଖିଛନ୍ତି ଯଂଜ୍ଞରେ ମୂଖ୍ୟ ପଣ୍ଡିତ ଶାଶଙ୍କ ଶେଖର ପାତ୍ରୀ ଧର୍ମ କାଣ୍ଡ ପଣ୍ଡିତ ଦୟାନିଧି ପଣ୍ଡା ସହ ଯୋଗ ରେ ଗଙ୍ଗାଧର ଉପାଧ୍ୟାୟ ଓ ବାଞ୍ଛାନିଧି ପାଣିଗ୍ରହୀ ଙ୍କ ସମତେ ବହୁ ଗ୍ରାମ ବସି ସହଯୋଗ କରି ଏହି ଦୁର୍ଗା ମାଧବ ଯଜ୍ଞ କରି ଶେଷ କରିଥିଲେ l ସିମୁଳିଆ ରୁ ପ୍ରଭାତୀ ସାହୁ ଙ୍କ ରିପୋର୍ଟ୍

ବ୍ୟକ୍ତିଗତ ସ୍ବାର୍ଥରୁ ଉର୍ଦ୍ଧ୍ବରେ ସାମାଜିକ ସଂସ୍କାର ପାଇଁ ଜୀବନ ବ୍ୟାପୀ ଲଢ଼ିଥିଲେ ବାବାସାହେବ -ଜିଲ୍ଲାପାଳ

ବାଲେଶ୍ୱର, ( ରଘୁନାଥ ନାୟକ ସ୍ୱତନ୍ତ୍ର ପ୍ରତିନିଧି )ତା ୧୬/୪: ବ୍ୟକ୍ତିଗତ ସ୍ବାର୍ଥରୁ ଉର୍ଦ୍ଧ୍ବରେ ରହି ତତ୍କାଳୀନ ସାମାଜିକ ଅସମାନତା ବିରୁଦ୍ଧରେ ଜୀବନ ବ୍ୟାପୀ ଲଢ଼ିଥିଲେ ଭାରତରତ୍ନ ବାବାସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକର। ଜଣେ ବିଶିଷ୍ଟ ବିଦ୍ୱାନ ତଥା ଅର୍ଥନୀତିଜ୍ଞ ହିସାବରେ ବାବାସାହେବ ସାଧାରଣ ଓ ଦଳିତ ମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ନ୍ୟାୟ ଯୋଗାଇବାରେ ତ ସଂଘର୍ଷ କରୁଥିଲେ, ମାତ୍ର ଅଧିକ ଗୁରୁତ୍ଵ ଦେଉଥିଲେ ପତିତଙ୍କର ସାମାଜିକ ଉତ୍ଥାନ ଉପରେ। ଆଜି ବାଲେଶ୍ବର ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ବାବାସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ବର ଜିଲ୍ଲାପାଳ ମାନନୀୟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ସଭାପତିତ୍ବ କରିଥିଲେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର। ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଲେଶ୍ବର ସଦର ବିଧାୟକ ମାନ୍ୟବର ଶ୍ରୀ ସ୍ୱରୂପ ଦାସ ବାବାସାହେବଙ୍କ ଦ୍ବାରା ନାରୀ ସଶକ୍ତିକରଣ ନିମନ୍ତେ ନିଆଯାଇଥିବା ସଂଘର୍ଷପୂର୍ଣ୍ଣ ପଦକ୍ଷେପ ବାବଦରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଏହି ସମାରୋହର ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଶିଷ୍ଟ ସମାଜବିତ ଶ୍ରୀ ଶତୃଘ୍ନ ମଲ୍ଲିକ ଜିଲ୍ଲା ପ୍ରଶାସନର ପୂଜ୍ୟ ପୂଜାକୁ ପ୍ରଶଂସା କରିବା ସହିତ ଭାରତରତ୍ନ ଆମ୍ବେଦକରଙ୍କ ସାମାଜିକ ତଥା ଅର୍ଥନୈତିକ ସମାନତା ପାଇଁ ଉଠାଯାଇଥିବା ପଦକ୍ଷେପର ବର୍ତ୍ତମାନ ସମାଜରେ ଥିବା ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ବିଶିଷ୍ଟ ଆଇନଜୀବୀ ଶ୍ରୀ ବିଜୟ ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଅନେକ ଭାରତୀୟ ବାବାସାହେବଙ୍କ ପ୍ରଚେଷ୍ଟାରେ ଅଣାଯାଇଥିବା ସଂସ୍କାର ପାଇଁ ସାଧାରଣରୁ ଅସାଧାରଣ ହୋଇପାରିଛନ୍ତି। ସେ ଆହୁରି କହିଥିଲେ ଯେ ତତ୍କାଳୀନ ନକାରାତ୍ମକ ବ୍ୟବସ୍ଥା ମଧ୍ୟରେ ବାବାସାହେବଙ୍କ ଅତୁଳନୀୟ ଧୀଶକ୍ତିହିଁ ଭାରତୀୟ ସମ୍ବିଧାନ ପ୍ରଣୟନ କରିବାରେ ସହାୟ ହୋଇଥିଲା। ବାଲେଶ୍ବର ସଦର ଉପଜିଲ୍ଲାପାଳ ଶ୍ରୀ ଚୌହାନ କୁନାଲ ମୋତିରାମ ଏହି ସମାରୋହରେ ମଞ୍ଚାସୀନ ଥିଲେ। ଏହି ଜୟନ୍ତୀ ସମାରୋହ ସଭାକୁ ପରିଚାଳନା କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ସମାରୋହକୁ ଉଦ୍ଘାଟନ କରିବା ସହିତ ଭାରତରତ୍ନ ବାବାସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବାବାସାହେବଙ୍କ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ବିଦ୍ୟାଳୟ ସ୍ତରରେ ତାଙ୍କ ଜୀବନାଦର୍ଶ ଉପରେ ପର୍ଯ୍ୟବେସିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ବର୍ଗରେ ଟାଉନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶ୍ରୀମାନ ଅମରନାଥ ଖଟୁଆ ପ୍ରଥମସ୍ଥାନ ଅଧିକାର କରିଥିବାବେଳେ କନିଷ୍ଠ ବର୍ଗରେ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶ୍ରୀମାନ ଶିବନାରାୟଣ ନାୟକ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ବହୁ ଅଧିକାରୀ,କର୍ମଚାରୀ,ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ଅଭିଭାବକ, ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମର ପ୍ରତିନିଧି ତଥା ଜନସାଧାରଣ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟ୍ୟ ପ୍ରତିନିଧି ଉପସ୍ଥିତ ରହିଥିଲେ,

ଦୃଷ୍ଟିବାଧିତ ମହିଳା କ୍ରିକେଟରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ବାଲେଶ୍ୱର, (ରଘୁନାଥ ନାୟକ ସ୍ୱତନ୍ତ୍ର ପ୍ରତିନିଧି )ତା ୧୫/୪: ବାଲେଶ୍ବର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଜିଲ୍ଲା କଲେକ୍ଟୋରେଟ କାର୍ଯ୍ୟାଳୟଠାରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟିମ୍ ର ସଦସ୍ୟ ଭାବେ ମନୋନୀତ ହୋଇଥିବା ବାଲେଶ୍ବର ଜିଲ୍ଲାର ଦୁଇ ଜଣ ଦୃଷ୍ଟିବାଧିତ ମହିଳା କ୍ରିକେଟର ଫୁଲ ସୋରେନ ଓ ପଦ୍ମିନୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସେମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ ୩୦,୦୦୦/- ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭୋଗରାଇ ଅଞ୍ଚଳର ପଦ୍ମିନୀ ଟୁଡୁ ଓ ରେମୁଣା ଗୋଲେଇ ଅଞ୍ଚଳର ଫୁଲ ସୋରେନ ଭାରତୀୟ ଦଳରେ ସାମିଲ ହୋଇ ନେପାଳ ଠାରେ ଖେଳିବାକୁ ଯାଉଥିବାରୁ ଜିଲ୍ଲାପାଳ ସେମାନଙ୍କର ସଫଳତା କାମନା କରିବା ସହିତ ଶୁଭ ମନାସି ଥିଲେ। ବାଲେଶ୍ବର ଜିଲ୍ଲାର ଦୁଇ ଜଣ ଏଭଳି ଜାତୀୟ ଦଳରେ ଚୟନ ହେବା ଜିଲ୍ଲା ପାଇଁ ଗୌରବର ବିଷୟ ଏବଂ ଏଥିପାଇଁ ଜିଲ୍ଲା ବାସୀଙ୍କ ମଧ୍ୟରେ ଖୁସି ଖେଳି ଯାଇଛି। ପ୍ରକାଶ ଥାଉକି ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଉପସ୍ଥିତ ରହି କ୍ରିକେଟର ମାନଙ୍କୁ ଉତ୍ସାହିତ କରିଥିଲେ।ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ