ଶଶି କୁମାର ସାହୁ, ବିଜେଡି ଦଳରେ ନେତା ମନରକଥା କହିଲେ ବିଜୁ ଜନତାଦଳର ସଦସ୍ୟତା ମୋବାଇଲ ଆପର ଶୁଭ ଉଦଘାଟନ।ଆଜି ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ ସଦସ୍ୟତା ସଂଗ୍ରହ ମୋବାଇଲ ଆପର ଶୁଭ ଉଦଘାଟନ ହୋଇଛି ମାତ୍ର ଏଥିରେ ମୁଁ ଦୁଃଖର ସହ କହିବାକୁ ଚାହୁଁଚି ଯେ ଗତ 2024 ବିଧାନସଭା ନିର୍ବାଚନରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଥିଲେ ଶ୍ରୀମତୀ ସୁବାସିନୀ ସାହୁ ବା ତାଙ୍କର ପ୍ରତିନିଧି ଶ୍ରୀଯୁକ୍ତ ଶଶୀ କୁମାର ସାହୁଙ୍କୁ ରାଜ୍ୟ ସ୍ଥର ବା ଜିଲ୍ଲା ସ୍ଥରରୁ, ରାଜ୍ୟ କାର୍ଯ୍ୟାଳୟ ବା ଜିଲ୍ଲା ପ୍ରଭାରୀଙ୍କ ତରଫରୁ କୌଣସି ଖବର ଦିଆଯାଇନାହିଁ କିମ୍ବା କୌଣସି ନିମନ୍ତ୍ରଣ କରାଯାଇନାହିଁ ବା କୌଣସି ଟେଲିଫୋନ କରାଯାଇନାହିଁ l ଏବେ ଏହି ଦିନ ୧୨ ଘଟିକା ସମୟରେ ମୁଁ ଜାଣିବାକୁ ପାଇଲି ,ଯେତେବେଳେ କି ମୁଁ ନିର୍ବାଚନ ମଣ୍ଡଳୀରୁ 70 km ଦୂରତାରେ ଅଛି l ବାଲେଶ୍ୱର ଜିଲ୍ଲାର ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ଯୁବନେତା ମତେ ପଠେଇଲେ ମୁଁ ଦେଖିବାକୁ ପାଇଲି କି ଏଥିରେ ଶ୍ରୀମତୀ ସୁବାସିନୀ ସାହୁଙ୍କ ନାମ ଉଲ୍ଲେଖ ରହିଛି ମାତ୍ର ସୁବାସିନୀ ସାହୁଙ୍କୁ ଏଭଳି କୌଣସି ସୂଚନା ଦିଆଯାଇଛି ନା କୁହା ଯାଇଛି l ଜିଲ୍ଲାର ଜଣେ ଆଗ ଧାଡ଼ିର ନେତା ଯାହାଙ୍କୁ ସମସ୍ତେ ଜାଣିଛନ୍ତି ସେ କେଉଁଭଳି ଭାବରେ ବିଜୁ ଜନତା ଦଳ ସହ ବେଇମାନି କରିଛନ୍ତି ସେ ଆମ ଉପରେ ବ୍ୟକ୍ତିଗତ ଭାବରେ ରାଗ ଓ ଇର୍ଷା ଭାବନା ରଖି ରାଜ୍ୟ ସ୍ଥରରେ ଏଭଳି ଏକ ସଭାକୁ ଡାକି ନ ଥିବାରୁ ମୁଁ ଅତ୍ୟନ୍ତ ଦୁଃଖ ଓ କ୍ଷୋଭ ପ୍ରକାଶ କରୁଅଛି l ତାଙ୍କର ପାରିବାରିକ ବା ବ୍ୟକ୍ତିଗତ ରାଗ ମୋ ଉପରେ ହେଇପାରେ ମାତ୍ର ବିଜୁ ଜନତା ଦଳ ତାଙ୍କର ପୈତୃକ ସମ୍ପତ୍ତି ନୁହେଁ l 2024 ରେ ଶ୍ରୀମତୀ ସୁବାସିନୀ ସାହୁ ବିଜୁ ଜନତା ଦଳର ସିମୁଳିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀନୀ ଥିଲେ ଏବଂ 2029 ନିର୍ବାଚନ ପର୍ଯ୍ୟନ୍ତ ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ତାଙ୍କର ହିଁ ନେତୃତ୍ୱ ରହିବ l ଯିଏ ଯାହାବି କହୁ ରାଜ୍ୟ ସ୍ଥରରୁ ତାଙ୍କୁ ଏହି ନିର୍ଦ୍ଧେଶ ମିଳିସାରିଛି l ତେଣୁ ଏ ଯେଉଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଇର୍ଷା ଭାବନା ରଖି କୌଣସି ଜିଲ୍ଲାସ୍ଥର କାର୍ଯ୍ୟକ୍ରମକୁ ନ ଡାକିଲେ ମଧ୍ୟ ସେଥିରେ ଆମର କିଛି ଅସୁବିଧା ହେବାର ନାହିଁ l ବିଜୁ ଜନତା ଦଳର ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦ ଓ ଛାମୁଆ ସଂଗଠନର ଅଗଧାଡ଼ିର ନେତା ମାନଙ୍କୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି ଏଭଳି ଚରିତ୍ରର, ଖଳ ପ୍ରକୃତିର ଲୋକକୁ ବିଜୁ ଜନତା ଦଳରେ ପ୍ରବେଶ କରାଇ ଦିଅନ୍ତୁ ନାହିଁ l ଆପଣ ମାନେ ଜାଣିଛନ୍ତି ଏ ବ୍ୟକ୍ତି ବିଜୁ ଜନତା ଦଳ ସହ ବିଶ୍ୱାସ ଘାତକତା କରି ସିମୁଳିଆରେ ବିଜେଡିକୁ ହରାଇବାରେ ମୁଖ୍ୟ ଭୂମିକାରେ ଥିଲେ l ଦ୍ଵିତୀୟରେ ତାଙ୍କୁ ଜିଲ୍ଲା ସଭାପତି କରାଗଲା, ତାପରେ ଗାନ୍ଧୀ ଜୟନ୍ତୀ ଦିନ ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ତାଙ୍କୁ ଆମେ Whatsapp ଓ SMS ଜରିଆରେ ସୂଚନା ଦେଇ ନିମନ୍ତ୍ରଣ ପଠାଇଥିଲୁ କିନ୍ତୁ ସେ ଆମକୁ ହେୟଜ୍ଞାନ କରି ଆସିନଥିଲେ ଏବଂ ତାଙ୍କୁ ଆମେ ମଧ୍ୟ ଟେଲିଫୋନ କରିଥିଲୁ କିନ୍ତୁ ସେ ଫୋନ ଉଠାଇ ନଥିଲେ ଯାହାକି ଆମ ପାଖରେ ପ୍ରମାଣ ଅଛି l ତେଣୁ ଆଜି ଏଭଳି କୁତ୍ସିତ ମାନସିକତା ଓ ଇର୍ଷା ଭାବନା ରଖି ଆମକୁ ଡାକି ନାହାଁନ୍ତି l ସେ ଜାଣିବା ଦରକାର ବିଜୁ ଜନତା ଦଳ ତାଙ୍କର ପରିବାର ସମ୍ପତ୍ତି ନୁହେଁ l ତେଣୁ ଆପଣ ମାନଙ୍କୁ ନିବେଦନ ଏଭଳି ପ୍ରକୃତିର ଲୋକକୁ ସିମୁଳିଆ-ଖଇରାରେ ପ୍ରଶ୍ରୟ ଦିଅନ୍ତୁ ନାହିଁ l ଆମର ସିମୁଳିଆ-ଖଇରା ଜିନ୍ଦାବାଦ, ବିଜୁ ଜନତା ଦଳ ଜିନ୍ଦାବାଦ l ଧନ୍ୟବାଦ ଦେଇଥିଲେ ଶଶି କୁମାର ସାହୁ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ