ଶାରଳା ସେବାସମବାୟ ସମିତିର ବ୍ୟାପକ ଅନିୟମିତତା ଅଭିଯୋଗ:କ୍ରୟ କମିଟିକୁ ନେଇ ପ୍ରଶ୍ନବାଚୀତିର୍ତ୍ତୋଲ-୧୫/୧-କୁଜଙ୍ଗ ବ୍ଲକ ଗୋରଡ଼ ପଂଚାୟତରେ ଥିବା ଶାରଳା ସମବାୟ ସମିତିରେ ଅନିୟମିତତା ନେଇ ପରିଚାଳନା କମିଟି ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି।ଗୋରଡ଼ ଓ ବଣିତ ପଞ୍ଚାୟତ କୁ ନେଇ ଏହି ସମିତି ଗଠନ କରାଯାଇଛି।ଏହି ସମିତିରେ ୧୫ ଶହ ରୁ ଉର୍ଦ୍ଧ ଚାଷୀ ଥିବାବେଳେ ୧୪ ଜଣକୁ ନେଇ ପରିଚାଳନା ପରିଷଦ ଗଠନ ହୋଇଛି।ପରିଷଦ ଗଠନ ହେବାଦୀନ ଠାରୁ ଅଦ୍ୟାବଧି କୁଆଡେ ବୈଠକ ବସିନାହିଁ।ଅପରପକ୍ଷରେ ସମ୍ପାଦକ ନିଜ ମନମାନୀରେ ସମିତିକୁ ପରିଚାଳନା କରୁଥିବାରୁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି।ସରକାର ଧାନ କ୍ରୟ ରେ ସ୍ୱଚ୍ଛତା କୁ ପ୍ରାଧାନ୍ୟ ଦେଉଥିବାବେଳେ ସମ୍ପାଦକ ସଞିମ ବିଶ୍ବାଳ ସାଜିଛନ୍ତି ବାଧକ। ଦୀର୍ଘ ୭ ବର୍ଷ ଧରି ନିର୍ଦିଷ୍ଟ ବ୍ୟକ୍ତି ଧାନ କ୍ରୟ କମିଟିରେ ରହି ସେମାନଙ୍କ ବ୍ୟକ୍ତିଗତ ଫାଇଦା ସହିତ ହାତଗଣତି କେତେଜଣକୁ ସୁବିଧା ଦେଉଛନ୍ତି।ଅନ୍ୟଚାଷୀମାନେ ଘୋର ଅସୁବିଧାର ସମ୍ମୁଖିନ ହେବା ସହିତ ଅଗାମିଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀ ମନେ ସୂଚନା ଦେଇଛନ୍ତି। ସମ୍ପାଦକ ଓ ନିର୍ଦେଶକ ସଲାସୁତରାରେ ମଣ୍ଡି ଧାନ ବେପାରିହାତରେ ଟେକି ଦିଆଯାଉଥିବା ଅଭିଯୋଗ ହୋଇଛି। ଆଉ କେତେଜଣ ଙ୍କ ଧନକୁ ମଣ୍ଡିକୁ ଅଣାନଯାଇ ସିଧାସଳଖ ମିଲର ଙ୍କ ପାଖକୁ ସଂପାଦକ ପଠାଉଥିବା ଦେଖାଯାଇଛି।ନୂତନ ଧାନ କ୍ରୟ କମିଟି ଗଠନ ଓ ଉପରୋକ୍ତ ଅଭିଯୋଗ ର ବିଧିବଦ୍ଧ ତଦନ୍ତ କରାଯାଇ କଯ୍ୟାନୁଷ୍ଠାନ କରାନଗଲେ ଆନ୍ଦୋଳନ ହେବବୋଲି ସୁଶ୍ରୀ ସଂଗୀତା ଦାସ, ସ୍ୱରୂପ ବିଶ୍ୱାଳ, କେଦାର ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ଯୁଗଳ କିଶୋର ସ୍ୱାଇଁ, ଜଗନ୍ନାଥ ନାୟକ, ସରଳାବାଳ। ଜେନା, ଯଦୁମଣି ମଲ୍ଲ, ରଂଜନ ରଥ, ମହେଶ୍ୱର ସ୍ୱାଇଁ, ରଂଜନ ଦାସ ପ୍ରମୁଖ ଚାଷୀ କହିଛନ୍ତି।ଶରତ ଦାସ ଙ୍କ ରିପୋର୍ଟ
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ