କବି, ସାମ୍ବାଦିକ ଓ ସାମାଜିକ କର୍ମୀ ବିରଜା ନାୟକଙ୍କର ପରଲୋକ

କବି, ସାମ୍ବାଦିକ ଓ ସାମାଜିକ କର୍ମୀ ବିରଜା ନାୟକଙ୍କର ପରଲୋକ”ବାଲେଶ୍ବର,୦୭-୯ : କବି, ସାମ୍ବାଦିକ ତଥା ସାମାଜିକ କର୍ମୀ ବିରଜା ପ୍ରସାଦ ନାୟକଙ୍କର ଆଜି ୫ଟା ୧୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ତାଙ୍କର ଦୁଇଟି ଯାକ କିଡନି ଅଚଳ ହେବା ପରେ ସେବିଶେଷ ଭାବରେ ଅସୁସ୍ଥ ହୋଇପଡ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସହିତ ସଙ୍ଗ୍ରାମ କରୁଥିଲେ । କିଛିମାସ ଧରି ସେ ଡାୟଲିସିସରେ ଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଛାତ୍ରାବସ୍ଥାରୁ ଜଣେ ଛାତ୍ରନେତା ଭାବରେ ପରିଚିତ ବିରଜା ନାୟକ ଏକଦା ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ପରିଚିତ ଥିଲେ । ବାଲେଶ୍ବର ଷ୍ଟେସନ୍ ଛକ ଅଞ୍ଚଳରେ ଥିବା ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ ଓ ଉଠାଦୋକାନୀମାନଙ୍କୁ ଥଇଥାନ କରିବାରେ ତାଙ୍କ ବିଶେଷ ଭୂମିକା ଥିଲା । ଓଟିରୋଡ଼୍ ମାର୍କେଟ କଂପ୍ଲେକ୍ସ ବ୍ୟବସାୟୀ ସଙ୍ଘର ସାଧାରଣ ସଂପାଦକ ଭାବରେ ସେ ଅଦ୍ୟାବଧି ଦୋକାନୀମାନଙ୍କର ସ୍ବାର୍ଥପାଇଁ ଲଢ଼ି ଆସୁଥିଲେ । ଏଥି ସହିତ ‘ଦି ଟେଲିଗ୍ରାଫ୍’ର ବାଲେଶ୍ବର ପ୍ରତିନିଧି ତଥା ସ୍ବପ୍ରତିଷ୍ଠିତ ‘୨୪×୭’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ସେ ସମ୍ପାଦନା କରୁଥିଲେ । ଜଣେ କବି ତଥା ସାରସ୍ବତ ସଂଗଠକ ଭାବରେ ମଧ୍ୟ ସେ ବେଶ୍ ପରିଚୟ ପ୍ରତିଷ୍ଠା କରିଥିଲେ । ବାରିପଦାରେ କିଛିକାଳ ଅବସ୍ଥାନ କରୁଥିଲା ସମୟରେ ‘ଆମେ ମଣିଷ’ ଏବଂ ‘ଓ୍ବେଲନେସ୍ ସେଣ୍ଟର’ ଭଳି କେତେକ ଅନୁଷ୍ଠାନ ମାଧ୍ୟମରେ ସମାଜସେବା କାର୍ଯ୍ୟ କରି ଆସୁଥିଲେ । ଗତ ବର୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଠାରେ ‘ଫେରିଆସ ପକ୍ଷୀ’ ନାମରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ସେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଭିନ୍ନ ‘ଓ୍ବାଇଡ଼୍ ଏଙ୍ଗେଲ୍’ ନାମରେ ଆଡ଼ଭାଟାଇଜିଂ ଏବଂ ପ୍ଲେସମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରି ବାଲେଶ୍ବର ଓ ମୟୂରଭଞ୍ଜ ଅଞ୍ଚଳର ବହୁ ଲୋକଙ୍କୁ ଚାକିରୀ ଦେବାରେ ସହଯୋଗ କରିଥିଲେ । ତାଙ୍କର ପରଲୋକରେ ବାଲେଶ୍ବର ଏବଂ ମୟୂରଭଞ୍ଜରେ ବହୁଲୋକ ଶୋକାଭିଭୂତ ହେବା ସଙ୍ଗେସଙ୍ଗେ ତାଙ୍କୁ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.