ବାଲେଶ୍ୱର:୨/୦୩ (ସ୍ୱତନ୍ତ୍ର ପ୍ରତିନିଧୁ ରଘୁନାଥ ନାୟକ )ତା ୨୩/୩: ବାଲେଶ୍ବର ଜିଲ୍ଲା ସଡକ ସୁରକ୍ଷା କମିଟିର ଶୂନ୍ୟ ବିପତ୍ତି ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ଦଳବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଦୁଲାଲସେନ ଜଗଦ୍ଦେବ ଉପସ୍ଥିତ ରହି ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକରେ ପୋଲିସ ବିଭାଗ, ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ବିଭିନ୍ନ ପୌର ପାଳିକା ର ଅଧିକାରୀ ଗଣଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ମୋଟର ଯାନ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ଆସନ୍ତା ଅପ୍ରେଲ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଶୂନ୍ୟ ବିପତ୍ତି ସପ୍ତାହକୁ ସଫଳ ରୂପାୟନ ଦେବା ନିମନ୍ତେ ଆଲୋଚନା କରିଥିଲେ। ଗାଡ଼ି ଗୁଡ଼ିକର ଲାଇଟ୍ ଏବଂ ଅନ୍ୟାନ୍ୟ ମେକାନିକାଲ ଅଂଶକୁ ଏହି ସପ୍ତାହ ପାଳନ ଅବସରରେ ସମ୍ପୂର୍ଣ୍ଣ ଠିକ୍ ରଖିବା, ମଦ୍ୟ ପାନ କରି ଗାଡି ନ ଚଳାଇବା, ଦୁର୍ଘଟଣା ପ୍ରବଣ ଚିହ୍ନିତ ଅଞ୍ଚଳରେ ଅଧିକ ସତର୍କତାର ସହ ଗାଡି ଚଳାଇବା, ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ଆଦି ଉପରେ ମୋଟର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜାତୀୟ ରାଜପଥ ଉପରୁ ଅଯଥା ଅଧିକ ହମ୍ପସ ଅପସାରଣ ସହିତ ସହରାଞ୍ଚଳରେ ସଡକ ଯାତ୍ରା ସମ୍ପର୍କିତ ସୁରକ୍ଷା ସଂକେତ ମାନ ଲଗାଇବା ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଇଂଜିନିୟରିଂ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ରାସ୍ତାରେ ଥିବା ସମସ୍ୟାକୁ ଇତି ମଧ୍ୟରେ ସୁଧାରି ନେବାକୁ ପରାମର୍ଶ ଦିଆଯାଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ କୁହାଯାଇଥିଲା। ବିଦ୍ୟାଳୟର ୧୮ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ବାରଣ କରିବା ଉପରେ ଶିକ୍ଷାୟତନର କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ପୋଲିସ ବିଭାଗ ତରଫରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯଥେଷ୍ଟ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ଟ୍ରାଉମା କେଆର ସେଣ୍ଟର ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ରାସ୍ତା ଉପରେ ଅଯଥା ପଡ଼ିରହି ଅବରୋଧ କରୁଥିବା ଗାଡ଼ି ଗୁଡ଼ିକୁ ରାଜପଥ ଉପରୁ ହଟାଇବାର ବନ୍ଦୋବସ୍ତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପେଟ୍ରୋଲ ପମ୍ପ ମାଲିକ ମାନେ ବିନା ହେଲମେଟ ରେ ଆସୁଥିବା ଦୁଇ ଚକିଆ ଯାନ ଚାଳକଙ୍କୁ ପେଟ୍ରୋଲ ନଦେବାକୁ ତାଗିଦ୍ କରିବା ନିମନ୍ତେ ଦାୟିତ୍ଵ ଦିଆଯାଇଥିଲା। ବୁଲା ଗୋରୁ ଙ୍କୁ କାଞ୍ଜିଆ ହୁଦା ରେ ଭର୍ତ୍ତି କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହିଭଳି ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ଯତ୍ନବାନ ସହକାରେ ଆସନ୍ତା ଶୂନ୍ୟ ବିପତ୍ତି ସପ୍ତାହ କୁ ବାଲେଶ୍ବର ଜିଲ୍ଲାରେ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ଅଧିକାରୀ ତଥା ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସତ୍ୟ ଖବର ଓ ସଚେତନତା ନିମିତ୍ତ ନିବେଦନ କରାଯାଇଥିଲା।
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ