ଏରସମା :୦୭/୦୩(ପ୍ରସାଦ ସାହାଣୀ) ଏରସମା ବ୍ଲକ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବାମଦେଇପୁର ୯ତମ ବାର୍ଷିକୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆର୍ତ୍ତତ୍ରାଣ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ଯୁବସମାଜସେବୀ ପିନାକି ନାରାୟଣ ଦାସ, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ, ଗୁଣନିଧି ମହାପାତ୍ର, ମୁଖ୍ୟ ବକ୍ତା ରୂପେ ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ତଥା ମୋ ସ୍କୁଲ୍ ଅଭିଯାନ ସଭାପତି ବିକ୍ରମ ମହାପାତ୍ର ପ୍ରମୁଖ ଯୋଗଦେଇ କ୍ରୀଡା, ସାଂସ୍କୃତିକ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ବେଳେ ଏହି ପରି ସାଂସ୍କୃତିକ ଉତ୍ସବ ପିଲାଙ୍କ ସହ ଶୈକ୍ଷିକ ଦିଗରେ ବିକାଶ ହୋଇପାରିବା ସହିତ ନିଜ ବିଦ୍ୟାଳୟର ପୁରୁଣା ସ୍ମୃତିକୁ ମନେ ପକାଇ ଭାବବିହୁଳ ହୋଇଥିଲେ। ଏଥିରେ ବାଲିତୁଠ ସିଆରସିସି ନିରଞ୍ଜନ ମହାପାତ୍ରଙ୍କ ସହ ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମକୁ ବାମଦେଇପୁର ପଞ୍ଚାୟତ ବିଜେଡି ସଭାପତି ମଦନ ମୋହନ ମହାନ୍ତି, ବିମ୍ବାଧର ଦଳାଇ, ସଙ୍କର ମହାନ୍ତି, ପ୍ରେମାନନ୍ଦ ବିଶ୍ବାଳ, ବିଚିତ୍ର ମହାପାତ୍ର, ବଳରାମ ମଲ୍ଲିକ, ତାପସ ଦଳାଇ, ସୁଦର୍ଶନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ