ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଗତ ତା ୩୦-୧୧-୨୦୨୪ HIV ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଖଣ୍ଡଦେଉଳି ଗ୍ରାମ ପରିଭ୍ରମଣ କରି ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରିଥିଲେ ଏବଂ ଡିସେମ୍ୱର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ୨୦୨୪ ଉପଲକ୍ଷେ କଲେଜ୍ ପରିସରରେ ଏଡସ୍ ଦିବସ ପାଳନ କରାଯାଇଛି। କଲେଜ୍ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ ଆସନରେ ଅଳଙ୍କୃତ ହୋଇ ଏଡସର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ବାଣୀ ଶୁଣାଇଥିଲେ। ଏଥିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୋମ୍ୟ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅନ୍ୟାନ୍ୟ ସହକର୍ମୀ ତଥା ଆୟୁର୍ବେଦିକ ଡାକ୍ତର ସାଗରିକା ପ୍ରଧାନ, ପଙ୍କଜିନୀ ରଥ(LHB) ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏଡସ୍ର କାରଣ, ନିରାକରଣ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ସଜାଗ ଓ ସଚେତନତା କରାଇଥିଲେ। ଏଥିରେ କଲେଜର ଇତିହାସ ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଆନନ୍ଦ କୁମାର ଗୌଡ଼, ରାଜନୀତି ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସଭା ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ