ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ପୋଡ଼ି ଦେଲେ ଦୂର୍ବୁତ।ଘରର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସମେତ ଘରର ଆସବାପତ୍ର ପୋଡ଼ି ପାଉଁଶ।ପରିବାର ପକ୍ଷରୁ ଥାନାରେ ଲିଖତ ଅଭିଯୋଗ।ସମ୍ପୃକ୍ତ ଘଟଣାର ତଦନ୍ତ କରୁଛି ଏରସମା ପୋଲିସ।ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜୋକୋଠୀ ପଞ୍ଚାୟତ ନୂଆ ରତନ୍ ପୁର ଗ୍ରାମ ଲୁଣୀ ପୋଖରୀ ପଡାରେ।ତେବେ ଲୁଣି ପୋଖରୀ ଗ୍ରାମର ବିକ୍ରମ ମଲ୍ଲ ପେଶାରେ ଜଣେ ଗାଡ଼ି ଚାଳକ ହେଇଥିବା ବେଳେ ସେ ଗାଡ଼ି ନେଇ ଭଡ଼ାରେ ଯାଇଥିବାର ସୁଯୋଗ ପାଇ ବିକ୍ରମ ମଲ୍ଲଙ୍କ ପତ୍ନୀ ବର୍ଷା ମଲ୍ଲଙ୍କୁ ଘର ପାଖ ପଡ଼ୋଶୀ ବିଜୟ ରାଉତଙ୍କ ପୁଅ ପବନ ରାଉତ ପ୍ରେମ ନିବେଦନ କରିଥିଲେ।ମାତ୍ର ପବନର କଥାରେ ବର୍ଷା ରାଜି ନ ହେବାରୁ ବର୍ଷାଙ୍କ ଘର ପୋଡ଼ି ଦେବ ବୋଲି ଧମକ ଦେଇଥିଲା।ଏନେଇ ବର୍ଷା ମଲ୍ଲ ସ୍ଵାମୀ ବିକ୍ରମଙ୍କୁ ନେଇ ଏରସମା ଥାନାରେ ଗତ ୧୪ ତାରିଖ ମଙ୍ଗଳ ବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଏରସମା ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ସେହି ଦିନ ରାତିରେ ବର୍ଷା ମଲ୍ଲଙ୍କର ଘରକୁ ପଡ଼ୋଶୀ ବିଜୟ ରାଉତଙ୍କ ପୁଅ ପବନ ରାଉତ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଲୁଣି ପୋଖରୀ ଗ୍ରାମର ବିକ୍ରମ ମଲ୍ଲଙ୍କ ପତ୍ନି ବର୍ଷା ମଲ୍ଲ।
ତେବେ ବିକ୍ରମ ମଲ୍ଲଙ୍କ ଘର ପୋଡ଼ି ଯାଇଥିବା ଖବର ପାଇ ଏରସମା ଅଗ୍ନୀସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘରର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ ଆସବାପତ୍ର ମାନ ପୋଡ଼ି ପାଉଁଶ ହୋଯାଇଛି। ଏଥି ସହିତ ଏରସମା ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ବିକ୍ରମଙ୍କ ଘର ପାଖ ପଡ଼ୋଶୀ ବିଜୟ ରାଉତଙ୍କ ପୁଅ ପବନ ରାଉତ ପୋଡ଼ି ଦେଇଛି ବୋଲି ନୂଆ ରତନ ପୁର ଗ୍ରାମର କିଶୋର ରାଉତ କହଛନ୍ତି।
ତେବେ ବର୍ଷାଙ୍କ ପକ୍ଷରୁ ଏରସମା ଥାନାରେ ପୃଥକ୍ ପୃଥକ୍ ଭାବେ ଅଭିଯୋଗ ହୋଇଥିବା ବେଳେ ବିଜୟ ରାଉତଙ୍କ ପୁଅ ପବନ ରାଉତଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ବିକ୍ରମ ମଲ୍ଲଙ୍କ ପତ୍ନୀ ବର୍ଷା ମଲ୍ଲ।ଖାଲି ଦେଖିବକୁ ବାକି ରହିଲା କେବେ ଘର ପୋଡ଼ି ଦେଇଥିବା ବ୍ୟକ୍ତି ପବନ ରାଉତକୁ ଗିରଫ କରୁଛି ଏରସମା ପୋଲିସ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ