ବଟେଶ୍ବର ବୁଢାମହାଦେବ ହରିହର ମେଳଣ ଯାତ୍ରା ଉଦଯାପିତ।ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ବଟେଶ୍ବର ବୁଢାମହାଦେବ ପ୍ରାଙ୍ଗଣରେ ୨୩ ତମ ହରିହର ମେଳଣ ମହାସମାରୋହରେ ସମ୍ପୁର୍ଣ୍ଣ ହୋଇଯାଇଛି। ଶଙ୍ଖ, ହୁଳହୁଳି ଧ୍ବନି ସହିତ ଆତଶବାଜି ମଧ୍ୟରେ ୩୭ରୁ ଅଧିକ ଦୋଳ ବିମାନ ପଡିଆ ଭିତରକୁ ପ୍ରବେଶ କରିଥିଲେ। ପୂଜକ ରମାକାନ୍ତ ପଣ୍ଡା ଓ କେଶବ ପଣ୍ଡା, ଡମ୍ବରୁ ମହାପାତ୍ର, ପୂଜାର୍ଚ୍ଚନା ସହ ଫୁଲ ଅଭିର ପ୍ରଦାନ କରିଥିଲେ।ବିଭିନ୍ନ ବିଦ୍ଯାଳୟରୁ ଆସିଥିବା କୁନି କୁନି ପିଲାମାନଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ବସନ୍ତ କୁମାର ଦାସ ଓ କିଶୋର ରାଉତ ବିଚାରକ ଦ୍ବାୟିତ ତୁଲାଇଥିଲେ। ଶେଷରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମେଳଣ କମିଟିର କୋଷାଧ୍ୟକ୍ଷ ଅତ୍ଯୁଲ କୁମାର ଦାଶ ସଭାପତିତ୍ବ କରିଥିଲେ। ଜଗନ୍ନାଥ ସାଂସ୍କୃତିକ ପ୍ରଚାରକ ରମଣୀରଞ୍ଜନ ନାୟକ ମୁଖ୍ୟ ଅତିଥି, କମିଟିର ଉପଦେଷ୍ଟା ସନ୍ତୋଷ କୁମାର ଶତପଥୀ, ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କମିଟି ସଦସ୍ୟ ଦେବବ୍ରତ ଦାସ ଧନ୍ୟବାଦ ଓ ଶଶିକାନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ବେହେରା, କୈଳାସ ଦେଉରୀ, ପ୍ରଦୀପ ମହାପାତ୍ର, ଲକ୍ଷ୍ମଣ ନାୟକ, ରାମଚନ୍ଦ୍ର ଜେନା, ଟମ୍ବର ଜେନା, ଅମିତ ଦାସ, ଦେବାଶିଷ ଦାସ, ମାନସ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ