ଜଗତସିଂହପୁର: ହାଇକୋର୍ଟ ଙ୍କ ନିର୍ଦେଶ ପରେ ହେଲା ଜବରଦଖଲ ଉଛେଦ। .କୁଜଙ୍ଗ ତହସିଲ ଅଧିନ ମଲ୍ଲାସାହି ଗ୍ରାମରେ ଥିବା ମେଲଣ ପଡିଆ କୁ ସଂଯୋଗ କରୁଥିବା ରାସ୍ତା ରୁ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି। 2018 ମସିହା ରେ ଏ ନେଇ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ପାଖରେ ଗ୍ରାମବାସୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।ତେବେ 5 ବର୍ଷ ପରେ ଆଜି ଜବରଦଖଲ ଉଛେଦ କରାଯାଇଥିଲା।
: ପୂର୍ବରୁ ଜବରଦଖଲ ଉଛେଦ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଡେଙ୍ଗୁରା ପିଟାଯାଇ ଲୋକମାନଙ୍କୁ ଅବଗତ କରାଯାଇଥିବା ବେଳେ ଆଜି ତହସିଲଦାର ଙ୍କ ଉପସ୍ଥିତି ରେ ଜବରଦଖଲ ଉଛେଦ କରାଯାଇଛି।ତେବେ ଜବରଦଖଲ ଉଛେଦ ବେଳେ କିଛି ଲୋକ ନିଜର ବାସସ୍ଥାନ ହରାଇଛନ୍ତି।ତେବେ ସେମାନଙ୍କୁ ସରକାରୀ ଜମି ଓ ଘର ଯୋଗାଇଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବି ।
ତେବେ ମଲ୍ଲାସାହି ମୌଜା ର ଖାତା ନଂ 1185 ମୋଟ ଏକ ଏକର ରୁ ଜବରଦଖଲ ଉଛେଦ କରାଯାଇଛି ।ଶାନ୍ତି ଶୃଙ୍ଖଳା ର ସହ ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ଅଭିଯୋଗ ହେଲେ କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୁଜଙ୍ଗ ଅତିରିକ୍ତ ତହସିଲଦାର ।ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ। ରାଷ୍ଟ୍ର ପରିକ୍ରମା ଟିଭି
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ