ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀବାଲେଶ୍ଵର,୨୩/୩/୨୪- ସାହିତ୍ୟ ସାଧନା ଯେତିକି ଆନନ୍ଦ ଦେଇଥାଏ, ସେତିକି ମଧ୍ୟ ଖୁସି ଓ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆନନ୍ଦ, ଖୁସି, ପରିଚୟ ସୃଷ୍ଟି ଓ ସାହିତ୍ୟ ଜ୍ଞାନର ବିକାଶ ନିମନ୍ତେ ସାହିତ୍ୟ ସଭାରେ ଯୋଗଦାନ ଏକା ସୌଭାଗ୍ୟର କଥା । ନୂତନ ପୁରାତନ ସାହିତ୍ୟ ବନ୍ଧୁ ମାନଙ୍କ ସହିତ ମିଶିବା, ହସ ଖୁସିରେ କିଛି ସମୟ ବିତେଇବା ହେଉଛି ସାହିତ୍ୟ ସଭାରେ ଯୋଗଦାନର ମୂଳ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ତା ୨୪/୩/୨୦୨୪ ରିଖ ରବିବାର ସୁନ୍ଦରଗଡ ଜିଲ୍ଲା ରାଉରକେଲା ସ୍ଥିତ ଗୋପବନ୍ଧୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରଶ୍ମିପ୍ରଭାର ସପ୍ତମ ବାର୍ଷିକ ଉତ୍ସବରେ ଯୋଗ ଦେବାପାଇଁ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ତା ୨୩/୩/୨୦୨୪ ରିଖ ଶନିବାର ରେଳ ଯୋଗେ ଭଦ୍ରକରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସାହିତ୍ୟ କୃତି ପାଇଁ ସେଠାରେ ରଶ୍ମିପ୍ରଭା ତରଫରୁ ଶ୍ରୀ ବେହେରା ରଶ୍ମିପ୍ରଭା ସାରସ୍ୱତ ସମ୍ମାନ-୨୦୨୪ ରେ ସମ୍ମାନିତ ହେବେ । ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ଆମନ୍ତ୍ରଣ କ୍ରମେ ରାଉରକେଲା ଗସ୍ତ । ଏଥି ସହିତ ବାଲେଶ୍ଵର ଜିଲ୍ଲା ଗଡସାହି, ରାଇବଣିଆ, ଜଳେଶ୍ବର, ବାଲେଶ୍ଵରର ସୁକବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି ରଶ୍ମିପ୍ରଭା ସାରସ୍ୱତ ସମ୍ମାନ-୨୦୨୪ରେ ସମ୍ମାନିତ ହେବା ପାଇଁ ରେଳ ଯୋଗେ ଯାତ୍ରା କରୁଛନ୍ତି ।।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ