ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର,୨୨/୦୩ ( ସ୍ୱତନ୍ତ୍ର ପ୍ରତିନିଧି ରଘୁନାଥ ନାୟକ )ତା ୨୨/୩: ବାଲେଶ୍ବର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ- ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସାଗରିକା ନାଥ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ,ଉପ ଜିଲ୍ଲାପାଳ ଶ୍ରୀ ଚୌହାନ କୁନାଲ ମୋତିରାମ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଦୁଲାଲ ସେନ ଜଗଦ୍ଦେବ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ। ସଭାରେ ନିମନ୍ତ୍ରିତ ସଭ୍ୟ, ବିଭାଗୀୟ ଅଧିକାରୀ,କର୍ମଚାରୀ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଗଣ ମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଦିବସର ସଫଳ ପାଳନ ନିମନ୍ତେ ଆଲୋଚନା କରିଥିଲେ ଏବଂ ତଦନୁଯାୟୀ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ କମିଟିର ନିଷ୍ପତ୍ତି ଅନୁଯାୟୀ ଓଡିଶା ଦିବସ ୨୦୨୩ ଅପ୍ରେଲ ୧ ତାରିଖ ପ୍ରତ୍ୟୁଷରୁ ସହରାଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ଏବଂ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ରଚିତ ଭାଷା ବନ୍ଦନା ସଙ୍ଗୀତ ପରିବେଷଣ କରାଯିବ। ତତ୍ପରେ ସକାଳ ୭ଘଟିକା ସମୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସଚେତନତା ରାଲି ଆୟୋଜନ କରାଯିବ। ରାଲି ଆରମ୍ଭ ପୂର୍ବରୁ ପୋଲିସ ବ୍ୟାଣ୍ଡ ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯିବ। ସକାଳ ଘ୮.୩୦ମି ସମୟରେ ସହରରେ ଅବସ୍ଥାପିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀରେ ମୁଖ୍ୟ ଅତିଥି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ। ସକାଳ ଘ୯.୩୦ମି ରେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ ସହ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବ। ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ସହିତ ଜିଲ୍ଲାପାଳଙ୍କ ଆଗ୍ରହ ଅନୁଯାୟୀ ଏକ ପୁସ୍ତକ ମେଳାର ଆୟୋଜନ କରାଯିବ। ପବିତ୍ର ଓଡିଶା ଦିବସ ପାଳନ ଅବସରରେ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ପ୍ରତିଯୋଗୀତା ଆୟୋଜନ ସହ ଶ୍ରେଷ୍ଠ ବିବେଚିତ ଚିତ୍ରଗୁଡ଼ିକୁ ନେଇ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ରେ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସଂଧ୍ୟାରେ ଗାନ୍ଧୀ ସ୍ମୃତି ଭବନ ଠାରେ ସାଧାରଣ ସଭା, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ଓଡିଶା ଦିବସ ସଂଧ୍ୟାରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଲୋକ ସଜ୍ଜିତ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି। ଦିବସ ପାଳନକୁ ସର୍ବାଙ୍ଗୀନ ଭାବେ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ ଆବଶ୍ୟକ ଅଟେ,

One thought on “ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  1. Im very happy to find this web site. I need to to thank you for ones time for this particularly wonderful read!! I definitely liked every bit of it and I have you saved to fav to check out new stuff on your website.

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.