ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଓ୍ବାଇ. ଆର୍.ସି ୟୁନିଟ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷା ସୁଶ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ଆଇ.ଆଇ.ସି, ସମ୍ମାନିତ ଅତିଥି ଭାବେ ଗଂଜାମ ଓ୍ବାଇ. ଆର୍.ସି କୋଡିନେଟର ଡ. ଜଗଦିଶ ଚନ୍ଦ୍ର ପାଲ୍, ଏସ୍କ୍-ଓ୍ବାଇ.ଆର୍.ସି କୋଡିନେଟର ଦିଲ୍ଲୀପ କୁମାର ଆଚାର୍ଯ୍ୟ ଏବଂ କଲେଜ ପ୍ରେସିଡେଣ୍ଟ ଏନ୍. ସନ୍ତୋଷ ପାତ୍ର ଯୋଗଦେଇଥିଲେ। ଉଦ଼୍ଘାଟକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରକ୍ତଦାନ ନିମିତ୍ତ ଛାତ୍ରଛାତ୍ରୀ, ଲୋକଙ୍କୁ ଉତ୍ସାହିତ କରିବାପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇ ସମୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ଓ୍ବାଇ.ଆର୍.ସି କାଉନସିଲର ତ୍ରିଲୋଚନ ଦାସ ପରିଚାଳନା କରିଥିଲାବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଆଦିତ୍ୟ ନାରାୟଣ ବିଷୋୟୀ, ଦିଲୀପ କୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ଜାନି, ନିବେଦିତା ସ୍ଵାଇଁ, ଜାନକୀ କୁମାରୀ ସାହୁ, ରାଜେନ୍ଦ୍ର ସାହୁ,ଅଭିଷେକ ଡାକୁଆ ଆଦି ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ