ବଣାଇ:୧୩/୦୭ ବଣାଇ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପୂର୍ ଗ୍ରାମ ଛକ ସ୍ଥିତ ରାସ୍ତା ପାର୍ଶ୍ଵ ଠାରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ସୂଚନା ଅନୁଯାୟୀ, ଆଜାଦି କି ୭୫ ତମ ଅମୃତ ମହୋତ୍ସବ ପାଳନ ଅବସରରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଙ୍କ ଅଧୀନରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ, ପ୍ରକଳ୍ପ କାର୍ଯ୍ୟକାରି କେଉଁଝର ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପୁର୍ ରାଜପଥ ପାର୍ଶ୍ଵ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ , ସମ୍ମାନୀତ ଅତିଥି ଭାବେ ବଣାଇ ବିଇଓ ସୁନୀଲ କୁମାର ମୁଣ୍ଡ, ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପ୍ରକଳ୍ପ କାର୍ଯ୍ୟକାରି ସଂସ୍ଥା କେଉଁଝର ର ମହେଶ ଗାମୀ, ଇନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରିବା ସହିତ ସବୁଜ ରାଜପଥ ସୃଷ୍ଟି କରିବା, ପରିବେଶ ର ଉନ୍ନତି ସହିତ ପରିବେଶ କୁ ସ୍ଥିରତା ଦେବା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଦରକାର ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆଜି ଇନ୍ଦ୍ରପୁର ସୁନ୍ଦରଗଡ ୧୪୩ ନମ୍ବର ଜାତୀୟ ରାଜପଥ, କେଉଁଝର ବାନିଆକିଲାଣ୍ଡା ୪୯ ତମ ଜାତୀୟ ରାଜପଥ ଉପରେ ୧୦୦୦ ରୁ ଉର୍ଦ୍ଧ୍ବ ଏବଂ ଓଆଣ୍ଡଏମ ପ୍ରକଳ୍ପ ଅଧୀନରେ ୮ ଗୋଟି ପ୍ରକଳ୍ପ ଚାଲୁଥିବା ସ୍ଥାନରେ ୨୫୦୦ ଗୋଟି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରପୂର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଓଡିଶା ବନ ନିଗମ ର କର୍ମଚାରୀ, ଜାତୀୟ ରାଜପଥ ବିଭାଗ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଏଆର୍ ଏସ ଏସ ଠିକା ସଂସ୍ଥା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ