ଜଗତସିଂହପୁର:୦୨/୦୩ ଗ୍ରାମ୍ୟଜଙ୍ଗଲରୁ ବେଧଡକ ଚାଲିଛି ମୂଲ୍ୟବାନ ଗଛକଟା।ତହସିଲ ପ୍ରଶାସନ ଓ କାଠମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଲୁଟ୍ ଚାଲିଛି ଜଙ୍ଗଲ। ଗ୍ରାମବାସୀଙ୍କ ବିରୋଧକୁ ଖାତିରି କରୁନାହାଁନ୍ତି କାଠମାଫିଆ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଗରାମ ରାଜସ୍ୱ ସର୍କଲରେ।ଆସନ୍ତୁ ଦେଖିବା ଏହି ରିପୋର୍ଟରେ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଗରାମ ରାଜସ୍ୱ ସର୍କଲ ତୁଳଙ୍ଗ ଗ୍ରାମପଞ୍ଚାୟତ ନରୁଆ ଗ୍ରାମ। ନରୁଆ ଗ୍ରାମ ବେଲଦଣ୍ଡା ଗ୍ରାମପୋଖରୀକୁ ଲାଗି ରହିଛି ୨୩୧ ନମ୍ବର ପ୍ଲଟରେ ଥିବା ଗ୍ରାମ୍ୟଜଙ୍ଗଲ।ଏହି ଗ୍ରାମ୍ୟଜଙ୍ଗଲ ସଂରକ୍ଷିତ ଜମିରେ ୟୁକାଲପଟାସ,ଆକାଶିଆ ଓ ବଡବଡ ମୂଲ୍ୟବାନ ଚାକୁଣ୍ଡା ଗଛ ଥିବା ବେଳେ କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।ଜଙ୍ଗଲ ଜମି ପାଖକୁ ଲାଗିଥିବା ଜମିମାଲିକଙ୍କୁ ହାତକରି କାଠମାଫିଆମାନେ ବଡବଡ ମୂଲ୍ୟବାନ ଗଛ କାଟିନେଉଥିବା ନରୁଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତିର୍ତ୍ତୋଲ ତହସିଲ ପ୍ରଶାସନ ନିକଟରେ ଗତବର୍ଷ ମେ ମାସରେ ଅଭିଯୋଗ କରାଯାଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାଁନ୍ତି।ଚଞ୍ଚକତା କରି ଜାଲ କାଗଜପତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ ଗୁଡିକୁ କାଟି ନେଉଥିବାର ଅଭିଯୋଗ ଆଣିଛନ୍ତି ନରୁଆ ଗ୍ରାମବାସୀପରିବେଶ ସୁରକ୍ଷା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଥିବା ବେଳେ ଏଠାରେ ଚାଲିଛି ବେଧଡକ ଗଛକଟା।ଗ୍ରାମବାସୀଙ୍କ ଅଗୋଚରରେ ମିଛ ନିଲାମର ମିଛ କାଗଜପତ୍ର ପ୍ରସ୍ତୁତ କରି କାଠମାଫିଆମାନେ ଗଛ କାଟି ଚାଲିବା ଘଟଣା ପ୍ରଶାସନିକ ଅଧିକାରୀ ଓ କାଠମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ନମୁନା ସାଜିଛି।ଗଛକଟା ଚାଲିଥିବା ବେଳେ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ ଆମେ ଘଟଣାସ୍ଥଳରେ ପହଞ୍ଚିବାରୁ କାଠକଟା ସରଞ୍ଜାମ ଛାଡି ଗଛକଟାଳି ଘଟଣାସ୍ଥଳ ଛାଡି ପଳାଇଥିଲେ।ଗରାମ ରାଜସ୍ୱ ନିରିକ୍ଷକ ଗଛକଟା ବନ୍ଦ କରିଥିବା କହୁଥିବା ବେଳେ ତହସିଲଦାର କ୍ୟାମେରା ଆଗରେ ନକହି ପଦକ୍ଷେପ ନେବେ ବୋଲି ଫୋନରେ ଉତ୍ତର ରଖିଛନ୍ତି।ନରୁଆ ଗ୍ରାମବାସୀ କାଠମାଫିଆଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ବେଆଇନ ଗଛକଟାକୁ ଗ୍ରାମବାସୀ ତିବ୍ର ବିରୋଧ କରୁଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।;ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ