୩୬ ମାସରେ ବିଡ଼ିଓ ପଦବୀରେ ୮ ଜଣ ଅଧିକାରୀ।( ଡବଲ ଇଞିନ ସରକାରଙ୍କ

୩୬ ମାସରେ ବିଡ଼ିଓ ପଦବୀରେ ୮ ଜଣ ଅଧିକାରୀ।( ଡବଲ ଇଞିନ ସରକାରଙ୍କ)ବାଲେଶ୍ଵର ଜିଲ୍ଲା ଖଇରା ବ୍କକରେ ୩୬ ମାସରେ ୮ ଜଣ ବିଡ଼ିଓ ଦାୟିତ୍ବ ନେଇସାରିଲେଣି, ଯେଉଁଥିପାଇଁ ୩୭ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ୧ ବର୍ଷ ପୂରିବା ପୂର୍ବରୁ ବହୁ ବିଡ଼ିଓଙ୍କୁ ଦାୟିତ୍ବରୁ ଅପସାରଣ କରାଯିବ କିମ୍ବା ବଦଳି କରିଦିଆଯାଇଥିବା ଯୋଗୁଁ ଖଇରା ବ୍କକରେ କୈାଣସି ଯୋଜନାରେ ସଫଳତା ଆଶା କ୍ଷୀଣ ହୋଇପଡୁଛି, ଏହାର ସୁଯୋଗ ନେଇ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଦୀର୍ଘଦିନ ଧରି ଗୋଟିଏ ଗୋଟିଏ ପଞ୍ଚାୟତରେ ରହି ହିତାଧିକାରୀଙ୍କୁ ଶୋଷଣ କରୁଥିବା ବିଭିନ୍ନ ବୈଠକରେ ହିତାଧିକାରୀ ଓ ଲୋକପ୍ରତିନିଧି ମାନେ ଅଭିଯୋଗ କରିଆସୁଛନ୍ତି। ଏଣୁ ରାଜା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଖଇରା ବ୍କକର ବିଭିନ୍ନ ସ୍ବେଛାସେବୀ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ବିଡ଼ିଓ ଦେବେନ୍ଦ୍ର ବଳଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରହିଥିବା ବେଳେ ଅତିରିକ୍ତ ବିଡ଼ିଓ ଶକ୍ତି ପ୍ରସାଦ ପାଇକରାୟ ୨ ଦିନ ବିଡ଼ିଓ ଦାୟିତ୍ବ ରେ ରହି ଥିଲେ। ପରେ ସିମୁଳିଆ ବିଡ଼ିଓ ନରହରି ବେହେରା ୨୦୨୦ ଅଗଷ୍ଟ ୨୮ରୁ ସେହି ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅତିରିକ୍ତ ଦାୟୀତ୍ବ ରହିଥିଲେ। ପୁନଶ୍ଚ ଶକ୍ତି ପ୍ରସାଦ ପାଇକରାୟଙ୍କୁ ନୂଆ ବିଡ଼ିଓ ଆସିବା ପର୍ଯ୍ୟନ୍ତ ୨୧ ଦିନ ଦାୟିତ୍ୱରେ ରହିଆସିଥିଲେ। ପରବର୍ତ୍ତୀ ବିଡ଼ିଓ ଭାବେ ପର୍ଶୁରାମ ପଣ୍ଡା ୨୦୨୦ ଅକ୍ଟୋବରୁ ଯୋଗଦାନ ପରେ ୨୦୨୩ ଏପ୍ରିଲ୍ ରେ ହୋଇ ଯାଇନଥିଲେ। ପରବର୍ତ୍ତୀ ବିଡ଼ିଓ ଭାବେ ସିମୁଳିଆର ପୃଥୀରାଜ ପରିଡ଼ା ୧୫ ଦିନ ବିଡ଼ିଓ ଦାୟିତ୍ବ ରେ ରହି ଥିଲେ, ସେହିଭଳି ମେ ୨୩ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଉତ୍ତମ କୁମାର ଜେନାଙ୍କୁ ଅକ୍ଟୋବର ୨୦୨୩ ରେ ଅନ୍ୟତ୍ର ବଦଳି କରାଯାଇଥିଲା। ୨୦୨୩ ଅକ୍ଟୋବର ୨୫ ତାରିଖରୁ ଅଦ୍ୟାବଧି କାର୍ଯ୍ୟ କରୁଥିବା ବିଡ଼ିଓ ଅନନ୍ତ କୁମାର ହାଁସଦାଙ୍କର ବଦଳି ଆଦେଶ ଗତକାଲି ଗୁରୁବାର ପହଞିବା ପରେ ବହୁ ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଖଇରା ବ୍କକକୁ କୈାଣସି ବିଡ଼ିଓଙ୍କୁ ନିଯୁକ୍ତି ନଦିଆଯାଇ ହାଁସଦା ବଦଳି ଖଇରା ବ୍ଲକ ବିକାଶରେ ବ୍ୟାଘାତ ସ୍ତୃଷ୍ଟି କରିବା ନେଇ ସମ୍ଭାବନା ସୃଷ୍ଟି କରିଛି। ଖଇରାବାସୀ ବହୁ ଆଶା ଭରସା ନେଇ ଜିତାଇଥିବା ଡବଲ ଇଞିନ ସରକାରଙ୍କ ଏଭଳି ଖାମଖିଆଲି ନିଷ୍ପତ୍ତି ବିରୁଦ୍ଧରେ ଖଇରା ଜନସାଧାରଣ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଓ ସାଧାରଣ ଜନତା ଓ ଜନପ୍ରତିନିଧି ବୁଦ୍ଧିଜୀବିମାନେ କହିଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.