ଦୁଇ ଦିନ ଧରି କଷଡାରେ ଜଙ୍ଘାଦେବଙ୍କ ପୂଜାର୍ଚ୍ଚନା ।ବଣାଇଁ/୨୨/୨୪ ଗୋଣ୍ଡ ସଂପ୍ରଦାୟଙ୍କ ଇଷ୍ଟଦେବ ଶ୍ରୀଶ୍ରୀ ଜଙ୍ଘାଦେବଙ୍କ ବାର୍ଷିକ ପୂଜା ଉତ୍ସବ କଷଡା ଗ୍ରାମରେ ଖୁବ ନିଡାମ୍ବର ସହିତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଉତ୍ସବରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘାଦେବଙ୍କୁ ନିମନ୍ତ୍ରଣ କରି ପ୍ରଥମେ କଳସ ଯାତ୍ରା କରି ପ୍ରଭୁ ଜଙ୍ଘାଦେବଙ୍କୁ ଏକ ଖୋଲା ମଞ୍ଚକୁ ଆରାଧନା କରାଯାଇଥିଲା । ଭକ୍ତମାନେ ଠାକୁର ଜଙ୍ଘାଦେବଙ୍କୁ ସୁସଜ୍ଜିତ ମଞ୍ଚରେ ରଖି ପୂଜାର୍ଚ୍ଚନା କରିଥିଲେ । ଉତ୍ସବକୁ କେବଳ ଗୋଣ୍ଡ ସଂପ୍ରଦାୟ ନୁହେଁ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ଭକ୍ତି ଭାବ ଏହି ଉତ୍ସବରେ ପରିଲକ୍ଷିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ଦର୍ଶନାଥି ସହିତ ମାନସିକ ବ୍ରତଧାରିଙ୍କ ଭକ୍ତିମୟ ଉତ୍ସାହ, ଉଦ୍ଦୀପନା ଅଞ୍ଚଳକୁ ବେଶ ଭାବମୟ କରିଥିଲା । ଏହି ବାର୍ଷିକ ଉପଲକ୍ଷେ ଗୋଣ୍ଡ ସମାଜ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସମାଜର କାର୍ଯ୍ୟକର୍ତ୍ତା ସହିତ ଧର୍ମବର୍ଣ୍ଣ ନିର୍ବିଶେଷରେ ଅନ୍ୟ ସଂପ୍ରଦାୟର ସୁହୃଦୟ ବ୍ୟକ୍ତିମାନେ ମଧ୍ୟ ନିଜସ୍ୱ ଭାବରେ ରକ୍ତଦାନ କରିଥିଲେ । ଦ୍ୱିତୀୟ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିବା ବେଳେ ଏହି ଅବସରରେ ମୁଖ୍ୟ ଅତିଥି କଷଡା ପଞ୍ଚାୟତର ସରପଞ୍ଚ ଶ୍ରୀମାନ ଅନନ୍ତ କୁମାର ପଟ୍ଟା , ସମ୍ମାନିତ ଅତିଥି ଶିକ୍ଷକ ଅନିରୋଧ ଭଞ୍ଜ ଏବଂ ପୌଲସ୍ୟ କୁମାର ସାସିନୀ ଉପସ୍ଥିତ ହୋଇ ତାଙ୍କ କରକମଳରେ ସମାଜ ତରଫରୁ ପୌଷ୍ୟ ଛାତ୍ର ଭାବରେ ଗ୍ରହଣ କରିଥିବା ଗ୍ରାମର ଦୁଇଜଣ ବାପା’ମା ଛେଉଣ୍ଡଙ୍କୁ ତାଙ୍କର ପାଠ୍ୟକ୍ରମ ଉପକରଣ ପ୍ରଦାନ କରାଯାଇଥିଲା । ଦୀର୍ଘ ତିନି ଧରି ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା । ଏହି ଉତ୍ସବରେ ସ୍ଥାୟୀ ଦେହୁରୀ ତୀର୍ଥ ପାତର ଠାକୁରଙ୍କ ପୂଜାର୍ଚ୍ଚନାର ଦାୟିତ୍ୱ ସମ୍ଭାଳି ଥିବାବେଳେ ପୂଜା ସମ୍ପାଦନା ମଣ୍ଡଳୀରେ ବିରେନ୍ ସିଂ , ସଂଯୁକ୍ତା ମାଝୀ , କଇଲ ସାର୍ଦିଆ , ଶ୍ରୀମତୀ ପଞ୍ଚାଳୀ ପଟ୍ଟା , ଜ୍ୟୋତିର୍ମୟ ଅଟୀ , ଜୀତା ପଟା , ନିରାକାର ନାୟକ, ଦୁର୍ଯ୍ୟୋଧନ ବେଟୀଙ୍କ ନେତୃତ୍ୱରେ ପୂଜା ଖୁବ ସୁରଖୁରରେ ସମାପ୍ତ ହୋଇଥିବା ଦେଖିବାକୁ ମିଳିଛି ।Report-Santosh Kumar Sahu,Bonai
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ