ମହୁଲି ମଦ ଜବତ,ଦୁଇଜଣଙ୍କୁ କୋର୍ଟ ଚାଲାଣ,( ସରକାରୀ ଠିପି ଖୋଲା ବିଦେଶୀ ମଦ ଦୋକାନ ବନ୍ଦ)ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନରେ ଥିବା ସିମୁଳୀଆ ଅଧିନରେ ଥିବା ଆସାମୀ ଅମର ବାରିକ ୫୧ ବର୍ଷ କଳାଶୁଣି ଗ୍ରାମର ୫୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ବେଳେ ୨ୟ ଆସାମୀ ନବୀନ ସିଆଳ ୩୬ ବର୍ଷ ଗ୍ରାମ ଜଳଙ୍ଗ ସିମୁଳୀଆ ଥାନା ଅନ୍ତର୍ଗତ ଅଟେ, ତାଙ୍କ ଠାରୁ ୪୧ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି, ପିଆର ନଂ ୩୯/୨୪-୨୫ ଏବଂ ଅନ୍ୟଟି ପିଆର ନଂ ୪୦/୨୪-୨୫ କେସ୍ ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି, ଖଇରା ଓଆଇସି ଶ୍ରୀ ସୁରଜ୍ କୁମାର ଦିଗା ଓ ତାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ, ଶ୍ରୀ ଦିଗା ଖଇରା ଅବକାରୀ ଥାନା ଯୋଗଦାନ କଲା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମହୁଲି ମଦ ଜବତ କରୁଥିବା ଯୋଗୁଁ ସେ ସାଧାରଣ ଲୋକ ମାନେ ପ୍ରଶଂସା ପାତ୍ର ହୋଇ ପାରିଛନ୍ତି, ସେପଟେ ସାଧାରଣ ରେ ଆଲୋଚନା ଚାଲିଛି ଆଗକୁ ନିର୍ବାଚନ ଆସୁଥିବା ବେଳେ କିପରି ଖଇରା, କୁପାରୀ, ଗଣ୍ଡିବେଡ, ତୁଡିଗଡିଆ, ମାଖନପୁର, ସୁଣ୍ଡିରା ଗଣ୍ଡିବେଡ, ପୂର୍ବପଡା, ଡୁଙ୍ଗୁରା, ବର୍ତ୍ତନା, ସ୍ଥାନରେ ଥିବା ପାନ ଦୋକାନ ଓ ହୋଟେଲ ମାନଙ୍କରେ ଦେଶୀ ଓ ବିଦେଶୀ ମଦ ବିକ୍ରି ରୋକା ଯାଇ ପାରିବ, ସେଥିପାଇଁ ଚଢ଼ାଉ ଜାରି ରହିବା ପାଇଁ ସାଧାରଣ ଜନତା ଦାବି କରିଛନ୍ତି, ଖଇରା ପଞ୍ଚାୟତ ଆଳଦା ଗ୍ରାମର ଥିବା ସରକାରୀ ଠିପି ଖୋଲା ମଦ ଦୋକାନ ବହୁ ସମୟରେ ବନ୍ଦ ରହୁଥିବା ଯୋଗୁଁ ଲୋକ ମାନେ ଚୋରାରେ ବିଭିନ୍ନ ହୋଟେଲ ଓ ପାନ୍ ଦୋକାନରୁ (ବିନା ସରକାରୀ ମଞ୍ଜୁର ପ୍ରାପ୍ତ) ମଦ ଦୋକାନରୁ କ୍ରୟ କରି ଅଧିକ ଦାମ୍ ଦେଇ ନେବାକୁ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକେ ଶ୍ରୀ ନାରାୟଣ ସାହୁ, ଅର୍ଜୁନ ପ୍ରସାଦ ମହାରଥା, ନକୁଳ ପ୍ରଧାନ, ଶିବ ପ୍ରସାଦ ମହାନ୍ତି, ଗଣେଶ ପ୍ରସାଦ ମହାପାତ୍ର, ପ୍ରମୁଖ ମତପ୍ରକାଶ କରିଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ