*ଫକୀର ମୋହନ ମହାବିଦ୍ୟାଳୟ ରେ ଏଡ଼ସ ସଚେତନତା କାର୍ଯକ୍ରମ ଓ ରେଡ୍ ରିବନ୍ କ୍ଳବ୍ ଉଦ୍ଘାଟିତ ହୋଇ ଯାଇଅଛି*ତା ୨୩/୦୩/୨୪ଆଜି ଫକୀର ମୋହନ ମହାବିଦ୍ୟାଳୟ ରେ ଏଡ଼ସ ସଚେତନତା ଆଧାରିତ ବିଭିନ୍ନ ପ୍ରତିଯୋଗିତା ହେବା ସହ ସଚେତନତା ରାଲି ଯୁବ ରେଡ୍ କ୍ରସ ଦ୍ଵାରା ହୋଇ ଯାଇଅଛି।। ରେଡ୍ ରିବନ କ୍ଳବ୍ ଉଦ୍ଘାଟିତ ହେବା ସହ ସଭା ମାଧ୍ୟମ ରେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ ବିଷୟ ରେ ସଚେତନ କରା ଯାଇଅଛି। ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ଉପସ୍ଥିତ ରହି ସଚେତନତା ରାଲି ର ଉଦ୍ଘାଟନ କରିଥିଲେ।। ଯୁବ ରେଡ୍ କ୍ରସ୍ ର ମୁଖ୍ୟ ଡ. ଅଞ୍ଜନା ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ହେବା ସହ ରେଡ୍ କ୍ରଡ ସ୍ବେଚ୍ଛାସେବୀ ମାନେ ଆଗାମୀ ଦିନ ରେ ସମାଜ କୁ କିଭଳି ସଚେତନ କରାଇବେ ସେ ବିଷୟ ରେ ମତ ରଖିଥିଲେ।। ଇତିହାସ ବିଭାଗ ର ଅଧ୍ୟାପକ ସୁଜିତ୍ କୁମାର ଦାସ ଏଡ଼ସ ଉତ୍ପତ୍ତି ର ଐତିହାସିକ ବିଷୟ କହିବା ସହ ଏହାର ନିରାକରଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।। ଜୀବ ବିଜ୍ଞାନ ର ଅଧ୍ୟାପକ ବିନୀତ କୁମାର ପାଢ଼ୀ ଓ ଅଧ୍ୟାପିକା ଅନୁପମା ବେହେରା ଏଡ଼ସ ର ବୈଜ୍ଞାନିକ କାରଣ ଓ ନିରାକରଣ ବିଷୟ ରେ ତଥ୍ୟ ରଖିଥିଲେ।। ରେଡ୍ କ୍ରସ ର କାଉନ୍ ସେଲର ଶ୍ରୀ ପ୍ରଦୀପ କୁମାର ଗଂଗେଇ ଓ ରାଜେଶ୍ କୁମାର ଦେ ଆଗାମୀ ଦିନ ରେ ରେଡ୍.କ୍ରସ୍ ଏଡ଼ସ ବିଷୟ ରେ ଅଧିକ ସଚେତନତା ସୃଷ୍ଟି କରିବ ବୋଲି ମତ ପୋଷଣ କରିଥିଲେ।। ଯୁବ ସଚେତନତା ଓ ଏଡ଼ସ ବିଷୟ ଆଧାରିତ ବକୃତା, ରଚନା ଲିଖନ, କୁଇଜ୍ ଭଲି ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।।ଅଧ୍ୟାପକ ପିତାମ୍ବର ବେହେରା,ଅଧ୍ୟାପିକା ବନିତା ମାଝୀ, ମିତାଲି ରାଉତରାୟ ପ୍ରମୁଖ ଏହି ପ୍ରତିଯୋଗିତା କୁ ସୁଚାରରୂପେ କରାଇଥିଲେ।। ପୁରସ୍କାର ବିତରଣ ସମୟ ରେ ମହାବିଦ୍ୟାଳୟ ର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।। ବକୃତା ରେ ଆଶୁତୋଷ ପତି, କୁଇଜ୍ ରେ ସ୍ଵାତୀ ସଞ୍ଜନା ସାମଲ ଓ ରଚନା ଲିଖନ ରେ ରଶ୍ମୀରେଖା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ।। ଶେଷ ରେ ଏହି କାର୍ଯକ୍ରମ ର ସଂଯୋଜକ ଲକ୍ଷ୍ମୀନାରାୟଣ ନାୟକ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ ପୂର୍ବକ ଆଗାମୀ ଦିନ ରେ ଫକୀର ମୋହନ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ୟୁନିଟ୍ ଓ ରେଡ୍ ରିବନ୍ କ୍ଳବ୍ ତରଫ ରୁ ଏଡ଼ସ ର ସଚେତନତା କୁ ସମାଜ ର ବୃହତ୍ତର ସ୍ୱାର୍ଥ ପାଇଁ ବ୍ୟାପକ କରାଯିବ ବୋଲି ମତ ରଖିଥିଲେ।।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ