ଖଇରା:୧୯/୦୨( ପଦ୍ମଲୋଚନ ଦାସ ଙ୍କ ରିପୋର୍ଟ)
ଚଣ୍ଡୀ ଠାକୁରାଣୀ ଶୈବପୀଠ ରେ ମହାଶିବରାତ୍ରି ରେ ମହାଦୀପ ପ୍ରଜ୍ବଳନ ଓ ଉଜ୍ଜ୍ୱଳ ଆଲୋକ କରଣ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ମା ଚଣ୍ଡୀ ଠାକୁରାଣୀ ଶକ୍ତିପୀଠର ଚର୍ତୁ ପାର୍ଶ୍ଵରେ ସ୍ଥାୟୀ ଭାବେ ଆଲୋକ କରଣ ଟ୍ରଷ୍ଟ ବୋର୍ଡ ଦ୍ବାରା ସମ୍ପୂର୍ଣ୍ଣ କରାଯାଇଥିଲା, ସେହିପରି ମୁକ୍ତି ପୀଠରେ ଭକ୍ତମାନଙ୍କ ଏକ ବିଶ୍ରାମ ଘର ତିଆରି ନିମନ୍ତେ ଖଇରା ଅତିରିକ୍ତ ତହସିଲଦାର ଶ୍ରୀ ଗଦାଧର ସେଠୀ, ସିମୁଳୀଆ ଭାରପ୍ରାପ୍ତ ଅଧିକାରୀ, ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେହିପରି ବାଲେଶ୍ଵର ଇଲେକ୍ରି ଠିକାଦାର ବି,କେ, ଚଉଦୁର, ମାଣୀତ୍ରୀ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସହିତ ସଭ୍ଯ ମାନସକୁମାର ଦାସ, ଗୋଟିଏ ଗୋଟିଏ ଲୁହା ଚେୟାର ଦାନ କରିଥିଲେ, ଶେଷରେ ସନ୍ଧ୍ୟାରେ ଗଣେଶ ଭଜନ ପରିବେଷଣ କରାଯାଇଥିଲା, ରାତି ୧୧ସମୟରେ ଶହଶହ ଭକ୍ତମାନେ ଶିବ ମନ୍ଦିର ରେ ଦୀପଜାଳି ବାବଙ୍କ ଠାରେ ନିଜ ନିଜର ମନସ୍କାମନା ଜଣାଇଥିଲେ, ମନ୍ଦିର ର ସେବାୟତମାନେ ସର୍ବ ଶ୍ରୀ ପୂଜକ ଉମାକାନ୍ତ ତିଆଡି, ଉପେନ୍ଦ୍ର ତିଆଡି, ବେଣୁଧର ତିଆଡି, ଏବଂ ଟ୍ରଷ୍ଟର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ମହାଶିବରାତ୍ରି କୂ ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ପରମ୍ପରା ଜାଗର ପାଳନ ହୋଇଥିଲା, ଏଥିରେ ଟ୍ରଷ୍ଟ ବୋର୍ଡ ର ସଭାପତି ମାନସକୁମାର ଦାସ ସମସ୍ତ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ,