ବଣାଇ:୧୩/୦୭ ବଣାଇ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ବଣାଇ ବିଡ଼ିଓ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଗତ ମେ ମାସ ୧୧ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସଭାପତି ଉଗ୍ରେସେନ କିସାନ ଙ୍କ ନେତୃତ୍ୱରେ ଶତାଧିକ ସରପଞ୍ଚଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଦୁଇ ମାସ ବିତିଯାଇଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନ ଥିଲା। ଫଳରେ ତାଙ୍କର ଧାର୍ଯ୍ୟ ତାରିଖ ଅନୁଯାୟୀ ଆଜି ସମଗ୍ର ଜିଲ୍ଲା ର ୧୭ ଗୋଟି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ବର୍ତ୍ତମାନ କାର୍ଯ୍ୟରତ ବିଡ଼ିଓ ଏବଂ ସମସ୍ତ ବିଧାୟକ ମାନଙ୍କୁ ଏ ପ୍ରସଙ୍ଗରେ ବିଧାନସଭା ଅଧିବେଶନ ରେ ଉପସ୍ଥାପନା କରିବାକୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ସ୍ଥିରୀକୃତ ହେଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ବଣାଇ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ବଣାଇ ସରପଞ୍ଚ ସଂଘ ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ, ପାନୀୟ ଜଳ ଏବଂ ପଂଚାୟତରାଜ ସଚିବ ଭୁବନେଶ୍ବର ଙ୍କ ଉର୍ଦ୍ଦେଶ୍ୱରେ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଯଦି ତାଙ୍କର ଦାବୀ ପୂରଣ ନ ହୁଏ ତା ହେଲେ ସମସ୍ତ ପଞ୍ଚାୟତ ଠାରେ ସରପଞ୍ଚ ମାନେ ଅନିର୍ଦ୍ଧିଷ୍ଟ ସମୟ ପାଇଁ କଲମ ଛାଡ ଆନ୍ଦୋଳନ କରିବା ସହିତ ଡିଜିଟାଲ ଦସ୍ତଖତ କୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସମୟରେ ବଣାଇ ବ୍ଲକ ର ୧୩ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହି ଥିଲେ।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ