– ସରକାରୀ ଜମି ଜବରଦଖଲ କାରି କବଜା ରେ ସରକାରୀ ଜମି, ଗ୍ରାମର ବଗା ଚର ସ୍ମଶାନ, ନୟାବାଦୀ, ଅନାବାଦୀ ଆଦି ସରକାରୀ ଜମି କୁ ଦୀର୍ଘ ଦିନ ଧରି କବଜା ରେ ରଖି ଗ୍ରାମବାସୀ ଙ୍କୁ ହଇରାଣ ହରକତ କରୁଛନ୍ତି ଜୈନିକ ପୂର୍ବତନ ସରପଞ୍ଚ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ, ବ୍ଲକ ଯନ୍ତ୍ରୀ ଓ ଅଧିକାରୀ ଙ୍କୁ ହାତ ବାରିସୀ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ହାତକୁ ନେଉ ଥିବା ବେଳେ କାମ ଗୁଡିକ ଅତି ନିମ୍ନ ମାନର ହେଉଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ,ଲଷ୍ମୀ ବସ ଷ୍ଟାଣ୍ଡ ହେଉ କି କ୍ଳବ ଘର କିମ୍ବା ଜଗନ୍ନାଥ ମନ୍ଦିର ଗୃହ ଜୈନିକ ବ୍ୟକ୍ତି ନିଜ ଇଛା ରେ କରିବା ସହ ନିମ୍ନ ମାନର କାର୍ଯ୍ୟ ହେବାକୁ ନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି, ଏ ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ, ତହସିଲଦାର, ଓ ଜିଲ୍ଲପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏ ଦିଗରେ ପ୍ରଶାସନ ର ଅବହେଳା କୁ ପଦାରେ ପକାଇଛି,ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ହଂସୁରା ପଂଚାୟତ ର ହଂସୁରା ଗ୍ରାମବାସୀ,ସୂଚନା ମୁତାବକ – ହଂସୁରା ପଂଚାୟତ ର ଜୈନିକ ପୂର୍ବତନ ସରପଞ୍ଚ ସରକାରୀ ଜମି ଗୁଡିକୁ ଜବରଦଖଲ କରି ଅନ୍ୟ ମାନଙ୍କୁ ଚାଷ କରିବାକୁ ଦେଉଥିବା ବେଳେ ନୟାବାଦୀ, ଅନାବାଦୀ, ସ୍ମଶାନ ଜମି କୁ କବଜା କରିବା, FDR କାର୍ଯ୍ୟ ଗୁଡିକ ରେ ଘୋଟାଲା ଆଦିରେ ସମ୍ପୃକ୍ତ ଥିବା ବ୍ୟକ୍ତି ନାମରେ ବାରମ୍ବାର ଲିଖିତ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି,ପଂଚାୟତ ରେ ହୋଇଥିବା ନିମ୍ନ ମାନର କାର୍ଯ୍ୟ ଗୁଡିକରେ ଯନ୍ତ୍ରୀ ଓ ଠିକାଦାର ର ମଧୁ ଚନ୍ଦ୍ରିକା କୁ ପଦାରେ ପକାଇଛି, ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଥିଲେ ସୁଦ୍ଧା ତାହା ଲୋକ ମାନଙ୍କ ପାଖରେ ସଠିକ ଭାବେ ପହଂଚି ପାରୁନି, ଘଟଣା ଗୁଡିକୁ ନେଇ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲପାଳ ଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ, ତୁରନ୍ତ ଏ ଦିଗରେ ପ୍ରଶାସନିକ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ, ଦେଖିବାକୁ ବାକି ରହିଲା ଏହା ଉପରେ ପ୍ରଶାସନ କେବେ କାର୍ଯାନୁଷ୍ଠାନ ଗ୍ରହଣ କରୁଛି,
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ