ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଭର୍ଚୁଆଲ ମୋଡ ରେ ପି ଭି,ଟି,ଭି ମାଧ୍ୟମରେ ହିତାଧିକାରୀ ଙ୍କ ସହ ବାର୍ତ୍ତାଳାପ ।ବିଷମ କଟକ 15/01 କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ମାନ ଦୁର୍ଗମ ଅଂଚଳ ରେ ବସ ବାସ କରୁଥିବା ଆଦିମ ଜନଜାତି ଆଦିବାସୀଙ୍କ ନିକଟରେ ପହଞ୍ଚି ପାରିଛି କି ନାହିଁ, କେଉଁ କେଉଁ ସରକାରୀ ସୁବିଧା ରୁ ବଞ୍ଚିତ, ଏହା ପହଞ୍ଚାଇବା ଲକ୍ଷରେ ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ମାନ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ମଧ୍ୟମରେ ସମସ୍ୟା ଅନୁଧ୍ୟାନ କରି ଆଲୋଚନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ଟି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଚାଟିକଣା ଆଦିବାସି ଟି,ଆଇ,ସି, କେନ୍ଦ୍ର ରେ ଆଦିମ ଆଦିବାସୀ ମାନଙ୍କ ସହ କଥା ହୋଇଥିଲେ। ଏହି ପରିପକ୍ଷରେ ଆଜି ନିୟମଗିରି ପାଦଦେଶର ବସ, ବାସ କରୁଥିବା ଅନେକ ଗ୍ରାମ ରୁ ବହୁ ସଂଖ୍ୟା ରେ ଚାଟିକଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ, ଅଧିବାସୀଙ୍କ ନିକଟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଚଳିତ ଯୋଜନା ଯଥା -ସଡ଼କ, ଜଳ, ସ୍ଵାସ୍ଥ୍ୟ, ଟେଲି ଯୋଗାଯୋଗ, ବିଦ୍ୟୁତ, ବାସଗୃହ, ଶିକ୍ଷା ଓ ଉଜ୍ୱଳl ଯୋଜନା ଭଳି ମୌଳିକ ଯୋଜନା ଦୃତ ଗତିରେ ଆଦିମ ଆଦିବାସୀଙ୍କ ନିକଟତର ପହଞ୍ଚାଇବା ଲକ୍ଷରେ ଏହିସବୁ ବିଷୟରେ ଆଲୋକ ପାତ କରିଥିଲେ । ଏହି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ରେ ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ୨୩୦୦୦ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୯ ଲକ୍ଷ ଆଦିମ ଅଧିବାସୀ ସହ ଜୋଡ଼ିତ କରିବା ଏହାର ଲକ୍ଷ୍ୟ ଥିବା ପ୍ରଧାନ ମନ୍ତ୍ରୀ ସୂଚନା ଦେଇଥିବା ସୁଣିବାକୁ ମିଳିଛି । ଏହି ଅବସରରେ ଅଞ୍ଚଳ ର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ମାନଙ୍କ ମଧ୍ୟରେ କିଛି ବ୍ୟକ୍ତି ବିଶେଷ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ଥିବାଦେଖିବାକୁ ମେଳିଛି , ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଭାସ୍କର ରହିତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର ଉପସ୍ଥିତ ରହି ଥିବା ଦେଖିବାକୁ ମିଳିଥିଲା lବିଷମ କଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିକ୍ରମ ଓଡିଶା ନିୟୁଜ
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ