ଜଗତସିଂହପୁର:(୧୮/୦୨/୨୩) ପ୍ରସାଦ ସାହାଣୀ ଙ୍କ ରିପୋର୍ଟ
ରେଲୱ ପୋଲିସଙ୍କୁ ଅଟକ ରଖିଲେ ପୋଲେଇ ଗ୍ରାମର ଶତାଧିକ ଗ୍ରାମବାସୀ.
ରେଲୱ ପୋଲିସ ଙ୍କୁ ଘେରିଲେ ପୋଲେଇ ଗ୍ରାମବାସୀ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଧୀନ ଫତେହପୁର ପଞ୍ଚାୟତ ର ପୋଲେଇ ଗ୍ରାମରେ ଗତ ୨ଦିନ ହେବ କୋଇଲା ଚୋରି କରୁଥିବା ବେଳେ ରେଲୱ ପୋଲିସ ୨ଜଣଙ୍କୁ ଧରିଥିଲେ। ସେ ୨ଚୋରକୁ ନେଇ ପଚାର ଉଚାର କରିବାରୁ ସେ ୨ଚୋର ସବୁ କଥା ମାନିଥିବା ସହ ଆଉ କେଉମାନେ ସାମିଲ ଅଛନ୍ତି ଓ ଚୋରା କୋଇଲା କାହାକୁ ଦେଇଛନ୍ତି ତାହା ରେଲୱ ପୋଲିସ ଆଗରେ ପ୍ରକାଶ କରିଥିଲେ ସେଇ ଆଧାର ରେ ଆଜି ରେଲୱ ପୋଲିସ ଆସାମୀକୁ ନେଇ ପୋଲେଇ ଗ୍ରାମକୁ ଯାଇ ରମେଶ ପ୍ରଧାନ ନାମକ ଏକ ଯୁବକ ଙ୍କୁ ପଚାରି ଥିଲେ ଏ ଭାଟି କାହାର ମୁ ଜାଣିନୀ ରମେଶ କହିବାରୁ ରେଲୱ ପୋଲିସ ରମେଶ ପ୍ରଧାନ ଙ୍କୁ ଅଶିଳ ଭାଷାରେ ଗାଳି କରିବା ସହ ମାଡ ମାରିଥିଲେ ଭୟରେ ରମେଶ ଦୌଡ଼ି ଯାଇ ଗ୍ରାମ ବାସୀଙ୍କୁ ଡାକିଥିଲେ ଗ୍ରାମ ବାସୀ ଆସି ପୋଲିସ ଗାଡିକୁ ଭଙ୍ଗା ରୁଜା କରିବା ସହ ରେଲୱ ପୋଲିସ ଙ୍କୁ ଅଟକାଇ ଥିଲା। ପରେ କୁଜଙ୍ଗ ପୋଲିସ ଆସି ପ୍ରଥମେ ମାଡ ଖାଇଥିବା ରମେଶ ପ୍ରଧାନ ଙ୍କୁ ମେଡିକାଲ ପଠେଇଥିଲେ। ବହୁ ଦୁର୍ଭାଗ୍ୟ ଘଟଣା ମୋ ଆଖି ଆଗରେ ସେ ପିଲାକୁ ମାଡ ହୋଇଛି ସେ ପିଲାର ମୁଣ୍ଡ ଫଟିଛି ସେ ନିରୀହ ପିଲା। ଆଇନ ଅନୁଯାୟୀ ଚୋର କୁ ଦଣ୍ଡ ଦିଅନ୍ତୁ କିନ୍ତୁ ନିରୀହ ଲୋକଙ୍କୁ ଉଠେଇ ନେବା ଓ ମାଡ ମାରିବା କୁ ଫତେପୁର ସେମିତି ସଭ୍ୟା ଙ୍କ ପ୍ରତିନିଧି ବିକ୍ରମ କେଶରୀ ରାଉତରାୟ ଘୋର ନିନ୍ଦା କରିଛନ୍ତି। ଅନ୍ୟ ପଟେ ଆମେ ସେ ପିଲାକୁ ମାରିନୁ କି ଖରାପ ବେବହାର କରିନୁ ଗ୍ରାମ ବାସୀ ଆମ ନରେ ମିଛ କହୁଛନ୍ତି ବୋଲି ପାରାଦୀପ ରେଲେୱ ଓସି ସିଭି ରମନା ମତ ପ୍ରକାଶ କରିଛନ୍ତି।