-: ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ :-ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତର ତ୍ରିଦିବସୀୟ ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ବାଲେଶ୍ଵର ଜିଲ୍ଲା ସ୍ଥିତ ସୋମନାଥ ନଗର, ବିଟ୍ସ କଲେଜ ପ୍ରାଙ୍ଗଣରେ ଗତ 13/ଡିସେମ୍ବର/2024 ରିଖରୁ ଆରମ୍ଭ ହୋଇ ଆଜି ତା:15/ଡିସେମ୍ବର/2024 ଅପରାହ୍ନ 2:30 ବେଳେ ଉଦଯାପିତ ହୋଇଯାଇଛି ! ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅତିଥିଙ୍କ ଦ୍ଵାରା କାର୍ଯ୍ୟକ୍ରମର ଉଦଘାଟନ ଏବଂ ଦ୍ବିତୀୟ ଦିନ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ଅତିଥି କେନ୍ଦ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ମାନନୀୟ ବିନାୟକ ଦେଶ ପାଣ୍ଡେଙ୍କ ଦ୍ଵାରା କାର୍ଯ୍ୟକର୍ତ୍ତାଙ୍କ ଚରିତ୍ର ନିର୍ମାଣ, କର୍ମ କୁଶଳତା, ଶାରୀରିକ କ୍ଷମତା ବୃଦ୍ଧି, ଧୈର୍ଯ୍ୟ ଏବଂ ସଂଯମତା ଶିକ୍ଷା ସହିତ ଧର୍ମ ସଂସ୍କୃତି ଓ ରାଷ୍ଟ୍ରର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବାର ମନୋବୃତ୍ତି ଆଣିବାକୁ ହେବ ବୋଲି କହିଥିଲେ ! ଅନ୍ୟତମ ମୁଖ୍ୟ ଅତିଥି ଭାବେ ପୂର୍ବ କ୍ଷେତ୍ରର କ୍ଷେତ୍ର ସମ୍ପାଦକ ଅମୀୟ ସରକାର କାର୍ଯ୍ୟକର୍ତ୍ତାମାନେ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଜ ଜୀବନର ଆଦର୍ଶ ମାନନ୍ତୁ ବୋଲି କହିବା ସହ ପ୍ରଭୁ ଶ୍ରୀରାମ ଯେପରି ସେତୁ ନିର୍ମାଣ ବେଳେ ସମାଜର ସବୁ ବର୍ଗକୁ ଏକାଠି କରି ଏକ ମହତ୍ କାର୍ଯ୍ୟରେ ନିୟୋଜିତ କରିଥିଲେ, ଆମ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ସେହିପରି ସମାଜର ଅସ୍ପୃଶ୍ୟତା, ଉଚ୍ଚନୀଚ ଭେଦଭାବ ଭୁଲି ରାଷ୍ଟ୍ର ଗଠନ ପାଇଁ ଏକାଠି ହେବା ଆବଶ୍ୟକ ବୋଲି କହିଥିଲେ ! ସେହିଭଳି ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ସମ୍ପାଦକ ଶରତ କୁମାର ପ୍ରଧାନ ମଧ୍ଯ ନିଜ ଉଦବୋଧନରେ କାର୍ଯ୍ୟକର୍ତ୍ତା ବିକାଶରେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି କହିଥିଲେ ! ସେହିଭଳି କାର୍ଯ୍ୟକ୍ରମର ଶେଷ ଦିନରେ ଅନ୍ୟତମ ମୁଖ୍ୟ ଅତିଥି ରୂପେ ଡା. ବସନ୍ତ କୁମାର ରଥ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ଗୁଣ, ବ୍ୟବହାର, କର୍ତ୍ତବ୍ୟ ନିଷ୍ଠ ହେବା ସହ ସମାଜ ପ୍ରତି ସବୁବେଳେ ସମ୍ବେଦନଶୀଳ ରହିବା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ! ଏଥିସହ ଏହି କାର୍ଯ୍ୟକ୍ରମରେ ବିହିପର କାର୍ଯ୍ୟକାରୀ ସଭାପତି ମାନନୀୟ ପବିତ୍ର କୁମାର ସ୍ବାଇଁ , ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ, ଦୁର୍ଗା ବାହିନୀର କେନ୍ଦ୍ରୀୟ ସଂଯୋଜିକା ଶୁଶ୍ରୀ ପ୍ରଜ୍ଞା ପାରମିତା ମହଲା, ପ୍ରାନ୍ତ ଉପସଭାପତି ପ୍ରଶାନ୍ତ ପଣ୍ଡା, ଶିଶିର ସାହୁ, ଜୟନ୍ତୀ ସିଙ୍ଗ, ପ୍ରାନ୍ତ ସହ-ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଅରୁଣ ପାଢି, ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, କେନ୍ଦ୍ରୀୟ ଟ୍ରଷ୍ଟୀ ଭଗବାନ ଦାସ ଖଣ୍ଡେଲବାଲ, ଅଜୟ ଦାଶ, ହରିଶ ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ବଜରଙ୍ଗ ଦଳ ସହ ସଂଯୋଜକ ରାଜୀବ ଖାଡ଼ଙ୍ଗା, ପ୍ରଭାତ ତ୍ରିପାଠୀ, ସନ୍ତୋଷ ନାୟକ ଓ ରଶ୍ମି ରଞ୍ଜନ ଦାଶଙ୍କ ଭଳି ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ !
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ