ଚଟୁଆ ମଣ୍ଡିରେ ତିନିଦିନ ଧରି ପଡିରହିଛି ଚାଷୀଙ୍କ ଧାନ

ଏରସମା :୦୯/୦୩ ଚାଷୀ ମୁଣ୍ତରେ ଚଡ଼କ।ଚଟୁଆ ଧାନ ମଣ୍ଡିରେ ପଡ଼ି ରହିଛି ଟନ ଟନ ଧାନ।ଚଟୁଆ ସେବା ସମବାୟ ସମିତିର ସମ୍ପାଦକଙ୍କ ଅପାରଗତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଶତାଧିକ ସଂଖ୍ୟାର ଚାଷୀ। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଚଟୁଆ ସେବା ସମବାୟ ସମିତିର ଧାନ ମଣ୍ଡିରେ।ତେବେ ଚଟୁଆ ସେବା ସମବାୟ ସମିତିର ଧାନ ମଣ୍ଡିରେ ପ୍ରତି କୁଇଁଣ୍ଟାଲ ପିଛା ୩ କେଜୀ ଧାନ କଟିନୀ ଛଟିନି ହେଉଥିବା ବେଳେ ୨୦ ଟଙ୍କା ଲେଖାଏଁ ଚାଷୀ ମାନଙ୍କ ଠାରୁ ସମ୍ପାଦକ ଗାଡ଼ି ଭଡ଼ା ବାବଦକୁ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଟୁଆ ସମିତିର ସମ୍ପାଦକ ଶରତ ରାଉତ ମହୋଦୟ ଜମି ଥିବା ଲୋକଙ୍କର ଚାଷ ନଥିବା ଏବଂ ସେମାନେ ବାହାରେ ରହୁଥିବା ଜମି ମାଲିକଙ୍କୁ ପଞ୍ଜୀକୃତ କରି ତାଙ୍କରି ନାମରେ ବେପାରୀ ଧାନକୁ ଉଠାଇ ଦେଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କ୍ଷୁଦ୍ର ଚାଷୀ ଧାନ ଦେଇପାରୁନାହାନ୍ତି। ବାମଦେଇପୁରୁ ପଞ୍ଚାୟତର ସମାଜ ସେବୀ ସୁଦର୍ଶନ ରାଉତ ଚଟୁଆ ମଣ୍ଡିରେ ବାମଦେଇପୁରୁ ପଞ୍ଚାୟତର ଚାଷୀମାନେ ଅବହେଳିତ ହେଉଥିବା ବେଳେ ବାଲିତୁଠ ସମିତିରୁ ରୁଣ ନେଉଥିବା ବେଳେ ଚଟୁଆ ମଣ୍ଡିରେ ଧାନଦେବାକୁ ପଡୁଛି ଅଭିଯୋଗ କରିଥିବା ବେଳେ ବାଲିତୁଠ ସମିତିର ମଣ୍ଡିକୁ ବାମଦେଇପୁରୁ ଚାଷୀଙ୍କୁ ଯୋଡିବା ପାଇଁ ଦାବି କରିଛନ୍ତି। ଚଟୁଆ ପଞ୍ଚାୟତର ସମ୍ପାଦକ ଶରତ ରାଉତ (ବାବାଜୀ) ତଥା ସହ ସମ୍ପାଦକ ରମାକାନ୍ତ ସ୍ୱାଇଁ, ଚାଷୀଙ୍କୁ ରୁଣ ଦବାରେ, ମଣ୍ଡିରେ ଧାନ ଦବାରେ, ଚାଷୀଙ୍କ ରୁଣ ବହିକୁ ଚାଷୀଙ୍କୁ ନଦେଇ ଚାଷୀଙ୍କ ବହିକୁ ସମିତିରେ ରଖିଥିବା ଅଭିଯୋଗ କରିଥିବା ବେଳେ ସମିତିର ଡିଓ ଅଛନ୍ତି କି ନାହିଁ ଚାଷୀ ଅଭିଯୋଗ କରିଥିଲେ। ଆଜି ଚଟୁଆ ମଣ୍ଡିକୁ ଜଗତସିଂହପୁର ଜିଲ୍ଲା ସିଏସିଓ, ରାହାମା ଆରମେସି ଓ ଅନ୍ୟ ପଦାଧିକାରୀଙ୍କ ନିକଟରେ ଚାଷୀ ସୁରେନ୍ଦ୍ର ନାଥ ରାଉତ, ସଞ୍ଜୟ ନାୟକ, ବିଜୟ ନାୟକ, ସରୋଜ ସ୍ଵାଇଁ, ମହେଶ୍ଵର ନାୟକ, ବ୍ରିକମ ସ୍ଵାଇଁ, ସାରଦା ପ୍ରସନ୍ନ ସ୍ଵାଇଁ, ସଙ୍ଗ୍ରାମ ନାୟକ, ପିତବାସ ସଡଙ୍ଗୀ, ପରମାନନ୍ଦ ରାଉତ, ଜନ୍ମଜୟ ସାମଲ, ଭରତ ଓଝା, ପ୍ରଶାନ୍ତ ରାଉତ, ଦେବେନ୍ଦ୍ର ମହାପାତ୍ର, ଗଙ୍ଗାଧର ସାହୁ, ପୁରସ୍ତମ ରାଉତ, ପ୍ରଭାତ ସ୍ଵାଇଁ, ସମାଜ ସେବୀ ଗଣେଷ ରାଉତ, ନାରୀ ନେତ୍ରୀ ରଶ୍ମିତା ନାୟକ ପ୍ରମୁଖ ଚଟୁଆ ସମିତିରେ ୨୨ବର୍ଷ ରହିଥିବା ସମ୍ପାଦକ ଶରତ ରାଉତଙ୍କୁ ଭିଜିଲାନ୍ସ ତଦନ୍ତ ସହିତ ବଦଳି କରାଯିବା ସହିତ ମଣ୍ଡିରେ ଥିବା ଚାଷୀଙ୍କ ଧାନ ତୁରନ୍ତ ନବା ପାଇଁ ଦାବି କରିଥିଲେ। ଅନ୍ୟ ପକ୍ଷରେ ଚଟୁଆ ସରପଞ୍ଚ ପକାଶ ସୁନ୍ଦରାୟ ଚାଷୀଙ୍କ ଅଭିଯୋଗ ପାଇ ଧାନ ମଣ୍ଡିରେ ପହଞ୍ଚି ଆସିଥିବା ଅଧିକାରୀଙ୍କୁ ୨୨ବର୍ଷ ରହିଥିବା ସମିତିର ସମ୍ପାଦକ ଶରତ ରାଉତଙ୍କୁ ଭିଜିଲାନ୍ସ ତଦନ୍ତ କରିବା ସହିତ ବଦଳୀ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ ମିଲର ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.