ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ନୂଆଦିଲ୍ଲୀରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ଗୌରବାନ୍ୱିତ ଡକ୍ଟର ସ୍ଥିତଧୀ ରଥଙ୍କ ଚିତ୍ର କଳା।ବୁଗୁଡା ୨୧/୧୧/୨୪ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ନୂଆଁଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକରଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରର ଖ୍ୟାତନାମା ଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ରଶିଳ୍ପୀ ଶିବିରପାଇଁ ନିମନ୍ତ୍ରିତ ହୋଇଥିଲେ । ଏହି ପ୍ରଦର୍ଶନୀକୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ନଭେମ୍ବର ୨୧ ତାରିଖ ଦିନ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖବତ୍ତ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଅତିଥି ଭାବେ ଯୋଗ ଦେଇଥିଲେ । ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥଙ୍କ ଦ୍ଵାରା ମହତାବଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଚିତ୍ର “ଉତ୍କଳର କେଶରୀ” ଶ୍ରେଷ୍ଠ ଆକର୍ଷଣୀୟ ଚିତ୍ର ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ , ସାଂସଦ ଭର୍ତ୍ତୃହରି ମହତାବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିତ୍ରର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥଙ୍କୁ ସମ୍ମାନିତ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାବତ୍ତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ