ଜଗତସିଂହପୁର: (୧୮/୦୨/୨୩)ବାଲିତୁଠରେ ଗୋଖାଦ୍ୟ ବିକ୍ରିଆଳରେ ଔଷଧ ବିକ୍ରି ଅଭିଯୋଗ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ବଜାର ଶିବମନ୍ଦିର ନିକଟରେ ଦିର୍ଘ ୩ବର୍ଷହେବ ଗୋଖାଦ୍ୟ ବ୍ୟାନରମାରି ପଶୁ, ପକ୍ଷୀଙ୍କର ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି। ସୁଚନା ଯୋଗ୍ୟ ବାଲିତୁଠ ବଜାରରେ ବନାପାଟ ଗ୍ରାମର କେଶବ ଦାସ ଗୋଖାଦ୍ୟ ବ୍ୟାନରମାରି ୩ବର୍ଷରୁ ଉର୍ଦ୍ଧ୍ବ ଚୋରା ଭାବରେ ଔଷଧ ବିକ୍ରି କରୁଛନ୍ତି। ବିଭିନ୍ନ ସମୟରେ ଦାସଙ୍କର ଶିକ୍ଷାଗତ ଯୋଗ୍ୟତା ନଥାଇ ଭୂଲ ଔଷଧ ପଶୁ, ପକ୍ଷୀଙ୍କୁ ସାଧାରଣ ଲୋକଙ୍କୁ ଦେବାରୁ ୩୦ରୁ ଊର୍ଦ୍ଧ୍ବ ଗାଈ ମୃତ୍ୟୁ ବରଣ କରିବା ସହିତ କୁକୁଡା, ଛେଳି, ମେଣ୍ଢା ଆଦି ଅକାଳରେ ମରିଯାଉଥିବା ଅଭିଯୋଗ ହେଉଛି। ପ୍ରକୃତ ଔଷଧ ବିକ୍ରି ପାଇଁ ଲାଇସେନ୍ସ ଅଛି କି ନାହିଁ ଚୋରାରେ ଔଷଧ ବିକ୍ରି କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ସାଧାରଣରେ ଦାବି ହେଉଛି। ତୁରନ୍ତ ବିଭାଗୀୟ ଅଧିକାରୀ କେଶବ ଦାସଙ୍କ ଗୋଖାଦ୍ୟ ବିକ୍ରି କରୁଥିବା ବ୍ୟାବସାୟିଙ୍କୁ ତନଖି କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଖାଦ୍ୟ ବିକ୍ରି ଦୋକାନକୁ ସିଲ୍ କରିବା ପାଇଁ ବିଭିନ୍ନ ଗଣସଂଗଠନ, ସାମାଜିକ କର୍ମୀଙ୍କ ସହିତ ବାଲିତୁଠ ଅଂଚଳରେ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି କରିଛନ୍ତି।
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ