ଜଗତସିଂହପୁର:୨୪/୦୨ ତିରିଶ ବର୍ଷର ବାଲୁଙ୍କେଶ୍ୱର ହାଇସ୍କୁଲକୁ ମିଳୁନି ସରକାରୀ ଅନୁଦାନ;ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ।(ଆଉ ଦୁଇବର୍ଷ ପରେ ଅବସର ନେବେ ଶିକ୍ଷକ)…………………………….ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି।5Tଯୋଜନାରେ ବିଦ୍ୟାଳୟ ଗୁଡିକର ରୁପାନ୍ତୀକରଣ ସହ ଗୁଣାତ୍ମକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି।ହେଲେ ଦୀର୍ଘ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରୀ ନୀତିନିୟମକୁ ମାନି ଚାଲୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା ସୁଯୋଗ କିମ୍ବା ଶିକ୍ଷକ ଓ କର୍ମଚାରୀଙ୍କୁ ମିଳୁନି ଦରମା।୨୨ବର୍ଷର ଲୋକପ୍ରିୟ ବୋଲାଉଥିବା ସରକାରଙ୍କ ଶିକ୍ଷାର ବିକାଶ ଯୋଜନାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲରେ। ସମୁଦ୍ରକୂଳିଆ ନଦୀ ଜଙ୍ଗଲ ଘେରା ନିପଟ୍ଟ ମଫସଲିଆ ଅଞ୍ଚଳରେ ଥିବା ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲ।୧୯୯୩ ମସିହାରୁ ସ୍ଥାପିତ ବାଲୁଙ୍କେଶ୍ୱର ହାଇସ୍କୁଲରେ କୁଞ୍ଜକୋଠି ଓ ଜପା ଦୁଇଟି ପଞ୍ଚାୟତର ସାତଟି ଗାଁ ଖୁରାଣ୍ଟ,ବାଲିତୁଠ, ଜଗତପଡା,କାଳିକୂଦ,କଣ୍ଟାବେଲାରୀ,ନଳପାହୀ,ନୂଣପୋଖରୀ,ଅଜଗରବେଦୀ,ଦାସମଠ,ଖୋଳପ ଦହିବର ପ୍ରଭୃତି ର ପିଲାମାନେ ପାଠପଢିଆସୁଛନ୍ତି।ଏହି ସମୁଦ୍ରକୂଳିଆ ନଦୀ ଜଙ୍ଗଲ ଘେରା ଅଞ୍ଚଳର ପିଲାମାନେ ବାହାରକୁ ପାଠପଢିବାକୁ ଯାଇପାରୁ ନଥିବାରୁ ଅଞ୍ଚଳବାସୀ ଏକାଠି ହୋଇ ବାଲୁଙ୍କେଶ୍ୱର ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ।ଦୀର୍ଘ ତିରିଶ ବର୍ଷ ଧରି ସରକାରଙ୍କ ନୀତିନିୟମ ମାନି ବିଦ୍ୟାଳୟରେ ପାଠପଢା ସହ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମସ୍ତ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ନିରବଚ୍ଛିନ୍ନ ଭାବେ ପାଠପଢାରେ ନିୟୋଜିତ ଅଛନ୍ତି।ଏପରିକି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଜନକଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଉଅଛି। ଶିକ୍ଷା ବିଭାଗ ତଥା ପ୍ରଶାସନିକ ଅବହେଳା ଯୋଗୁଁ ବହୁ ବିଳମ୍ବରେ ୨୦୦୯ ମସିହାରେ ବିଦ୍ୟାଳୟକୁ ପରିମିଶନ,୨୦୧୩ମସିହାରେ ରେକଗନେସନ ଓ ପରେ ନୋ-ଅବଜେକ୍ସନ ଓ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ପକ୍ଷରୁ ଆଫିଲେସନ ମଧ୍ୟ ମିଳିସାରିଛି।ଏହି ବିଦ୍ୟାଳୟ ବିଭିନ୍ନ ସରକାରୀ ବିଦ୍ୟାଳୟ ଅଧିନରେ ୩ଟି ବ୍ୟାଚ ଓ ନିଜ ବିଦ୍ୟାଳୟ ନାମରେ ସିଧାସଳଖ ସାତଟି ବ୍ୟାଚର ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେଇସାରିଛନ୍ତି।ସିଧାସଳଖ ୩ଟି କିମ୍ବା ୪ଟି ବ୍ୟାଚ ମେଟ୍ରିକ ପରୀକ୍ଷା ଦେବା ପରେ ବିଦ୍ୟାଳୟକୁ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ବାଲୁଙ୍କେଶ୍ୱର ବିଦ୍ୟାଳୟ।ଯାହା ଫଳରେ ସରକାରୀ ଅନୁଦାନରୁ ବଞ୍ଚିତ ରହିଛି ବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀଏହି ବିଦ୍ୟାଳୟକୁ କୌଣସି ସରକାରୀ ସହାୟତା ମିଳିନଥିବା ଜଣାପଡିଛି।ସ୍ଥାନୀୟ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ରଘୁନନ୍ଦନ ଦାସଙ୍କ ଅନୁଦାନ ପାଣ୍ଠିରୁ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଦୁଇ ପର୍ଯ୍ୟାୟରେ ୧୦ଲକ୍ଷ ଟଙ୍କା ମିଳିଥିଲା ଯେଉଁଥିରେ ଗୃହ ନିର୍ମାଣ ଏବେ ଅସମ୍ପୂର୍ଣ୍ଣ ରହିଛି।ଗ୍ରାମବାସୀଙ୍କ ହାତଟେକା ଅର୍ଥରେ ପରିଚାଳିତ ଏହି ବିଦ୍ୟାଳୟରେ ଆଠଜଣ ତାଲିମପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ୪ଜଣ କର୍ମଚାରୀ କାର୍ଯ୍ୟ କରିଆସୁଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରତିଷ୍ଠାତା ଶିକ୍ଷକ ଥିବା ସଂସ୍କୃତ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ଆଉ ଦୁଇବର୍ଷ ପରେ ଅବସର ନେବାକୁ ଥିବା ବେଳେ ଅଧିକାଂଶ ଶିକ୍ଷକଙ୍କ ଅବସର ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଅନୁଦାନରୁ ବଞ୍ଚିତ ରହିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ହାଇସ୍କୁଲ ବିଦ୍ୟାର୍ଥୀ ମାନଙ୍କ ପାଇଁ ମାଗଣା ବହି, ସାଇକେଲ ଓ ବିଭିନ୍ନ ଉପକରଣ ଓ ବାଳିକା ମାନଙ୍କୁ ପରିମଳ ବସ୍ତ୍ର ଯୋଗାଇଦେଉଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିବା ସହ ଆମେ କଣ’ ଓଡ଼ିଶାର ପିଲା ନୁହେଁ କି? ବୋଲି ପ୍ରଶ୍ନ କରିଛନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ।ରାଜ୍ୟରେ୨୨ବର୍ଷ ଧରି ଶାସନ କରୁଥିବା ସରକାର ଲୋକପ୍ରିୟ ସରକାର ବୋଲାଇ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କଥା କହୁଥିବା ବେଳେ ସମୁଦ୍ରକୂଳିଆ ଏପରି ନିପଟ୍ଟ ମଫସଲିଆ ଅଞ୍ଚଳର ବାଲୁଙ୍କେଶ୍ୱର ହାଇସ୍କୁଲ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।୨୦୧୩ମସିହାରୁ ସରକାର ନୂତନ ବିଦ୍ୟାଳୟ ଖୋଲିବା ଉପରେ ରୋକ୍ ଲଗାଇଥିବା ବେଳେ୨୦୧୩ମସିହା ସୁଦ୍ଧା ରେକଗନେସନ ପାଇଥିବା ପାଖାପାଖି ୨୪୦ ବିଦ୍ୟାଳୟ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଥିବା ତଥ୍ୟରୁ ଜଣାପଡିଛି।ରାଜ୍ୟ ସରକାର ନିକଟରେ୧୯୪ଟି ହାଇସ୍କୁଲକୁ ଅନୁଦାନ ପାଇବାକୁ ଥିବା ଏକ ତାଲିକା ପ୍ରକାଶ କରିଥିଲେ।ଯେଉଥିରେ କି ବାଲୁଙ୍କେଶ୍ୱର ହାଇସ୍କୁଲ ପରି ୪୦ଟି ହାଇସ୍କୁଲର କୌଣସି ନାମ ତାଲିକା ନଥିବା ସମ୍ପୃକ୍ତ ବିଦ୍ୟାଳୟ ଗୁଡିକରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।ବାଲୁଙ୍କେଶ୍ୱର ହାଇସ୍କୁଲ ଏକ ସମୁଦ୍ରକୂଳିଆ ନଦୀ,ଜଙ୍ଗଲ ଘେରା ପ୍ରାକୃତିକ ବାଧ୍ୟକ ଭରା ଅଞ୍ଚଳରେ ହୋଇଥିବା ବେଳେ ଏଥିରେ ୯୫%ପ୍ରତିଶତ ବଙ୍ଗୀୟ ଭାଷାଭାଷୀର ପିଲାମାନେ ପାଠପଢିଆସୁଛନ୍ତି।ବାଲୁଙ୍କେଶ୍ୱର ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳକଙ୍କ ଉଦ୍ୟମରେ ଉନ୍ନତମାନର ଶିକ୍ଷାଦାନ ଯୋଗୁଁ ୮୫”%ରୁ ଶତପ୍ରତିଶତ ରେଜଲ୍ଟ କରି ଏରସମାର ବ୍ଲକ ଅଞ୍ଚଳରେ ସୁନାମ ଅର୍ଜନ କରିଛି।ଜଗତସିଂହପୁର ଜିଲ୍ଲା ପରି ଶିକ୍ଷା କ୍ଷେତ୍ରରେ ଆଗୁଆ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଏହି ସମୁଦ୍ରକୂଳିଆ ଖୁରାଣ୍ଟ ଅଞ୍ଚଳରେ ଦୀର୍ଘ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଶିକ୍ଷାଦାନ କରି ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆଣିଥିବା ବାଲୁଙ୍କେଶ୍ୱର ହାଇସ୍କୁଲକୁ ତୁରନ୍ତ ସରକାରୀ ଅନୁମୋଦନ ଯୋଗାଇଦେବାକୁ ସ୍ଥାନୀୟ କୁଞ୍ଜକୋଠି ପଞ୍ଚାୟତର ସରପଞ୍ଚ ସପନ କୁମାର ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତକିଶୋର ସାସମଲ,ସମ୍ପାଦକ ବସନ୍ତ କୁମାର ସାମନ୍ତ,ପରିଚାଳକ ଗୋପାଳ ଚନ୍ଦ୍ର ସାମନ୍ତ,ଅମଲ କୁମାର ସାସମଲ,ସୁବାଷ ବର,ପଞ୍ଚାନନ ଚଣ୍ଡ,ଦିବାକର କୂଅଁର,ବରେନ୍ ସାମନ୍ତ,ଗଣେଶ ସାମନ୍ତ,ନିର୍ମଳ ଜେନା,ଶରତ ସାମନ୍ତ,ନାରାୟଣ ରାଉତ, ଟିକମ ମାଝୀଙ୍କ ସମେତ ଖୁରାଣ୍ଟ ଅଞ୍ଚଳର ବୁଦ୍ଧିଜୀବୀ ମୁରବି ଓ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ଗଣଶିକ୍ଷା ବିଭାଗ ଓ ସରକାର ନିଶ୍ଚିତ ଏହା ଉପରେ ପଦକ୍ଷେପ ନେବେ ବୋଲି ଆଶା ପୋଶଣ କରିଛନ୍ତି ଅଞ୍ଚଳବାସୀଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ :
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ