ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଗିରେନଙ୍କୁ ଏକ ନୂତନ ଭେରାଇଟ୍ ଷ୍ଟୋର ପ୍ରଦାନ

ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଗିରେନଙ୍କୁ ଏକ ନୂତନ ଭେରାଇଟ୍ ଷ୍ଟୋର ପ୍ରଦାନ*ସାଧାରଣତନ୍ତ୍ର ଦିବସ ଅବସରରେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଅନ୍ତର୍ଗତ ଶୀଳପୋଖରୀ ଗ୍ରାମର ଗିରେନ ବୈଦ୍ୟଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲାଗି ତାଙ୍କୁ ଏକ ନୂତନ ଭେରାଇଟ୍ ଷ୍ଟୋର ପ୍ରଦାନ କରିଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି,ଗିରେନଙ୍କ ପରିବାର କହିଲେ ଦୁଇ ପୁଅ ଏବଂ ସ୍ତ୍ରୀ ରୀନା | ସେ ଅନ୍ୟ ରାଜ୍ୟରେ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ | ବାପା ମା ଏବଂ ଦୁଇ ପୁଅକୁ ନେଇ ପରିବାର ଖୁସିରେ ଚଳୁଥିଲା ହେଲେ ସମୟ ଆଉ ଭାଗ୍ୟ ମିଶି ଧନ୍ଦି ଦେଲେ | ସମୟ ଆଗରେ ସତରେ ମଣିଷ ଖୁବ ଅସହାୟ | ସ୍ତ୍ରୀଙ୍କ ଆଖିରୁ ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଲା | ଡାକ୍ତର କହିବା ଅନୁସାରେ ଅଧିକ ଟଙ୍କା ଲାଗିବ ଆଖି ଅପେରସନ ଲାଗି | ସେଥି ଲାଗି ଗିରେନ ଚାଲି ଯାଇଥିଲେ ରାଜ୍ୟ ବାହାରକୁ ଟଙ୍କା ରୋଜଗାର କରିବାକୁ ନିଜ ପତ୍ନୀର ଆଖି ଭଲ କରିବା ଲାଗି | ହେଲେ ଦଇବ ଦାଉ ସାଧିଲା | ଗିରେନ ରଡ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଛଅ ତାଲା କୋଠା ଛାତରୁ ତଳକୁ ଖସି ପଡିଲେ ଏବଂ ତାଙ୍କ ମେରୁଦଣ୍ଡ ଭାଙ୍ଗି ଗଲା | ଘରକୁ ଫେରିଲେ ପଙ୍ଗୁ ହୋଇ | ଆଉ ସେ ଫେରିଲା ବେଳକୁ ତାଙ୍କ ସ୍ତ୍ରୀ ବି ଅଂନ୍ଧୁଣି ହୋଇ ସାରିଥିଲେ | ବିଭିନ୍ନ ଗଣମାଧ୍ୟମରୁ ଏହି ହୃଦୟ ବିଦାରକ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ଅନୁଷ୍ଠାନର ସଦସ୍ୟମାନେ ଗିରେନଙ୍କ ବାସଭବନରେ ପହଞ୍ଚି ପ୍ରଥମେ ତାଙ୍କୁ ଏକ ମାସର ରାସନ ସାମଗ୍ରୀ ଏବଂ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ | ତା’ ପରେ ତାଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲାଗି ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଅନୁଷ୍ଠାନ ତରଫରୁ ଏକ ନୂତନ ଭେରାଇଟ୍ ଷ୍ଟୋର ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକୁ ସଂଗଠନର ସଂଯୋଜକ କୁନେଶ ବାରିକ, ବରିଷ୍ଠ ସଦସ୍ୟ ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି, ଶଶୀକାନ୍ତ ରାଉତ, ବାବାଜୀ ରାଉତ, ବିଶ୍ୱନାଥ ସ୍ୱାଇଁ ଏବଂ ହରେକୃଷ୍ଣ ବେହେରା ସୂଚାରୁ ରୂପେ ନିର୍ବାହ କରିଛନ୍ତି | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଗିରେନ, ତାଙ୍କ ପତ୍ନୀ ରୀନା ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |ପ୍ରସାଦ ସାହାଣୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.