ବାଲେଶ୍ୱର, ( ରଘୁନାଥ ନାୟକ )ତା ୦୨/୦୪: ବାଲେଶ୍ବର ଜିଲ୍ଲା ପ୍ରଶାସନ ଦ୍ବାରା ସଦର ମହକୁମାରେ ୮୮ତମ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ ୪ ଘଟିକା ୩୦ ମିନିଟରେ ଦେଶାତ୍ମବୋଧକ ସଙ୍ଗୀତ ଓ ବ୍ୟାସକବି ଫକୀରମୋହନଙ୍କ ଭାଷା ବନ୍ଦନା ପ୍ରଚାରରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ଏହି ପବିତ୍ର ଦିନ ଶେଷ ହୋଇଥିଲା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପ୍ରେକ୍ଷାଳୟରେ ପରିବେଷଣ କରାଯାଇଥିବା ଉଚ୍ଚକୋଟୀର ପାରମ୍ପରିକ ତଥା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ।କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ସକାଳ ୭ଘଟିକା ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପବ୍ଲିକ ସ୍କୁଲ ପରିସରରୁ ଭାଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ରାଲିକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର। ଆଜି ଦିବସର ମୁଖ୍ୟ ଅତିଥି ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନନୀୟ ଶ୍ରୀ ନାରାୟଣ ପ୍ରଧାନ, ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ, ସଦରର ମାନ୍ୟବର ବିଧାୟକ ଶ୍ରୀ ସ୍ୱରୂପ ଦାସ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହରରେ ଅବସ୍ଥାପିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଠାରେ ବ୍ୟାସକବି ଫକୀରମୋହନଙ୍କ ଉପରେ ପର୍ଯ୍ୟବେସିତ ଏକ ଚିତ୍ରକଳା ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ ଅତିଥିମାନେ। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଓଡ଼ିଶାର ବରପୁତ୍ର ଓ ଓଡିଶା ଗଠନର ଇତିହାସ ଉପରେ ଲେଖକ,ସାମ୍ବାଦିକ, ସଂଗ୍ରାହକ ଶ୍ରୀ ସର୍ବେଶ୍ଵର ଦାସଙ୍କ ସହଯୋଗରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଏବଂ ଚିକିତ୍ସାରତ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିଲେ ସେବା ହି ସେବା ଅନୁଷ୍ଠାନ ଏବଂ ଏହାର ସଭାପତି ଶ୍ରୀ ଅମରସିଂ ୱାଲିଆ। ସନ୍ଧ୍ୟା ୬ଘଟିକାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ସାଧାରଣ ସଭା ଯେଉଁଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ,ଅନ୍ୟାନ୍ୟ ଅତିଥି ଭାବେ ବାଲେଶ୍ବର ଉପ ଜିଲ୍ଲାପାଳ ଶ୍ରୀ କୁନାଲ ଚୌହାନ ମୋତିରାମ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସୂତାର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଅନସୂୟା ପ୍ରଧାନ ଯୋଗଦେଇଥିଲେ। ଓଡିଶା ଦିବସ ଉପଲକ୍ଷେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଦିବସ ବ୍ୟାପୀ କାର୍ଯ୍ୟକ୍ରମ ତଥା ସନ୍ଧ୍ୟାର ସଭା ଓ ପୁରସ୍କାର ବିତରଣକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ପରିଚାଳନା କରିଥିବା ବେଳେ ଶେଷରେ ଭରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ଜିଲ୍ଲାର ବିଭିନ୍ନ କ୍ରୀଡ଼ାରେ ରାଜ୍ୟ ଚମ୍ପିଅନ ହୋଇଥିବା ୫ଟି ଦଳକୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୨୦୧୭ ମସିହା ପାଇଁ ବାଲେଶ୍ବର ଜିଲ୍ଲାର ଦୁଇ ଜଣ ଶିକ୍ଷକଙ୍କୁ ମିଳିଥିବା ରାଜ୍ଯ ସରକାର ପୁରସ୍କାର ଏହି ମଞ୍ଚରେ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ସେମାନଙ୍କୁ ମିଳିଥିଲା ଉପଢୌକନ, ପ୍ରମାଣପତ୍ର ଏଵଂ ୨୫ ହଜାର ଲେଖାଏଁ ଟଙ୍କାର ଡ୍ରାଫ୍ଟ।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ